୧୯ ମାର୍ଚ୍ଚ ୨୦୧୯ ମଙ୍ଗଳବାର ରାଶିଫଳ: ଏହି ପାଞ୍ଚଟି ରାଶି ବ୍ୟକ୍ତିଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକଃ ରହିବ, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା । ଆସନ୍ତୁ ଜାଣିବା ଆଜିର ରାଶିଫଳ

Spread the love

୧୯ ମାର୍ଚ୍ଚ ୨୦୧୯ ମଙ୍ଗଳବାର ରାଶିଫଳ: ଏହି ପାଞ୍ଚଟି ରାଶି ବ୍ୟକ୍ତିଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକଃ ରହିବ, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା । ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ପରିବାରର ବରିଷ୍ଠ ସଦସ୍ୟଙ୍କ ଆଶୀର୍ବାଦ ପାଇବେ । ପ୍ରତିଟି କାର୍ଯ୍ୟରେ କୃତକାର୍ଯ୍ୟ ହେତୁ ମନ ବହୁତ ପ୍ରଫୁଲ୍ଲ ରହିବ । ଚାକିରୀ କ୍ଷେତ୍ରରେ ମଧ୍ୟ ଭଲ ସ୍ଥିତି ରହିବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଦୂରଯାତ୍ରାର ସୁଯୋଗ ପାଇବେ । ମାନସିକ ଦୁଃଶ୍ଚିନ୍ତା ଠାରୁ ଦୁରେଇ ରହିବେ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଦୂରଯାତ୍ରାର ସୁଯୋଗ ପାଇବେ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

ବୃଷ: ଧାର୍ମିକ କାର୍ଯ୍ୟରେ ଧ୍ୟାନ ନିବେଶ କରିବେ ଓ ମନକୁ ଶାନ୍ତି ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । କିଛି ନୂଆ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ କିନ୍ତୁ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ରାଜନୀତିରେ ସଫଳତା ମିଳିବ କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । ଅଚାନକ ଧନଲାଭ ହେବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ: ଆଜି ଆପଣ ଦିନଟି ସକାରାତ୍ମକ ଊର୍ଜା ଅନୁଭବ କରିବେ । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଚାକିରୀ କରୁଥିବା ବ୍ୟକ୍ତିମାନେ ନିଜ କାର୍ଯ୍ୟଦକ୍ଷତା ବଳରେ, ସମସ୍ତଙ୍କ ପ୍ରିୟପାତ୍ର ହେବେ ଓ ପ୍ରଶଂସାର ପତ୍ର ହେବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କର୍କଟ: ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ସମ୍ପର୍ଣ୍ଣ ରହିବ । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ରାଜନୀତିରେ ଆର୍ଥିକ ଲାଭ ହେବ । ଆର୍ଥିକଦିଗରୁ ସୁବିଧାହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ଆୟଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସୂର୍ଯ୍ୟଦେବ ।

ସିଂହ: ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଇଚ୍ଛା ପୂରା କରିବା ଲାଗି ପ୍ରୟାସ‌େର ବାଧା ଆସିପାରେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

କନ୍ୟା: ଆଜି ସବୁ କାମ ଆପଣଙ୍କର ମନ ମୁତାବକ ହୋଇପାରେ କିନ୍ତୁ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ ନାହିଁ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ । ଋଣମୁକ୍ତି ହେବେ ଓ କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ମହିଳାମାନେ ନିଜ କାର୍ଯ୍ୟ ବ୍ୟସ୍ତ ରହିବେ ଓ କିଛି ନୂଆ ଧାତୁ ନିର୍ମିତ ଜିନିଷ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

ତୁଳା: ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ । ଶତ୍ରୁମାନେ ଆପଣଙ୍କ କ୍ଷତି କରିବାକୁ ଚାହୁଁ ଥିଲେ ମଧ୍ୟ କିଛି କରି ପାରିବେ ନାହିଁ । ଦାମ୍ପତ୍ୟଜୀବନ ସୁଖରେ କଟିବା । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

ବିଛା: ଭାଗ୍ୟର ସହଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା, ଫଳରେ ଦିନଟି ହସ ଖୁସିରେ ବିତିବ । ବ୍ୟବସାୟୀଙ୍କୁ ବ୍ୟବସାୟ କ୍ଷେତ୍ରରୁ ଧନଲାଭ ହେବ । ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ସୁସ୍ଵାଦ ଖାଦ୍ୟ ଭୋଜନ କରିବେ । ମହିଳାମାନେ ଉଚିତ୍ପନ୍ଥା ଗ୍ରହଣ କରିବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅନ୍ୟମନସ୍କ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ଧନୁ: ସାରାଦିନ ଅଶାନ୍ତି ମୁକ୍ତ ରହିବେ । ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ କିନ୍ତୁ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । ମାଲିମକଦ୍ଦମାରେ ସଫଳତା ମିଳିବ । ପରିବାରରେ ମନାମାଳିନ୍ୟ ଦେଖା ଦେଇପାରେ । ଯାହାଫଳରେ ଦାମ୍ପତ୍ୟ ପ୍ରତିଦିନ ପରି ସୁଖ ରହିବ ନାହିଁ ।ବନ୍ଧୁଙ୍କ ମେଳରେ ଆପଣଙ୍କ ମାନସମ୍ମାନ ବଢ଼ିବ । ପାଠପଢା କ୍ଷେତ୍ରରେ, ପରୀକ୍ଷା, ପ୍ରତିଯୋଗିତା, ଓ କ୍ଷେତ୍ରରେ ଅଶାନ୍ତି ରହିବ ଆଜି ଦିନଟି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ମକର: ଦିନଟି ଖୁସି ଭରା ରହିବ । ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସନ୍ତୋଷ ଓ ଅର୍ଥାଗମ ହେବ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ପ୍ରେମ ସମ୍ବନ୍ଧ ଭଲ ରହିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

କୁମ୍ଭ: ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରିବେ । ନାନା ସମସ୍ୟାର ସମାଧାନ ହେବ । କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ପୁରୁଣା ମିତ୍ରଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ପ୍ରଭୁ ହନୁମାନ ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବହୁତ ଜଟିଳ ସମସ୍ୟାର ବୁଦ୍ଧିମତାର ସହ ସମାଧାନ କରିନେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବାସହ ବ୍ୟୟ ଅଧିକ ହେବ । ପରିବାରରେ ମନାମାଳିନ୍ୟ ଦେଖାଦେବ । ବନ୍ଧୁଙ୍କ ସହଯୋଗରେ ଧନଲାଭ ଯୋଗ ରହିଛି । ନିଜର ଯୋଜନାମୁତାବକ କାମକଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ରାଜନୀତି କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।