୧୬୦ କୋଟି ଟଙ୍କାର ମୂଲ୍ୟବାନ ବଙ୍ଗଳାର ମାଲିକ ଅଟନ୍ତି “ବିଗ ବି” । ଆସନ୍ତୁ ଫୋଟଚିତ୍ର ମଧ୍ୟରେ ଦେଖିବା ଏହି ବିଳସପୂର୍ଣ ବଙ୍ଗଳା… ।

Spread the love

ଅମିତାଭ ବଚ୍ଚନଙ୍କୁ ବଲିଉଡର ଶାହିଁସା ବୋଲି କୁହାଯାଏ । ଆଜିର ସମୟରେ ଏମିତି କିଏ ନ ଥିବେ ଯିଏ କି “ବିଗ ବି”ଙ୍କୁ ଚିହ୍ନି ନ ଥିବେ । ଏକଦା ଗୋଟିଏ ପରେ ଗୋଟିଏ ସୁପରହିଟ ଚଳଚ୍ଚିତ୍ରରେ କାମ କରୁଥିବା ଅମିତାଭ ବଚ୍ଚନଙ୍କ ବୟସ ହୁଏତ ଆଜି ବୃଦ୍ଧାବସ୍ଥାରେ ପହଞ୍ଚି ଯାଇଛି କିନ୍ତୁ ତାଙ୍କର ଯୋଗ୍ୟତା ଏବଂ ଅଭିନୟ ଆଜି ମଧ୍ୟ ବଡ଼ ବଡ଼ ଅଭିନେତାଙ୍କୁ ଟକ୍କର ଦେଉଛି । “ବିଗ ବି” ତାଙ୍କ ଜୀବନରେ ଖାଲି ନାମ ନୁହେଁ, ନାମ ଛଡା ସେ ଧନ ଏବଂ ଯଶ ମଧ୍ୟ ସବୁଠାରୁ ଅଧିକ ଅର୍ଜନ କରିଛନ୍ତି । ତାଙ୍କର ପରିଶ୍ରମ ଯୋଗୁଁ ତାଙ୍କ ନିକଟରେ ଏମିତି ସମସ୍ତ ବିଳାସପୂର୍ଣ ବସ୍ତୁ ଅବସ୍ଥିତ ଅଛି, ଯାହା ଜଣେ ସାଧାରଣ ବ୍ୟକ୍ତିଙ୍କର ପାଇବାର ଇଚ୍ଛା ଥାଏ ।

ପ୍ରକୃତରେ ଆଜି ଆମେ ଯେଉଁ ଅମିତାଭ ବଚ୍ଚନକୁ ଜାଣିଛେ, ସେ ଆରମ୍ଭରୁ ଏଭଳି ନଥିଲେ । “ବିଗ ବି”ଙ୍କୁ ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କ ଭଳି ଅନେକ ସୁଖ ଦୁଃଖ ପରିସ୍ଥିତିରେ ଗତି କରିବାକୁ ପଡିଥିଲା । ଏମିତି କି ସେ ଯେତେବେଳେ ଅଭିନୟରେ ନିଜ ଭାଗ୍ୟକୁ ନିୟୋଜିତ କରିବା ପାଇଁ ମୁମ୍ବାଇ ଆସିଥିଲେ, ସେତେବେଳେ ତାଙ୍କ ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଖଣ୍ଡିଏ ମଧ୍ୟ ନ ଥିଲା । କିନ୍ତୁ ଭାଗ୍ୟର କିଛି ଏମିତି ପରିବର୍ତ୍ତନ ହେଲା ଯେ, “ବିଗ ବି” ଆଜି ୧୬୦ କୋଟି ଟଙ୍କାର ବିଳାସପୂର୍ଣ ବଙ୍ଗଳାର ମାଲିକ ଅଟନ୍ତି । ଖାଲି ଏତିକି ନୁହେଁ, ଆଜି ତାଙ୍କ ପାଖରେ ଏହି ବଙ୍ଗଳା ବ୍ୟତୀତ ଅନ୍ୟ ଚାରୋଟି ବିଳାସପୂର୍ଣ ବଙ୍ଗଳା ମଧ୍ୟ ରହିଛି ।

