15 ମାର୍ଚ୍ଚ 2019, ଶୁକ୍ରବାର – ଏହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି, ସାବଧାନତାର ସହ କର୍ଯ୍ୟ କରନ୍ତୁ…..

Spread the love

15 ମାର୍ଚ୍ଚ 2019, ଶୁକ୍ରବାର – ଏହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି, ସାବଧାନତାର ସହ କର୍ଯ୍ୟ କରନ୍ତୁ…..

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କର ମଜାଦାର ରହିବ । ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ । ଅଫିସରେ ସିନିୟରଙ୍କ ସହଯୋଗ ମିଳିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ । ସ୍ଵାସ୍ଥ୍ୟ ମାମଲାରେ ଶାରୀରିକ ଆଳସ୍ୟ ସହିତ ଅଳ୍ପ ଅସୁସ୍ଥତା ଅନୁଭବ ହେବ । ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ନୀତି ଅବଲମ୍ବନ କରି ଦିନଟି ଅତିବାହିତ କରିବେ ।ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବୃଷ: ଦିନଟି ଆପଣଙ୍କ ଲାଗି ଭଲ ମୁହୂର୍ତ୍ତ ନେଇ ଆସିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀଟି ଲାଭ ପାଇବେ । ବ୍ୟବସାୟ କାମରେ କୌଣସି ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । ନୂଆ କାର୍ଯ୍ୟର ପ୍ରେରଣା ମିଳିବ । ଅଫିସରେ ସୁସ୍ଥ ବାତାବରଣରେ ସମସ୍ତଙ୍କ ସହ ମିଳିମିଶି ହସଖୁସିରେ ଦିନ ଅତିବାହିତ କରିବେ । କୌଣସି ଧାର୍ମିକ ସ୍ଥଳ ଯାତ୍ରା କରି ମାନସିକ ସ୍ତରରେ ଶାନ୍ତି ଅନୁଭବ କରିବେ । ପରିବାରରେ ଖୁସିର ବାତାବରଣ ରହିବ । ସ୍ଵାସ୍ଥ୍ୟ ମଧ୍ୟମ ରହିବ । ପ୍ରେମ ପାଇଁ ଦିନଟି ବେଶ୍ ଭଲ । ମହିଳାମାନେ ଘରେ ଓ ଅଫିସରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ: ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧ୍ୟ କରିବାର କ୍ଷମତା ଆସିବା । ବନ୍ଧୁଙ୍କ ମାଧ୍ୟ୍ୟମରେ କୌଣସି ମହତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହେବ । ଚାକିରିରେ ପ୍ରମୋଶନ ମିଳିପାରେ । କାରବାରୀଙ୍କ ଲାଗି ଦିନଟି ଲାଭଦାୟକ ରହିବ କିନ୍ତୁ ଖର୍ଚ୍ଚାନ୍ତ ଅଧିକ ହେବ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । କୋର୍ଟ କଚେତି ମାମଲାରେ ସକାରତ୍ମକ ବିଜୟ ଲାଭ କରିବେ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ଶ୍ରୀଗଣେଶ ।

କର୍କଟ: ମାନସିକ ସ୍ତରରେ ନିଜକୁ ଶାନ୍ତଶିଷ୍ଟ ରାଖନ୍ତୁ; ଦିନଟି ଆପଣଙ୍କ ପାଇଁ ଲାଭ ଓ ଉନ୍ନତି ନେଇ ଆସିଛି । ନିଜର ପ୍ରତିଭା ବଳରେ ଅନ୍ୟଙ୍କ ହୃଦୟ ଜିଣି ପାରିବେ । ବ୍ୟବସାୟରେ ଯଥେଷ୍ଟ ଲାଭବାନ ହେବେ ଓ ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ମଧ୍ୟ ସମ୍ପାଦନା କରିବେ । ଅଫିସରେ ଅତ୍ୟଧିକ କାର୍ଯ୍ୟଚାପ ସତ୍ତ୍ୱେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରସଂଶିତ ହେବେ । ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ସି˚ହ: ଦିନଟି ଆପଣଙ୍କ ପାଇଁ ସୁଖଶାନ୍ତିର ଭରା ନେଇ ଆସିଛି । ପ୍ରତ୍ୟେକ କାର୍ଯ୍ୟରେ ଦୃଢ ବିଶ୍ୱାସର ସହ କାର୍ଯ୍ୟ କରିବେ । କୌଣସି ବିଶେଷ କାମରେ ଫାଇଦା ମିଳିପାରେ । ରାଜନୀତିଜ୍ଞମାନଙ୍କ ନିଜର ମହତ୍ବାକା˚କ୍ଷା ପୂରଣ ହେବ । ପାରିବାରିକ ସଦସ୍ୟମାନଙ୍କ ସମ୍ପର୍କ ଭଲ ରହିବ । ଦାମ୍ପତ୍ୟ ଜୀବନ ଜୀବନ ପ୍ରୀତିମୟ ରହିବ । ଯହାବହନ କ୍ରୟ କରିବା ପାଇଁ ମନରେ ଆଶାପୋଷଣ କରିବେ । ମହିଳାମାନେ ସାମାନ୍ୟ ଅସୁସ୍ଥ ଅନୁଭବ କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

