୧୯ କୋଟି ପାନ କାର୍ଡ ହେଇପାରେ ରଦ୍ଦ ! ଆସନ୍ତୁ ତାହାର କାରଣ ଜାଣିବା ।

ମାର୍ଚ୍ଚ ୩୧ ପରେ ୧୯ କୋଟି ପାନ କାର୍ଡ ହେଇଯିବ ରଦ୍ଦ ।
ଆୟକର ବିଭାଗ ୩୧ ମାର୍ଚ୍ଚ ପରେ ରଦ୍ଦ କରିଦେବେ ୧୯ କୋଟି ପାନ୍ କାର୍ଡ । ଏହା ଏଥି ଯୋଗୁଁ ହେଉଛି କାରଣ ସେମାନେ ଏବେ ପର୍ଯ୍ୟନ୍ତ ପାନ୍ କାର୍ଡକୁ ଆଧାର ସହ ଲିଙ୍କ କରିନାହାନ୍ତି । ଏବେ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରିବା ଜରୁରୀ ହେଇଗଲା । ଏଥିପାଇଁ ସୁପ୍ରିମ କୋର୍ଟ ମଧ୍ୟ ସମୟସୀମା ନିର୍ଦ୍ଧାରିତ କରିଦେଲେ ।
୪୨ କୋଟି ଲୋକଙ୍କ ପାଖରେ ପାନ୍ କାର୍ଡ –
ଏବେ ପର୍ଯ୍ୟନ୍ତ ଆୟକର ବିଭାଗ ଦେଶରେ ୪୨ କୋଟି ଲୋକଙ୍କ ପାନ୍ କାର୍ଡ ଜାରି କରିସାରିଛନ୍ତି । ଏବେ ପର୍ଯ୍ୟନ୍ତ କେବଳ ୨୩ କୋଟି ଲୋକଙ୍କର ହିଁ ପାନ୍ କାର୍ଡ ଆଧାର ସହିତ ଲିଙ୍କ ହେଇଛି । ଉଚ୍ଚ ନ୍ୟାୟାଳୟ ପାନ୍ କାର୍ଡ କୁ ଆଧାର ସହିତ ଲିଙ୍କ କରିବାପାଇଁ ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରଖିଛନ୍ତି ।
ନିଜ ପାନ୍ କାର୍ଡର ଷ୍ଟାଟସ୍ ଏଭଳି ଜାଣନ୍ତୁ –
ଆପଣଙ୍କର ପାନ୍ କାର୍ଡ ଆଧାର ସହ ଲିଙ୍କ ହେଇଛି ନା ନାହିଁ ତାହା ସହଜରେ ଜାଣିହୁଏ । ଯଦି ଆପଣ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଆୟକର ବିଭାଗର ୱେବ୍ସାଇଟ କୁ ଯାଇ ଏହାର ଷ୍ଟାଟସ୍ ଜାଣିପାରିବେ ।
ଏହି process କୁ follow କରନ୍ତୁ –
ସର୍ବ ପ୍ରଥମେ ଆପଣଙ୍କୁ ଆୟକର ବିଭାଗର ୱେବ୍ସାଇଟ incometaxindiaefiling.gov.in କୁ ଯିବାର ଅଛି ।
ଏଠାରେ Know Your PAN ଲେଖା ର option ଥିବ ଏହା click କରିବା ପରେ ଗୋଟିଏ ୱିଣ୍ଡ ଖୋଲିବ ।
ଏଥିରେ sure name, name, state, gender, DOB ଓ ରେଜିଷ୍ଟ୍ର ମୋବାଇଲ ନମ୍ବର ଦେବାକୁ ହେବ । ଆପଣଙ୍କୁ ଆପଣଙ୍କ ମୋବାଇଲ୍ ନମ୍ବର ରେ ଗୋଟିଏ OTP ପଠାଯାଇଥାଏ ।
OTP କୁ ସେହି ୱିଣ୍ଡ ରେ ଲେଖି submite କରିବାର ଅଛି ।
ଏହାପରେ ଆପଣଙ୍କ ସାମ୍ନାରେ ଆପଣଙ୍କ ପାନ୍ ନମ୍ବର, ନାମ, Citizen, ୱାର୍ଡ ନୁମ୍ବର ଓ ରିମାର୍କ ଆଦି ଦେଖାଇବ ।
ରିମାର୍କ ରେ ଲେଖା ହୋଇଥିବା ଆପଣଙ୍କ ପାନ୍ କାର୍ଡ active ଅଛି ନା ନାହିଁ ।
ଏଭଳି କରାନ୍ତୁ ଲିଙ୍କ –
ଆୟକର ବିଭାଗର ଇ-ଫିଲିଙ୍ଗ ୱେବ୍ସାଇଟ (www.incometaxindiaefiling.gov.in)କୁ ଇଣ୍ଟରନେଟରେ ଖୋଲନ୍ତୁ ।
ଏଠାରେ ବାମ ପଟେ ଲାଲ ରଙ୍ଗ ରେ link adhaar ଉପରେ click କରନ୍ତୁ ।
ଯଦି ଆପଣଙ୍କର ଆୟକର ଆକାଉଣ୍ଟ ନହେଇଥିଲେ ତେବେ ପଞ୍ଜିକରଣ କରିଦିଅନ୍ତୁ ।
ଲୋଗ-ଇନ କରିବା ତୁରନ୍ତ page ଖୋଲିବ, ଯେଉଁଥିରେ ଉପରେ ଦିଶୁଥିବା ନୀଳ ଚିହ୍ନ ରେ ପ୍ରୋଫାଇଲ setting choice କରନ୍ତୁ ।
ପ୍ରୋଫାଇଲେ setting ରେ ଆପଣଙ୍କୁ ଆଧାର କାର୍ଡ କୁ ଲିଙ୍କ କରିବାପାଇଁ ଗୋଟିଏ option ଦେଖାଇବ । ଏହାକୁ select କରିଦିଅନ୍ତୁ ।
ଏଠାରେ ଦିଆଯାଇଥିବା ସେକ୍ସନ ରେ ନିଜର ଆଧାର ନମ୍ବର ଓ ଦିଆଯାଇଥିବା କେପ୍ଚା କୋଡ଼ ଲେଖନ୍ତୁ ।
ତଥ୍ୟ ଲେଖିବା ପରେ ତଳେ ଲେଖା ଯାଇଥିବା link adhaar option କୁ click କରନ୍ତୁ ।