ଆପଣଙ୍କୁ କହିଦେଉଛୁ ଯେ, ଅମିତାଭ ବଚ୍ଚନଙ୍କ ଜନ୍ମ ୧୯୪୨ ମସିହା ଅକ୍ଟୋବର ୧୧ ତାରିଖ ଦିନ ଇଲ୍ଲାହବାଦ ଠାରେ ହୋଇଥିଲା । ସେ ୯୦ ଦଶକର ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ମଧ୍ୟ ଥିଲେ । ତାଙ୍କର ଦମଦାର ଅଭିନୟ ଯୋଗୁଁ ସେହି ସମୟରେ ସବୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ତାଙ୍କୁ ସେମାନଙ୍କ ସିନେମାରେ ନେବା ପାଇଁ ଚାହୁଁଥିଲେ । ଆଜି ସେ ବୃଦ୍ଧ ହୋଇଯାଇଛନ୍ତି ତଥାପି ସେ ଆଜି ମଧ୍ୟ ଫିଲ୍ମ ଇଣ୍ଡୋଷ୍ଟ୍ରି ସହ ନିଜକୁ ଜଡିତ ରଖିଛନ୍ତି । ତାଙ୍କର ଲୋକପ୍ରିୟତା ଏବଂ ସମର୍ଥକଙ୍କ ଅନୁସରଣ ସମୟ ସହିତ ଆହୁରି ଅଧିକ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ ବର୍ତ୍ତମାନ ଅମିତାଭ ବଚ୍ଚନ ମୁମ୍ବାଇର ଜୁହୁରେ ନିଜର ବିଳାସପୂର୍ଣ ବଙ୍ଗଳା “ଜଲସା”ରେ ନିଜ ପରିବାରଙ୍କ ସହିତ ରହୁଛନ୍ତି । ତାଙ୍କର ଏହି ବଙ୍ଗଳା ପାଖାପାଖି ୧୦,୦୦୦ରୁ ମଧ୍ୟ ଅଧିକ ସ୍କୁରଏଫୁଟରେ ଅବସ୍ଥିତ ଅଛି, ଯାହାର ଦାମ ପ୍ରାୟ ୧୬୦ କୋଟି ଟଙ୍କା ହେବ ।

“ବିଗ ବି”ଙ୍କ “ଜଲସା”ର ଗୋଟିଏ ମହତ୍ୱପୂର୍ଣ୍ଣ କଥା ଏହା ଯେ, ଏହି ବଙ୍ଗଳାରେ ଏମିତି ଏକ କାନ୍ଥ ଅଛି ଯେଉଁଠି ତାଙ୍କର ଛୁଆବେଳର ଫୋଟ ଠାରୁ ଆରମ୍ଭ କରି ବୁଢା ହେବ ପର୍ଯ୍ୟନ୍ତ ସମସ୍ତ ଫୋଟ ଲାଗିଛି । ଏହି ଫୋଟଗୁଡିକରେ ତାଙ୍କ ପରିବାରର ସଦସ୍ୟ ମଧ୍ୟ ତାଙ୍କ ସହ ଉପସ୍ଥିତ ଅଛନ୍ତି । ଏତିକି ହିଁ ନାହିଁ, “ବିଗ ବି” ଏହି ବଙ୍ଗଳାରେ ତାଙ୍କ ବାପା ହରିବଂଶ ରାୟ ବଚ୍ଚନ ଏବଂ ମାଆ ତେଜି ବଚ୍ଚନଙ୍କ ସହ ଜଡିତ କିଛି ସ୍ମୃତି ମଧ୍ୟ ସାଇତି ରଖିଛନ୍ତି । ଏହି ବଙ୍ଗଳା ଦେଖିବାକୁ କୌଣସି ବିଳାସପୂର୍ଣ 5 Star ହୋଟେଲରୁ କମ ନୁହେଁ । ଏହାର ବୈଠକ ଘର ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ର ପର୍ଯ୍ୟନ୍ତ ସବୁ କୋଠରୀର ସାଜସଜ୍ଜା ଅତ୍ୟନ୍ତ ମନମୁଗ୍ଦ କର ଓ ଆକର୍ଷଣୀୟ ଅଟେ ।

ଆପଣଙ୍କୁ କହି ଦେଉଛୁ ଯେ, “ଜଲାସା”ରେ ଅମିତାଭ ବଚ୍ଚନ କିଛି ଦେବୀଙ୍କ ଫୋଟ ଚିତ୍ରରେ ସଜେଇଛନ୍ତି । ଏହି ବଙ୍ଗଳାରେ ଆପଣଙ୍କୁ ଅନେକ ପୁରାତନ ଛବି ଏବଂ ଚଟାଣର ଦୃଶ୍ୟ ଦେଖିବାକୁ ମିଳିବ । ଯାହା ଦେଖିବା ପରେ ଯେ କୌଣସି ବ୍ୟକ୍ତି ମଧ୍ୟ ସେଥି ପ୍ରତି ଆକର୍ଷିତ ହୋଇଯିବେ । ଇଟଲିଅନ ମାର୍ବଲ ଚଟାଣ ତାଙ୍କ ଘରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରି ଦେଇଛି । ବାଥରୁମ୍ କଥା ଯଦି କହିବା, ତେବେ ସମସ୍ତ ସାଜସଜ୍ଜା ଫ୍ରାନ୍ସ ଏବଂ ଜର୍ମାନୀରୁ ଅଣାଯାଇଛି । ବଙ୍ଗଳାର ପ୍ରତ୍ୟେକ କୋଠରୀରେ ଏକ ସ୍ଵତନ୍ତ ବିଷୟ ବସ୍ତୁକୁ ନେଇ ଆଧାରିତ ହୋଇଛି ଯାହା ବଙ୍ଗଳାର ଶୋଭକୁ ଦ୍ଵିଗୁଣିତ କରିଦେଉଛି ।