ଆଜି ୧୫ ଫେବୃଆରୀ, ମୁଖ୍ୟ ସମାଚାର

Spread the love

ଉରି ଆତଙ୍କବାଦୀ ହମଲାର ୨ବର୍ଷ ପରେ କାଶ୍ମୀରୀରେ ବଡ ଧରଣର ଅତଙ୍କୀ ହମଲା ସାରା ଦେଶକୁ ଦୋହଲାଇ ଦେଇଛି । ଜାମ୍ମରୁ ଶ୍ରୀନଗର ପର୍ଯ୍ୟନ୍ତ ଯାଉଥିବା ସିଆରପିଏଫ ଦଳ ଉପରେ ଅଚାନକ ହମଲା କରିଛନ୍ତି ଆତଙ୍କବାଦୀ । ଏଥିରେ ୪୨ଜଣ ଯବାନ ପ୍ରାଣ ହରାଇବା ସହ ୪୦ରୁ ଅଧିକ ଯବାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଏବେ ବି ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୭୦ଟି ବସ୍ ସିଆରପିଏଫ ଯବାନଙ୍କୁ ନେଇ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଟାତ ଏକ ବିସ୍ଫୋରକ ଭରା କାର ସିଧା ଆସି ଦୁଇଟି ସିଆରପିଏଫ ବସ୍ କୁ ଧକ୍କା ଦେଇଥିଲା । ଏହାପରେ ବଡଧରଣର ବିସ୍ଫୋରଣ ହୋଇଥିଲା ।

ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୪୨ଜଣ ଯବାନଙ୍କ ଜୀବନ ! ମୋଦି କହିଲେ, ଯଦି ଦିଆଯିବ ଦୃଢ ଜବାବ୍, ବ୍ୟର୍ଥ ଯିବନୀ ଯବାନଙ୍କ ବଳିଦାନ

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଦୋହଲିଯାଇଛି ପୁରା ଦେଶ । ସହିଦ ହୋଇଛନ୍ତି ୪୨ ଯବାନ ଏବଂ ୪୦ ଜଣ ଯବାନ ଆହତ ହୋଇଛନ୍ତି । ତେବେ ଏହି ଆକ୍ରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ସେମାନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି । ବରିଷ୍ଠ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଜୈସ-ଇ-ମହମ୍ମଦକୁ ଏକ ଏଭଳି ଶିକ୍ଷା ଦିଆଯିବ ଯାହା ସେମାନେ କେବେବି ଭୁଲିପାରିବେ ନାହିଁ । ଏହା କାପୁରୁଷଙ୍କ କାମ ବୋଲି ଜେଟଲୀ କହିଛନ୍ତି । ସହିଦ ଯବାନମାନଙ୍କୁ ଆମେ ସାଲ୍ୟୁଟ କରୁଛୁ । ଏବଂ ତାଙ୍କ ପରିବାରବର୍ଗଙ୍କ ସହ ଆମେ ଠିଆ ହୋଇଛୁ ବୋଲି ଜେଟଲୀ କହିଛନ୍ତି ।

୪୨ ଯବାନଙ୍କ ଜୀବନ ନେବା ଆତଙ୍କୀ ଜାରି କରିଥିଲା ଏହି ଭିଡିଓ

ଜୈସ ଆତଙ୍କବାଦୀ ଆଦିଲ ଦର ୪୨ଜଣ ସିଆରପିଏଫ ଯବାନଙ୍କ ଜୀବନ ନେଇଛି । ସେ ଏକ ବିସ୍ଫୋରକ ଭରା ଗାଡିକୁ ସିଆରପିଏଫ ଯବାନମାନେ ଯାଉଥିବା ବସ୍ ରେ ଧକ୍କା କରିଦେବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଆଦିଲର ବି ମୃତ୍ୟୁ ଘଟିଛି । ଏହା ଏକ ଆତ୍ମଘାତୀ ଆକ୍ରମଣ । ଆଦିଲ ଏଭଳି ଆକ୍ରମଣ କରିବା ପୂର୍ବରୁ ଏକ ଭିଡ଼ିଓ ଜାରି କରିଥିଲା । ଯେଉଁଥିରେ ତାଙ୍କୁ କେମିତି ଆକ୍ରମଣ ପାଇଁ କୁହାଯାଇଥିଲା ସେକଥା ମଧ୍ୟ କହିଛି ।

