୧୭ ବର୍ଷୀୟ ନାବାଳିକ ଭାଇ ୨୧ ବର୍ଷୀୟ ଭଉଣୀକୁ ଗୁଳି କରି ହତ୍ୟା କଲା । ଭଉଣୀର ପେଟରେ ଥିଲା ୬ମାସର ଶିଶୁ ।

Spread the love

ପରିବାରର ବିନା ଅନୁମତିରେ ରାଜପୁତ ସମାଜରେ ବିବାହ କରିବା କାରଣରୁ ୨୧ ବର୍ଷୀୟ ବୁଲବୁଲକୁ ତା’ର ୧୭ ବର୍ଷର ଭାଇ ଗୁଳି ମାରି ମୃତ୍ୟୁ ମୁଖରେ ପହଞ୍ଚାଇ ଦେଲା । ୧୨:୩୦ ଘଣ୍ଟା ସମୟରେ ତା’ର ଶବ ରାବଡା ଗାଁରେ ପହଞ୍ଚିଲା । ପୋଷ୍ଟମୋର୍ଟାମ ରିପୋର୍ଟ ଅନୁସାରେ ଜଣା ପଡିଲା ଯେ, ତାଙ୍କ ଗର୍ଭରେ ବଢୁଥିବା ଶିଶୁ କନ୍ୟାଟି ୬ ମାସର ହୋଇଥିଲା ଏବଂ ତା’ର ହାତ ଗୋଡ଼ ମଧ୍ୟ ହୋଇ ଯାଇଥିଲା । ପୋଷ୍ଟମୋର୍ଟାମ ବେଳେ ତାର ଝିଅର ଶବକୁ ବୁଲବୁଲର ପେଟରୁ କାଢି ଦିଆଗଲା ଏବଂ ଚିତା ଉପରେ ସେହି ଅଜନ୍ମି ଛୁଆକୁ ତା ମା’ର ଶବ ଉପରେ ରଖା ଯାଇଥିଲା ।

ଘଟଣା ପରଠାରୁ ପୁରା ଗାଁ ନୀରବତା ହୋଇଯାଇଛି । କିଏ ମଧ୍ୟ ଏହି ବିଷୟରେ କଥା ହେବାକୁ ରାଜି ନାହାନ୍ତି । ଦ୍ୱିପ୍ରହର ୧:୨୫ରେ ଯେତେବେଳେ ବୁଲବୁଲର ଶବ ଯାତ୍ରା ବାହାରିଲା, ସେତେବେଳେ ଘର ବାହାରେ ୧୦ ରୁ ୧୫ ଜଣ ସମ୍ପର୍କୀୟ ଉପସ୍ଥିତ ଥିଲେ । ହେଲେ ବୁଲବୁଲର ମାଆ ଘରରୁ କିଏ ମଧ୍ୟ ନ ଥିଲେ ।

ଗାଁଆରେ ମଧ୍ୟ ଜାଟ ପରିବାରରୁ କିଏ ନ ଥିଲେ । ଏମିତି କି ଗାଁଆର ରାଜପୁତ ଏବଂ ଅନ୍ୟ ପରିବାର ମଧ୍ୟ ଦୁରେଇ ରହିଥିଲେ । କେବଳ କୂଳଦୀପର ସମ୍ପର୍କୀୟ ଏବଂ ନିକଟ ସମ୍ପର୍କୀୟ ଭାଗୀଦାରୀ ଥିଲେ । ପୋଷ୍ଟମୋର୍ଟାମ ପରେ ପାର୍ଥିବ ଶରୀର ଘରେ ପହଞ୍ଚିଲା କେବଳ ମାତ୍ର ୧୫ ମିନିଟ ଘରେ ରଖାଗଲା । ଏହି ଗାଁଆ ବାହାରେ ଥିବା ଶ୍ମଶାନକୁ ନିଆଗଲା । ସେଠାରେ ଦ୍ୱିପ୍ରହର ୩:୪୦ରେ ଦିଅର ବୁଲବୁଲର ଚିତାରେ ମୁଖାଗ୍ନି ବା ନିଆଁ ଦେଲେ ।

ଉପସ୍ଥିତ ସାକ୍ଷୀ ବୁଲବୁଲର ଶାଶୁ ମଞ୍ଜୁ ବାଇଙ୍କ କହିବା ଅନୁସାରେ ଯେଉଁ ସମୟରେ ଅପରାଧୀ ଗୁଳି ମାରିଲା, ସେତେବେଳେ ବୁଲବୁଲ ମୋ ସହିତ କଥା ହେଉଥିଲା ଏବଂ ଛୁଆ ପେଟରେ ବୁଲୁଛି ବୋଲି କହୁଥିଲା । ଆମେ ସମସ୍ତେ ବହୁତ ଖୁସି ଥିଲୁ ଏବଂ ଆମକୁ ଲାଗୁଥିଲା ଯେ, ଛୁଆର ଜନ୍ମ ପରେ ହୁଏତ ଦୁଇ ପରିବାର ମଧ୍ୟରେ ଶତ୍ରୁତା ଶେଷ ହୋଇଯିବ । ଯଦିଓ ବୁଲବୁଲ ଯେବେ ଠାରୁ ମୋ ପୁଅ ସହିତ ବିବାହ କରିଥିଲେ, ସେହି ଦିନ ଠାରୁ ଆମେ ଗାଁଆରୁ ବାହାରକୁ ଚାଲି ଯାଇଥିଲୁ ଏବଂ କିଛି ଦିନ ପୂର୍ବରୁ ହିଁ ଆମେ ସମସ୍ତେ ଗାଁଆକୁ ଫେରିଛୁ । କିନ୍ତୁ ଆମକୁ ଏହି ବିଷୟରେ ଟିକେ ମଧ୍ୟ ଆସ ନଥିଲା ଯେ ବୁଲବୁଲ ସହିତ ଏମିତି ହୋଇଯିବ ।