17 ସେପ୍ଟେମ୍ବର 2019, ମଙ୍ଗଳବାର – ପ୍ରଭୁ ହନୁମାନଙ୍କ କୃପାରୁ ୯ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ହେବ ଉନ୍ନତି । କର୍ମକ୍ଷେତ୍ରରେ ଲାଗି

Spread the love

17 ସେପ୍ଟେମ୍ବର 2019, ମଙ୍ଗଳବାର – ପ୍ରଭୁ ହନୁମାନଙ୍କ କୃପାରୁ ୯ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ହେବ ଉନ୍ନତି । କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ହେବ ସ୍ଥାୟୀ ସମାଧାନ ।

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ । ମନ ଭିତରେ ଦୁଃଖ ରହିଥିଲେ ମଧ୍ୟ ହସି ହସି କହିବା କାରଣରୁ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । ଗତକାଲି ଠାରୁ ଆପଣ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚଅଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ମହିଳାମାନେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବୃଷ: ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ସମ୍ପର୍ଣ୍ଣ ରହିବ । ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବ୍ୟବସାୟରେ ଆକସ୍ମିକ ଲାଭ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ । ଆର୍ଥିକଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ମହିଳାମାନେ ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଦିନଟି କାଟିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: ଆପଣଙ୍କ ସ୍ନେହର ଆଭାସ ଅନ୍ୟକୁ ପ୍ରଭାବିତ କରିବ । କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ମିଳିବ । ପ୍ରିୟଜନଙ୍କ ପ୍ରେରଣାରେ ଉଦ୍‌ବୁଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ସାହାଯ୍ୟ ଲାଭ କରି କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଣସି ମୂଲ୍ୟବାନ ଜିନିଷ ଘରକୁ ଆଣିପାରନ୍ତି । ସାମୟିକ ଭାବରେ ନିର୍ମାଣାଧୀନ କାର୍ଯ୍ୟ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ଆସିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କିଚକେଶ୍ବରୀ ।

କର୍କଟ: ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । କର୍ମଭାବସ୍ଥ ଚନ୍ଦ୍ରପରିବାର ଓ କର୍ମକ୍ଷେତ୍ରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହେବ । ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ । ଆର୍ଥିକ ସ୍ଥିତି ବଢ଼ିଆ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ । ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ । ପରିବାରରେ କିଛି ଦିନ ହେବ ଲାଗି ରହିଥିବା ସମସ୍ୟାର ସରଳ ସମାଧାନ ଆଜି ହୋଇପାରେ । ନିର୍ମାଣାଧୀନ କାମ ଅଟକି ରହିଯିବା ଯୋଗୁ ସାମାନ୍ୟ ଚିନ୍ତିତ ରହିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଆଖଣ୍ତଳମଣି ।

ସିଂହ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବନ୍ଧୁ ଓ ପରିଜନଙ୍କ ସହ ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି । ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତି ନେବେ ଓ ସମ୍ପନ୍ନ ମଧ୍ୟ କରିବେ । ଆର୍ଥିକ ଦିଗରୁ ଉନ୍ନତି ଓ ନୂତନ ପଦାର୍ଥ ସଂଗ୍ରହ କରିବା ପାଇଁ ଆଗ୍ରହ ବଢିବ । ରାଜନୀତିରେ ଲାଭ ପାଇବେ । ବ୍ୟବସାୟ ବାଣିଜ୍ୟ ବ୍ୟବସାୟ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଚାକିରିରେ ଯଥେଷ୍ଟ ସଫଳତା ମିଳିବାର ସମ୍ଭାବନା ରହିଛି । ବିବାଦୀୟ ଘଟଣାରେ ମୁଣ୍ଡ ଖେଳାଇଲେ ଅଯଥା ସମାଲୋଚିତ ହେବାକୁ ପଡିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

