19 ଫେବୃଆରୀ 2019 ମଙ୍ଗଳବାର – ଏହି ତିନିଟି ରାଶି ବ୍ୟକ୍ତିଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକଃ ରହିବ, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

Spread the love

19 ଫେବୃଆରୀ ମଙ୍ଗଳବାର ରାଶିଫଳ: ଏହି ତିନିଟି ରାଶି ବ୍ୟକ୍ତିଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକଃ ରହିବ, ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା । ଆସନ୍ତୁ ଜାଣିବା ଆଜିର ରାଶିଫଳ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ । ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ପାଇଁ ଉଭୟ ଭଲ ମନ୍ଦର ମିଶ୍ରଣ ରହିବ । ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିନ୍ତୁ । ପାରିବାରିକ ଜୀବନ ସୁଖ ଶାନ୍ତିରେ ଭରା ରହି ବ। ବନ୍ଧୁଙ୍କର ଆଜି ପୂରା ସହଯୋଗ ମିଳିବ । ଆପଣଙ୍କୁ ନୂଆ ସ୍ରୋତରୁ ଧନଲାଭ ହୋଇପାରେ । କମ ସଫଳତା ମିଳିବାରୁ ନିରାଶା ହୋଇପାରନ୍ତି । ସନ୍ତାନମାନଙ୍କ ବିଷୟରେ ଚିନ୍ତା ହୋଇପାରେ । ସରକାରୀ କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ । ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବା ପାଇଁ ବହୁତ ଭଲ ଯୋଗ ଅଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଆଜି ଆପଣଙ୍କର ବଡ଼ ସ୍ୱପ୍ନ ପୂରା ହୋଇଯିବ । ଆପଣଙ୍କ ଆଖପାଖରେ ଲୋକ ଆପଣଙ୍କ ମଧୁର ବ୍ୟବହାରକୁ ଦେଖି ଆଶ୍ଚର୍ଯ୍ୟ ହେବେ । ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ । ଆର୍ଥିକ ପକ୍ଷ ମଜଭୁତ ହେବ । ବିଦେଶ ଯିବା ପାଇଁ ଯୋଜନା କରିବେ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି । ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସଂକେତ ମିଳିବ । ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

ମିଥୁନ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ ସଫଳତା ନିଶ୍ଚୟ ମିଳିବ କିନ୍ତୁ ବ୍ୟବସାୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ପାରିବାରିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ । ଚାକିରୀରେ ପ୍ରମୋସନର ଯୋଗ ଅଛି । ଜୀବନସାଥୀ ଓ ସମ୍ପର୍କୀୟ ଲୋକଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ । ରାସ୍ତାରେ ଯିବା ସମୟରେ ଟ୍ରାଫିକ ନିୟମ ମାନନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ: ଆପଣଙ୍କ ଭାବନା ସକାରାତ୍ମକ ରହିବ । ନୂଆ ଯୋଜନାର ସୂତ୍ରପାତ ହେବ । ବ୍ୟବସାୟରେ ଆଶାତୀତ ଲାଭବାନ ହେବେ । ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ । ଅଫିସରେ କୌଣସି ପୁରସ୍କାର ବା ପ୍ରଶଂସା ମିଳିପାରେ । ପ୍ରତିଟି ପରିସ୍ଥିତିରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ସମ୍ପର୍କୀୟ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ଚେଷ୍ଟା କରିବେ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ରାଜାତିନିତିରେ ଲୋକସମ୍ପର୍କ ବୃଦ୍ଧି ହେବ । ମହିଳାମାନେ ଅଫିସରେ ପ୍ରଶଂସିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ସି˚ହ: ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ । ଆଗକୁ ବଢ଼ିବା ଲାଗି ପରିବାରର ପୂରା ସହଯୋଗ ମିଳିବ । କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳ ହେବେ । ସରକାରୀ କର୍ମଚାରୀଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତରଫରୁ ପ୍ରଶଂସିତ ମିଳିବ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ । ସାମାଜିକ କାର୍ଯ୍ୟରେ ଯୋଶ ପ୍ରାପ୍ତି ହେବ । ବିଦ୍ୟାର୍ଥିମାନେ ପାଠପଢ଼ାରେ ସମ୍ୟକ ଅବହେଳା କରିବେ । ମହିଳାମାନେ ବେଶ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

କନ୍ୟା: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ । ପରିବାର ଲୋକଙ୍କ ସହିତ ସମୟ କଟାଇବେ ।ପରିଶ୍ରମ ଦ୍ୱାରା ଆମଦାନି ବୃଦ୍ଧି କରାଇବେ । ବରିଷ୍ଠ ନାଗରୀକମାନଙ୍କ ସହଯୋଗ ପ୍ରାପ୍ତ କରିବେ । ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ପ୍ରେମ ସମ୍ବନ୍ଧରେ କୌଣସି ମନୋକାମନା ପୂରଣ ହେବ । ମଉଜ-ମସ୍ତୀ ଏବଂ ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ବିଶେଷ ରୁଚି ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀ ଗଣେଶ ।

ତୁଳା: ବ୍ୟବସାୟ ପାଇଁ ଭଲ ଅବସର ମିଳିବ । ଆପଣଙ୍କ ଦୃଢ଼ତା ଏବଂ ଧୌର୍ଯ୍ୟ ଆପଣଙ୍କ ପାଖରେ ଥିବା ଲୋକ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ଏବଂ ଆପଣଙ୍କର ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ । କୌଣସି ସମାରୋହକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ସାମାଜିକ ଓ ରାଜନୀତି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ମହିଳାମାନେ ନିଜ କାର୍ଯ୍ୟରେ ଅବହେଳା କରିବେ । ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ । ଶୁଭରଙ୍ଗ: ନୀଳ । ଆରାଧନା: ସୂର୍ଯ୍ୟଦେବ ।

ବିଛା: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ । ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବା‌ରେ ସକ୍ଷମ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଅଫିସ କାର୍ଯ୍ୟାଳୟରେ ଆପଣଙ୍କ କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟକୁ ଦେଖି ଉଚ୍ଚାଧିକାରୀ ପ୍ରଶଂସା କରିବେ । କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ: ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ବୃତ୍ତିଗତ ଦୃଷ୍ଟିରୁ ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ନୂଆ କାମର ଯୋଜନା କରିପାରନ୍ତି । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ବ୍ୟବସାୟରେ ବଡ଼ ଅର୍ଡର୍ ମିଳିବ । ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ । ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ମକର: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ମନର କଥା କାହାରିକୁ କହିବେ । ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ଚିନ୍ତିତ ରହିବେ । ନୂତନ କର୍ମ ପ୍ରାପ୍ତି ହେବ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ନିଜ ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ । ବ୍ୟବସାୟରେ ଲାଭ ଓ କ୍ଷତି ଦେଖାଦେବ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । କୌଣସି ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ । ଅଫିସରେ କାମର ବୋଝ ବଢ଼ିବ। ଆର୍ଥିକ ପକ୍ଷ ଦୁର୍ବଳ ହେବାରୁ ପରିବାରରେ ଅଶାନ୍ତି ଦେଖାଦେବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । ଦାମ୍ପତ୍ୟ ସୁଖ ବୃଦ୍ଧିହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ଭୈରବୀ ।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତହେବେ । ପ୍ରିୟବନ୍ଧୁଙ୍କ ସହିତ ଭ୍ରମଣ ସୁଖଦ ଓ ଆନନ୍ଦଦାୟକ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ଭଲ ହେବ । ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।