ଏହି ୧୪ ବର୍ଷୀୟ ବାଳକଟି ୧୮ ଘଣ୍ଟା ଭିଡିଓ ଗେମ୍ ଖେଳି, ରୋଜଗାର କରିପାରୁଛି, ଏକ କୋଟି ଟଙ୍କା ।

Spread the love

ଆଜିକାଲି ଦୁନିଆରେ ଲୋକେ ଭଲ ଦରମା ପାଇବା ପାଇଁ ଇଛା ରଖିଥାନ୍ତି । ସେଇଥିପାଇଁ ଲୋକେ ବିଭିନ୍ନ କାର୍ଯ୍ୟାଳୟ ଯାଇ କାମ ମଧ୍ୟ କରିଥାନ୍ତି ଓ ଆଉ କିଛି ଲୋକଙ୍କ ନିଜସ୍ଵ ବ୍ୟବସାୟ କରିଥାନ୍ତି । କିନ୍ତୁ ଏହିପରି କିଛି ଲୋକ ଅଛନ୍ତି, ଯେଉଁମାନେ କାର୍ଯ୍ୟାଳୟ ନ ଯାଇ କିମ୍ବା ବ୍ୟବସାୟ ନ କରି ମଧ୍ୟ ଭଲ ଉପାର୍ଜନ କରିପାରନ୍ତି । ଏହି ମାନଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟ ଛୋଟ ପିଲା ପ୍ରତି ମାସରେ ମଜା ମଜଲିସ୍ କରି କୋଟିଏ ଟଙ୍କା ଉପାର୍ଜନ କରିଥାଏ ବିନା କୌଣସି ଅଫିସ ଯାଇ ।

ବର୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ୧୪ ବର୍ଷୀୟ ଛୋଟ ବାଳକଟି କଣ ଏପରି କାର୍ଯ୍ୟ କରୁଛି ? ଯାହାଫଳରେ ସେ ଏତେଗୁଡିଏ ଟଙ୍କା ପ୍ରତି ମାସରେ ଉପାର୍ଜନ କରି ପାରୁଛି । କହିବା ପାଇଁ ଚାହୁଞ୍ଚୁ; ନିଉୟର୍କର ଲଙ୍ଗ୍ ଆଇରଲାଣ୍ଡରେ ରହୁଥିବା ଗ୍ରିଫିନ୍ ସ୍ପିକୋସ୍କି ନାମକ ଏହି ଛୋଟ ୧୪ ବର୍ଷୀୟ ବାଳକର ଗୋଟିଏ ଅନ୍ ଲାଇନ୍ ଗେମ୍ ରହିଛି । ଗ୍ରିଫିନ୍ ଅନ୍ ଲାଇନ୍ ଗେମ୍ ଜରିଆରେ ପାଖାପାଖି ୧.୩୮ କୋଟି ଟଙ୍କା ଉପାର୍ଜନ କରି ସାରିଲାଣି । ଆପଣ ଚିନ୍ତିତ ହେବା ଉଚିତ ନୁହେଁ କାରଣ ଆଜିକାଲି ଅନ୍ ଲାଇନ୍ ଦୁନିଆ ଅଟେ ବନ୍ଧୁଗଣ ।

୮ ରୁ ୧୮ ଘଣ୍ଟା ଦିଅନ୍ତି ଗେମ୍ ଖେଳିବା ପାଇଁ :

ଗ୍ରିଫିନ୍ ପ୍ରତିଦିନ ପାଖାପାଖି ୧୮ ଘଣ୍ଟା ପର୍ଯ୍ୟନ୍ତ ଅନ୍ ଲାଇନ୍ ଗେମ୍ ଖେଳିଥାଏ ଓ ଏହା ମାଧ୍ୟମରେ ସେ ଉପାର୍ଜନ କରିଥାଏ । ଗ୍ରିଫିନ୍ ଅନ୍ ଲାଇନ୍ ଗେମ୍ ଖେଳିବାରେ ମହାରଥୀ ହାସଲ କରିଛି । Fornite ନାମକ ଗେମ୍ ଖେଳୁଥିବା ସମୟରେ ଗ୍ରିଫିନ୍ ଭିଡିଓ ତିଆରି କରିଥାଏ ଓ ସେହି ଭିଡିଓକୁ ୟୁଟୁବ୍ ଚ୍ୟାନେଲରେ ମଧ୍ୟ ଅପଲୋଡ୍ ମଧ୍ୟ କରିଥାଏ ।

କହିବ ପାଇଁ ଚାହୁଞ୍ଚୁ, ଗ୍ରିଫିନ୍ ୟୁଟୁବ ଚ୍ୟାନେଲରେ ଯେଉଁ ସବୁ ଭିଡିଓ ଅପଲୋଡ୍ କରିଥାଏ; ସେଥିମଧ୍ୟରୁ ବିଜ୍ଞାପନ (Advertise), ସ୍ପନ୍-ସର୍ (Sponsor) ଓ ସବ୍-ସ୍କ୍ରାଇବାର୍ (Subscriber) ମାଧ୍ୟମରେ ଗ୍ରିଫିନ୍ କୁ ଭଲ ଉପାର୍ଜନ ମିଳିଥାଏ । ଏହିପରି ଭାବରେ ଗ୍ରିଫିନକୁ ଟଙ୍କା ଉପାର୍ଜନ ପାଇଁ କେଉଁ ଜାଗାକୁ ଯିବାପାଇଁ ପଡିନଥାଏ ।

ଗ୍ରିଫିନ୍ କୁ ଏହିପରି ଚିନ୍ତାଧାରା କିପରି ଆସିଥିଲା :

ଦୁନିଆର ସାମ୍ନାକୁ ସେହି ସମୟରେ ଗ୍ରିଫିନ୍ ଆସିଥିଲା, ଯେଉଁ ସମୟରେ ୟୁଟୁବ୍ ଚ୍ୟାନେଲରେ Fronite ଗେମକୁ ହରାଇବାର ଏକ ଭିଡିଓ ଲୋକଙ୍କ ନଜରକୁ ଆସିଥିଲା । ଗ୍ରିଫିନ୍ ର ଏହି ଭିଡିଓରେ ଗ୍ରିଫିନ୍ କୁ ପାଖାପାଖି 7.5 ମିଲିୟନ ଭିୟୁରସ୍ ଦେଖି ସାରିଛନ୍ତି । ଅନ୍ ଲାଇନ୍ ଗେମିଂଗ୍ ଓ ୟୁଟୁବ ଭିଡିଓ ମାଧ୍ୟମରେ ଗ୍ରିଫିନ୍ ଅର୍ଥ ଉପାର୍ଜନ କରିପାରୁଛି ।