18 ଜାନୁଆରୀ 2019 ଶୁକ୍ରବାର – ଏହି ୪ ରାଶିକୁ ଖୁବ ଖୁସି ମିଳିବ

Spread the love

ମେଷ: କାମ ଓ ପରିଶ୍ରମରୁ ଆପଣଙ୍କୁ ଫାଇଦା ମିଳିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଶାରୀରିକ ପୀଡ଼ା ବୃଦ୍ଧି ପାଇବ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଆଜିର ଗ୍ରହଯୋଗ ଆପଣଙ୍କ ପାଇଁ ଅନୁକୂଳ । କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ । ବେପାର ଉଦ୍ୟୋଗରେ ଯଥା ସମୟରେ ଉଚିତ ନିର୍ଣ୍ଣୟ ନେବେ । ସୁଖ, ସମ୍ପତ୍ତି ଲାଭ ଓ ପ୍ରିୟଜନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହେବ । ଚାକିରୀ କ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ରାଜନୈତିକ ମାହାତ୍ତ୍ଵାକାଂକ୍ଷା ପୂରଣ ହେବ । ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଜୟଲାଭ ହେବ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସଙ୍କଟ ତାରିଣୀ ।

ମିଥୁନ: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଅନେକ ଶୁଭକର୍ମରେ ଯୋଗ ଦେବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାର କ୍ଷେତ୍ରରେ ଦ୍ୱନ୍ଦ୍ୱ ଦେଖାଦବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ପାର୍ବତୀ ।

କର୍କଟ: କାମର ବୋଝରୁ ଆପଣ ଟିକେ ଅଶାନ୍ତିରେ ରହିବେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ରାଜନୈତିକ ଜୀବନ ଝଡ଼ ଝଞ୍ଜାମୟ ହେବାର ସମ୍ଭାବନା ରହିଛି । ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧ ମଜଭୁତ ହେବ । ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି । ମହିଳାମାନେ ଅନ୍ୟମାନଙ୍କ କାମରେ ମନ ଦେଇ ନିଜ କାମକୁ ଅବହେଳା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ: ଆପଣଙ୍କ ଭାବନା ସକାରାତ୍ମକ ରହିବ । ରଚନାତ୍ମକ କାମରୁ ପ୍ରତିଫଳ ମିଳିବ । ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ । କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ବ୍ୟୟ ଅପେକ୍ଷା ଆୟ ଅଧିକହେବ । ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ସୁଯୋଗ ପ୍ରାପ୍ତି ହେବ । ରାଜନୀତିରେ ଉଚ୍ଚପ୍ରଶଂସିତ ଓ ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ମାଲି-ମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢ଼ିବ । ମହିଳାମାନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଧାର୍ମିକ ପ୍ରବୃତ୍ତି ବୃଦ୍ଧି ହେବ । ଅଧିକ ସମୟ ଉପବାସ ରହନ୍ତୁ ନାହିଁ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକହେବା ଫଳରେ ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧିହେବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଦେଖାଦେଲେ ମଧ୍ୟ ଆୟ ବଢ଼ିବ । କୃଷିଜୀବିମାନଙ୍କର ସମସ୍ତ ସମସ୍ୟା ଦୂର ହୋଇ ସୁଖ-ଶାନ୍ତିରେ ଦିନଟି କାଟିବେ । ଯେକୌଣସି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଶତ୍ରୁହାନୀ, ଉଚ୍ଚପ୍ରଶଂସା ଲାଭ, ମାଳିମକଦ୍ଦମାରେ ଜୟ, ଦମ୍ଭସାହାସ ବୃଦ୍ଧି, କ୍ଷମା ଗୁଣରେ ଯଶପ୍ରାପ୍ତି, ସୁସଂବାଦ ଶ୍ରବଣ କରିବେ । ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ବାବା ଗୁପ୍ତେଶ୍ଵର ।

ତୁଳା: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ରାଜନୀତିରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଫାଇଦା ଉଠାଇ ଅନୁତାପ କରିପାରନ୍ତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ବିଜୟୀ ହେବେ । ମନରେ ଶାନ୍ତି, ଭୟ ସତ୍ତ୍ୱେ ସମସ୍ତ କାର୍ଯ୍ୟରେ ଜୟ ହେବ । ଛାତ୍ର ଛାତ୍ରୀମାନଙ୍କର ପଢ଼ାପଢ଼ିରେ ମାନସିକ ଶାନ୍ତି ଦେଖାଦେବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ମହିଳାଙ୍କୁ କୌଣସି ଜିନିଷ କିଣିବାରେ ଫାଇଦା ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ କଟକଚଣ୍ଡୀ ।

ବିଛା: କ୍ୟାରିୟର ସମ୍ବନ୍ଧିତ କୌଣସି ମାମଲାର ସମାଧାନ ହେବ । ନିକଟସ୍ଥ ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା କରିବେ । ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ରାଜନୀତିରେ ଥିବା ବ୍ୟକ୍ତି ସଜାଗ ହୋଇରହିବ ଦରକାର ନଚେତ ମାନହାନି ଘଟି ପରେ । ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ଧନୁ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ । ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ । କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ରାଜନୀତିରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । କୃଷିଜିବୀମାନେ ମାଲି ମୋକଦ୍ଦମାରେ ଜୟ ହେବ ଓ ହସ ଖୁସିରେ ସମୟ ବିତିବ । ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଅନ୍ୟମନସ୍କ ରହିବେ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର: ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ରାଜନୈତିକ କ୍ଷେତ୍ରରେ ଠିକ୍ ନିଷ୍ପତି ନେବେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ପ୍ରାପ୍ତିହେବ । କୃଷିଜୀବିମାନେ ସାମାନ୍ୟ ଚେଷ୍ଟାକଲେ ଭଲ ଫଳ ପାଇବେ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂ ଳ। ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ଜଗନ୍ନାଥ ।

କୁମ୍ଭ: ବ୍ୟବସାୟ ଲାଗି ନୂଆ ପ୍ରସ୍ତାବ ପାଇବେ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । ସମ୍ମାନିତ ଲୋକଙ୍କ ସହିତ ମିଶିବେ । ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ । ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ମହିଳାମାନେ ବ୍ୟବସାୟରେ ସଫଳ ହେବେ ଓ ମାନସିକ ଶାନ୍ତି ସ୍ଥିରତା ରହିବ । ଜୀବନସାଥୀଙ୍କ ଠାରୁ ଖୁସି ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ମୀନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ବ୍ୟବସାୟରେ ଫାଇଦା ହୋଇପାରେ । ଘରକୁ ନୂଆ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ବାତାବରଣ ଦେଖାଦେବ । ମହିଳାମାନଙ୍କ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଦେହ ପୀଡ଼ା, କଳହ ଓ କେତେକ ଦ୍ରବ୍ୟନଷ୍ଟ ହୋଇପାରେ । ଯୁବକ ଯୁବତୀମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଛାତ୍ର ଛାତ୍ରୀମାନେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।