15 ଫେବୃୟାରୀ 2019, ଶୁକ୍ରବାର – ଏହି ୫ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରୁ ଦୂର ହେବ ସମସ୍ତ ଦୁଃଖ କଷ୍ଟ, ବରଷିବ ଖୁସି…..

Spread the love

15 ଫେବୃୟାରୀ 2019, ଶୁକ୍ରବାର

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ପଡ଼ୋଶୀଙ୍କଠାରୁ ଭଲ ଖବର ପାଇବେ । ଆଜି ଆପଣଙ୍କୁ ଭଲ କାମ ଲାଗି ସମ୍ମାନିତ କରାଯିବ । ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ । ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । ପୂର୍ବ ଯୋଜନା ଅନୁଯାୟୀ କାମକରି କିଛିଟା ସଫଳତା ପାଇବେ । ବ୍ୟବସାୟରୁ ଭଲ ଧନଲାଭ ହେବ । ନୂତନ ନିଯୁକ୍ତି ,ଦୂରଯାତ୍ରା ଓ ଅର୍ଥଲାଭ ସଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: କର୍ମକ୍ଷେତ୍ରକୁ ସମସ୍ୟା ମୁକ୍ତ କରାଇବା ସଙ୍ଗେ ବନ୍ଧୁମିଳନ ମାଧ୍ୟମରେ ମନକୁ ଖୁସୀ ରଖିବ । ନୂତନ କର୍ମାରମ୍ଭ ହେତୁ ନୂଆ ଉତ୍ସାହ ନେଇ କାମ କରିବେ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ନୂଆ ଅନୁବନ୍ଧ ପାଇଁ ଭଲ ସମୟ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ରାଜନୀତିରେ ସଫଳହେବେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ମହିଳାମାନେ ଅଫିସ ଓ ଘରେ ନିଜ କାର୍ଯ୍ୟ ପାଇଁ ପ୍ରସଂଶିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କର୍କଟ: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ । ସଫଳତା ପାଇବା ଦିଗରେ ଅଗ୍ରସର ହେବେ । ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ସ୍ଥାନାନ୍ତରର ଭୟ ମଧ୍ୟ ରହିବ । ଚାକିରି ଅନ୍ଵେଷଣରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ପ୍ରସ୍ତାବ ମିଳିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ରାଜନୀତିରେ କ୍ଷେତ୍ରରେ ସମ୍ୟକ ଅପବାଦ ହୋଇପାରେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ । ପ୍ରେମପ୍ରସଙ୍ଗ ଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ସିଂହ: କାମ କରିବା ପାଇଁ ମନରେ ଉତ୍ସାହ ସ୍ତୃଷ୍ଟି ହେବ । ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ । ନୂଆ ଯୋଜନା ଉପରେ କାର୍ଯ୍ୟ କରିବେ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ରାଜନୀତିରେ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବା ଫଳରେ ପ୍ରଶଂସିତ ହେବେ । ବାଦ-ବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଦୂରଯାତ୍ରାରେ ଲାଭପାଇବେ । ଗୃହ ନିର୍ମାଣ କରି ପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ମନୋକାମନା ପୂରଣ ହେବ ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇ ଲାଭର ମାର୍ଗ ପ୍ରଶସ୍ଥ ହେବ । ବ୍ୟବସାୟୀ କୌଣସି ଅନୁଭବୀଙ୍କ ରାୟ ନେଇ ଆଗକୁ ବଢ଼ନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଅର୍ଥ ସମ୍ପର୍କୀୟ କଥାହେବା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ରାଜନୀତିଜ୍ଞମାନେ ପ୍ରସଂଶିତ ହେବେ । ମହିଳାମାନେ ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ନାରାୟଣୀ ।

ତୁଳା: ସମୟ ଅନୁକୂଳ । ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ । ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁ ସହଯୋଗ କରିବେ । ଠିକାଦାରୀ, ସଡକ, ଗୃହ ନିର୍ମାଣ, ଗୃହୋପକରଣ, ଗୃହ ନିର୍ମାଣ ସାମଗ୍ରୀ ବ୍ୟବସାୟମାନେ ଲାଭବାନ ହେବେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା । ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ମିଳିଯିବ ଓ ଭୂମିଲାଭ ଯୋଗ ମଧ୍ୟ ଘଟିବ । ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଗାୟତ୍ରୀ ।