ଭୂମିହୀନ ଲୋକଙ୍କୁ ଚିହ୍ନଟ ନକରି ଯୋଜନାରେ ସାମିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ

ଭୂମିହୀନ ଲୋକଙ୍କୁ ଚିହ୍ନଟ ନକରି “କାଳିଆ” ଯୋଜନାରେ ଭୂମିହୀନଙ୍କୁ ସାମିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ଅଭିଯୋଗ କରିଛି । କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା’ ସମଗ୍ର ଦେଶରେ ଲାଗୁ ହୋଇଥିବାବେଳେ ଏଠି ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଗଡ଼ାଇ ଚାଲିଛନ୍ତି । କାଳେ ଏହି ଯୋଜନା ଲାଗୁ ହେଲେ ପ୍ରଧାନମନ୍ତ୍ରୀ ମୋଦି ନାଁ ନେଇଯିବେ ସେଇଥିପାଇଁ ବିଜେଡି ‘ଚାହିଁ ଜଳକା ଖେଳ ଖେଳୁଛି ‘ ବୋଲି ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଆସନ୍ତା ୨୧ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଛି ଓଡିଶା ବନ୍ଦ ଡାକରା

ଚାଷୀଙ୍କ ପେନସନ ଓ ଧାନ ଦର ଉପରେ ବୋନସ୍ ନ ଦେବା ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚଳିତମାସ୨୧ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦରେ ରାଜନୈତିକ ଦଳ, ବସ୍ ଓ ଟ୍ରକ ମାଲିକ ସଂଘ, ବ୍ୟବସାୟୀ ଓ ସମ୍ବେଦନଶୀଳ ବ୍ୟକ୍ତି ସାମିଲ ହେବାପାଇଁ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି । ଉତ୍କଳ ସମ୍ବାଦିକ ସଂଘରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କ ଆନ୍ଦୋଳନ କରିବାର ଅଧିକାର ରହିଥିବା ବେଳେ ଏହି ଅଧିକାରକୁ ରାଜ୍ୟ ପୁଲିସ ଛଡାଇ ନେଉଛି ।

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ ! କହିଲେ, ଯୁଆଡେ ଗଲେ ଦେଢ ମିନିଟର ଭାଷଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର କଣ୍ଟାବାଞ୍ଚୀରେ ଓବିସି ମହାସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୁଆଡେ ଗଲେ ଦେଢ ମିନିଟର ଭାଷଣ ଦେଉଛନ୍ତି । ଆଉ ଯୁଆଡେ ଯାଉଛନ୍ତି କହୁଛନ୍ତି ଆପମାନେ ଖୁସି ତ, ମୁଁ ବି ଖୁସି । ୧୯ ବର୍ଷର ଶାସନରେ ବଲାଙ୍ଗୀର ବାସୀଙ୍କୁ ପାଣି ମିଳିଲାନି । ବେକାରୀ ସମସ୍ୟା ଏବଂ ଗରିବୀ ରାଜ୍ୟର ମୁଖ୍ୟ ମୁଦ୍ଦା ପାଲଟିଛି । ସେହିପରି ନବୀନ ବାବୁ ଚାଷଜମିଙ୍କୁ ବି ପାଣି ମୁନ୍ଦେ ତୁମ ସରକାର ଏଯାବତ ଦେଇପାରିଲେ ନାହିଁ । ଲୋକେ ଦୁଃଖରେ ଅଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆପମାନେ ଖୁସି ତ। ରାଜ୍ୟର ଭୋଟରେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୧୦ ପ୍ରତିଶତ ବୃଦ୍ଧି ପାଇବ ପ୍ରାକୃତିକ ଗ୍ୟାସ୍ ର୍ ଦାମ୍ ! ମହଙ୍ଗା ହେବ ସିଏନଜି ଏବଂ ପିଏନଜି

