15 ଅପ୍ରେଲ 2019, ସୋମବାର – ମହାଦେବଙ୍କ କୃପାରୁ ୩ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ହେବାକୁ ଯାଉଛି କିଛି ପରିବର୍ତ୍ତନ

Spread the love

15 ଅପ୍ରେଲ 2019, ସୋମବାର – ମହାଦେବଙ୍କ କୃପାରୁ ୩ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ହେବାକୁ ଯାଉଛି କିଛି ପରିବର୍ତ୍ତନ

ଆଜି ଆମେ ଆପଣଙ୍କୁ 15 ଅପ୍ରେଲ 2019, ସୋମବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି ଆଜି ଆମେ ଆପଣଙ୍କୁ 15 ଅପ୍ରେଲ 2019, ସୋମବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଆଜି ଆପଣଙ୍କ ମନରେ ଆତ୍ମବିଶ୍ବାସ ବୃଦ୍ଧି ହେବ । ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବା ଭଳି ମାନ୍ୟତା ଦେବେ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ଅଫିସରେ କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଲାଗି ଆପଣଙ୍କର ପ୍ରଶଂସା ହେବ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମର୍ଥ ହେବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି । ମହିଳାମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ସକାରାତ୍ମକ ଚିନ୍ତାଧାରା ମନରେ କାଏମ ରହିବ । ନୂଆ କାମ ଧନ୍ଦା ଆରମ୍ଭ କରିବା ଲାଗି ଦିନଟି ଶୁଭ । ପରିବାରର ସବୁ ସଦସ୍ୟଙ୍କ ଭରପୂର ସହଯୋଗ ପାଇବେ । । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଋଣ ଭରଣା ପାଇଁ ଚେଷ୍ଟା କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ମହିଳାମାନେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ହସଖୁସିରେ ଚଳିବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମିଥୁନ: ଦିନଟି ଆପଣଙ୍କ ଲାଗି ଖଟା ମିଠା ରହିବା । ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ । ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର ଉପରେ କୃପା ଭାଜନ ହେବେ । ଭାଗୀଦାରିଙ୍କ ସହଯୋଗ ମିଳିବାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଶୁଭରଙ୍ଗ: ଗୋଲାପି । ଅରାଧନା: ଶ୍ରୀକୃଷ୍ଣ ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ । ବ୍ୟବସାୟମାନେ ଅଧିକ ଲାଭ କରିବେ । କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ଅନ୍ୟମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ । ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । ରାଜନୀତି ସ୍ତରରେ ମାନହାନି ହେଲା ଭଳି ପରିସ୍ଥିତି ଉପୁଜି ପରେ । ପରିବାରର ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ । ଆର୍ଥିକ, ପାରିବାରିକ ଓ ବ୍ୟବସାୟିକ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

କନ୍ୟା: ନିଜ ଉପରେ ଭରସା ରଖନ୍ତୁ, ନିଶ୍ଚୟ ପ୍ରତିଟି କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ଭଗୀଦାରି କ୍ଷେତ୍ରରେ ଆଖିବନ୍ଦ କରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ କାର୍ଯ୍ୟରତ କର୍ମୀଙ୍କ ଉପରେ କାର୍ଯ୍ୟ ଭାର ବଢିପାରେ । ଦୂରଯାତ୍ରା କରି ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ଘରେ ଖୁସିର ମାହୋଲ ବଜାୟ ରହିବ । ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା: ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବା । ଅତୀତର ଅଟକିଥିବା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପଦାନ କରିପାରିବେ । କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା: ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଆପଣଙ୍କୁ କିଛି ଭଲ ଅବସର ମିଳିପାରେ । ବ୍ୟବସାୟୀ ମାନଙ୍କର ବକେୟା ପ୍ରାପ୍ୟ ହାତକୁ ଆଣିବାରେ ସଫଳ ହେବେ । ଚାକିରୀଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ଯାଏଁ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ମାଲି ମୋକଦ୍ଦମାରେ ଆଶାବାଦୀ ହେବେ । ରାଜନୀତିରେ କୂଟନୀତିର ଶୀକାର ହେବେ । ମାନସିକ ଅସ୍ଥିରତା ଦେଖାଦେବ ଓ କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ଆଇନ କାନୁନ ମାମଲାର ସମାଧାନ ହୋଇପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ କପିଳସ ।

ଧନୁ: ଆଜି ପୂରା ଦିନ ଊର୍ଜା ଭରା ରହିବେ । ସମସ୍ୟା ଦୂର ହେବ ଓ ମନରେ ଉଚ୍ଚ ଆଶା ସଂଚାର ହେବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ବଢିବା ସଙ୍ଗେ ସଙ୍ଗେ ଆୟ ମଧ୍ୟ ବଢିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦେଖାଦେବ । ମାଲି ମୋକଦ୍ଦମାରେ ଅନାଗ୍ରହ ସୃଷ୍ଟି ହେବ । ମହିଳାମାନେ ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ରହିବେ । ଶୁଭରଙ୍ଗ: ମାଜେଣ୍ତା । ଆରାଧନା: ଶ୍ରୀକୃଷ୍ଣ ।

ମକର: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । କର୍ମ କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହେବ । ରାଜନୀତିରେ ଲୋକ ସମ୍ପର୍କରେ ଉନ୍ନତି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଜୀବନସାଥୀଙ୍କ ସହିତ ସୁସଂପର୍କ ବଜାୟ ରହିବ । ମହିଳାମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ: ଆପଣ ବହୁତ କିଛି ଚିନ୍ତା କରିବେ; ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବ୍ୟବସାୟୀମାନଙ୍କର କାରବାର ବୃଦ୍ଧି ହେବ । ଅଫିସରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖିବେ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ମନ ଉଣାହେବ । ଅତୀତର ବନ୍ଧୁଙ୍କ ସହ ସାକ୍ଷାତ ହେବ । ପରିବାରିକ ଜୀବନରେ ଶାନ୍ତି ବଜାୟ ରହିବା । ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ନାରାୟଣ ।

ମୀନ: ଆଜି ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଦରକାର ।ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ । ତଳ ମହଲରୁ ଆଶାତୀତ ଲାଭ ପାଇବେ । କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ । ମହିଳାମାନେ ସୁଖ-ଶାନ୍ତିରେ ଦିନଟି କଟାଇବେ ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।