14 ମଇ 2019 ମଙ୍ଗଳବାର :- ହନୁମାନଙ୍କ କୃପାରୁ ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ଅଧିକ କ୍ଷମତାଶୀଳ ରହିବେ, କର୍ମ କ୍ଷେତ୍ରରେ ଉନ୍ନତି ହେବ …

Spread the love

14 ମଇ 2019 ମଙ୍ଗଳବାର :- ହନୁମାନଙ୍କ କୃପାରୁ ଏହି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତି ଅଧିକ କ୍ଷମତାଶୀଳ ରହିବେ, କର୍ମ କ୍ଷେତ୍ରରେ ଉନ୍ନତି ହେବ …

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳାର ମହତ୍ୱ ରହିଛି । ଆଜି ଆମେ ଆପଣଙ୍କୁ ୧୪ ମଇ ୨୦୧୯ ମଙ୍ଗଳବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇ ଥାଏ । ଗ୍ରହ ନକ୍ଷେତ୍ର ଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଦିନଟି ଆପଣଙ୍କ ପାଇଁ ବେଶ୍ ସୁଖଦାୟକ ରହିବା । ପରିବାର ସହିତ ଅଧିକ ସମୟ ବିତେଇବେ । ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ସାଥୀ କାର୍ଯ୍ୟକର୍ତାମାନଙ୍କର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ହଜିଯାଇଥିବା କୌଣସି ବସ୍ତୁ ଆଜି ମିଳିବାର ସମ୍ଭାବନା ଅଧିକ ଅଟେ । ନିଜର ବିଚାର ଏବଂ ଇଚ୍ଛାକୁ ଅଂକୁଶରେ ରଖିବେ । ପାରିବାରିକ ଜୀବନ ସୁଖମୟ ରହିବ । କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ବୃଷ: ଆଜି ସମଗ୍ର ଦିନ ଆନନ୍ଦ ଦାୟକ ରହିବ । ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ନିଜର କାର୍ଯ୍ୟ ବ୍ୟବସ୍ଥିତ ରୂପରେ କରି ଆପଣ ଆଗକୁ ବଢ଼ି ପାରିବେ ଏବଂ ଯୋଜନା ଅନୁସାରେ କାର୍ଯ୍ୟ କରି ପାରିବେ । ଅସଂପୂର୍ଣ୍ଣ କାର୍ଯ୍ୟକୁ ସଫଳତା ପୂର୍ବକ ପୂର୍ଣ୍ଣ କରି ପାରିବେ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । କିଛି ନୂଆ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

ମିଥୁନ: ଭାଗ୍ୟର ସହଯୋଗରେ ଦିନଟି ବେଶ୍ ଭଲ ରହିବ । ଠିକ୍‌ ଫଇସଲା ନେଇ କାର୍ଯ୍ୟ କରିବେ । ବ୍ୟବସାୟ କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟ କରି ଚାଲିବା ହିତକର । ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚ ସମ୍ପର୍କରୁ ସୁଯୋଗ ପାଇବେ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନେ ପିଲାଙ୍କ ସହ ହସ ଖୁସି କରିବାରେ ମଉକା ଜୁଟିବ ଓ ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେବେ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ: ଆଜି ଆପଣ ସମ୍ଭାଳି କରି ଚାଲିବେ । ଛାତିରେ ପୀଡ଼ା ଅଥବା ଅନ୍ୟ ଯନ୍ତ୍ରଣାରୁ ମଧ୍ୟ କଷ୍ଟର ଅନୁଭୂତି ହୋଇପାରେ । ଘରେ ସଦସ୍ୟମାନଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବାଦ-ବିବାଦ ନ ହେଉ, ଏଥିପ୍ରତି ଧ୍ୟାନ ରଖନ୍ତୁ । ଧନ ଅଧିକ ଖର୍ଚ୍ଚ ହୋଇପାରେ । ମାନ-ସମ୍ମାନ ପ୍ରତି ଧ୍ୟାନ ରଖିବେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ । ରାଜନୀତି କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗ ପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି ଏବଂ ରାଜନୀତିରେ ଆର୍ଥିକ ଲାଭ ହେବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ । ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ କୌଣସି ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ-ଯିବାର ଆନନ୍ଦ ଉଠାଇ ପାରିବେ । ଆର୍ଥିକ ରୂପରେ ମଧ୍ୟ ଆପଣଙ୍କୁ ଲାଭ ହେବ । କର୍ମ କ୍ଷେତ୍ରରେ ଉଚ୍ଚଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟି ଯିବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଆପଣଙ୍କପାଇଁ ଆଜିର ଦିନ ଶୁଭ ରହିବ । ମନରେ ଚାଲିଥିବା ଓଲଟ ପାଲଟ ଚିନ୍ତାଧାରା ସମାପ୍ତ ହେବ । ବାଣୀର ମଧୁରତାରେ ଦ୍ୱିତୀୟ ଲୋକଙ୍କର ମନରେ ନିଜର ସକାରାତ୍ମକ ଛାପ ଛାଡ଼ି ପାରିବେ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ ଓ ସାମାଜିକ ସ୍ତରରେ ସମ୍ମାନଲାଭ କରିବେ । ବ୍ୟବସାୟ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନରେ ଦାଗ ଲାଗିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ପାରିବାରିକ ବାତାବରଣ ମଧ୍ୟ ଭଲ ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ତୁଳା: ଆତ୍ମା ବିଶ୍ଵସ ବୃଦ୍ଧି ପାଇବା । ଶାରୀରିକ ତଥା ମାନସିକ ରୂପରେ ପ୍ରସନ୍ନତା ଅନୁଭବ ହେବ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ । ରାଜନୀତି କ୍ଷେତ୍ରରେ କଥା ଓ ବ୍ୟବହାର ନିୟନ୍ତ୍ରଣ ନକଲେ ଲୋକ ସଂପର୍କରେ ବାଧା ଉପୁଯିବ । ବସ୍ତ୍ରାଭୂଷଣ ଏବଂ ଆମୋଦ-ପ୍ରମୋଦ ପଛରେ ଖର୍ଚ୍ଚ ହୋଇପାରେ । କର୍ମକ୍ଷେତ୍ରରେ ମିଥ୍ୟା ଆରୋପ ଓ କଳଙ୍କ ଲାଗିପାରେ । ମହିଳାମାନେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପରିବାରଜନଙ୍କ ଦ୍ୱାରା ପ୍ରସଂଶିତ ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ବାବା କପିଳାସ ।

