16 ନଭେମ୍ବର 2019, ଶନିବାର – ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବା ଶନିଦେବଙ୍କ ଅପାର କୃପା । ଜୀବନରେ ଆସିବା ନୂଆ

Spread the love

16 ନଭେମ୍ବର 2019, ଶନିବାର – ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବା ଶନିଦେବଙ୍କ ଅପାର କୃପା । ଜୀବନରେ ଆସିବା ନୂଆ ପରିବର୍ତ୍ତନ…

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ପୂର୍ବରୁ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତି ହେବ । ଭାଗ୍ୟସ୍ଥାନ ପ୍ରତି ଗୁରୁଦୃଷ୍ଟି ନୂତନ କାର୍ଯ୍ୟାରମ୍ଭ ସକାଶେ ଅନୁକୂଳ ରହିବ । କିନ୍ତୁ ସନ୍ଦେହ ଜନିତ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ । ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ । ବ୍ୟବସାୟରେ ଉନ୍ନତି ଓ ଲାଭପ୍ରାପ୍ତି ହେବ । ସଭା ସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ମହିଳାମାନଙ୍କର ମାନସିକ ସ୍ଥିରତା ଦେଖାଦେବ ଓ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିବ । ବାଦବିବାଦ,ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଲକ୍ଷ୍ମୀ ।

ବୃଷ: ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ଚତୁର୍ଥାଧିପତି ସ୍ଵଗୃହକୁ ଦେଖୁଥିବାରୁ ପାରିବାରିକ ସ୍ତରରେ ଚିନ୍ତା କିିଛି ମାତ୍ରାରେ କମିଯିବ । କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ରେଶମୀ ବସ୍ତ୍ର, ଅଗରବତୀ, ଇଟା, କ୍ଷୀର, ଦହି, ଘିଅ, ସୁନା, ଚାନ୍ଦି, ବ୍ୟବସାୟରେ ଲାଭ ପାଇବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଉପରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ବାଦ-ବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରିୟତମାଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ମିଥୁନ: ନିଜ ଉପରେ ଆତ୍ମା ବିଶ୍ଵାସ ରଖନ୍ତୁ ଓ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । ଏକାଧିକ ଗ୍ରହ ସପ୍ତମଭାବସ୍ଥ ଯୋଗୁ ବିବାଦରେ ହସ୍ତକ୍ଷେପ କରନ୍ତୁ ନାହିଁ ଏବଂ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ପରିବାରରେ ମତଭେଦ କାରଣରୁ ଭୁଲ୍‌ ବୁଝାମଣା ଜନିତ ସମ୍ପର୍କ ହାନି ଘଟିପାରେ । ମହିଳାମାନେ ପରିଧାନ ଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

କର୍କଟ: ପୂରା ହେବକୁ ଯାଉଥିବା କୌଣସି କାର୍ଯ୍ୟରେ ବାଧା ଉପୁଜିବ । ମନ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳ ହେବେ । ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ରାଜ୍ୟ ବାହାରକୁ ଯାଇପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ସିଂହ: ଆଜି ସକାଳୁ ସକାଳୁ କୌଣସି ବନ୍ଧୁ କିମ୍ବା ହିତୈଷୀଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ । ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ । ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ । ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ, ପରିବାର ଭିତରେ, ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହୋଇପାରେ । ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଧବଳେଶ୍ଵର ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ । ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ । କାରବାର ସମ୍ବନ୍ଧରେ ବଡ଼ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରିପାରନ୍ତି । କମ୍ପାନୀ ତରଫରୁ ବିଦେଶ ଯାଇପାରନ୍ତି । ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲଭ ମିଳିବ । ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା: ଆପଣଙ୍କର ଆତ୍ମବିଶ୍ଵାସର ସ୍ତର ଉଚ୍ଚା ରହିବ । ଭାବିଥିବା କାମ ଅଚାନକ ପୂରା ହୋଇଯିବ । ବ୍ୟବସାୟ ଓ ସାମାଜିକ କ୍ଷେତ୍ରରେ ଭଲ ପରିଣାମ ପାଇବେ । ସମ୍ମାନିତ ଲୋକଙ୍କ ସହିତ ମିଶିବେ । ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ଯୌଥ କାରବାରରେ ଲାଭ ପାଇବେ । ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ରବି ଓ ବୁଧଙ୍କ ଚତୁର୍ଥ ସ୍ଥିତିରୁ ପଡ଼ୋଶୀଙ୍କ କାନକୁହା କଥାରେ ପାରିବାରିକ କଳହ। ସମସ୍ୟା ସମାଧାନ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବିଛା: ଆଜି ଆପଣ ନିଜକୁ ଖୁବ୍‌ ଉର୍ଜବାନ ଅନୁଭବ କରିବେ । ଆପଣଙ୍କ ଚେଷ୍ଟା ସଫଳ ହେବ । ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ । ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ଏବଂ ନୂଆ ବ୍ୟବସାୟ ଯୋଡ଼ିପାରନ୍ତି । ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ମଙ୍ଗଳଙ୍କ ସ୍ଥିତି ଜମିଜମାକୁ କେନ୍ଦ୍ରକରି ଭ୍ରାତୃବିବାଦର କାରଣ ପାଲଟିଯିବ । ମହିଳା ବନ୍ଧୁଙ୍କ ଠାରୁ ଉପହାର ପାଇବେ । ସ୍ଵାସ୍ଥ୍ୟ ଠିକ୍‌ ଓ ସତେଜ ରହିବ । ମାନସିକ ରୂପରେ ପ୍ରସନ୍ନତା ରହିବ । ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲିଙ୍ଗରାଜ ।

