୧୪ ବର୍ଷୀୟ ବାଳକ ଜଳୁଥିବା କୋଠାଘରର ୩ୟ ମହଲାରୁ ଡେଇଁ ପଡିଲା କିନ୍ତୁ କୌଣସି କ୍ଷତ ହୋଇନାହିଁ ।

Spread the love

“ରଖେ ହରି ମାରେ କିଏ, ମାରେ ହରି ରଖେ କିଏ” ପ୍ରବାଦଟି ବର୍ତ୍ତମାନ ସତ୍ୟରେ ପରିଣତ ହୋଇଛି ।

ଶୁକ୍ରବାର ସନ୍ଧ୍ୟା ୪ଟା ବେଳେ ଗୁଜରାଟର ସୁରତର ତକ୍ଷଶିଳା କମ୍ପ୍ଲେକ୍ସରେ ନିଆଁ ଲାଗିଥିଲା ଏବଂ ୨୦ ଜଣ ନିରୀହ ପିଲାଙ୍କ ଜୀବନ ଚାଲିଯିବା, ଫଳରେ ସାରା ଦେଶ ଦୁଃଖ ପ୍ରକାଶ କରିଛି । ନିଆଁ ଲାଗିଥିବା ସମୟରେ ସେହି କମ୍ପ୍ଲେକ୍ସରେ ୩୦ ଜଣ ପିଲା ଉପସ୍ଥିତ ଥିଲେ । ସବୁଠୁ ବେଶି ହାନି, ଏହି କମ୍ପ୍ଲେକ୍ସର ୩ୟ ମହଲାରେ ହୋଇଛି ।କୁହାଯାଉଛି, ନିଆଁ ଲାଗିବା ପରେ ୩ୟ ମହଲାରୁ ତଳକୁ ଆସିବା ସିଡ଼ିରେ ମଧ୍ୟ ନିଆଁ ଲାଗିଯାଇଥିଲା, ଯାହାଫଳରେ ଉପର ମହଲାରେ ଥିବା ପିଲାମାନେ ତଳକୁ ଆସିବା ପାଇଁ ସୁଯୋଗ ପାଇ ନ ଥିଲେ । ଯାହାଫଳରେ ଅନେକ ପିଲା ୩ୟ ମହଲାରୁ ଡେଇଁବା ପାଇଁ ଚେଷ୍ଟା କରିଥିଲେ । ଯାହାଫଳରେ ଅନେକଙ୍କ ଜୀବନ ଚାଲି ଯାଇଥିଲା ଏବଂ କିଛି ପିଲାଙ୍କୁ ଆଘାତ ଲାଗିଥିଲା । କିନ୍ତୁ ଏହି ସବୁ ମଧ୍ୟରେ ଏହିପରି ଏକ ଚମତ୍କାର ହୋଇଥିଲା, ଜଣେ ପିଲା କୌଣସି କ୍ଷତ ନ ପାଇ ବଞ୍ଚି ଯାଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ, ଏହି ପିଲାଟି ୩ୟ ମହଲାରୁ ଡେଇଁ ପଡିଥିଲା କିନ୍ତୁ ଏହି ପିଲାର ଶରୀରରେ କୌଣସି ପ୍ରକାରର କ୍ଷତ ହୋଇନଥିଲା ।

