୧୪୯ ବର୍ଷ ପରେ ଗୁରୁ ପୂର୍ଣ୍ଣିମାରେ ହେବାକୁ ଯାଉଛି ଏହି ଯୋଗ, ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡିବ ।

Spread the love

ଜୁଲାଇ ୧୬ରେ ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି, ରାଶିମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।

ଏହି ବର୍ଷ ଆଷାଢ ମାସର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଛି ଏବଂ ୧୪୯ ବର୍ଷ ପରେ ଏହି ସଂଯୋଗ ହେଉଛି । ଏହା ୧୬ ଜୁଲାଇ ରାତିରେ ଆରମ୍ଭ ହୋଇ ଯାହାକି ୧୭ ଜୁଲାଇ ସକାଳ ପର୍ଯ୍ୟନ୍ତ ଲାଗି ରହିବ । ୧୪୯ ବର୍ଷ ପରେ ଶନି ଏବଂ ରାହୁ କେତୁର ଯୋଗରେ ଏହି ଚନ୍ଦ୍ରଗ୍ରହଣ ହେଉଛି । ଏହି ଚନ୍ଦ୍ରଗ୍ରହଣ ଭାରତରେ ମଧ୍ୟ ଦେଖାଯିବ ଏବଂ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ କେତେକ ରାଶିମାନଙ୍କ ଉପରେ ମଧ୍ୟ ପଡିପାରେ ।

କେତେବେଳେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ

ମଙ୍ଗଳବାର ଅର୍ଥାତ ୧୬ ଜୁଲାଇ ୨୦୧୯ ରାତି ୧.୩୧ ମିନିଟରେ ଗ୍ରହଣ ଆରମ୍ଭ ହେବ । ଯାହାକି ତା’ପରଦିନ ସକାଳ ୪.୩୦ ମିନିଟ ପର୍ଯ୍ୟନ୍ତ ରହିବ । ଚନ୍ଦ୍ର ଗ୍ରହଣର ସୁତକ ସମୟ ୯ ଘଣ୍ଟା ପୂର୍ବରୁ ମାନେ ୧୬ ଜୁଲାଇ ସନ୍ଧ୍ୟା ୪.୩୦ ମିନିଟରୁ ଆରମ୍ଭ ହୋଇଯିବ । ଏହି ଚନ୍ଦ୍ରଗ୍ରହଣ ଏ ବର୍ଷର ଦ୍ଵିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ହେବ । ଏହି ଗ୍ରହଣ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, ଆଫ୍ରିକା, ଏସିଆ, ୟୁରୋପ ଏବଂ ଦକ୍ଷିଣ ଆମେରିକାରେ ମଧ୍ୟ ଦେଖାଯିବ ।

୧୪୯ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ହେବାକୁ ଯାଉଛି ଦୁର୍ଲଭ ସଂଯୋଗ :

୧୪୯ ବର୍ଷ ପରେ ଶନି ଏବଂ ରାହୁ ଓ କେତୁର ଯୋଗରେ ଏହି ଚନ୍ଦ୍ରଗ୍ରହଣ ହେଉଛି । ଏହା ପୂର୍ବରୁ ୧୨ ଜୁଲାଇ ୧୮୭୦ ମସିହାରେ ଏହି ଯୋଗ ପଡିଥିଲା । ସେହି ସମୟରେ ଶନି, କେତୁ ଏବଂ ଚନ୍ଦ୍ର ଧନୁ ରାଶିରେ ଅବସ୍ଥିତ ଥିଲେ । ଯେତେବେଳେ କି ସୂର୍ଯ୍ୟ, ରାହୁ ସହିତ ମିଥୁନ ରାଶିରେ ଥିଲା । ଏହି ଥର ଚନ୍ଦଗ୍ରହଣର ପ୍ରଭାବ ରାଶିମାନଙ୍କ ଉପରେ ପଡିବାକୁ ଯାଉଛି ଏବଂ କିଛି ରାଶି ଉପରେ ଏହାର ଭଲ ପ୍ରଭବ ତ ଆଉ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ପଡିବ ।