ବିଛା: କୈାଣସି ନୂତନ ବନ୍ଧୁତ୍ୱ, କର୍ମକ୍ଷେତ୍ର ପାଇଁ ଅନୁକୁଳ ବାତାବରଣରେ ସହାୟକ ହେବ । କିଣା ବିକା କ୍ଷେତ୍ରରେ ସତର୍କତା ଅବଲମ୍ବନ ନ କଲେ ଠକାମିରେ ପଡିଯିବାର ଆଶଙ୍କାକୁ ଏଡି ହେବନାହିଁ । ଭାବିଥିବା ସବୁ କାମ ପୂରା ହୋଇଯିବ । କୌଣସି ଉଚ୍ଚପଦକୁ ମନୋନୀତ ହୋଇପାରନ୍ତି । ବ୍ୟବସାୟରେ ବଡ଼ ସଫଳତା ମିଳିପାରେ । ଚାକିରିଆ କର୍ମଚାରୀମାନେ ଅନେକ ସୁବିଧା ସୁଯୋଗ ପାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତିରେ ଅଧିକ ପରିଶ୍ରମ କରିବା ଫଳରେ କୃତକାର୍ଯ୍ୟ ହେବେ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

ଧନୁ: ପରିବାର ସହିତ ସମୟ ବିତେଇବାର ସୁଯୋଗ ମିଳିବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ବାଦ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ରାଜନୀତିରେ ନିଜର ପରିସର ବୃଦ୍ଧି ହେବ । ପ୍ରେମ ବ୍ୟାପାର ଲାଗି ସମୟ ଭଲ । ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ପରୀକ୍ଷା ଓ ସାକ୍ଷାତ କାରରେ ସଫଳତା ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହନୁମାନ ।

ମକର: ଅଫିସରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ । ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ । ଲକ୍ଷ୍ୟ ହାସଲ ଲାଗି ବଡ଼ଭାଇଙ୍କ ସାହାଯ୍ୟ ପାଇବେ । ପରିବାରରେ ସଫଳତା ଅର୍ଜନ ଓ ଆର୍ଥିକ ଉନ୍ନତିହେବ । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ମହିଳାମାନଙ୍କର ନୂତନ ସମ୍ବନ୍ଧ ସୃଷ୍ଟିହେବ ଓ ଖୁସିର ବାତାବରଣ ସ୍ଥାୟି ରହିବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ବିଦ୍ୟାର୍ଥୀମାନେ ଆପ୍ରାଣ ଚେଷ୍ଟା କରି ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ଆଶା କରୁଥିବା ଫଳ ପାଇ ପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ: ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ । ସାମ୍ବାଦିକତା, ପ୍ରଶାସନ, ପ୍ରକାଶନ. ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ । କୈାଣସି ସମସ୍ୟା ଓ ବିବାଦୀୟ ପରିସ୍ଥିତିରେ ମନ ଭୁଲାଣିଆ କଥା କହି ପରିବେଶକୁ ସ୍ୱାଭାବିକ କରି ପାରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଦାମ୍ପତ୍ୟ କଳହ ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମହାଲକ୍ଷ୍ମୀ ।

ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଆଧ୍ୟତ୍ମିକ ଚର୍ଚ୍ଚାରେ ଅଧିକ ସମୟ କଟିବ । ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ । ଯାହା ବି କାମ କରିବେ, ସହଜରେ ପୂରା ହେବ । ଶତୃମାନେ ମୁଣ୍ଡ ଟେକିବାକୁ ସାହସ କରିବେ ନାହିଁ । ସାଙ୍ଗସାଥି ଭାଗିଦାରମାନଙ୍କ ପାଇଁ ଅତ୍ୟଧିକ ପରିଶ୍ରମ କଲେ ମଧ୍ୟ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ ଓ ମଧୁରତା ବୃଦ୍ଧି ହେବ । ମହିଳାମାନେ ନିଜ ବନ୍ଧୁଙ୍କ ସହ ବେଶ ଖୁସିରେ ଦିନ ଅତିବାହିତ କରିବେ । ବିଦ୍ୟାର୍ଥିମାନେ ପାଠପଢ଼ାରେ ଅବହେଳା କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ବାବା ଆଖଣ୍ତଳମଣି ।