16 ଅପ୍ରେଲ୍ 2019, ମଙ୍ଗଳବାର : ଆଜି ପ୍ରଭୁ ହନୁମାନ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପ୍ରତି ହେବେ ପ୍ରସନ୍ନ । ଦୂର ହେବ ସମସ୍ତ କଷ୍ଟ, ପୂର୍ଣ୍ଣ ହେବ ମନସ୍କାମନା ।

Spread the love

16 ଅପ୍ରେଲ୍ 2019, ମଙ୍ଗଳବାର : ଆଜି ପ୍ରଭୁ ହନୁମାନ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପ୍ରତି ହେବେ ପ୍ରସନ୍ନ । ଦୂର ହେବ ସମସ୍ତ କଷ୍ଟ, ପୂର୍ଣ୍ଣ ହେବ ମନସ୍କାମନା ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ । ଭଗବାନଙ୍କ ଧ୍ୟାନ କରନ୍ତୁ; ମନକୁ ଶାନ୍ତି ମିଳିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବନ୍ଧୁବାନ୍ଧବମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟରେ ଉନ୍ନତି, ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଶୁଭରଙ୍ଗ: ସବୁଜ। ଆରାଧନା: ବାବା କପିଳାସ ।

ବୃଷ: ଆନନ୍ଦ ଉଲ୍ଲାସରେ ଦିନଟି କାଟିବା । କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିବେ । ନୂଆ ଲୋକଙ୍କ ସହିତ ପରିଚୟ ହେବ । ରାଜନୀତିରେ ସଫଳତା ମିଳିବ କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ଦ୍ଵନ୍ଦ ଦେଖାଦେବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଗ୍ରସ୍ତ ହେବେ । ଯୁବକ ଯୁବତୀମାନେ ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମହାଲକ୍ଷ୍ମୀ ।

ମିଥୁନ: ନିଜର ରଗକୁ ନିୟନ୍ତ୍ରଣରେ ରଖନ୍ତୁ; ମାନକୁ ଶାନ୍ତି ମିଳିବ । କୌଣସି କାମରେ କଠିନ ପରିଶ୍ରମ କରିବାକୁ ପଡ଼ିବ । ବ୍ୟବସାୟରେ ନୂତନ କାର୍ଯ୍ୟ ଶୈଳୀ ପ୍ରୟୋଗ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ରାଜନୀତିରେ ସଫଳତା ମିଳିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ଓ ଆୟର ସ୍ରୋତ ବୃଦ୍ଧିହେବ । ଦୂରଯାତ୍ରାର ସୁଯୋଗ ପାଇବେ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶତୃମାନେ ମଥାନତ କରିବେ । ମହିଳାମାନେ ସମ୍ୟକ ଅସୁସ୍ଥତା ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ହରିଶଙ୍କର ।

କର୍କଟ: ଭାଗ୍ୟର ସହାୟତାରେ ଆଜି ଆପଣ ଉନ୍ନତିର ଚରମ ଶିଖରରେ ପହଞ୍ଚି ପାରିବେ । ଅତିତରେ ଅଟକିଥିବା କାର୍ଯ୍ୟକୁ ସୁରୁଖୁରୁରେ ସମ୍ପାଦନ କରିପାରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ମନୋକାମନା ପୂରା ହେବ । ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ । ଆର୍ଥିକଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ପ୍ରବାସ ଯାତ୍ରାରେ ପୀଡା ଅନୁଭବ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଦିନଟି ଅତ୍ୟନ୍ତ ସୁଖଦାୟକ ରହିବା । କ୍ୟାରିୟର ମାମଲାରେ କିଛି ଭଲ ହୋଇପାରେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥାକହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଜୀବନସାଥୀଙ୍କର ଢେର୍‌ସାରା ପ୍ରେମ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଆତ୍ମା ବିଶ୍ଵାସର ସହ କାର୍ଯ୍ୟ କରିଚାଳନ୍ତୁ; ସଫଳତା ମିଳିବାର ଯୋଗ ରହିଛି । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । କୌଣସି ନୂଆ କମ୍ପାନିରେ ଚାକିରି ପ୍ରସ୍ତାବ ମିଳିପାରେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନ ପନ୍ଥା ଅନୁସରଣ କରିବେ । ପରିବାର ସହିତ କୌଣସି ଧାର୍ମିକ ଆୟୋଜନକୁ ଯାଇପାରନ୍ତି । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ତୁଳା: ଆପଣଙ୍କ ସହିତ ପ୍ରତାରଣା କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ମାନସିକ ଦୁଶ୍ଚିନ୍ତା, ଶତୃବାଧା ଦୂରେଇ ଯିବ । କୌଣସି ଶୁଭ ଖବର ମିଳିବ । ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କର ଦଳରେ ପ୍ରାଧାନ୍ୟ ବୃଦ୍ଧି ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବଜାୟ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମକରି ଅନୁତାପ କରିବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ଗଣେଶ ।