ଗ୍ୟାସ୍ ଉତ୍ପାଦକ କମ୍ପାନୀମାନଙ୍କୁ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୧ ଏପ୍ରେଲ ୨୦୧୯ ରେ ଘରୋଇ ପରିଯୋଜନା ଅନ୍ତର୍ଗତ ପ୍ରାକୃତିକ ଗ୍ୟାସ୍ ର୍ ଦାମ୍ ରେ ବୃଦ୍ଧି କରାଯାଇପାରେ । ଗ୍ୟାସ୍ ର ଦାମକୁ ୧୦ ପ୍ରତିଶତ ବଢ଼ାଇ ୩.୭୨ ଡଲାର ପ୍ରତି ଏମଏମବିଟିୟୁ କରାଯାଇପାରେ । ଯଦି ଏଭଳି ହେଲା ତେବେ ତେଲର ରେଟ ବଢିଯିବ । ଏହା ପୂର୍ବରୁ ସରକାର ଅକ୍ଟୋବର ୧ , ୨୦୧୮ ତାରିଖରେ ପ୍ରାକୃତିକ ଗ୍ୟାସ୍ କୁ ଘରୋଇ ଉତ୍ପାଦକରେ ଦିଆଯାଉଥିବା ଦାମକୁ ୩.୦୬ ଡଲାର ପ୍ରତି ଏମଏମବିଟିୟୁ ରୁ ବଢାଇ ୩.୩୬ ଡଲାର କରିଦେଉଥିଲେ ।

ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ

ଝାଡଖଣ୍ଡ ଖୁଣ୍ଟି ଜିଲ୍ଲା ରୈନା ଅଞ୍ଚଳରେ ଥିବା ମୋରୋନବୀର ଗାଁରେ ଗୁରୁବାର ମାଓବାଦୀ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀ ଦ୍ୱାରା କରାଯାଇଥିବା ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨୦୯ କୋବ୍ରା ବାହିନୀର ଯବାନ ମାଓବାଦୀଙ୍କ ମୃତଶରୀର ଠାବ କରିବା ସହ ତାଙ୍କ ନିକଟରୁ କିଛି ମାରଣାସ୍ତ୍ର ମଧ୍ୟ ଜବତ କରିଛନ୍ତି ।

ବଦଳିଲେ ଟ୍ୱିନସିଟି ୨୬ଟି ଥାନାର ଆଇଆଇସି

କମିଶନରେଟ ପୋଲିସ୍ ରେ ବଡ ଧରଣର ଅଦଳବଦଳ ହୋଇଛି ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି । ତେବେ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସି ଙ୍କୁ ବଦଳି କରାଯାଇଛି ।

କେନ୍ଦ୍ର-ରାଜ୍ୟ କଳିରେ ବଳିପଡୁଛି ପ୍ରକଳ୍ପ

ଉତ୍ତର ଓଡ଼ିଶାର ସୀମାନ୍ତବର୍ତୀ ଦୀଘାଠାରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ପର୍ଯ୍ୟନ୍ତ ପ୍ରସ୍ତାବିତ କୋଷ୍ଟାଲ ହାଇୱେ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ପ୍ରସ୍ତାବିତ କୋଷ୍ଟାଲ ହାଇୱେ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବାଦବିବାଦ ଲାଗି ରହିଛି । କେଉଁ ବାଟ ଦେଇ ହାଇୱେ ଯିବ , ସେ ନେଇ କେନ୍ଦ୍ର ସରକାର ପୁରୁଣା ରାସ୍ତାର ଉଭୟ ପାର୍ଶ୍ଵର ବିକାଶ କରିବା ସହ ରାସ୍ତା ଚଉଡା ପାଇଁ ମନ ବଳାଇଛନ୍ତି । ହେଲେ ରାଜ୍ୟ ସରକାର ସମୁଦ୍ରକୂଳ ନିକଟରେ ହାଇୱେ ନିର୍ମାଣ ପାଇଁ କହୁଛନ୍ତି ।

ରେଭେନ୍ସା ରେ ବେଆଇନ ପ୍ରଫେସର ନିଯୁକ୍ତି ମାମଲା: ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରିଡରରୁ ଅସୋସିଏଟ ପ୍ରଫେସର ଭାବେ ପଦୋନ୍ନତି ପାଇଥିବା ୧୬ଜଣ ପ୍ରାଧ୍ୟାପକଙ୍କ ନିଯୁକ୍ତି କୁ ୟୁଜିସି ନିୟମ ଉଲଘଂନ ଦର୍ଶାଇ ହାଇକୋର୍ଟରେ ଏକ ରିଟ ପିଟିସନ ଦାଏର କରାଯାଇଥିଲା । ଏହି ପିଟିସନକୁ ଗ୍ରହଣ କରି ହାଇକୋର୍ଟ ଘଟଣାର ତଦନ୍ତ ଦେଢ ମାସ ମଧ୍ୟରେ ଶେଷ କରିବାକୁ ରାଜ୍ୟପାଳ ତଥା କୂଳାଧିପତି ନିର୍ଦ୍ଦେଶ ଦେଇଛନ୍ତି ।