ତକ୍ଷଶିଳା କମ୍ପ୍ଲେକ୍ସର ୩ୟ ମହଲାରେ କଳା (ARTS) ସମ୍ବନ୍ଧୀୟ ଏକ କୋଚିଙ୍ଗ କ୍ଲାସ ଚାଲିଥିଲା । ଶୁକ୍ରବାର ଦିନ ଏହି ମହଲାର ପାଖରେ ଥିବା ଇଲେକ୍ଟ୍ରିକ ପୋଲରୁ ସର୍କ ସର୍କିଟ ହୋଇଥିଲା ଯାହାଫଳରେ ନିଆଁ ଲାଗି ଯାଇଥିଲା । ଏହି ଇଲେକ୍ଟ୍ରିକ ପୋଲ ପାଖରେ ଦୁଇଟି ବାଇକ ମଧ୍ୟ ଠିଆ ହୋଇଥିଲା । ସେଥିରେ ନିଆଁ ଲାଗି ଯାଇଥିଲା ଯାହା ଧୀରେ ଧୀରେ କୋଚିଙ୍ଗ କ୍ଲାସକୁ ଅଗ୍ରସର ହୋଇଥିଲା । କୋଚିଙ୍ଗ କ୍ଲାସରେ ଯେତେବେଳେ ଧୂଆଁ ଆସିଥିଲା, ପ୍ରଥମେ ପିଲା ଭାବିଥିଲେ କୌଣସି କାଗଜ ଜଳୁଛି କିନ୍ତୁ ପୁରା ଘଟଣା ବୁଝିବା ପୂର୍ବରୁ ନିଆଁ ଭୟଙ୍କର ରୂପ ନେଇ ସାରିଥିଲା । ୩ୟ ମହଲାର ସିଡ଼ି ଗୁଡିକ କାଠର ହୋଇଥିବା କାରଣରୁ ସେଥିରେ ମଧ୍ୟ ନିଆଁ ଲାଗି ଯାଇଥିଲା ।ଏହା ଦ୍ୱାରା ସେହି କ୍ଲାସରେ ପିଲାଙ୍କ ସମେତ ଶିକ୍ଷକ ମଧ୍ୟ ଫସି ଯାଇଥିଲେ । ଏହି ନିଆଁର ପ୍ରକୋପରୁ ବଞ୍ଚିବା ପାଇଁ ପିଲାମାନେ ୩ୟ ମହଲାରୁ ଡେଇଁବା ଆରମ୍ଭ କରି ଦେଇଥିଲେ । ଏହି ପରିପ୍ରେକ୍ଷୀରେ କିଛି ପିଲାଙ୍କ ଭୂମିରେ ପଡିବା ଦ୍ୱାରା ମୃତ୍ୟୁ ହୋଇଥିବା ବେଳେ କିଛି ପିଲାଙ୍କ ହାତଗୋଡ଼ ଭାଙ୍ଗି ଯାଇଥିଲା ।

ଏହି ସମୟରେ ୧୪ ବର୍ଷୀୟ ରାମ ନିଆଁର ଭୟରେ ମହଲାରୁ ଡେଇଁ ଥିଲା କିନ୍ତୁ ରାମର କିଛି ହୋଇନଥିଲା । ଯେତେବେଳେ ରାମ ୩ୟ ମହଲାରୁ ଡେଇଁଥିଲା କିଛି ଲୋକ ତାକୁ ଧରି ପକାଇଥିଲେ, ଯାହାଫଳରେ ରାମକୁ କୌଣସି କ୍ଷତ ହୋଇନଥିଲା । ରାମ ପାଖରେ ଦୁଇଟି ରାସ୍ତା ଥିଲା : ପ୍ରଥମ ସେ ନିଆଁର ପ୍ରକୋପରେ ଆସିଥାନ୍ତା କିମ୍ବା ୩ୟ ମହଲାରୁ ଡେଇଁ ଜୀବନ ବଞ୍ଚାଇ ଥାନ୍ତା । ସେ ୨ୟ ରାସ୍ତାଟି ବାଛିଥିଲା । ଘଟଣାରେ ୨୦ ଜଣ ପିଲାଙ୍କ ଭାଗ୍ୟ ଭଲ ନ ଥିଲା । ସ୍ଥାନୀୟ ଲୋକେ କହିଛନ୍ତି ଦମକଳ ବାହିନୀ ସେଠାରେ ଉପସ୍ଥିତ ଥିଲା କିନ୍ତୁ ପିଲାଙ୍କ ଜୀବନ ବଞ୍ଚାଇ ପାରିନଥିଲା । ସେମାନଙ୍କ ଗାଡ଼ିରେ ଥିବା ସିଡ଼ି ଛୋଟ ଥିଲା ଏବଂ ଗାଡ଼ିରେ ପର୍ଯ୍ୟାପ୍ତ ପାଣି ନ ଥିଲା ।

କହିବା ପାଇଁ ଚାହୁଁଛୁ; ସମସ୍ତ ପିଲା ଡେଇଁ ନ ଥିଲେ କିଛି ପିଲା ସେହି ମହଲାରେ ହିଁ ରହି ଯାଇଥିଲେ, ଯାହାଫଳରେ ନିଆଁର ପ୍ରକୋପ ହେଉ କିମ୍ବା ଧୂଆଁରେ ସେମାନଙ୍କ ଜୀବନ ଚାଲି ଯାଇଥିଲା । ଖବର ଅନୁସାରେ, ସେହି କୋଠା ଘରର ୩ୟ ମହଲା ଅବୈଧ ରୂପେ ତିଆରି କରାଯାଇଥିଲା ଏବଂ ସେଠାରେ ନିଆଁରୁ ବଞ୍ଚିବା ପାଇଁ କୌଣସି ସୁରକ୍ଷା ସାଧନ ନଥିଲା ।