ଜଣାନ୍ତୁ କେଉଁ ରାଶି ଉପରେ ଚନ୍ଦ୍ରଗ୍ରହଣର କି ପ୍ରଭାବ ପଡିବ –

୧. ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଭଲ ପ୍ରଭାବ ପଡିବ ।

୨. ବୃଷ ରାଶିର ବ୍ୟକ୍ତିମାନଙ୍କୁ ଦୁଖଃ କଷ୍ଟର ସାମ୍ନା କରିବାକୁ ପଡିପାରେ ।

୩. ମିଥୁନ ରାଶିର ଲୋକମାନଙ୍କୁ ଖରାପ ଖବର ଶୁଣିବାକୁ ମିଳିପାରେ ।

୪. କର୍କଟ ରାଶିର ଲୋକମାନଙ୍କ ପାଇଁ ଏହି ଗ୍ରହଣ ଉତ୍ତମ ପ୍ରମାଣିତ ହେବ ଏବଂ ସେମାନଙ୍କୁ ସଫଳତା ମିଳିପାରେ ।

୫. ସିଂହ ରାଶିର ବ୍ୟକ୍ତିମାନଙ୍କୁ କୌଣସି ଚିନ୍ତାର ସମ୍ମୁଖୀନ ହେବାକୁ ପଡିପାରେ ।

୬. କନ୍ୟା ରାଶିର ବ୍ୟକ୍ତିଙ୍କ ଜୀବନରେ ନୂତନ ବାଧା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହିଛି ।

୭. ତୁଳା ରାଶିର ବ୍ୟକ୍ତିମାନଙ୍କୁ ଶୁଭ ଖବର ମିଳିବ ।

୮. ବିଚ୍ଛା ରାଶିର ଜାତକଧାରୀ ବ୍ୟକ୍ତିଙ୍କୁ ସବଧାନିତା ଅବଲମ୍ବନ କରିବାକୁ ପଡିବ ।

୯. ଧନୁ ରାଶିର ଜାତକ ଉପରେ ଏହି ଗ୍ରହଣର ଖରାପ ପ୍ରଭାବ ପଡିବ ।

୧୦. ମକର ରାଶିର ଲୋକମାନଙ୍କୁ ଶୁଭ ସଂକେତ ମିଳିପାରିବ ।

୧୧. କୁମ୍ଭ ରାଶିର ଲୋକମାନଙ୍କୁ ପଦୋନ୍ନତି ମିଳିବ ।

୧୨. ମୀନ ରାଶିର ଜାତକଧାରୀ ବ୍ୟକ୍ତିଙ୍କୁ ଯାତ୍ରା କାରିବାକୁ ପଡିପାରେ ।

ଗ୍ରହଣ ସମୟରେ କରନ୍ତୁ ଏହି କାମ –

ଚନ୍ଦ୍ରଗ୍ରହଣ ସମୟରେ ଆପଣ ଭଗବାନଙ୍କୁ ଜପ କରନ୍ତୁ । ଏହି ସମୟରେ ଭଗବାନଙ୍କ ଉପରେ କପଡା ଚଡାନ୍ତୁ । ଗ୍ରହଣ ଛାଡ଼ିବା ପରେ ସ୍ନାନ କରନ୍ତୁ । ଗ୍ରହଣ ଲାଗିବା ପୂର୍ବରୁ ସମସ୍ତ ଖାଇବା ଜିନିଷରେ ତୁଳସୀପତ୍ର ପକାଇ ଦିଅନ୍ତୁ । ଯେତେବେଳ ପର୍ଯ୍ୟନ୍ତ ଗ୍ରହଣ ଛାଡି ନ ଥିବ ଘରରୁ ବାହାରକୁ ବାହାରନ୍ତୁ ନାହିଁ ।

ଏଥର ଚନ୍ଦ୍ରଗ୍ରହଣ ସହିତ ଗୁରୁ ପୂର୍ଣ୍ଣିମା ମଧ୍ୟ ପଡୁଛି ଏବଂ ଗୁରୁ ପୂର୍ଣ୍ଣିମା ଦିନ ଗୁରୁମାନଙ୍କର ପୂଜା କରାଯାଏ । ଗୁରୁ ପୂର୍ଣ୍ଣିମା ମହାଭାରତ ରଚୟତା ବେଦ ବ୍ୟାସଙ୍କ ଜୟନ୍ତୀ ରୂପେ ପାଳନ କରାଯାଉଛି ଏବଂ ଏହି ଦିନ ଭଗବାନ ବିଷ୍ଣୁ ଏବଂ ଶ୍ରୀକୃଷ୍ଣଙ୍କର ପୂଜା କରାଯାଏ । ଏହିଥର ଗୁରୁ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଛି; ତେଣୁ ଆପଣ ଗୁରୁ ପୂର୍ଣ୍ଣିମାର ପୂଜା ଅପରାହ୍ନ ୪.୩୦ ପୂର୍ବରୁ କରି ନିଅନ୍ତୁ ।