୨୦ ସୁଦ୍ଧା ବଦଳି ସ୍ଥାନରେ ଯୋଗଦେବାକୁ ମେଡ଼ିକାଲ ଅଫିସରଙ୍କୁ ନିର୍ଦ୍ଦେଶ

ବଦଳି ଓ ପଦୋନ୍ନତି ପାଇଁ ବଦଳି ହୋଇଥିବା ମେଡିକାଲ ଅଫିସର ମାନେ ନୁଆଁ ସ୍ଥାନରେ ଯୋଗଦେଉନାହାନ୍ତି । ଏହା ନଜରକୁ ଅସିବା ପରେ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୨୦ ତାରିଖ ମଧ୍ୟରେ ବଦଳି ସ୍ଥାନରେ ଯୋଗ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶକୁ ଉଲଘଂନ କଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞାପ୍ତି ରେ ଉଲ୍ଲେଖ କରାଯାଇଛି ।

ରାଜ୍ୟ ସରକାରଙ୍କ “କାଳିଆ” ଯୋଜନାକୁ କଡା ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କୋଡ଼ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଣ୍ଟାବାଞ୍ଚି ଓବିସି ମହାସମ୍ମିଳନୀରେ ଯୋଗ ଦେଇ ବର୍ଷିଛନ୍ତି ଧର୍ମେନ୍ଦ୍ର । କାଳିଆ ଯୋଜନାରେ ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧାୟକ ଓ ମନ୍ତ୍ରୀଙ୍କ ଆକାଉଣ୍ଟ କୁ ପଇସା ପଠା ଯାଉଥିବା ସଙ୍ଗିନ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ବାଚନ ଆଗରୁ ଓବିସି ଦଳିତ, ଆଦିବାସୀଙ୍କୁ ପକ୍କା ଘର କରିବା ପାଇଁ ପ୍ରତିଶ୍ରୁତି ପୂରଣ ହୋଇନଥିବା କହିବା ସହ ଜିଲ୍ଲାର ଚାଷୀଙ୍କୁ ପାଣି ମିଳୁନଥିବା ଅଭିଯୋଗ କରି ବଲାଙ୍ଗୀର ସାଂସଦ ଉପରେ ଖୁବ୍ ବର୍ଷିଛନ୍ତି ।

ଝିଅର ଇଜ୍ଜତ ଲୁଟିଲା ବାପା

ଝିଅକୁ ଦୁଷ୍କର୍ମ କଲା ବାପା ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବ୍ରହ୍ମପୁର ଜରଡା ଅଞ୍ଚଳରେ । ବାପା ନିଜ ନାବାଳିକା ଝିଅକୁ ଦୀର୍ଘ ୫ବର୍ଷ ହେଲା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।

୨୦ ଫେବୃଆରୀ ଠାରୁ ତୁଳନାତ୍ମକ ଭାବେ ଶସ୍ତାରେ କିଣିପାରିବେ ଘର ! ମୋଦି ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି

ନିଜର ଏକ ଘର ତିଆରି କରିବା ହେଉ କି କିଣିବା ପାଇଁ ସମସ୍ତଙ୍କର ସ୍ୱପ୍ନ ଥାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏ ସ୍ୱପ୍ନ ପୁରଣ ହୋଇପାରେନି । ତେବେ ମୋଦି ସରକାରଙ୍କ କିଛି ନିଷ୍ପତ୍ତି ଯୋଗୁଁ ରିୟଲ ଇଷ୍ଟେଟ ସେକ୍ଟର ରେ ଘର ମୁଲ୍ୟ କିଛିକାଂଶ କମିଛି । ଏବେ ସରକାରଙ୍କ ତରଫରୁ ୨୦ ଫେବୃଆରୀ ଆଉ ଏକ ନିଷ୍ପତ୍ତି ନିଆଯିବ ବୋଲି ଶୁଣିବା ପାଇଁ ମିଳୁଛି । ନିଷ୍ପତ୍ତି ଅନୁସାରେ ଯେଉଁ ଲୋକମାନେ ଘୋର କିଣିବା ପାଇଁ ଯୋଜନା କରୁଛନ୍ତି, ସେମାନେ ଲାଭ ଉଠାଇପାରିବେ ।

ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ ହେବ ୫୦ ରେଳ ଷ୍ଟେସନ: ଖର୍ଚ୍ଚ ହେବ ୭୫୦୦ କୋଟି

ଭାରତୀୟ ରେଲୱେ ଚଳିତ ବର୍ଷ ଦେଶର ୫୦ଟି ଷ୍ଟେସନ କୁ ବିମାନ ବନ୍ଦର ଢାଞ୍ଚାରେ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିପାଇଁ ୭୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ରେଳମନ୍ତ୍ରୀ ପୀୟୂଷ ଗୋୟଲ ନିକଟରେ ଏ ସମ୍ପର୍କରେ ଏକ ଯୋଜନାକୁ ଅନୁମଦନ କରିଛନ୍ତି ।

ବିଏସଏନଏଲକୁ ବନ୍ଦ କରିପାରନ୍ତି ସରକାର ! ବର୍ଷକୁ ବର୍ଷ କମ୍ପାନୀର କ୍ଷତି ବଢି ଚାଲୁଥିବାରୁ କମ୍ପାନୀକୁ ନେଇ ହୋଇପାରେ ବଡ ନିଷ୍ପତ୍ତି

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଟେଲିକମ୍ ବଜାରରେ ପ୍ରବେଶ କରିବା ପରେ କେବଳ ଘରୋଇ ନୁହେଁ ସରକାରୀ ମୋବାଇଲ କମ୍ପାନୀ ମଧ୍ୟ ପ୍ରଭାବିତ ହୋଇଛନ୍ତି ସରକାରୀ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ (ବିଏସଏନଏଲ) ଅବସ୍ଥା ଖରାପ ହୋଇଗଲାଣି । ଦିନକୁ ଦିନ କ୍ଷତି ପରିମାଣ ବଢ଼ିବାରେ ଲାଗିଛି । ପରିସ୍ଥିତି ଏମିତି ହେଲାଣି ଯେ ସରକାର ଏହାକୁ ବନ୍ଦ କରିଦେଇ ପାରନ୍ତି ବୋଲି ସୂଚନା ମିଳିଲାଣି ।

ଏପଟେ ଚାଲିଥିଲା ଅପରେସନ ସେପଟେ ରୋଗୀ ପଢୁଥିଲେ କୁରାନ ! ୩ ଘଣ୍ଟା ଭିତରେ ଡାକ୍ତର କାଢ଼ିଲେ ମୁଣ୍ଡରୁ ଟ୍ୟୁମର

ଅଜମେରର ଅବଦୁଲ ନାମକ ଜଣେ ବ୍ୟକ୍ତି ବ୍ରେନ ଟ୍ୟୁମର ହୋଇଥିଲା ଏଥିପାଇଁ ତାଙ୍କୁ ଭଲଭାବରେ ଶୁଣା ବି ଯାଉ ନଥିଲା ଏହି ସମୟରେ ଡାକ୍ତର ତାଙ୍କୁ ସର୍ଜରୀ କରିବା ପାଇଁ ପରାମର୍ଶ ଦେଲେ ଏବଂ ରୋଗୀକୁ ଅଚେତ ମଧ୍ୟ କଲେ ନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ରୋଗୀ ଜଣକ ଅପରେସନ ସମୟରେ କୁରାନ ପଢିବାକୁ ଲାଗିଥିଲେ । ତେବେ ୩ ଘଣ୍ଟାର ସମୟ ଭିତରେ ଡାକ୍ତର ଏହି ସର୍ଜରୀକୁ ସଫଳତା ରୂପେ କରିସାରିଥିବା ବେଳେ ରୋଗୀଙ୍କ ଅପରେସନ ମଧ୍ୟରେ କୁରାନ ପଢିବା ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିନା ସର୍ଜରୀରେ ପାକସ୍ଥଳୀରୁ ବାହାରିଲା ଟୁଥବ୍ରସ

