01 ଜାନୁଆରୀ 2019, ମଙ୍ଗଳବାର, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ

Spread the love

01 ଜାନୁଆରୀ 2019, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ:

ଆଜି ଆମେ ଆପଣଙ୍କୁ ଆପଣଙ୍କ ଦୈନିକ ରାଶିଫଳ କହିବାକୁ ଯାଉଛୁ । ଏହି ଯେଉଁ ରାଶିଫଳ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହା ଗ୍ରହମାନଙ୍କର ସାଧାରଣ ଗଣନା ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ନାମରେ ଜଣାଯାଏ । ଏହା ମୁଖ୍ୟତଃ ଚନ୍ଦ୍ରଙ୍କର ଗୋଚର ଉପରେ ଆଧାରିତ ଅଟେ । ଆଜି ଆମେ ଆପଣଙ୍କ ମେଷ ଠାରୁ ଆରମ୍ଭ1କରି ମୀନ ରାଶି ପର୍ଯ୍ୟନ୍ତ ଵିସ୍ତାର ପୂର୍ବକ ଆଜିର ରାଶିଫଳ କହିବାକୁ ଯାଉଛୁ ।

ମେଷ: ପ୍ରତ୍ୟେକ କାର୍ଯ୍ୟ ସୁଚାର ରୂପେ ସମ୍ପାଦନ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ସମସ୍ତ କାର୍ଯ୍ୟ ସହଜରେ ସମ୍ପୂର୍ଣ୍ଣ ହେବ । ମହିଳାମାନେ ଗୃହ ନିପୁଣ ରହିବେ । ବ୍ୟବସାୟର କାରବାର ବୃଦ୍ଧି ହେବ ।ଆୟ ପୁର୍ବ ପରି ରହିବ । ମାନସିକ ଚିନ୍ତା ଦୂର ହେବ । ଶରୀର ସୁସ୍ଥ ରହିବ । ଛାତ୍ରଛାତ୍ରୀମାନେ ଖେଳ ପ୍ରତି ଅଧିକ ରୁଚି ରଖିବେ ।

ବୃଷ: ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ର ଉଚ୍ଛାହପଦ ରହିବ । ପରିବାର ମଧ୍ୟରେ ସ୍ନେହ ର ବୃଦ୍ଧି ହେବ । ମହିଳାମାନେ ଗୃହ ଉପକରଣ ରହିବେ । ନୂତନ ସାମଗ୍ରୀ କ୍ରୟ କରି ପାରନ୍ତି । କୌଣସି କାର୍ଯ୍ୟ କରିବା ସମୟରେ ପରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ନିଶ୍ଚିତ ମଳିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହୋଇପାରେ। ଦମ୍ପତ୍ୟ ଜୀବନ ସୁଖ ଶାନ୍ତିରେ ପରିପୂର୍ଣ୍ଣ ରହିବ । ଆଜିର ଦିନକୁ ଶୁଭମୟ କରିବା ପାଇଁ କୌଣସି ଦିନଦୁଃଖୀଙ୍କୁ କିଛି ଦାନ କରନ୍ତୁ ।

ମିଥୁନ: ଆୟ ଓ ବ୍ୟୟ ସମାନ ରହିବ । ସ୍ୱାସ୍ଥ୍ୟରେ ଅବ ଉର୍ଣ୍ଣତି ଦେଖାଦେବ । କିଛି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଡାକ୍ତର ପରାମର୍ଶ ଲଢି ପାରନ୍ତି । ପଡ଼ୋଶୀଙ୍କ ସହ ମତାନ୍ତର ଘଟିପାରେ । କାର୍ଯ୍ୟ କ୍ଷେତ୍ରରେ କର୍ମ ସମ୍ପାଦନାରେ ବିଳମ୍ବ ଦେଖାଦେବ । ପିଲାମାନେ ବିଶୃଙ୍ଖଳିତ ହେବେ । ମାନସିକ ଚାପର ସମ୍ମୁଖିନ ହେବେ । ଆଜିର ଦିନକୁ ଶୁଭମୟ କରିବା ପାଇଁ ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ ।

କର୍କଟ: ମନବଳ ଦୃଢ ରହିବ । ଆର୍ଥିକ ସ୍ଥିତି ମଜୁବୁତ ରହିବ । ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିପୁର୍ଣ୍ଣ ରହିବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ଦାୟିତ୍ୱର ସହିତ ପୁର୍ଣ୍ଣ କରିବେ । ସମ୍ପୂର୍ଣ୍ଣ ଦିନ ଆପଣ କାର୍ଯ୍ୟ ବ୍ୟସ୍ତ ରହିବେ । କୌଣସି ଖୁସିର ଖବର ଶୁଣିବାକୁ ମିଳିପାରେ । ଆଜିର ଦିନକୁ ଶୁଭମୟ କରିବା ପାଇଁ ମା ଲକ୍ଷ୍ମୀଙ୍କ ଦର୍ଶନ କରନ୍ତୁ ।

ସିଂହ: ଆଜିର ସମ୍ପୂର୍ଣ୍ଣ ଦିନ ଟି ଖୁସି ଓ ଆନନ୍ଦରେ କଟିବ । ଦୂର ଯାତ୍ରା କରି ପାରନ୍ତି ।ଶରୀର ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ଯାହା ଇଚ୍ଛା କରିବେ ତାହା କରି ପାରିବେ । ଅଟକି ରହିଥିବା ଧନ ମିଳି ପାରେ। ବ୍ୟବସାୟରେ ଲାଭ ପ୍ରାପ୍ତ ହେବ । ଆଜିର ଦିନକୁ ଶୁଭମୟ କରିବା ପାଈଁ ଭଗବାନ ନୃସିଂହଙ୍କୁ ପ୍ରାଥନା କରନ୍ତୁ ।

