14 ମାର୍ଚ୍ଚ 2019, ଗୁରୁବାର – ମା’ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ସର୍ବକାର୍ଯ୍ୟ ସିଦ୍ଧ ହେବ, ଅତୀତର ମନୋବାଞ୍ଛା ପୂରଣ ହେବ…..

Spread the love

14 ମାର୍ଚ୍ଚ 2019, ଗୁରୁବାର – ମା’ଲକ୍ଷ୍ମୀଙ୍କ କୃପାରୁ ୭ଟି ରାଶିର ବ୍ୟକ୍ତିଙ୍କ ସର୍ବକାର୍ଯ୍ୟ ସିଦ୍ଧ ହେବ, ଅତୀତର ମନୋବାଞ୍ଛା ପୂରଣ ହେବ…..

ଆଜି ଆମେ ଆପଣଙ୍କୁ 14 ମାର୍ଚ୍ଚ 2019, ଗୁରୁବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳାର ମହତ୍ୱ ରହିଛି ଆଜି ଆମେ ଆପଣଙ୍କୁ 14 ମାର୍ଚ୍ଚ 2019, ଗୁରୁବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : ଯେଉଁ କାର୍ଯ୍ୟରେ ହାତ ଦେବେ ଠିକ୍ ନିର୍ଣ୍ଣୟ କରିପାରିବେ । ବ୍ୟବସାୟରେ ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳତା ଭରପୂର ରହିବ । ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଅତ୍ୟନ୍ତ ଲାଭଦାୟକ ହେବ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ । ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ କର୍ମ ନିଯୁକ୍ତିର ସୂଚନା ପାଇବେ । ରାଜନେତାଙ୍କର ସମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଝିଘରିଆଣୀ ।

ବୃଷ : କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା ବ୍ୟକ୍ତିରୁପେ ପ୍ରଶଂସା ପାଇବେ। ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ବରିଷ୍ଠ ଅଧିକାରୀଙ୍କ ସହ ଦୂର ଯାତ୍ରା କରିବାକୁ ପଡ଼ିବ। ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ପ୍ରତିଯୋଗିତା ପରୀକ୍ଷାରେ ଆନନ୍ଦିତ ହେବେ। ପତ୍ନୀ ଏବଂ ସନ୍ତାନଙ୍କ ସହ ପାରିବାରିକ ଜୀବନ ଆନନ୍ଦମୟ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ୟାରେ ଉତ୍ସାହିତ ହେବେ । ଶୁଭରଙ୍ଗ : ଗୋଲାପୀ । ଆରାଧନା : ମାଆ ଦୁର୍ଗା ।

ମିଥୁନ : ବନ୍ଧୁବାନ୍ଧବଙ୍କ ସହଯୋଗରେ ସମ୍ମ।ନଜନକ ସ୍ଥିତି ପରିଲକ୍ଷିତ ହେବ । ଜନସେବା ଦ୍ଵାରା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ । ସନ୍ତାନର ଶୁଭ ଖବର ଶୁଣି ଖୁସି ହେବେ । ଧର୍ମାନୁଷ୍ଠାନରେ ଯୋଗ ଦେଇ ସମ୍ମାନ ପାଇବେ । ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ସାମାନ୍ୟ ଚେଷ୍ଟା ସତ୍ତ୍ୱେ ଜମି, ଜମା ବିବାଦ ମେଣ୍ଟିଯିବ । ରାଜନୀତି କ୍ଷେତ୍ରରେ ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ କାର୍ଯ୍ୟରେ ଭାଗନେବେ । ଶୁଭରଙ୍ଗ: ସବୁଜ । ଆରାଧନା: ଶ୍ରୀଗଣେଶ ।

କର୍କଟ : ଉଚ୍ଚ ଶିକ୍ଷାପାଇଁ ଯାତ୍ରା କରିବା ସାର୍ଥକ ହେବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ବଢ଼ିବ । ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ। ନିଜର କାର୍ଯ୍ୟ ପୂରଣ କରିବା ପାଇଁ ବାହାର ଲୋକଙ୍କ ସହଯୋଗ ମିଳିବ । ନିଜର ଭୁଲ୍ ଯୋଗୁଁ ବ୍ୟବସାୟରେ ହାନି ହେବ । ହାତ ପାହାନ୍ତାରେ ଥିବା ଧନ ଅଟକି ଯିବ । ଶତ୍ରୁ ବିରୋଧିମାନେ କ୍ଷତି କରିବାକୁ ଚେଷ୍ଟା କରିବେ । କୌଣସି ଗୁପ୍ତ ଯୋଜନା ବା ଷଡ଼ଯନ୍ତ୍ରର ଶୀକାର ହେବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ ।

ସିଂହ : ଜାଗା, ଜମି ଓ ଗୃହସମ୍ବନ୍ଧୀୟ ମାମଲାର ସମାଧାନ ଫଳରେ ଅଧିକ ଲାଭବାନ୍ ହେବେ । ବ୍ୟବସାୟରେ ପ୍ରସାର ପ୍ରଚାର ଓ ନୂତନ ବ୍ୟବସାୟ ଆରମ୍ଭ କରିଲେ ବିଶେଷ ଉପକୃତ ହେବେ । କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ । ବିଦ୍ୟାରେ ଉନ୍ନତି, ନୂତନ କର୍ମ ପ୍ରାପ୍ତି ଓ ସୁଭ ସମାଚାର ଶୁଣି ଖୁସିହେବେ । ମହିଳାମାନେ ନିଜ ଗୃହ ସମସ୍ୟା ସଜାଡିଦେଇ ଆନନ୍ଦ ପାଇବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ବିରଜା ।

