ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ୧୬ଟି ବିଚାର ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ପରିବର୍ତ୍ତନ କରି ଦେଇପାରେ । ନିଶ୍ଚୟ ପଢନ୍ତୁ…

Spread the love

ଜୀବନରେ ସଫଳତା ହାସଲ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ । ସଫଳତା ପାଇଁ ଏକ ଭଲ ଗୁରୁଙ୍କ ମଧ୍ୟ ଆବଶ୍ୟକ ହୋଇଥାଏ ଓ ଭଲ ବିଚାର ଗୁଡ଼ିକୁ ଧାରଣ କରିଲେ ସଫଳତା ହାସଲ କରିବାରେ ସହାୟତା ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କିଛି ଅମୂଲ୍ୟ ବିଚାର ବିଷୟରେ ସମ୍ପୁର୍ଣ ରୂପେ ଆଜି ଜାଣିବା ଆସନ୍ତୁ ।

ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ସେହି ୧୬ଟି ବିଚାର :

୧) ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ; ସେ କେବେବି ନିଜ ଘର ଓ ନିଜର ଆୟ ବିଷୟରେ ଅନ୍ୟ ବ୍ୟକ୍ତିକୁ କହିନଥାଏ । ଯଦି ଏଭଳି କରାଯାଏ; ତେବେ ଲୋକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥାଏ ଓ ନିଜ ନିଜ ମଧ୍ୟରେ ଦ୍ୱେଷ ଓ ଘୃଣା ବଢ଼ି ଯାଇଥାଏ । କୌଣସି ବି ବୁଦ୍ଧିମାନ ବ୍ୟକ୍ତି ନିଜ ଆୟ ବା ଖର୍ଚ୍ଚ ବିଷୟରେ କାହାକୁ କେବେ ମଧ୍ୟ କହିନଥାନ୍ତି ।

୨) ଯେଉଁ ବ୍ୟକ୍ତି ବୁଦ୍ଧିମାନ ହୋଇଥାଏ, ସେ କେବେ ମଧ୍ୟ ନିଜ ସ୍ତ୍ରୀ ବିଷୟରେ ଅନ୍ୟ ପୁରୁଷକୁ କହିନଥାନ୍ତି ଓ ସ୍ତ୍ରୀର ଦୁର୍ବଳତା ବା ଖରାପ ବିଷୟରେ ମଧ୍ୟ ଅନ୍ୟ କାହାକୁ କହିନଥାନ୍ତି ।

୩) ବହୁତ ଲୋକମାନେ ଏଭଳି ହୋଇଥାନ୍ତି, ଯେଉଁମାନେ କି ନିଜର ଛୋଟରୁ ବଡ଼ ସବୁ ସମସ୍ୟା ଗୁଡ଼ିକୁ ଅନ୍ୟ ଲୋକଙ୍କୁ କହିଥାନ୍ତି କିନ୍ତୁ ବୁଦ୍ଧିମାନ ବ୍ୟକ୍ତି ଏଭଳି କେବେ ବି କାହାକୁ କହିନଥାନ୍ତି । ଯଦି ଆପଣ ଏଭଳି ଅନ୍ୟ ଲୋକଙ୍କୁ କହୁଥାନ୍ତି, ତେବେ ସାମ୍ନାରେ ଥିବା ଲୋକ ଆପଣଙ୍କୁ ଦୁର୍ବଳ ଭାବିଥାଏ ।

୪) ମନୁଷ୍ୟ ଜନ୍ମ ବେଳେ ଏକାକୀ ହିଁ ଆସିଥାଏ ଓ ମୃତ୍ୟୁ ବେଳେ ମଧ୍ୟ ଏକା ହିଁ ଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନିଜ ଭଲ ଓ ଖରାପ କର୍ମର ଫଳ ନିଜକୁ ହିଁ ଭୋଗିବାକୁ ପଡ଼ିଥାଏ ଓ ସେ ଜଣେ ହିଁ ସ୍ୱର୍ଗ ବା ନର୍କକୁ ଯାଇଥାଏ ।

୫) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଭଗବାନ, ମୂର୍ତ୍ତି ମାନଙ୍କରେ ମିଳି ନ ଥାନ୍ତି, ଆପଣଙ୍କର ଅନୁଭୂତି ହିଁ ଆପଣଙ୍କର ଈଶ୍ୱର ଅଟନ୍ତି ଓ ଆପଣଙ୍କ ଆତ୍ମା ହିଁ ଆପଣଙ୍କର ମନ୍ଦିର ଅଟେ ।

୬) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଆପଣ ଯାହା କରିବା ପାଇଁ ବିଚାର କରିଛନ୍ତି ସେହି ବିଷୟରେ ଅନ୍ୟକୁ ଜଣା ନ ପଡିବା ଉଚିତ । ବୁଦ୍ଧିମାନରେ ନିଜ ବିଚାର ଗୁଡ଼ିକୁ ମନରେ ରଖି ଦୃଢତାରେ ରହିବା ଆବଶ୍ୟକ ।