ବିଚ୍ଛା: ଭାଗ୍ୟର ସହଯୋଗ ପାଇ, ଉନ୍ନତି ପଥରେ ଅଗ୍ରସର ହେବେ । ମନୋରଞ୍ଜନ ପଛରେ ଅର୍ଥ ଖର୍ଚ୍ଚ ହୋଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । କୁଟୁମ୍ବଜନମାନଙ୍କ ଏବଂ ପରିଜନମାନଙ୍କ ସହିତ ଭୁଲ ବୁଝାବଣା କିମ୍ବା ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । କୋର୍ଟ-କଚେରୀ ସମ୍ବନ୍ଧୀତ କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ହରପାର୍ବତୀ ।

ଧନୁ: ନିର୍ମାଣ ମୂଳକ କାର୍ଯ୍ୟରେ ଆଗେଇବେ । କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ଆର୍ଥିକ ଲାଭ ଏବଂ ସାମାଜିକ ପ୍ରତିଷ୍ଠା ମିଳିବା ସହିତ ଆପଣ ପାରିବାରିକ ଜୀବନରେ ସୁଖ-ସନ୍ତୋଷର ଭାବନା ଅନୁଭବ କରିବେ । ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ । ଆୟରେ ବୃଦ୍ଧି ଏବଂ ବ୍ୟାପାରରେ ଲାଭ ମିଳିବ । ରାଜନୀତିରେ ସଫଳତା ମିଳିବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ମିତ୍ରମାନଙ୍କ ସହିତ ପର୍ଯ୍ୟଟନର ଆୟୋଜନ ହେବ । ଜୀବନସାଥୀ ଏବଂ ସନ୍ତାନ ମାନଙ୍କଠାରୁ ଶୁଭ ଖବର ମିଳିପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହନୁମାନ ।

ମକର: ଦିନଟି ହସ ଖୁସିରେ ବିତିବ । ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । ମିତ୍ର ଏବଂ ସ୍ନେହୀଜନ ମାନଙ୍କ ସହିତ ହୋଇଥିବା ଭେଟରେ ଆପଣଙ୍କ ମନ ପ୍ରସନ୍ନ ହେବ । ବ୍ୟବସାୟିକ କ୍ଷେତ୍ରରେ ଧନ ତଥା ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ । ଉଚ୍ଚ ଅଧିକାରୀମାନଙ୍କର ପ୍ରସନ୍ନତା ଆପଣଙ୍କ ଉପରେ ରହିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇ ନେବେ । କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ । ବ୍ୟବସାୟରେ ଉଚ୍ଚ ଅଧିକାରୀମାନଙ୍କ ସହିତ କାର୍ଯ୍ୟ କରବା ସମୟରେ ସମ୍ଭାଳି କରି ରୁହନ୍ତୁ । ଆମୋଦ-ପ୍ରମୋଦ ପଛରେ ଆଜି ଧନ ଖର୍ଚ୍ଚ ହୋଇପାରେ । ଆର୍ଥିକ ଚିନ୍ତା ଦୁରହେବ ଓ ପିତାଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବ । ପୁରୁଣା ମିତ୍ରଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ମହିଳାମାନେ ପିଲାମାନଙ୍କ ସଫଳତାରେ ଖୁସିହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଲକ୍ଷ୍ମୀ ।

ମୀନ: ଆଜି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ । କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବେ । ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ । ଚିକିତ୍ସା ପଛରେ ଧନ ଖର୍ଚ୍ଚ ହେବାର ଆଶଂକା ଅଛି । ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ । ପରିଜନମାନଙ୍କ ସହିତ ସମ୍ବନ୍ଧରେ ନକାରାତ୍ମକତା ପ୍ରବେଶ ନ ହେଉ ଏହାର ଧ୍ୟାନ ରଖିବେ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଉପାର୍ଜ୍ଜନର ବୃଦ୍ଧି କରିବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ନାରାୟଣ ।