18 ଫେବୃଆରୀ 2019 ସୋମବାର – ଏହି 5ଟି ରାଶି ଉପରେ ମହାଦେବଙ୍କ କୃପା ରହିବ

Spread the love

18 ଫେବୃଆରୀ 2019 ସୋମବାର – ଏହି 5ଟି ରାଶି ଉପରେ ମହାଦେବଙ୍କ କୃପା ରହିବ :

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ । ଘରକୁ ନୂଆ ବନ୍ଧୁଙ୍କ ଆସି ବା ହେତୁ ଖୁସିର ବାତାବରଣ ରହିବ । ବ୍ୟବସାୟୀଙ୍କୁ କୌଣସି ଚୁକ୍ତିରୁ ଅଚାନକ ଧନଲାଭ ହେବ । ଚାକିରିଆଙ୍କର ଦରମା ବୃଦ୍ଧି ହୋଇପାରେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପାରିବାରିକ ସମସ୍ୟା ସୁଧାରିବା ପାଇଁ କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ସ୍ୱାସ୍ଥ୍ୟ କିମ୍ବା ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ସମାଜିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ମହିଳାମାନଙ୍କର ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଆର୍ଥିକ ଦୃଷ୍ଟିରୁ ଦିନଟି ବହୁତ ଭଲ ରହିବ । ଶାନ୍ତଶୀଳ ଭାବଧରି ଦୁର୍ନୀତି ଦୁସ୍ତର କାର୍ଯ୍ୟକୁ ହଟାଇବେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କାର୍ଯ୍ୟପନ୍ଥା ବୃଦ୍ଧି କରାଇବେ । ବ୍ୟବସାୟରେ ଆନୁସଙ୍ଗିକ କ୍ରିୟାଦ୍ୱାରା ନୂଆ ଧରଣର କାର୍ଯ୍ୟକୁ ପସନ୍ଦ କରିବେ । ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରସଂଶିତ କରିବେ । ପରିବାର ସମ୍ବନ୍ଧୀୟ କୌଣସି ଜରୁରୀ ଫଇସଲା ନେଇ ପାରନ୍ତି । ଛାତ୍ରଛାତ୍ରୀମାନେ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଚର୍ଚିକା ।

ମିଥୁନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ । ପୁରୁଣା ଚିନ୍ତା ସମାପ୍ତ ହେବ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । କଳା, ସାହିତ୍ୟ, ଏଜେନ୍ସି ଏବଂ ସାମ୍ବାଦିକତାରେ ପ୍ରଂଶସିତ ହେବେ । ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ । ବ୍ୟବସାୟରେ ପ୍ରଚୁର ଲାଭବାନ ହେବେ । ଶିକ୍ଷକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ଚାକିରୀରେ ଯଶ ସମ୍ମାନ ଓ ସୁଖ୍ୟାତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କର୍କଟ:ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । ଆର୍ଥିକ ମାମଲାରୁ ଲାଭ ମିଳିବ । ପୁରୁଣା ମିତ୍ରଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ରାଜନୀତିରେ ଲୋକ ସମ୍ପର୍କ ବଢିବା । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ମହିଳାମାନେ ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଦିନଟି କାଟିବେ । ଛାତ୍ରଛାତ୍ରୀମାନେ ସାହାଯ୍ୟ ପଥ ଲୋଡ଼ିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

ସିଂହ: ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ଲାଗି ଭଲ ରହିବ । ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି । ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ହେବ । କୌଣସି ନୂଆ କାମ ପାଇଁ ରାଜ୍ୟ ବାହାରକୁ ଯାଇପାରନ୍ତି । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତିରେ ପ୍ରଶଂସିତ ହେବେ । ନୂଆ ଘର କିଣିବା ଲାଗି ଯୋଜନା କରିବେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ସାମଜିକ କାର୍ଯ୍ୟରେ ଲିପ୍ତ ରହିବ । ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ । କୌଣସି ନୂଆ ପରିଯୋଜନା ପୂରା କରିବା ଲାଗି ମନଯୋଗ ସହକାରେ କାମ କରିବେ । ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସ ଦ୍ରବ୍ୟ କ୍ରୟକରି ଅଯଥାରେ ଅପବାଦ ଶୁଣିବେ । ମହିଳାମାନେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିବେ ଓ ନିଜର ପ୍ରତିଷ୍ଠା ବୃଦ୍ଧି କରି ଉନ୍ନତି ପଥରେ ଅଗ୍ରସର ହେବେ । ଛାତ୍ରଛାତ୍ରୀମାନଙ୍କ ବିଦ୍ୟା ଅଧ୍ୟୟନରେ ଲିପ୍ତ ରହିବେ ଓ ଗୁରୁଜନଙ୍କ ଠାରୁ ଆଶୀର୍ବାଦ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ହର ପାର୍ବତୀ ।

ତୁଳା: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ପିତାଙ୍କ ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ । ଆର୍ଥିକ ପକ୍ଷ ମଜଭୁତ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ । ପାରିବାରିକ ଜୀବ ସୁଖମୟ ରହିବ ।ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା କପିଳାସ ।

ବିଛା: ଭାଗ୍ୟ ଆପଣଙ୍କୁ ସାଥ ଦେବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ଘରକୁ କୌଣସି ସମ୍ପର୍କୀୟ ଶୁଭ ଖବର ନେଇ ଆସିବେ । ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଠିକ୍‌ ଫଇସଲା ନେବା‌କୁ ସହଜ ହେବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ରାଜନୈତିକ ପରିଧି ବଢ଼ିବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ମହତ୍ୱପୂର୍ଣ୍ଣ ରହିବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।

ଧନୁ: ଦିନଟି ବେଶ ମଂଗଦାୟକ ରହିବ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ମହତ୍ୱପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ଆୟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ବ୍ୟବସାୟର ପ୍ରସାର ଫଳରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧିହେବ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ପରୀକ୍ଷା ପ୍ରତୀଯୋଗିତାରେ ସଫଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ଜଗନ୍ନାଥ ।

ମକର: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକର ସମ୍ଭାବନା । କୌଣସି ଗୁରୁତ୍ୱପୂର୍ଣ୍ଣ କର୍ମ ନେଇ ଆର୍ଥିକ ସଙ୍କଟ ଉପୁଜିପାରେ । ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ । ରାଜନୀତିରେ ବଡ ନେତାଙ୍କ ସହିତ ସମ୍ପର୍କ ଘନିଷ୍ଠ ହେବ । କୋର୍ଟ କଚେରି ମାମଲାର ସକାରାତ୍ମକ ବିଜୟୀ ହେବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିବେ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ବିଦ୍ୟା କ୍ଷେତ୍ରରେ ବିଦ୍ୟାର୍ଥିମାନେ ପ୍ରସଂଶିତ ହେବେ । ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା ।

କୁମ୍ଭ: ଦିନଟି ଆନନ୍ଦମୟ ରହିବ । ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ଅଚାନକ ଧନଲାଭ ହେବ । ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ ଓ କର୍ମକ୍ଷେତ୍ରରେ ପ୍ରଶଂସିତହେବେ । ଚାକିରୀରେ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିଥିବାରୁ ଦୃଢ଼ତା ରହିପାରିବ । ମହିଳାମାନଙ୍କର ଚାତୁର୍ଯ୍ୟତାରେ ପରାକ୍ରମ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ମୀନ: ଦିନଟି ଆପଣଙ୍କ ପାଇଁ ସୁଖ ଓ ଶାନ୍ତିମୟ ରହିବ । ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବା ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ । ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ। ମହିଳାମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ଶ୍ରୀ ଗଣେଶ ।