୭) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଶିକ୍ଷା ସବୁଠାରୁ ଭଲ ମିତ୍ର ହୋଇଥାଏ । ଏକ ଶିକ୍ଷିତ ବ୍ୟକ୍ତି ସବୁଠାରେ ସମ୍ମାନ ପାଇଥାଏ । ଶିକ୍ଷା ସୁନ୍ଦରତା ଓ ଯୌବନକୁ ପରାସ୍ତ ମଧ୍ୟ କରିପାରେ ।

୮) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେତେବେଳେ ଭୟ ଆପଣଙ୍କ ପାଖକୁ ଆସିଥାଏ; ତାହା ଉପରେ ଆକ୍ରମଣ କରି ତାହାକୁ ନଷ୍ଟ କରି ଦିଅନ୍ତୁ ।

୯) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ କୌଣସି ମୂର୍ଖ ବ୍ୟକ୍ତି ପାଇଁ ପୁସ୍ତକ ଗୁଡ଼ିକ ସେତିକି ହିଁ ଉପଯୋଗୀ ହୋଇଥାଏ, ଯେତିକି କି ଅନ୍ଧ ବ୍ୟକ୍ତି ପାଇଁ ଚଷମାର ଆବଶ୍ୟକ ହୋଇଥାଏ ।

୧୦) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଗୋଟିଏ ଶୁଖିଲା ଗଛରେ ନିଆଁ ଲାଗିଲେ ଯେଉଁ ଭଳି ସାରା ଜଙ୍ଗଲକୁ ନଷ୍ଟ କରିଦିଏ, ସେହିଭଳି ଗୋଟିଏ ପାପୀ ପୁତ୍ର ପୁରା ପରିବାରକୁ ବର୍ବାଦ କରିପାରେ ।

୧୧) ଜୀବନର ସବୁଠାରୁ ବଡ଼ ଗୁରୁ ମନ୍ତ୍ର ଏହା ଅଟେ; “କେବେ ବି ନିଜ ଗୁପ୍ତ କଥା ଗୁଡ଼ିକୁ ଅନ୍ୟକୁ କାହାକୁ କୁହନ୍ତୁ ନାହିଁ” । ଯଦି ଏଭଳି କରି; ତେବେ ତାହା ଆପଣଙ୍କୁ ବର୍ବାଦ କରିଦେବ ।

୧୨) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ନିଜ ସନ୍ତାନକୁ ୫ବର୍ଷ ପର୍ଯ୍ୟନ୍ତ ବହୁତ ପ୍ରେମ ଦେଇ ରଖନ୍ତୁ ଓ ପରେ ୫ବର୍ଷ ଗାଳି କରି ଅଳ୍ପ ଡରେଇ ରଖନ୍ତୁ; ଯେତେବେଳେ ସେ ୧୬ ବର୍ଷର ହେଇଯିବ, ସେତେବେଳେ ତା ସହିତ ଏକ ମିତ୍ର ଭଳି ବ୍ୟବହାର କରନ୍ତୁ । ଆପଣଙ୍କ ସାବାଳକ ସନ୍ତାନ ହିଁ ଆପଣଙ୍କର ସବୁଠାରୁ ଭଲ ମିତ୍ର ଅଟେ ।

୧୩) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଫୁଲର ସୁଗନ୍ଧ କେବଳ ବାୟୁର ପ୍ରବାହିତ ହେଉଥିବା ଦିଗ ଆଡ଼କୁ ବ୍ୟାପିଥାଏ କିନ୍ତୁ ବ୍ୟକ୍ତିର ଭଲଗୁଣ ଚାରିଆଡ଼େ ବ୍ୟାପିଥାଏ ।

୧୪) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦୁନିଆର ସବୁଠାରୁ ବଡ଼ ଶକ୍ତି ହେଉଛି “ଯୁବବସ୍ଥା ଓ ନାରୀର ସୁନ୍ଦରତା” ।

୧୫) ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆମକୁ ଅତୀତ ବିଷୟରେ ଭାବି ପସ୍ତେଇବା ଉଚିତ ନୁହେଁ ଓ ଭବିଷ୍ୟତ ବିଷୟରେ ମଧ୍ୟ ଅଧିକ ଭାବିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ବୁଦ୍ଧିମାନ ଅଟେ; ସେ ସବୁବେଳେ ବର୍ତ୍ତମାନରେ ହିଁ ଜୀବନ ଯାପନ କରିଥାଏ ।

୧୬) ଆଚାର୍ଯ୍ୟ ଚାଣକ୍ୟ କହିବା ଅନୁସାରେ, ପ୍ରତ୍ୟେକ ମିତ୍ରତା ପଛରେ କିଛି ନା କିଛି ସ୍ୱାର୍ଥ ନିଶ୍ଚୟ ଥାଏ । ଏଭଳି କୌଣସି ବି ମିତ୍ରତା ନାହାଁନ୍ତି ଯାହା ଭିତରେ ସ୍ୱାର୍ଥ ନାହିଁ ।

ଚାଣକ୍ୟଙ୍କ ନୀତିଶାସ୍ତ୍ରରୁ ସଂଗୃହିତ ଏହି ଅନୁଛେଦଟି ଶିକ୍ଷଣୀୟ ଅଟେ । ଆଶା କରୁଛୁ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବା । ପସନ୍ଦ ଆସିଲେ Like ଓ Comment କରି ଆମକୁ ଜାଣନ୍ତୁ ।