କନ୍ୟା : ସେବାକାରୀମାନଙ୍କ ସହଯୋଗରେ ସମ୍ମ।ନ ଜନକ ସ୍ଥିତି ପରିଲକ୍ଷିତ ହେବ । ଭ୍ରାତୃ ବିବାଦ, ପଡ଼ୋଶୀ କଳହର ସମାଧାନ ହେବ । ରାଜନୀତି କ୍ଷେତ୍ରରେ ଭୁଲ୍ ବୁଝିଥିବା ଲୋକମାନେ ନିଜର ତ୍ରୁଟି ଜାଣି ପାରିବେ ଓ ଜନ ସମାଜରେ ପ୍ରତିଷ୍ଠା,ପ୍ରତିପତ୍ତି ବୃଦ୍ଧି ପାଇବ । ମହିଳାମାନେ ବନ୍ଧୁ ମିତ୍ର ଓ ପରିବାରଜନଙ୍କ ସହ ପିକ୍ନିକ୍ ପାଇଁ ଯାତ୍ରା କରିବେ। ଛାତ୍ର-ଛାତ୍ରୀମାନଙ୍କର ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ମୁଖ୍ୟତା ଲାଭ କରିବେ । ଜୀବନସାଥୀଙ୍କର ଢେ଼ର‌୍‌ସାରା ପ୍ରେମ ମିଳିବ। ଶୁଭରଙ୍ଗ : ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା : ନୂତନ ବ୍ୟବସାୟର ସୁଯୋଗ ପାଇବେ ଓ ବ୍ୟବସାୟିକ ଗତିବିଧି ସାମାନ୍ୟ ରୂପରେ ଚଳିବ । କର୍ମଚାରୀମାନେ ନିଜର କର୍ତ୍ତବ୍ୟ ପ୍ରତିପାଦିତ କରିବା ଫଳରେ ପ୍ରଶଂସିତ ହେବେ । ବିଦ୍ୟାର୍ଥିମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ । କୋର୍ଟ, କଚେରୀ ମାଲି ମକଦ୍ଦମା, ବାଦ ବିବାଦରେ ସଫଳତା ମିଳିବ । ବନ୍ଧୁବାନ୍ଧବଙ୍କ ଆଗମନରେ ଅତ୍ୟଧିକ ଖର୍ଚ୍ଚ ହେବ । ପୁରୁଣା ସମସ୍ୟା ଓ ପୁରୁଣା ରୋଗ ନୂଆ ରୂପରେ ଦେଖାଦେବ । ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ ।ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ବିଛା : ବ୍ୟବସାୟରେ ମନମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ । ରାଜନେତାମାନେ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳାମାନେ ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ । ଛାତ୍ର-ଛାତ୍ରୀମାନଙ୍କର ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ପରିଜନ ଓ ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ : ବ୍ୟବସାୟରେ ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ । ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ । ରାଜନେତା ମାନେ ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । କୌଣସି ପ୍ରିୟମିତ୍ରଙ୍କ ଯୋଗେ ଚିନ୍ତା ଭାବନା ଦୂର ହୋଇଯିବ। ନୂତନ ସମ୍ବନ୍ଧ, ମାଙ୍ଗଳିକ କାର୍ଯ୍ୟରେ ପ୍ରେରଣା ଓ ଉତ୍ସାହ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିପାରେ। ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । କଚେରୀ ମାମଲାର ଶୁଣାଣି ନିଜ ସପକ୍ଷରେ ଘଟିବ । ପରିବାର କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ । ବନ୍ଧୁଙ୍କୁ ଦେଇଥିବା ପ୍ରତିସୂତି ରକ୍ଷାକରିବା ଫଳରେ ମନ ଭଲ ରହିବ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହର ପାର୍ବତୀ ।

କୁମ୍ଭ : ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବା ଦ୍ଵାରା ଯଶ-ମାନ ସମ୍ମାନ ମିଳିବ । ଉଚ୍ଚପ୍ରଦସ୍ଥ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ଲାଭ ହେବ । ଗୃହିଣୀମାନେ ମୋଟାମୋଟି ଭାବେ ସୁଖରେ ଦିନଟି କାଟିବେ । ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ସାମର୍ଥ୍ୟ ଯୁଟିବ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

ମୀନ : ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା ପରୀକ୍ଷାରେ ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହେବେ। କର୍ମ ଓ ବ୍ୟବସାୟ କ୍ଷେତ୍ରରୁ ସାମାନ୍ୟ ଲାଭ ପ୍ରଦ । ତୀର୍ଥ ଯାତ୍ରା ଓ ଦେବ ଦର୍ଶନ କରିବେ। ରାଜନୀତି କ୍ଷେତ୍ରରେ ନିରର୍ଥକ ମନସନ୍ତାପ, ମାନସିକ ଅଶାନ୍ତି, ଉତ୍ତେଜନା, ଡିପ୍ରେସନ, ସ୍ୱାସ୍ଥ୍ୟହାନୀ, ମା’ ଓ ପତ୍ନୀଙ୍କ ସହ ମତାନ୍ତର ହୋଇପାରେ। ମହିଳାମାନେ ସନ୍ତାନ ପାଇଁ ଚିନ୍ତିତରହିବେ । ଆର୍ଥିକ ଟଣାଟଣି ଅବସ୍ଥା ରହିବ । ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବ । ପ୍ରେମ ସାଗରରେ ବୁଡ଼ ପକାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।