କନ୍ୟା: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ଆଶାକରୁଥିବା କାର୍ଯ୍ୟରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକହେବା ଫଳରେ ଚିତ୍ତପ୍ରସନ୍ନ ରହିବ ଓ କାର୍ଯ୍ୟ ସିଦ୍ଧିହେବ । ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଦେଖାଦେଲେ ମଧ୍ୟ ଆୟ ବଢ଼ିବ । ରାଜନୀତି କ୍ଷେତ୍ରରେ ଶତ୍ରୁହାନୀ, ଉଚ୍ଚପ୍ରଶଂସା ଲାଭ, ମାଳିମକଦ୍ଦମାରେ ଜୟ, ଦମ୍ଭସାହାସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସଂବାଦ ଶ୍ରବଣକରିବେ । ଜୀବନ ସାଥୀଙ୍କର ଢେ଼ର‌୍‌ସାରା ପ୍ରେମ ମିଳିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା: ଆଜି ଆପଣଙ୍କ ଖୁସି ଦେଖି, ଆପଣଙ୍କ ଶତ୍ରୁମାନେ ଈର୍ଷା କରିପାରନ୍ତି । ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ରାଜନୀତିରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଫାଇଦା ଉଠାଇ ଅନୁତାପ କରିପାରନ୍ତି । ଜାଗା, ଜମି, ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍ । ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ । ମହିଳାମାନେ ବିଭିନ୍ନ ଦିଗରୁ ଲାଭବାନ୍ ହେବେ । ଶୁଭରଙ୍ଗ: ଆକାଶିନୀଳ । ଆରାଧନା: ମହାଲକ୍ଷ୍ମୀ ।

ବିଛା: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । କୌଣସି କାମରୁ ଯଥେଷ୍ଟ ଲାଭ ମିଳିବ । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ରାଜନୈତିକ କ୍ଷେତ୍ରରେ ବିପଦ ଦେଖାଦେଇପାରେ । ସମାଜରେ ମାନ ସମ୍ମାନ ପାଇବେ । ଘର କରଣା ସାମଗ୍ରୀ କିଣିବେ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ । ରାଜନୀତିରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । କୃଷିଜିବୀମାନଙ୍କର ମାଲିମୋକଦ୍ଦମାରେ ଜୟ ହେବ ଓ ହସଖୁସିରେ ସମୟ ବିତିବ । ନୂତନ ସଂସ୍ଥାର ଆୟୋଜନ କରିବେ । ଜମି କିଣିବା ଲାଗି ଭଲ ଦିନଟିଏ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ । ସମସ୍ତ କାର୍ଯ୍ୟରେ ସିଦ୍ଧି, ଶତ୍ରୁହାନୀ, ସହଯୋଗ ପ୍ରାପ୍ତି, ମିତ୍ରଲାଭ, ଶରୀରସୁସ୍ଥ, ଋଣ ପ୍ରାପ୍ତି, କର୍ମତତ୍ପର, ଉଚ୍ଚସମ୍ମାନ ଲାଭ, ମନରେ ଉତ୍ସାହ, ମିଷ୍ଠାନ୍ନଭୋଜନ, ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ପ୍ରାପ୍ତିହେବ । ଶୁଭରଙ୍ଗ: ଲାଲ । ଆରାଧନା: ହର ପାର୍ବତୀ ।

କୁମ୍ଭ: କୌଣସି ପୁରୁଣା କଥାକୁ ନେଇ ମନ ବିଚଳିତ ରହିପାରେ । କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧିହେବ ଶତ୍ରୁମାନେ ମଥାନତ କରିବେ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । କୃଷିଜୀବିମାନେ ନିଜ କର୍ମରେ ଲିପ୍ତ ରହିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ମହିଳାମାନେ ବ୍ୟବସାୟରେ ସଫଳ, ମାନସିକ ଶାନ୍ତି କର୍ମରେ ସ୍ଥିରତା ଯୋଗେ ଖୁସିହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ସମଲେଶ୍ୱରୀ ।

ମୀନ: ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ । ଆଜି ଯାହା ବି କାମ କରିବେ ତହିିଁରେ ସଫଳ ହେବେ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । କାରବାରରେ କୌଣସି ନୂଆ ସଉଦା ହେବ । ଯୁବକ ଯୁବତୀମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପ୍ରେମ ସାଗରରେ ବୁଡ଼ ପକାଇବେ । ମାନସିକ ଅସ୍ଥିରତା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।