17 ଜୁନ 2019, ସୋମବାର – ଏହି 4ଟି ଜାତକ ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ସୋମବାର ଦିନଟି ଅତି ଉତ୍ତମ ରହିବା ।

Spread the love

17 ଜୁନ 2019, ସୋମବାର – ଏହି 4ଟି ଜାତକ ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ସୋମବାର ଦିନଟି ଅତି ଉତ୍ତମ ରହିବା ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ। କେନ୍ଦ୍ରକୋଣାଧିପଙ୍କ ଅଷ୍ଟମଭାବ ସଂସ୍ଥିତି ବନ୍ଧୁମିଳନ ସଙ୍ଗକୁ ଆର୍ଥିକ ଅଭିବୃଦ୍ଧି କରାଇବ । ଠିକ୍‌ ସମୟରେ ଉଚିତ ନିଷ୍ପତ୍ତି ନେବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ସରକାରୀ ନେଣଦେଣରେ ଆପଣଙ୍କୁ ଲାଭ ମିଳିବ । ନୂଆ ଚାକିରି ମିଳିବାର ଯୋଗ ରହିଛି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ । ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ପ୍ରେମ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ସପ୍ତମାଧିପତି ନିଜ ଭାବରୁ ଅଷ୍ଟମସ୍ଥ ହୋଇ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନୀ, ବ୍ୟବସାୟିକ ଦିଗପ୍ରତି ସମସ୍ୟା ସୃଷ୍ଟି କରିବେ । ନୂତନ ଘର ତିଆରି, ଯାନ ବାହାନ ମରାମତି, ସଭା ସମିତିରୁ ଉପକୃତ ହେବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କର୍ମକ୍ଷେତ୍ରରେ ଗତକାଲି ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ । ମାତ୍ର କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ହନୁମାନ ।

ମିଥୁନ: ସ୍ଵଗୃହରେ ବଳବାନ୍‌ ବୁଧ ବୁଦ୍ଧିବଳ ଖଟାଇ ଅସାଧ୍ୟ ସାଧନ କରିବେ । ଆପଣ ଚୁପଚାପ ରହି ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଅର୍ଥ ଉପାର୍ଜନରେ ରାସ୍ତା ଖୋଲିଯିବ । ଋଣମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ । ବନ୍ଧୁପରିଜନମାନଙ୍କ ସହ ଦୂରଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରାଇବେ । ଚନ୍ଦ୍ରଙ୍କ ଦୁର୍ବଳତା କାରଣରୁ ମନରେ ଅସ୍ଥିରତା ରହିଲେ ମଧ୍ୟ ଘର, ଜମିଜମା, ପୁରୁଣା ଗାଡି, ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ କିନ୍ତୁ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କର୍କଟ:– ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରବିବ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ଏକାଦଶ ଭାବକୁ ଶୁଭଗ୍ରହଙ୍କ ଦୃଷ୍ଟି ଆପଣଙ୍କ ଆଶା ପୂରଣରେ ସାହାଯ୍ୟ କରିବ । ଯେ କେଣସି ପରିସ୍ଥିତି ଆସୁନା କାହିଁକି ଆପଣ କୈାଣସି କଥାକୁ ଖାତିର ନ କରି ଆଗକୁ ମାଡି ଚାଲିବେ । କର୍ମର୍କ୍ଷେତ୍ରରେ ସହକର୍ମୀମାନେ ସହଯୋଗ କରବେ । ବ୍ୟବସାୟ ବାଣିଜ୍ୟରେ ଉର୍ନ୍ନତି ହେବ । ଟଙ୍କା ପଇସା,ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରୁହନ୍ତୁ, ନତୁବା କ୍ଷତିରେ ପଡିବେ । କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ । ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ: କାମରେ ସଫଳତା ଲାଗି ପୂରା ଊର୍ଜା ଲଗାଇବାକୁ ପଡ଼ିବ । କର୍ମାଧିପ ସ୍ଵଗୃହରେ ଏବଂ ଭାଗ୍ୟାଧିପ ଏକାଦଶରେ ଯୋଗୁ ପରିବାରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କୈାଣସି କାମ ଅଟକିବ ନାହିଁ । ପରିସ୍ଥିତିକୁ ଲକ୍ଷ୍ୟକରି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଅବଶ୍ୟ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ବ୍ୟବସାୟ,ବାଣିଜ୍ୟ, ପରିବହନରୁ ଭଲ ଲାଭ ପାଇବେ । ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ । ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ରାଶି ପ୍ରତି ଶନିଙ୍କ ଦୃଷ୍ଟି ସ୍ଵାସ୍ଥ୍ୟହାନୀର କାରଣ ହେବ । ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ବାରମ୍ବାର ପ୍ରତିବନ୍ଧକର ସାମ୍‌ନା କରିବା ହେତୁ କାମ ଗୁଡିକ ଠିକ୍‌ ଭାବେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡିବ । ଆକସ୍ମିକ ଭାବରେ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଆର୍ଥିକସ୍ଥିତି ପୂର୍ବ ଭଳି ରହିବ । ରାଜନୀତିରେ, କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଅଷ୍ଟମଭାବସ୍ଥ ରାଶ୍ୟାଧିପ ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗକୁ ଦୈହିକ ସୁସ୍ଥତା ପ୍ରଦାନ କରିବେ । ନିଜ ସଂସ୍ଫର୍ଶରେ ଆସୁଥିବା ବନ୍ଧୁ ମାନଙ୍କ ପରାମର୍ଶ ଗ୍ରହଣ କଲେ ବିଶେଷ ପରିମାଣରେ ଉପକୃତ ହେବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଆର୍ଥିକ ସ୍ଥିତି ମଜଭୁତ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଆଜି କାମ ଗୁଡିକ ସୁରୁଖୁରୁରେ ହୋଇ ଯିବ ମାତ୍ର ପରିବାରରେ ତର୍କ ବିତର୍କ ଲାଗି ରହିବା କାରଣରୁ ଭ୍ରାତୃ ସଂମ୍ପର୍କ ଭଲ ରହି ନ ପାରେ । ରାଜନୈତିକ ସ୍ତରରେ ପ୍ରଂଶସିତ ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା କପିଳାସ ।