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ଆପଣଙ୍କର ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ହେବ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ରାଜନୈତିକ କ୍ଷେତ୍ରରେ ଦଦୁଲ୍ୟମାନ ପରିସ୍ଥିତି ସୃଷ୍ଟିହେବ । ବିଭିନ୍ନ କାର୍ଯ୍ୟରେ ବାଧା ଦୁରେଇ ଯିବା । ବାଦ ବିବାଦ ଠାରୁ ଦୂରେଇ ରହିବା ରୁହନ୍ତୁ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ କରିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ପ୍ରସଂଶିତ ହେବେ । ବିଦ୍ୟାର୍ଥୀଙ୍କମାନେ ନିଜର ପ୍ରତିଭା ବଳରେ ସମ୍ମାନିତ ଓ ପ୍ରସଂଶିତ ହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ଧନୁ: ଆପଣଙ୍କର ସ୍ୱଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ଅର୍ଥଲାଭର ମାର୍ଗ ଖୋଲିଯାଇ ଉନ୍ନତିହେବ । ରାଜନୀତିରେ ମନୋକାମନା ପୂରା ହେବ । ଏତଦବ୍ୟତୀତ ଲେଖକ, ପତ୍ରକାର, ସଙ୍ଗୀତଜ୍ଞ, ଠିକାଦାର ଓ ସରକାରୀ କର୍ମରତଥିବା ବ୍ୟକ୍ତିମାନଙ୍କର ଶୁଭ ସମାଚାର ମିଳିବ । ମହିଳାମାନେ ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ ଓ ନୂତନକର୍ମ ଯୋଗୁ ଆୟ ବୃଦ୍ଧି ହେବ କିନ୍ତୁ ଶାରୀରିକ ପୀଡ଼ାଯୋଗୁ ଖର୍ଚ୍ଚ ମଧ୍ୟ ହେବ । ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । ସାମାଜିକ ଉତ୍ସବରେ ସହଯୋଗ କରିବେ । ବ୍ୟବସାୟରେ ଉନ୍ନତି ଲାଗି ନୂଆ ରଣକୌଶଳ ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସନ୍ତୋଷ ଓ ଅର୍ଥାଗମହେବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ମନର କଥା ମନରେ ରଖନ୍ତୁ; ସଫଳତା ପାଇବେ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ମଙ୍ଗଳା ।

କୁମ୍ଭ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । କର୍ମକ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବାସହ ସ୍ଥାନାନ୍ତର ସୂଚନା ପାଇବେ । ପାରିବାରିକ କ୍ଷେତ୍ରରେ ମନକୁ ଆଘାତ ଲାଗିଲା ପରି କଥା ଶୁଣିବେ । ପୁରୁଣା ସମ୍ପର୍କରେ ତିକ୍ତତା ଆସିବ । ମାଲିମୋକଦ୍ଦମାରେ କ୍ଷତି ସହିବେ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀ ଅନୁଭବ କରିବେ । ପରୀକ୍ଷା ପ୍ରତିଯୋଗିତାରେ ଜୟଯୁକ୍ତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ମୀନ :- ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ରଚନାତ୍ମକ କାମରେ ଆପଣଙ୍କର ନାମ ହେବ । ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇବେ । ମହିଳାମାନେ ନିଜର ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ ଓ ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ଼ ହେବ । ରାଜନୀତି କ୍ଷେତ୍ରରେ ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଘରୋଇ ଜୀବନରେ ସୁଖ ଓ ସୁବିଧା ବୃଦ୍ଧି ହେବ। ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।