କନ୍ୟା: ଭଗବାନଙ୍କ ଉପରେ ଭରସା ରଖନ୍ତୁ ଏବଂ ନକରାତ୍ମକ ଚିନ୍ତା ମନରୁ ଦୂରେଇ ରଖନ୍ତୁ । ଆଦୈା ଇଛା ନଥିଲେ ମଧ୍ୟ କେତେକ କାମ ବାଧ୍ୟ ହୋଇ କରିବାକୁ ପଡିବ । ସାହାଯ୍ୟ, ସହଯୋଗ ଅଭାବରୁ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ । ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେବେ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଭାଇ ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ସୁସମ୍ପର୍କ ରହି ନ ପାରେ । ଚାକିରି କ୍ଷେତ୍ରରେ କର୍ମଜୀବିଙ୍କୁ ଉଚ୍ଚଧିକାରୀଙ୍କ ଠାରୁ ଅପମାନିତ ହେବାକୁ ପଡିପାରେ । ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ କେହି ନା କେହି ଶାନ୍ତ ଭଙ୍ଗ କରିବକୁ ଚେଷ୍ଟା କରିବେ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ତୁଳା: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ । ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ ଲାଭ ହେବ । ବ୍ୟବସାୟୀ ମାଧ୍ୟମ ଧାରଣର ରହିଲେ ମଧ୍ୟ କ୍ଷତି ହେବ ନାହିଁ । କମ୍ପାନୀରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପରିଯୋଜନା ମିଳିପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ପରିବାରର ଆବଶ୍ୟକତା ପୂରଣ କରିବା ପରିପ୍ରେକ୍ଷୀରେ ଧାରକରଜ କରିବାକୁ ପଡ଼ିପାରେ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଶୁଭରଙ୍ଗ: କମଳାରଙ୍ଗ । ଆରାଧନା: ମହାଲକ୍ଷ୍ମୀ ।

ବିଛା: ଆର୍ଥିକ ସମସ୍ୟାର ସମାଧାନ ହେବ । ବେପାରିଙ୍କ ଲାଗି ସମୟ ଲାଭପ୍ରଦ । କୌଣସି ନୂତନ କର୍ମାରମ୍ଭ ସହଯୋଗ ମାଧ୍ୟମରେ ସମ୍ପନ୍ନ ହୋଇଯିବ । କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ । ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ । କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ସହଧର୍ମୀ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ଧନୁ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ । ବ୍ୟବସାୟ ଓ ପରିବହନ, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ । ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ ହେବ । ବରିଷ୍ଠ ଲୋକ ନିଜର ବନ୍ଧୁଙ୍କ ସହିତ ମିଶିବେ । ଭୁଲ୍‌ ବୁଝାମଣା କାରଣରୁ ନିଜ ଭାଇ, ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ । ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇପାରେ । ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ବାସରେ ମଜଭୁତ ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ଆଜି ଭାଗ୍ୟ ଆପଣଙ୍କ ଉପରେ ଦୟାଳୁ ରହିବେ କିନ୍ତୁ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡିପାରେ । ଆପଣ କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା ଜ୍ଞାତିକୁଟୁମ୍ବ ସମସ୍ତଙ୍କ ସହଯୋଗ ମିଳିବ । ସମାଜରେ ମାନ ସମ୍ମାନ ବଢ଼ିବ । ବ୍ୟବସାୟରେ ତୁରନ୍ତ ଫଇସଲାର ଲାଭ ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ପଛେଇଯାଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

କୁମ୍ଭ: ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଆଜିର ଚନ୍ଦ୍ର ବଳହୀନ ମଙ୍ଗଳ ନକ୍ଷତ୍ରସ୍ଥ ଯୋଗୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହେବା ସହ କର୍ମ କ୍ଷେତ୍ରରେ ଝଗଡା ଲାଗିପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ଲାଭବାନ ହେବେ । ଆର୍ଥିକ ସ୍ଥିତି ଭଲ ରହିବ । ପାରିବାରିକ ଅସହଯୋଗରୁ କାର୍ଯ୍ୟ ହାସଲ ନ ହେବା ହେତୁ ଚିନ୍ତିତ ରହିବେ । ପାରିପାର୍ଶ୍ୱିକ ସମସ୍ୟାକୁ ସରଳ ଭାବେ ସମାଧାନ କରି କେତେକ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବଗଳାମୁଖୀ ।

ମୀନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ । ରବି ମୁଣ୍ଡବିହୀନ ଗ୍ରହ କେତୁ ନକ୍ଷତ୍ରସ୍ଥ ଯୋଗୁ ଆପଣଙ୍କ ଦୂରଦର୍ଶିତା ବିହୀନ କାର୍ଯ୍ୟ ସମସ୍ୟା ସୃଷ୍ଟି କରିପାରେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ପାଇବା କାଠିକର ପାଠ ହୋଇପାରେ । ବନ୍ଧୁଙ୍କ ସହିତ ବସି କୌଣସି ବିଷୟରେ ଆଲୋଚନା କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ କିନ୍ତୁ ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ । ଆପଣଙ୍କ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସମ୍ୟକ ଝଡ ଦେଖା ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।