୧୬ ବର୍ଷୀୟା ନାବାଳିକାକୁ ୧୧ ଜଣ ଦ୍ୱାରା ଗଣ ବଳାତ୍କାର, ୪ ଜଣ ସମ୍ପର୍କୀୟ ବି ସମ୍ପୃକ୍ତ, ଭିଡିଓ ରେକର୍ଡ କରାଯାଇ ବ୍ଲାକମେଲ କରାଯାଇଛି ।

Spread the love

ହାଇଦ୍ରାବାଦ- ନାରୀମାନଙ୍କ ସୁରକ୍ଷା ଯୋଜନା କାମ କରୁନାହିଁ । ଅନ୍ୟ ଏକ ଜଘନ୍ୟ ଯୌନ ଅପରାଧ ଆଜି ସାମ୍ନା କୁ ଆସିଛି। ହାଇଦ୍ରାବାଦ ରେ ୧୬ ବର୍ଷୀୟ ନାବାଳିକା ଗଣବଳତ୍କାର ର ଶିକାର ହୋଇଛନ୍ତି। ୧୧ ଜଣ ମିଶି ଏହି ଜଘନ୍ୟ କାଣ୍ଡ କରିଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରେ ନାବାଳିକା ଙ୍କ ୪ଜଣ ସମ୍ପର୍କୀୟ ଓ କିଛି ବନ୍ଧୁ ଗଣ ମଧ୍ୟ ସାମିଲ ଅଛନ୍ତି। ଏହି ଘଟଣା ହାଇଦ୍ରାବାଦ ର ମୁରଲୀ ନଗର ରେ ଘଟିଛି । ଏହି ଘଟଣା କେବଳ ବର୍ତ୍ତମାନ ନୁହେଁ ବରଂ ଦୀର୍ଘ ୪ ବର୍ଷ ହେଲା ନାବାଳିକା ଙ୍କ ସହ ଏହି ଅତ୍ୟାଚାର ହୋଇ ଆସୁଛି । ପିଡିତା ଙ୍କ ବୟାନ ଅନୁଯାୟୀ ୨୦୧୫ରେ ତାଙ୍କ ସମ୍ପର୍କୀୟ ଶାନ୍ତି ପ୍ରଦାୟକ ନିଶା ଦ୍ରବ୍ୟ ଡ୍ରିଙ୍କ ରେ ମିଶାଇ ଦେଇଥିଲେ ଓ ପରବର୍ତ୍ତୀ କାଳରେ ସେ ପିଡିତା ଙ୍କୁ ବଳାତ୍କାର କରିଥିଲେ। ସେହି ସମ୍ପର୍କୀୟ ଅପରାଧୀ ଙ୍କ ନାମ ରାଜୁ ବୋଲି ପିଡିତା ବୟାନ ଦେଇଛନ୍ତି ।

ବଳାତ୍କାର ର ସମ୍ପୂର୍ଣ୍ଣ ଘଟଣା ରାଜୁ ନିଜ ମୋବାଇଲ ରେ ରେକର୍ଡ କରି ରଖିଥିଲା ଓ ପରେ ଏହାକୁ ନିଜ ଅନ୍ୟ ବନ୍ଧୁ ମାନଙ୍କ ସହ ସେୟାର କରିଥିଲା। ଏହାପରେ ସମସ୍ତେ ମିଶି ପିଡିତା ଙ୍କୁ ବ୍ଲାକମେଲ କରିଥିଲେ ଓ ସେମାନଂକ ଯୌନ ତୃଷା ମେଣ୍ଟାଇବା ପାଇଁ ପିଡିତା ଙ୍କୁ ବାଧ୍ୟ କରିଥିଲେ।

ପିଡିତା ଙ୍କ ଭାଇ କହିଛନ୍ତି ଯେ ଏହି ୪ ବର୍ଷ ମଧ୍ୟରେ ଘରେ କେହି ବି କିଛି ମଧ୍ୟ ଅଘଟଣ ବା ଅପରାଧ ହେବାର ଅନୁଭବ କରିନାହାନ୍ତି। ସେ କହିଛନ୍ତି ଯେ ପିଡିତା ଙ୍କୁ ମାନସିକ ଅବସ୍ଥା ଠିକ ନଥିଲା ଓ ସେ କେବଳ ନିଜ ପଢା ପଢି ରେ ବ୍ୟସ୍ତ ରହୁଥିଲେ ଓ ଆଗକୁ ପଢିବା ପାଇଁ ଇଚ୍ଛା ରଖିଥିଲେ।

ଏହି ୧୬ ବର୍ଷୀୟ ନାବାଳିକା ଜଣକ +୨ ଶ୍ରେଣୀର ଛାତ୍ରୀ ଅଟନ୍ତି । ସେ ଗଲା ମାସ ହାଇଦ୍ରାବାଦର ଏକ ଭରସା ସେଣ୍ଟର ନିକଟକୁ ଯାଇଥିଲେ ଯାହା ଫଳରେ ଏହି ଘଟଣା ପଦାକୁ ଆସିଥିଲା ।

ଅପରାଧୀଙ୍କ ମଧ୍ୟରୁ ୩ ଜଣ ଯାହାର ନାମ ନାବାଳିକା କହିଥିଲେ ସେମାନେ ବର୍ତ୍ତମାନ ପୋଲିସର ଗିରଫ ରେ ଅଛନ୍ତି । ସେହି ତିନିଜଣ ଅପରାଧୀରୁ ଗୋଟିଏ ଅପରାଧୀକୁ ପୋଲିସ ଗିରଫ କରିଛି କିନ୍ତୁ ସାକ୍ଷୀ (witness) ବୋଲି କହିଛି ।

ଏହି କଥାକୁ ଆକ୍ଷପ କରି ପିଡିତାଙ୍କ ସମ୍ପର୍କୀୟ ଭଉଣୀ କହିଛନ୍ତି ଯେ କିପରି ଜଣେ ଅପରାଧୀ ସାକ୍ଷୀ ହୋଇପାରିବ । ସିଏ ଯଦି ଅପରାଧୀ ର ସାଙ୍ଗ ଭାବେ ଏହା ସବୁ କରିଛି ସିଏ ମଧ୍ୟ ଅପରାଧୀ ଅଟେ। ଏମାନଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ ସେ ବିନତି କରିଛନ୍ତି।