17 ମଇ 2019, ଶୁକ୍ରବାର ରାଶିଫଳ : ଏହି ସତୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବ ମାଆ ଦୂର୍ଗାଙ୍କ କୃପାରୁ ! ଦୂର ହେବ ସମସ୍ତ ବାଧାବିଘ୍ନ, ମିଳିବ ଯଥାଚିତ ପରିଶ୍ରମ ଫଳ ।

Spread the love

17 ମଇ 2019, ଶୁକ୍ରବାର ରାଶିଫଳ : ଏହି ସତୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବା ମାଆ ଦୂର୍ଗାଙ୍କ କୃପାରୁ ! ଦୂର ହେବ ସମସ୍ତ ବାଧାବିଘ୍ନ, ମିଳିବ ଯଥାଚିତ ପରିଶ୍ରମ ଫଳ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: କୌଣସି କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଆରମ୍ଭ କରନ୍ତୁ, ଧୀରେ ଧୀରେ ଆଗକୁ ବଢ଼ିବେ । ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ । ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ । ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ । ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଆଶାତୀତ ଉନ୍ନତି କରିବେ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଜୀବ । ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ ।

ବୃଷ: ଆପଣ ପୂରାଦିନ ଆନନ୍ଦ ଉଲ୍ଲାସରେ କାଟିବା । କାମ ଓ ପରିଶ୍ରମରୁ ଆପଣଙ୍କୁ ଫାଇଦା ମିଳିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ଶାରୀରିକ ପୀଡ଼ା ବୃଦ୍ଧି ପାଇବ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ । ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି ଓ ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଗଣେଶ ।

କର୍କଟ: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଅନେକ ଶୁଭକର୍ମରେ ଯୋଗ ଦେବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାର କ୍ଷେତ୍ରରେ ଦ୍ୱନ୍ଦ୍ୱ ଦେଖାଦବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ପାର୍ବତୀ ।

ସିଂହ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଫୋନ୍‌ରେ ନିକଟ ସମ୍ପର୍କୀୟଙ୍କ ସହିତ ଦୀର୍ଘ ସମୟ ଧରି କଥାବର୍ତ୍ତା ହେବେ । ବ୍ୟବସାୟରୁ ଭଲ ଧନଲାଭ ହେବ କିନ୍ତୁ ବ୍ୟବସାୟକୁ ଆଖପାଖ ଅଂଚଳକୁ ଯାତ୍ରା କରନ୍ତୁ ନାହିଁ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଚାତ୍ରଛାତ୍ରୀମାନେ ପାଠପଢ଼ାରେ ଅବହେଳା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ନୂଆ ଅନୁବନ୍ଧ ପାଇଁ ଭଲ ସମୟ । ବ୍ୟବସାଇକ ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ରାଜନୀତିରେ ସଫଳହେବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ । ମହିଳାମାନେ ପପାରିବାରିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି କରିବେ ।ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ତୁଳା: ସମୟ ଓ ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ । ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁ ସହଯୋଗ କରିବେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ।, ବ୍ୟବସାୟ ବାଣିଜ୍ୟରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । କୋର୍ଟ କଚେରି ମାଲିମକଦ୍ଦମାର ଆପଣଙ୍କ ସପକ୍ଷରେ ରହିବ । ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । କୌଣସି କାମରୁ ଯଥେଷ୍ଟ ଲାଭ ମିଳିବ । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ରାଜନୈତିକ କ୍ଷେତ୍ରରେ ବିପଦ ଦେଖାଦେଇପାରେ । ସମାଜରେ ମାନ ସମ୍ମାନ ପାଇବେ । ଘର କରଣା ସାମଗ୍ରୀ କିଣିବେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ । ରାଜନୀତିରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । କୃଷିଜିବୀମାନଙ୍କର ମାଲିମୋକଦ୍ଦମାରେ ଜୟ ହେବ ଓ ହସଖୁସିରେ ସମୟ ବିତିବ । ନୂତନ ସଂସ୍ଥାର ଆୟୋଜନ କରିବେ । ଜମି କିଣିବା ଲାଗି ଭଲ ଦିନଟିଏ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ଆପଣଙ୍କ ପାଇଁ ସମ୍ୟକ ଅପ୍ରୀତିକର ରହିବ । ଅଫିସ କିମ୍ଭା ନିଜ କର୍ମ କ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ । ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ । ଚାକିରୀକ୍ଷେତ୍ରରେ ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ କରିବେ । ଲକ୍ଷ୍ୟ ହାସଲ ଲାଗି ବଡ଼ଭାଇଙ୍କ ସାହାଯ୍ୟ ପାଇବେ । ଶାରୀରିକସୁସ୍ଥତା ଅନୁଭବ କରିବେ । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ବିଦ୍ୟାର୍ଥୀମାନଙ୍କୁ ଶୁଭ-ସୂଚନା ପ୍ରାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ହାସ୍ୟାସ୍ପଦ ରହିବ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ । ବାଣିଜ୍ୟ କ୍ଷେତ୍ରରେ କୌଣସି ନୂଆ କାମ ବା ନୂଆ ଅର୍ଡର ମିଳିପାରେ । ସମସ୍ତ ସମସ୍ୟା ଶାନ୍ତିପୂର୍ବକ ସମାଧାନ କରି ପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ମହିଳାମାନେ ମଧ୍ୟ ବୟୋଜ୍ୟେଷ୍ଟଙ୍କ ଠାରୁ ପ୍ରସଂଶିତ । ହେବେ ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ପାର୍ବତୀ ।

ମୀନ: ପ୍ରଭୁଙ୍କ ସେବା ଓ ଧ୍ୟାନରେ ମନକୁ ଶାନ୍ତି ମିଳିବ । ଆଧ୍ୟାତ୍ମିକ ଚର୍ଚ୍ଚାରେ ଅଧିକ ସମୟ କଟିବ । ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତି ବଦଳିବ । ମିତ୍ର ସହଯୋଗୀମାନେ ସାହାଯ୍ୟ ସହଯୋଗ କରିବେ । ଯାହା ବି କାମ କରିବେ, ସହଜରେ ପୂରା ହେବ । ଘରର ଗୁରୁଜନ ବା ମାତା-ପିତାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ । ମହିଳାମାନେ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କଟାଇବେ । ବିଦ୍ୟାର୍ଥୀମାନେ ମାନସିକ ଚିନ୍ତାରେ ପଡ଼ିବେ । ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଓ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ବାବା ଆଖଣ୍ତଳମଣି ।