ଧନୁ: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ । ଆପଣଙ୍କର କୌଣସି ସ୍ଵପ୍ନ ପୂରା କରିବାରେ ସଫଳ ହେବେ । ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ଏବଂ ଆୟ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବର ଯୋଗ ରହିଛି । ମଉଜିଆ କଥା କହି ଅନ୍ୟକୁ ଆପଣାର କରିବେ, ଯାହାକି କାମ ହାସଲରେ ସାହାଯ୍ୟ କରିବ । ପ୍ରେମ ଆଳାପ ପାଇଁ ଦିନଟି ଭଲ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ମକର: ମନ ଶାନ୍ତ ରଖନ୍ତୁ ଓ ଧୈର୍ଯ୍ୟଧରି ପରିସ୍ଥିତିର ମୁକାବିଲା କରନ୍ତୁ ସଫଳ ହେବେ । ପୂରା ହେବକୁ ଯାଉଥିବା କୌଣସି କାର୍ଯ୍ୟରେ ବାଧା ଉପୁଜିବ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ବ୍ୟବସାୟର ଉନ୍ନତି ପାଇଁ ଚେଷ୍ଟା କରିବେ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସହଜରେ ସମାଧାନ କରିପାରିବେ କିନ୍ତୁ ଉଚ୍ଚାଧିକାରୀଙ୍କ ଅଯଥାରେ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । ରାଜ୍ୟ ବାହାରକୁ ଯାଇପାରନ୍ତି । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

କୁମ୍ଭ: ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । ଯାହା ବି କାମ କରିବେ ସଫଳତା ପାଇବେ । ଆପଣଙ୍କ ସ୍ଵଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଖାମଖିଆଲି କାର୍ଯ୍ୟପଦ୍ଧତି ଫଳରେ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯାଇପାରେ । ବ୍ୟବସାୟରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବା ନିହାତି ଜରୁରୀ ଅଟେ । ନିଜର ବଚ୍ଚନ ଏବଂ ବ୍ୟବହାରକୁ ଆଜି ସଂତୁଳିତ ରଖିବାର ଆବଶ୍ୟକତା । ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ କାମକୁ ପ୍ରାଧାନ୍ୟ ଦେଇପାରନ୍ତି । ଆଇନ ଅଦାଲତ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମୀନ: ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ଆପଣ ନିଜର ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ । ତୃତୀୟଭାବରେ ଏକାଧିକ ଗ୍ରହ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ଯଥାଶୀଘ୍ର ପୂରଣ ହୋଇପାରିବ । ବ୍ୟବସାୟରେ ଉନ୍ନତି ଓ ଆର୍ଥିକ ସ୍ଥିତିରେ ବୃଦ୍ଧି । ବ୍ୟବସାୟରେ ଅଟକିଥିବା ଟଙ୍କା ପଇସା ଫେରି ପାଇବେ । ରାହୁଙ୍କ କୁପ୍ରଭାବ ଜନିତ ଟଙ୍କା ପଇସା ସମ୍ପର୍କିତ ସମସ୍ତ କାମ ସାବଧାନତା ସହକାରେ କରିବା ବିଧେୟ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ପରିବହନ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ପାଇବେ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ପ୍ରାପ୍ତି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।