ବିଛା: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ରହିବ, ପ୍ରତିଟି କ୍ଷେତ୍ରରେ ଆଗକୁ ବଢିବେ । ଭାଗ୍ୟାଧିପ ରାଶିସ୍ଥ ହେତୁ ବନ୍ଧୁ ମାନଙ୍କ ମାଧ୍ୟମରେ ସୁଖ, ସୌଭାଗ୍ୟ ପ୍ରଦାନ କରିବେ । ପ୍ରତ୍ୟେକ ସ୍ତରରେ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରି ପାରିବେ । ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ଆପଣଙ୍କର ଆଧିପତ୍ୟ ବଢ଼ିବ ଓ ମାନସମ୍ମାନ ମଧ୍ୟ ବୃଦ୍ଧି ପାଇବ କିନ୍ତୁ କୈାଣସି ଘଟଣା ନ ବୁଝି କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପାଖ ପଡୋଶୀମାନେ କ୍ରୋଧ ପ୍ରକାଶ କରିପାରନ୍ତି । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ୱର ।

ଧନୁ: ଆପଣଙ୍କ ବ୍ୟକ୍ତିତ୍ୱ ସୂର୍ଯ୍ୟ ଭଳି ଚମକିବ । ରାଜଯୋଗ ପ୍ରଭାବରେ ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ନିଶ୍ଚିତ ପାଇବେ । କାର୍ଯ୍ୟବ୍ୟସ୍ତତା ହେତୁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । କିଛି ଲୋକ ଆପଣଙ୍କର ରାୟ ନେବେ । ଦୂରଯାତ୍ରାରେ ସଫଳତା ମିଳିବ ଓ ଯାତ୍ରା ଫଳରେ ଉତ୍ସାହିତ ହେବେ । ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ । ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ, ଯାହାକି ହଠାତ୍‌ କୌଣସି ସମସ୍ୟା ସୃଷ୍ଟି ହୋଇପାରେ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଶନିଙ୍କ କୁପ୍ରଭାବରୁ ଦୈହିକ ଅସୁସ୍ଥତା ଲାଗି ରହିଲେ ମଧ୍ୟ ଅନ୍ୟମାନଙ୍କର ସାହାଯ୍ୟ ନେଇ କାମ ହାସଲ କରିବେ । କର୍ମକ୍ଷେତ୍ରରେ ଆଲୋଚନା କାଳରେ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖି ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବନ୍ଧୁଙ୍କ ସହ ନୂତନ ସମ୍ପର୍କ ସ୍ଥାପନ ହୋଇପାରେ । କିଛି କାରଣ ନଥାଇ ବଦନାମ୍ ବା ମିଛ କେଶ୍ ରେ ଫଶିଯାଇ ପାରନ୍ତି । ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟା ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

କୁମ୍ଭ: ରାଶ୍ୟାଧିପତିଙ୍କ ଦୃଷ୍ଟିରୁ ସ୍ଵାସ୍ଥ୍ୟ ପୂର୍ବପରି ରହିବ ଅବଶ୍ୟ ବିଶେଷ ଅସୁବିଧା ହେବ ନାହିଁ । ନୂତନ କର୍ମପ୍ରାପ୍ତିର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଆପଣଙ୍କ କଥାକୁ ସହକର୍ମୀମାନେ ଗୁରୁତ୍ଵ ଦେବେ ଏବଂ ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିଥିବ । ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲାଗି ରହିବା କାରଣରୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଛାତ୍ରଛାତ୍ରୀମାନେ ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ମୀନ: ଦିନଟି ମିଶ୍ରଣ ଫଳ ପ୍ରଦାନ କରିବା । ଆୟ ବୃଦ୍ଧିର ସୁଯୋଗ ଆସିବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ଉଚ୍ଚବର୍ଗର ଲୋକମାନଙ୍କ ସାହାଯ୍ୟରେ ପୂର୍ବରୁ ଲାଗି ରହିଥିବା ସମସ୍ୟା ଦୂରେଇବାରେ ସମର୍ଥ ହେବେ । ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ । ରାଜନୀତି ଓ ସାଂଗଠନିକ ସ୍ତରରେ ଉଚ୍ଚ ପଦାଧିକାରୀଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି । ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।