15 ମଇ 2019, ବୁଧବାର – ଭଗବାନ ବିଷ୍ଣଙ୍କ କୃପାରୁ କଷ୍ଟରୁ ମୁକ୍ତି ମିଳିବ ୭ଟି ରାଶିର ବ୍ୟକ୍ତିଙ୍କୁ….. ।

Spread the love

15 ମଇ 2019, ବୁଧବାର – ଭଗବାନ ବିଷ୍ଣଙ୍କ କୃପାରୁ କଷ୍ଟରୁ ମୁକ୍ତି ମିଳିବ ୭ଟି ରାଶିର ବ୍ୟକ୍ତିଙ୍କୁ….. ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ରହିବା । କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ପ୍ରସିଦ୍ଧି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ । ବ୍ୟବସାୟକ୍ଷେତ୍ରରେ କଠିନ ପରିଶ୍ରମ କରି ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ । ମହିଳାମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ପରିବାର ଏବଂ ସାଙ୍ଗସାଥିଙ୍କ ଠାରୁ ଦୂରରେ ରହିବେ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

ବୃଷ: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଗୃହ, ଜମି ଓ ପାରିବାରିକ ସମସ୍ୟାର ସମାଧାନ ହେବ । ବ୍ୟବସାୟ ଓ କ୍ୟାରିଅର କ୍ଷେତ୍ରରେ ପରିବର୍ତ୍ତନ ଆସିବ । କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରିବା ନିହାତି ଆବଶ୍ୟକ । ନୂତନ ଦିଗ୍-ଦର୍ଶନ ପାଇଁ ଚିନ୍ତିତ ରହିବେ । ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ବ୍ୟସ୍ତ ରହିବେ । ଅବହେଳିତ ଲୋକଙ୍କ ସହ ମିଳାମିଶା କରି ହଇରାଣ ହେବେ । ବ୍ୟବସାୟରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଅଫିସରେ ଦିନଟି ପ୍ରସନ୍ନତାଭରା ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରଧନା: ସନ୍ତୋଷୀ ମାତା ।

ମିଥୁନ: କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ । ଶିକ୍ଷା କିମ୍ବା ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣ କରିବେ । ବ୍ୟବସାୟିକ ଗତିବିଧି ଠିକ୍ ରହିଲେ ମଧ୍ୟ ପତ୍ନୀଙ୍କ ସହ ମତାନ୍ତର ଦେଖାଦେବ । ଅନାବଶ୍ୟକ ଧାଁଦୌଡ଼, ପାରିବାରିକ ଚିନ୍ତା, ପିତାଙ୍କ ସହ ମତାନ୍ତର, ବରିଷ୍ଠ ବ୍ୟକ୍ତି କିମ୍ବା ପଦାଧିକାରୀଙ୍କ ରୋଷରପାତ୍ର ହେବେ । ନିକଟସ୍ଥ ସ୍ଥାନମାନ ଭ୍ରମଣ କରି ମନକୁ ସମ୍ୟକ ଶାନ୍ତ କରିପାରିବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ ।

କର୍କଟ: ସ୍ଵଭାବ ରୋମାଞ୍ଚକର ସତେଜତା ରହିବା । ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପଦୋନ୍ନତି ବା ନୂତନକର୍ମ ପ୍ରାପ୍ତି ହେବ । ପରିବାର ସମସ୍ୟାର ସମାଧାନ ହୋଇଯିବା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଆୟର ସ୍ରୋତ ଖୋଲିଯିବ । ପରିବାରରେ ଶାନ୍ତଶିଷ୍ଟ ବାତାବରଣ ରହିବ । ବୈବାହିକ ଜୀବନ ଖୁସି ଭରା ରହିବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ । ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତିର ସହଯୋଗ ମିଳିବ । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବା ଫଳରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ । ମହିଳାମାନଙ୍କର ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଆତ୍ମ ବିଶ୍ବାସ ବୃଦ୍ଧି ହେବ । ଆର୍ଥିକ ଓ ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ମହିଳାମାନଙ୍କର ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତହେବ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ । ଅନେକ ଗୁଡ଼ିଏ କାର୍ଯ୍ୟ ବ୍ୟସ୍ତତା ଭିତରେ ରହି ନିଜର ମାନସିକ-ଭାରସାମ୍ୟ ହରାଇବେ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟା ଓ ଆତ୍ମୀୟ ଶତ୍ରୁତା ସହ ବ୍ୟତିବ୍ୟସ୍ତ ରହିବେ । ପୁରାତନ ରୋଗର ପ୍ରକୋପରେ ହଇରାଣ ହରକତ ହେବେ । ଦୀର୍ଘ ପଥଭ୍ରମଣ ଯୋଗୁ କ୍ଳାନ୍ତି ଓ ଅବସାଦ ଦେଖାଦେବ । କର୍ମକ୍ଷେତ୍ରରେ ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ । କୋର୍ଟ କଚେରି ମାମଲାର ଶୁଣାଣି ଥିବାରୁ ବ୍ୟସ୍ତତା ବଢ଼ିଯିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ବିଛା: ବ୍ୟବସାୟକ୍ଷେତ୍ରରେ କରଜର ମାତ୍ରା ହ୍ରାସପାଇବ । ରାଜନୀତି କ୍ଷେତ୍ରରେ ଭୋଗ ବିଳାସରେ ଦିନଟି କାଟିବା ପାଇଁ ଆଗ୍ରହୀ ହେବେ । ଛାତ୍ର-ଛାତ୍ରୀମାନଙ୍କର ନିଜର ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକ ତଥ୍ୟ, ଅନ୍ୱେଷଣ, ଅନ୍ତର୍ଦୃଷ୍ଟି ଏବଂ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ । ମହିଳାମାନଙ୍କର ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବାଫଳରେ ମାନସମ୍ମାନ ବୃଦ୍ଧିହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ଧନୁ: ଆପଣଙ୍କର ମନୋଭାବ କୌତୁକିଆ ରହିବ । ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ । ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁବଢ଼ିବାର ଯୋଜନା ସଫଳ ହେବ । ଆର୍ଥିକକ୍ଷେତ୍ରରେ ଉନ୍ନତିହେବ । ବ୍ୟବସାୟ ପ୍ରସାରଫଳରେ ଅତ୍ୟଧିକ ଲାଭହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ଆପଣଙ୍କ ଲାଗି ଆନନ୍ଦମୟ ରହିବ । ଭଲ ସୁଯୋଗ ଆପଣଙ୍କ ସାମନାକୁ ଆସିପାରେ । ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ । ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ବ୍ୟବସାୟରେ ଶତୃମାନେ ଦୂରେଇ ଯିବେ ।ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ । ପୂର୍ବରୁ ଲାଗି ରହିଥିବା ଅଫିସରେ ଟେନସନ୍ ଦୂର ହୋଇ ସୁସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତିହେବ । କର୍ମଜୀବୀ ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀ ମାନେ ବିପଦରେ ପକେଇବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମୀନ: ଆପଣଙ୍କ ମନରେ ନୂଆ ଚିନ୍ତାଧାରା ଆସିବ । ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବା । ଅନ୍ୟର ଉପକାର କରି ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ମହାତ୍ଵା କାର୍ଯ୍ୟ ପୂରଣ କରିବେ । ସ୍ୱାସ୍ଥ୍ୟରେ ଉନ୍ନତି, ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ଵର ।