ସୂଚନାଯୋଗ୍ୟ, ଲୋୟର ମାଓପ୍ରେମ ଅଞ୍ଚଳର ଜଣେ ଦାନ୍ତ ଘୋଷିବା ସମୟରେ ଏକ ଟୁଥବ୍ରସକୁ ଅସାବଧାନତା ବଶତଃ ଗିଳି ଦେଇଥିଲେ । ଏହା ପରେ ତୁରନ୍ତ ପରିବାର ଲୋକେ ତାଙ୍କୁ ମେଘାଳୟ ସିଲିଂ ସିଭିଲ ହସ୍ପିଟାଲ ନେଇଯାଇଥିଲେ । ଡାକ୍ତରମାନେ ଏମିତି ଘଟଣା ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।ହେଲେ ପରେ ର୍କ ଏଣ୍ଡୋସ୍କୋପ ମାଧ୍ୟମରେ ବ୍ରସ୍ ଟିକୁ ମହିଳାଙ୍କ ପାଟିବାଟେ ବାହାର କରି ଆଣିଥିଲେ । ମାତ୍ର ଅଧଘଣ୍ଟା ପରେ ମହିଳା ଜଣକ ସୁସ୍ଥ ଅନୁଭଵ କରିବା ସହ ଘରକୁ ଫେରି ଆସିଥିଲେ ।

ସିନ୍ଧୁଙ୍କ ବିଜୟ ଅଭିଯାନ

ଅଲମ୍ପିକ ରୋୖପ୍ୟ ପଦୋକାରୀ ପିଭି ସିନ୍ଧୁ ଗୁରୁବାର ସହଜ ବିଜୟ ସହ ଏଠାରେ ଚଳିଥିବା ୮୩ ତମ ସିନିୟର ନ୍ୟାସନଲ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ରେ ଅଭିଯାନ ଆରମ୍ଭ କରିଛନ୍ତି ।ସେ ପ୍ରଥମ ରାଉଣ୍ଡ ରେ ନାଗପୁର ମାଲବିକା ବାସୋଦଙ୍କୁ ହରାଇ ମହିଳା ସିଙ୍ଗଲସ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।

କଟକରେ ଖୋଲିବ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର

ଓଡିଶା ବ୍ୟାଡମିଣ୍ଟନ ଖେଳାଳିଙ୍କ ନିମନ୍ତେ ଅତ୍ୟାଧୁନିକ ପ୍ରଶିକ୍ଷଣ ସୁଯୋଗ ରେ ଅନ୍ୟ ଏକ ଦ୍ୱାର ଫିଟିଛି । ଏବେ କଟକରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ହେବ ସ୍ଥାୟୀ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ କେନ୍ଦ୍ର । ଜବାହରଲାଲ ନେହୁରୁ ଇନ୍ଦୋର ଷ୍ଟାଡିୟମ ରେ ମାର୍ଚ୍ଚ ୧ରୁ ଏହି କେନ୍ଦ୍ର ଚାଲିବାକୁ ଥିବା ବେଳେ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି ।

ଗିନିଜ୍ ଵିଶ୍ଵ ରେକର୍ଡ଼ ରେ ବ୍ରହ୍ମପୁରର ସ୍କେଟର

ବ୍ରହ୍ମପୁର ସ୍କେକ୍ଟିଂ ଏକାଡେମୀର ୧୯ ଜଣ ସ୍କେଟର ଗିନିଜ୍ ଵିଶ୍ଵ ରେକର୍ଡ଼ ରେ ସ୍ଥାନ ପାଇଛନ୍ତି । ଗତ ନଭେମ୍ବରରେ କର୍ଣ୍ଣାଟକର ବେଲଗାମ୍ ନିରନ୍ତର ୪୮ ଘଣ୍ଟା ପର୍ଯ୍ୟନ୍ତ ସ୍କେଟିଂ କରି ଗିନିଜ୍ ଵିଶ୍ଵ ରେକର୍ଡ ରେ ସ୍ଥାନ ପାଇବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ୨୫ ରାଜ୍ୟର ୪୫୪ ସ୍କେଟର ଏଥିରେ ସାମିଲ ହୋଇଥିଲେ । ଏହି ଦଳରେ ବ୍ରହ୍ମପୁରର ସ୍କେଟିଂ ଏକାଡେ଼ମୀର ୧୯ ସ୍କେଟର ଭାଗ ନେଇଥିଲେ । ଗଞ୍ଜାମ କଳା ପରିଷଦରେ ଏକାଡେମୀ ତରଫରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦିଆଯାଇଛି ।

ବିଶ୍ୱକପ ପାଇଁ ଭାରତୀୟ ଟିମରେ୧୨ ଜଣଙ୍କ ପାଇଁ ସ୍ଥାନ ଏକରକମ ପକ୍କା । ବାକି ୩ଟି ସ୍ଥାନ ପାଇଁ ଦାବିଦାର ଅନେକ

ବିଶ୍ୱକପ-୨୦୧୯ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇବାକୁ ଥିବା ୧୫ ଜଣ ଖେଳାଳିଙ୍କ ମଧ୍ୟରୁ ୧୨ ଜଣଙ୍କ ନାଁ ଏକରକମ ସ୍ଥିର ହୋଇଯାଇଥିବା ବେଳେ ବାକି ୩ଟି ପାଇଁ ଅନେକ ଦାବିଦାର ରହିଛନ୍ତି । ଏହି ଦୌଡ଼ରେ ବ୍ୟାଟ୍ସମ୍ୟାନ୍ ଓ ଦ୍ୱିତୀୟ ୱିକେଟ କିପର ଭାବେ ଦିନେସ କାର୍ତ୍ତିକ ଓ ରିସଭ ପଣ୍ଟ ରହିଛନ୍ତି । ତେବେ ବର୍ଷୀୟ ପନ୍ତ ଚୟନକର୍ତା ଙ୍କ ପ୍ରଥମ ପସନ୍ଦ ପାଲଟି ପାରନ୍ତି ।

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ : ୨୯ ଜଣକୁ ମିଳିଲା ନୁଆଁ ଦାଇତ୍ୱ

ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ମୋଟ ୨୯ ଜଣ ନୂଆ ଦାଇତ୍ୱ ଦିଆଯାଇଛି । ସରକାର ଙ୍କ ନିଷ୍ପତ୍ତି ଅନୁଯାୟୀ ସୁନିଲ ରାଏ ଙ୍କୁ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି କରାଯାଇଛି । ବିନୟାନନ୍ଦ ଝାଙ୍କୁ ଓଏଚଆରସି ନିର୍ଦ୍ଦେଶକ ଭାବେ ନୂଆ ଦାଇତ୍ୱ ଦିଆଯାଇଥିବା ବେଳେ ସିଦ୍ଧାର୍ଥ ନରଭଣେ ହୋଇଛନ୍ତି ଏଚଆରପିସି ଡିଜି । ମହେନ୍ଦ୍ର ପ୍ରତାପଙ୍କୁ ଜେଲ ବିଭାଗ ଏଡିଜି ଦାଇତ୍ୱ ମିଳିଥିବା ବେଳେ ସଞ୍ଜୀବ ପଣ୍ଡା ହୋଇଛନ୍ତି ଆଇନ ଶୃଙ୍ଖଳା ବିଭାଗର ଏଡିଜି । ଅମିତାଭ ଠାକୁର ଏସ୍ ଏପିର ଆଇଜି ଦାଇତ୍ୱ ଦିଆଯାଇଛି । ସେହି ପରି ଏସ୍ . ସାଇନି ଙ୍କୁ ବିଜୁ ପଟ୍ଟନାୟକ ଏକାଡେମୀର ଆଇଜି ଭାବରେ ନୂଆ ନିଯୁକ୍ତି ମିଳିଥିବା ବେଳେ ହିମାଂଶୁ ଲାଲ ଙ୍କୁ କୋରାପୁଟ ରେଞ୍ଜ ଡ଼ିଆଇଜି କରାଯାଇଛି । ଯତୀନ୍ଦ୍ର କୋୟଲଙ୍କୁ ବ୍ରହ୍ମପୁର ରେଞ୍ଜ ଡ଼ିଆଇଜି ଦାଇତ୍ୱ ମିଳିଛି । ଆଶିଷ ସିଂ ମୁଖ୍ୟମନ୍ତ୍ରୀ ସୁରକ୍ଷା ଇନଚାର୍ଜ ଦାଇତ୍ୱ ମିଳିଛି ।