19 ଅପ୍ରେଲ 2019, ଶୁକ୍ରବାର – ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ମାନସମ୍ମାନ ବୃଦ୍ଧି ହେବ…..

Spread the love

19 ଅପ୍ରେଲ 2019, ଶୁକ୍ରବାର – ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ମାନସମ୍ମାନ ବୃଦ୍ଧି ହେବ…..

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : ଆପଣ, ପୂରାଦିନ ଆନନ୍ଦ ଉଲ୍ଲାସରେ କାଟିବା । ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ବ୍ୟବସାୟରେ ସଫଳତା, ଆର୍ଥିକ ଉନ୍ନତିରେ ବୃଦ୍ଧି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ । ପିତାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ । ମହିଳା ମାନେ କର୍ମକ୍ଷେତ୍ରରେ ଉନ୍ନତି କରିବେ । ପ୍ରେମ କ୍ଷେତ୍ରରେ ପ୍ରେମିକ ଓ ପ୍ରେମିକାମାନେ ସଫଳତା ଲାଭ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ଘରୋଇ କର୍ମଚାରୀମାନେ ଦ୍ରୁତଗତିରେ କାର୍ଯ୍ୟ କରି ଆୟ ଅଧିକ ହେବେକୁ ଚେଷ୍ଟା କରିବେ । ରାଜନୈତିକ ମହତ୍ତ୍ବାକା˚କ୍ଷା ପୂରା ହେବ । ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବୃଷ : ଆପଣଙ୍କ ଲାଗି ଦିନଟି ଭଲ ରହିବ । ଭାତୃବିବାଦ, ଜମିବାଡ଼ି ଓ ଘରଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଦାମ୍ପତ୍ୟ କଳହ ଦୂର ହେବ । ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । କୃଷିଜିବୀମାନେ ଉତ୍ସାହିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ସାମାଜିକ କ୍ଷେତ୍ରରେ ଯଶ ମିଳିବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ ।

ମିଥୁନ : ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ପାରିବାରିକ ମାମଲା ବହୁତ ଶାନ୍ତି ପୂର୍ଣ୍ଣ ରହିବ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ । ସରକାରୀ ନେଣଦେଣରୁ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ । ବିରୋଧୀ ଆପଣଙ୍କ ସମ୍ମୁଖରେ ନତ ମସ୍ତକ ରହିବେ । ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେକ୍ଷୋଭ ଓ ହତାଶଭାବ ଦେଖା ଦେବ । ଶାରୀରିକ ଅସୁସ୍ଥତା ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

କର୍କଟ : ମନରେ ଲାଗି ରହିଥିବା ନକାରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ । ବ୍ୟବସାୟିକ କଥାବାର୍ତ୍ତା ଲାଗି ଦୂରସ୍ଥାନକୁ ଯାଇପାରନ୍ତି । ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧିହେବ। ନୂତନ ନିଯୁକ୍ତିର ସୁଯୋଗ ପାଇବେ । ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ପରାଜିତ ହେବେ । ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀହେବେ । ମହିଳାମାନେ ଅନ୍ୟମାନଙ୍କ କାମରେ ମନ ଦେଇ ନିଜ କାମକୁ ଅବହେଳା କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ କଟକଚଣ୍ଡୀ ।

ସିଂହ : ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ମିଳିବ । ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । ରାଜନୈତିକ ମହତ୍ୱଆକାଂକ୍ଷା ପୂରା ହେବ ଓ ଉଚ୍ଚପ୍ରଶଂସିତ ହେବେ । ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢ଼ିବ । ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ । ଆପଣଙ୍କର ନୂଆ ଲୋକଙ୍କ ସହିତ ପରିଚୟ ହେବ । ପ୍ରତିଯୋଗିତାରେ ସଫଳତା ପାଇବେ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା : ମନୋସ୍କାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ । ବ୍ୟବସାୟୀମାନେ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଶତ୍ରୁହାନୀ, ଉଚ୍ଚପ୍ରଶଂସା ଲାଭ, ମାଳିମକଦ୍ଦମାରେ ଜୟ, ଦମ୍ଭସାହାସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସଂବାଦ ଶ୍ରବଣକରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ରାଜନୀତିଜ୍ଞମାନେ ପ୍ରସଂଶିତ ହେବେ । ମହିଳାମାନେ ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ନାରାୟଣୀ ।