କନ୍ୟା: ଆୟ ଉତ୍ତମ ରହିବ । ଶରୀର ସୁସ୍ଥ ରହିବ । ପାରିବାରିକ ଜୀଵନ ସୁଖମୟ ହେବ । ଆଇନ ଅଦାଲତ ରେ ଚାଲୁଥିବା କୌଣସି ନିର୍ଣ୍ଣୟ ଆପଣଙ୍କ ସପକ୍ଷରେ ଯାଇପାରେ । କୌଣସି ଖୁସିର ଖବର ଶୁଣିପାରନ୍ତି । ଆଜିର ଦିନକୁ ଶୁଭମୟ କରିବା ପାଈଁ ଗରିବଙ୍କୁ ଭୋଜନ କରାନ୍ତୁ ।

ତୁଳା: ଆୟ ଆଗ ଅପେକ୍ଷା ଭଲ ରହିବ । ବହୁ ଦିନରୁ ଚାଲୁଥିବା କୌଣସି ସମସ୍ୟାରୁ ସମାଧାନ ମିଳିବ । ବ୍ୟବସାୟରେ ଲାଭ ପ୍ରାପ୍ତ ହେବ । ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ଆଜିର ଦିନକୁ ଶୁଭମୟ କରିବା ପାଈଁ ଗୃହରେ ଥିବା ବୟସ୍କ ବ୍ୟକ୍ତିଙ୍କ ସେବା କରନ୍ତୁ ।

ବିଛା: କର୍ତ୍ତବ୍ୟ ନିଷ୍ଠା ରହିବେ । ଶରୀର ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ର ସହଜ ସରଳ ଓ ଆନନ୍ଦ ମୟ ରହିବ । ଆୟ ଭଲ ରହିବ । ଦୟାଳୁ ସ୍ଵଭାଵ ଦେଖାଦେବ । ପରିବାରିକ ଜୀବନରେ ସୁଖ ଶାନ୍ତି ରହିବ । ଆଜିର ଦିନକୁ ଶୁଭମୟ କରିବା ପାଈଁ ପିମ୍ପୁଡିକୁ କିଛି ଚିନି ଖାଇବାକୁ ଦିୟନ୍ତୁ ।

ଧନୁ: ପରିବାରିକ ଜୀବନ ଅତି ଉତ୍ତମ ରହିବ । ମନରେ ପ୍ରସନ୍ନତା ରହିବ । ଅତିରିକ୍ତ ଉର୍ଜାର ଅନୁଭବ କରିବେ । ଆୟର ବୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବ । କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ମାନ ପ୍ରତିଷ୍ଠାରେ ବୃଦ୍ଧି ହେବ ।ଆଜିର ଦିନକୁ ଶୁଭମୟ କରିବା ପାଈଁ ହନୁମାନ ଚାଲିଶାର ପାଠ କରନ୍ତୁ ।

ମକର: ଆପଣଙ୍କୁ କୌଣସି ସ୍ଥାନରୁ ଧନର ପ୍ରାପ୍ତି ହୋଇପାରେ । ମହିଳାମାନେ ଧର୍ମ କାର୍ଯ୍ୟରେ ଅଧିକ ମନ ଦେବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆପଣଙ୍କ ବ୍ୟବହାରରେ ସମସ୍ତେ ସନ୍ତୁଷ୍ଟ ରହିବେ । ଗୃହକୁ ଅତିଥିଙ୍କ ଆଗମନ ହେବ । ଆଜିର ଦିନକୁ ଶୁଭମୟ କରିବା ପାଇଁ ଦିନଦୁଃଖୀଙ୍କୁ କିଛି ସାହାଯ୍ୟ କରନ୍ତୁ ।

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ଅଧିକ ଲାଭ ପ୍ରାପ୍ତ ହେବ । କୌଣସି ଅଟକି ରହିଥିବା କାର୍ଯ୍ୟ ଆଜି ସମ୍ପୁର୍ଣ୍ଣ ହେବ । ପରିବାରିକ ଜୀବନ ଅତି ଉତ୍ତମ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଖୁସିର ଖବର ଶୁଣିବାକୁ ମିଳିପାରେ । ଆଜିର ଦିନକୁ ଶୁଭମୟ କରିବା ପାଇଁ ଚଉରାର ମାଟିକୁ ମୋଠାରେ ଧାରଣ କରନ୍ତୁ ।

ମୀନ: ପାରିବାରିକ ଜୀବନ ଅନୁକୂଳ ରହିବ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁରତା ବଢିବ । ବ୍ୟବସାୟରେ ଲାଭ ହେବ ।କୌଣସି ନୁଆଁ ମିତ୍ର ହୋଇପାରନ୍ତି । ଶରୀର ସୁସ୍ଥ ରହିବ । ମାନସିକ ଚିନ୍ତା ଦୂର ହେବ । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ଆଜିର ଦିନକୁ ଶୁଭମୟ କରିବା ପାଇଁ ଗ୍ରାମ ଦେବତୀ ଙ୍କ ନିକଟରେ ଦ୍ୱୀପଟିଏ ନିଶ୍ଚିତ ଜାଳନ୍ତୁ ।

!!ଜୟ ଜଗନ୍ନାଥ!!