17 ଫେବୃଆରୀ ରବିବାର 2019 ରାଶିଫଳ : ଏହି ୪ଟି ରାଶିମାନଙ୍କର ଭାଗ୍ୟ ବଦଳିବ ଓ ସବୁ ଇଚ୍ଛା ପୁରାଣ ହେବ

Spread the love

17 ଫେବୃଆରୀ ରବିବାର 2019 ରାଶିଫଳ : ଏହି ୪ଟି ରାଶିମାନଙ୍କର ଭାଗ୍ୟ ବଦଳିବ ଓ ସବୁ ଇଚ୍ଛା ପୁରାଣ ହେବ

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି । ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ । ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ । ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ । ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ: ଦିନଟି ବେଶ ଭଲରେ କାଟିବ । ବ୍ୟର୍ଥ ଚ଼ିନ୍ତା ପରିତ୍ୟାଗ କରି ପରିବାର ସହିତ ସମୟ ଅତିବାହିତ କରିବେ । ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ, ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ । ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ । କମ୍ପାନୀରେ ଆପଣଙ୍କୁ କୌଣସି ସୁବିଧା ମିଳିପାରେ । ଅଚାନକ ଧନପ୍ରାପ୍ତି ହେବ । ବାଦବିବାଦ, କୋର୍ଟ କଚେରୀରେ ସକାରତ୍ମକ ଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ବେଶ ରୋମାଞ୍ଚକର ରହିବ । ପିଲାଙ୍କୁ ପଢ଼ାଇବା ପାଇଁ ସମୟ ବାହାର କରିପାରନ୍ତି । ମହିଳାମାନେ ନିଜ କାର୍ଯ୍ୟକୁ ଗୁରୁତ୍ୱ ଦେବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ବ୍ୟବସାୟିକ ଏବଂ ବ୍ୟାପାରିକ କ୍ଷେତ୍ରରେ ଉଦ୍ୟମ କରିବା ପାଇଁ ଏକ ଅନୁକୂଳ ସମୟ ଅଟେ । ବ୍ୟବସାୟରେ ଅ˚ଶୀଦାର ହେବା ସହିତ ଜରୁରୀ ଆଲୋଚନା କରିବେ । ବିଦେଶରେ ଥିବା ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ । ଆପଣ ପ୍ରେମ ସମ୍ବନ୍ଧ ମାମଲାରେ ଭାଗ୍ୟ ଶାଳୀ ରହିବେ । ମହିଳାମାନେ କର୍ମକ୍ଷେତ୍ରରେ ପ୍ରସଂଶିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ହଳଦିଆ ।

ମିଥୁନ: ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ। ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇ ପାରନ୍ତି । ରାଜନୀତିରେ ପ୍ରଶଂସିତ ହେବେ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ମହିଳାମାନେ ବ୍ୟବସାୟରେ ପ୍ରଚୁର ଲାଭ କରିବେ ଓ ରାଜନୀତିରେ କୃତକାର୍ଯ୍ୟ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ: ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ । କିଛି ଲୋକଙ୍କ ସହଯୋଗରେ କାମ ପୂରା ହେବ । ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ହେବ । ବୈବାହିକ ଜୀବନରେ ମଧୁରତା ଆସିବ । ବିଦ୍ୟାର୍ଥୀମାନେ ନିଜ ପରିଯୋଜନାରେ ଅଧିକ ପରିଶ୍ରମ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ସିଂହ:ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ ।ରାଜନୀତିରେ ସାକ୍ଷାତ ଆଲୋଚନା ଭଲ ରହିବ । ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ମହିଳାମାନଙ୍କର ଚାକିରୀକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଆଜି ଆପଣଙ୍କ ମନ ଶାନ୍ତ ରହିବ । ନିଃସ୍ବାର୍ଥ ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟତଃ ସମାନ ରହିବ । ଯୁବକଙ୍କୁ ବଢ଼ିଆ ଚାକିରି ମିଳିବାର ସମ୍ଭାବନା । ଘରର ବାତାବରଣରେ ସୁଖ-ଶାନ୍ତି ରହିବ । ରାଜନୀତିକ୍ଷେତ୍ରରେ ଥିବା ଲୋକମାନେ ଆଶା ଜନକ ଫଳପ୍ରାପ୍ତି କରିପାରିବେ ନାହିଁ । ପ୍ରେମରେ ସଫଳତା ମିଳିବ । ବିଦ୍ୟାର୍ଥୀମାନେ ନିଜ ପାଠପଢ଼ାରେ ଧ୍ୟାନମଗ୍ନ ରହିବ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ । ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଗାୟତ୍ରୀ ।

ତୁଳା: ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ । କୌଣସି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଇଚ୍ଛୁକ ରହିବେ । ବିଭିନ୍ନ ସଭା ସମିତରେ ଯୋଗ ଦେବେ ଏବଂ ଆପଣଙ୍କୁ ପ୍ରସଂଶିତ ମଧ୍ୟ ପାଇବେ । କୌଣସି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଶାରିରୀକ ଅସୁସ୍ଥତା ଦୂରହେବ । ବ୍ୟବସାୟରେ ଆଶାତୀତ ଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ବିଛା: ଧାର୍ମିକ କାର୍ଯ୍ୟରେ ମନୋନିବେଶ କରନ୍ତୁ, ଦିନଟି ଭଲରେ କାଟିବା । ନିଜ ଉପରେ ବିଶ୍ୱାସ ରଖନ୍ତୁ, ସମସ୍ତ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଆପଣଙ୍କୁ ପରିବାରର ପୂରା ସହଯୋଗ ମିଳିବ । କାରବାରରେ କୌଣସି ନୂଆ ସଉଦା ହେବ । ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । ବିଦ୍ୟାର୍ଥୀଙ୍କର ବିଦ୍ୟାଧ୍ୟୟନରେ ମନ ଲାଗିବ । ମହିଳାମାନେ ନିଜ ବୁଦ୍ଧିମତା କାରଣରୁ କର୍ମକ୍ଷେତ୍ରରେ ଲାଭବାନ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ପ୍ରତିଟି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । କୌଣସି ଆଇନକାନୁନ ମାମଲାରେ ସାହାଯ୍ୟ ମିଳିବ । ବଡ଼ କାରବାରର ସଉଦା ହାତକୁ ଆସିପାରେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।

ମକର: ଦିନଟି ସକାରାତ୍ମକ ଭରା ରହିବ । ବ୍ୟବସାୟରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । ଉତ୍ତମ ରୋଜଗାର କରିପାରିବେ । ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି । ପ୍ରେମରେ ସଫଳତା ମିଳିବ । ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ପୂରା ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ ସହ ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, ସମସ୍ୟା ଦୂର ଓ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ । କାହାରି ସହିତ କଥା ହେବା ବେଳେ ଭାବିଚିନ୍ତି କଥା ହୁଅନ୍ତୁ । ଅଫିସ ବିବାଦରୁ ଦୂରେଇ ରହନ୍ତୁ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ମହିଳାମାନଙ୍କର କର୍ମକ୍ଷେତ୍ରରେ ଓ ଘରେ ବେଶ ପ୍ରସଂଶିତ ହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମୀନ: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ । ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ । ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ । ଚାକିରିରେ ସିଦ୍ଧି ଏବଂ ସଫଳତା ମିଳିବ । ରାଜନୀତିକ କାର୍ଯ୍ୟରେ ରୁଚି ବଢ଼ିବ । ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । ସୁଖଦାୟକ ଘଟଣା ଘଟିବ । କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ । ସ୍ଵାସ୍ଥ୍ୟ ଭଲ ରହିବ । ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।