ତୁଳା : ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ମନରେ ସକାରାତ୍ମକ ବିଚାର ଆସିବ । ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ । ସାମାଜିକ ସମାରୋହରେ ଯୋଗ ଦେବାର କରିବାର ସୁଯୋଗ ମିଳିବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ କରିବେ, ସମସ୍ତ ସମସ୍ୟା ଦୂର ହେବ, ଆର୍ଥିକ ସଙ୍କଟ ଦୂର ହେବ ଓ ଉଚ୍ଚ ଆଶାରେ ଆଗେଇବେ । ରାଜନୀତିରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଫାଇଦା ଉଠାଇ ଅନୁତାପ କରିପାରନ୍ତି । ଧନପ୍ରାପ୍ତିର ସୁଯୋଗ ଥିଲେ ମଧ୍ୟ ବ୍ୟୟ ଅଧିକ ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ଶରୀରପୀଡ଼ା କଷ୍ଟକର ହେବ । ମହିଳାମାମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

ବିଛା: ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ଭଲ ରହିବ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ଟଙ୍କାର ଆବଶ୍ୟକତା ପୂରଣ ହେବ । କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ଅଫିସରେ ଅଧିକାରୀ କାମରେ ପ୍ରସନ୍ନ ରହିବେ । ରାଜନୀତିରେ ସଫଳତା ପାଇବେ । କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରାତାରିଣୀ ।

ଧନୁ: ଆପଣଙ୍କର ମନୋଭାବ ହାସ୍ୟସ୍ପଦ ରହିବ । ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ । କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ରାଜନୀତିରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଅଶାନ୍ତି ଭୋଗିବେ । ଶାରିରୀକ ଅସୁସ୍ଥତା ଦେଖା ଦେବ। ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ଦାଗ ଆସିବ । ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ଅଶାନ୍ତି ହେବେ । ବିବାହିତାଙ୍କୁ ପାରିବାରିକ ସୁଖ ମିଳିବ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଭୈରବୀ ।

ମକର: ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଅଚାନକ ଧନଲାଭ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । କୃଷିଜୀବିମାନେ ସାମାନ୍ୟ ଚେଷ୍ଟାକଲେ ଭଲ ଫଳ ପାଇବେ । ପ୍ରେମିକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଦାମ୍ପତ୍ୟ ଜୀବନ ବଢିଆ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ । ସ୍ଥଗିତ ଥିବା କାମ ଲୋକଙ୍କ ସାହାଯ୍ୟ ପାଇ ପୂରା କରିବେ । ନିଜ ବ୍ୟବହାର ଦ୍ୱାରା ଅନ୍ୟକୁ ମୋହିତ କରିପାରିବେ । ଆପଣଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ରାଜନୀତିରେ ଲାଭ ମିଳିବ । କୃଷିଜୀବିମାନେ ନିଜ କର୍ମରେ ଲିପ୍ତ ରହିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ବଜାୟ ରହିବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ମହିଳାମାନେ ବ୍ୟବସାୟରେ ସଫଳ, ମାନସିକ ଶାନ୍ତି କର୍ମରେ ସ୍ଥିରତା ଯୋଗେ ଖୁସିହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରାତାରିଣୀ ।

ମୀନ: କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବାଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । କର୍ମକ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ଟଙ୍କା ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲାର ସମାଧାନ ହୋଇଯିବ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ରାଜନୀତି କ୍ଷେତ୍ରରେ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି। ଶୁଭରଙ୍ଗ: ଧଳା । ଆରାଧନା: ହାର ଗୌରୀ ।