19 ଜୁନ 2019, ବୁଧବାର :- ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ରହିବା, ପୂର୍ଣ୍ଣ ହେବ ମନୋସ୍କମାନ…

Spread the love

19 ଜୁନ 2019, ବୁଧବାର :- ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ରହିବା, ପୂର୍ଣ୍ଣ ହେବ ମନୋସ୍କମାନ…

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ଓ ପରିବାର ସହିତ ଅଧିକ ସମୟ ବିତେଇବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ । ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ । ସ୍ୱାସ୍ଥ୍ୟରେଉନ୍ନତି, ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ଅନ୍ୟର ଉପକାରକରି ପ୍ରଶଂସିତ ହେବେ । ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ ।

ବୃଷ: ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ମହାତ୍ଵା କାର୍ଯ୍ୟ ପୂରଣ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି, ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।

ମିଥୁନ: ପାରିବାରିକ ମାମଲାକୁ ନେଇ ଆପଣଙ୍କର ବ୍ୟସ୍ତତା ବଢ଼ିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । କାମକୁ ନେଇ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଆର୍ଥିକଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେକ୍ଷୋଭ ଓ ହତାଶଭାବ ଦେଖା ଦେବ । ଶରୀର ଭଲ ରହିବନାହିଁ । ଆୟଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀ ଗଣେଶ ।

କର୍କଟ: ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । କିଛି ନୂଆ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ କିନ୍ତୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ରାଜନୀତିରେ ସଫଳତା ମିଳିବ କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । ଅଚାନକ ଧନଲାଭ ହେବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ସିଂହ: ନିର୍ଦ୍ଦିଷ୍ଟ ସମୟ ଭିତରେ କାମ ସ˚ପୂର୍ଣ୍ଣ ହେବା ଯୋଗୁଁ ମନ ଶାନ୍ତ ରହିବ । ବ୍ୟବସାୟରେ ନୂତନଧାରା ଖୋଲିବେ । ସରକାରୀ ଚାକିରି ପାଇଁ ପ୍ରୟାସ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଆଜି ଶୁଭ ଖବର ମିଳିବ । ରାଜନୀତିରେ ସଫଳତା ମିଳିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନହେବ ଓ ଆୟରସ୍ରୋତ ବୃଦ୍ଧିହେବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ମିତ୍ରଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପୁରାତନ ରୋଗର ଉପସମ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା: ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡ଼କୁ ନଜରଦେଇ କାମକରିବା ଉଚିତ୍ । ଅତୀତର କୌଣସି ବିବାଦୀୟ ଘଟଣା ଜଟିଳ ଆଡକୁ ଗତିକରିବ । ଅପେକ୍ଷା କରୁଥିବାକାର୍ଯ୍ୟଟି ପୂରଣ କରିବାପାଇଁ କଷ୍ଟକରହେବ । ଗଲାକଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧି ପାଇବ । ପଡ଼ୋଶୀମାନେ ସ୍ୱାର୍ଥ ହାସଲ ପାଇଁ ବାକ୍ଚାତୁରୀ କଥାକହି କାର୍ଯ୍ୟ ହାସଲ କରିବେ । ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷସମୟ ଦେବାକୁ ପଡ଼ିବ । ରଖିଥିବାଧନ ଭିନ୍ନବାଟରେ ଖର୍ଚ୍ଚହୋଇଯିବ । ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଅନ୍ୟମନସ୍କ ରହିବେ । ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଲେ ଯଶପ୍ରାପ୍ତି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ତୁଳା: ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ । କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ମହିଳା ମାନଙ୍କର ଚାକିରି କ୍ଷେତ୍ରରେ ଉନ୍ନତି, ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ । ବେକାର ଥିବା ଯୁବକ ଯୁବତୀଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଦେବ ।

ବିଚ୍ଛା: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ । ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତିର ସହଯୋଗ ମିଳିବ । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । ସାମାଜିକ କାର୍ଯ୍ୟରେ ସହଯୋଗ କରିବେ । ରାଜନୀତି ସ୍ତରରେ ମାନ ହାନି ହୋଇପାରେ, ତେଣୁ ନିଜ କଥାବାର୍ତ୍ତାକୁ କାବୁରେ ରଖନ୍ତୁ, ଆବଶ୍ୟକତା ଠାରୁ ଅଧିକ କିଛି କଥାବାର୍ତ୍ତା କରନ୍ତୁ ନାହିଁ । ପାରିବାରିକ ଜୀବନରେ ଖୁସିର ଲହରୀ ଖେଳିବ, ଅର୍ଦ୍ଧାଙ୍ଗିନୀ ଠାରୁ ଉପହାର ପାଇବେ । ମହିଳାମାନେ ସାମାନ୍ୟ ଅସ୍ୱାସ୍ଥ୍ୟ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

ଧନୁ: କଳା,ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସମସ୍ତକର୍ମ ବହୁତ କଷ୍ଟରେ ହିଁ ସମ୍ପନ୍ନହେବ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ମହିଳାମାନଙ୍କର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବିଦ୍ୟାକ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ମକର: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ । ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟ ପାଇଁ ଭଲ ଅବସର ମିଳିବ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । କାହାରିକୁ ଉଧାର ଦିଅନ୍ତୁ ନାହିଁ । ରାଜକୀୟ ମାମଲାରେ ସଫଳତା ମିଳିବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ଦୂରଯାତ୍ରା କରି ମନ ଖୁସି ରହିବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ । ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ଦିମାକରେ ଯେଉଁ ବିଚାର ଆସିବ ତାହା ସଫଳ ହେବ କିନ୍ତୁ ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ପ୍ରିୟଜନଙ୍କ ସହିତ ମିଳନ ଯୋଗ ରହିଛି । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ବିଦ୍ୟାର୍ଥୀମାନେ ପ୍ରତିଯୋଗୀ ପରୀକ୍ଷା ପ୍ରସ୍ତୁତି ପାଇଁ ଆଗ୍ରହ ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ କଟକଚଣ୍ଡୀ ।

ମୀନ: ଶିଳ୍ପ, ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଯଶ ପାଇବେ । ବିଦ୍ୟାରେ ଉନ୍ନତିହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ । ମହିଳାମାନେ ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଓ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ରାଜନୀତିରେ ଲୋକସମ୍ପର୍କ ବଢ଼ିବ । ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ଗୃହବାହନ ପ୍ରାପ୍ତି ହେବ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ତାରିଣୀ ।