14 ଫେବୃୟାରୀ 2019, ଗୁରୁବାର – ଏହି ୫ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅପାର କରୁଣା ରହିବ, ବରଷିବ ଖୁସି…..

Spread the love

14 ଫେବୃୟାରୀ 2019, ଗୁରୁବାର

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ଆର୍ଥିକଦିଗରୁ ସୁବିଧାହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଲକ୍ଷ୍ମୀ ନାରାୟଣ ।

ବୃଷ: ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ଲାଗି ଭଲ ରହିବ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟମିଳିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ସନ୍ତାନଙ୍କ ପକ୍ଷରୁ ସୁଖବର ମିଳିପାରେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପଦୋନ୍ନତି ସହ ନୂତନକର୍ମ ପ୍ରାପ୍ତିହେବ । ମହିଳାମାନଙ୍କର ଆୟ ଅପରିବର୍ତ୍ତିତ ରହି ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ମିଥୁନ: କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇ ପାରନ୍ତି । ରାଜନୀତିରେ ପ୍ରଶଂସିତ ହେବେ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ମହିଳାମାନେ ବ୍ୟବସାୟରେ ପ୍ରଚୁର ଲାଭ କରିବେ ଓ ରାଜନୀତିରେ କୃତକାର୍ଯ୍ୟ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।

କର୍କଟ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ଚାକିରିଆଙ୍କୁ ପାରିତୋଷିକ ମିଳିପାରେ । ରାଜନୀତିରେ ମହତଆକାଂକ୍ଷା ପୂରା ହେବ । ପ୍ରେମର ସାଗରରେ ବୁଡି ରହିବେ । ମହିଳାମାନେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ ଖ୍ୟାତି ବଢ଼ିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରାତାରିଣୀ ।

ସିଂହ:କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ବାଧ୍ୟ ହେବେ । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ ।ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ । ମହିଳାମାନଙ୍କର ଚାକିରୀକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମଙ୍ଗଳା ।

କନ୍ୟା: ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । ଦାମ୍ପତ୍ୟ ଜୀବନ ଅତି ରୋମାଞ୍ଚକର ରହିବ । ଶାରୀରିକ ପୀଡା ସତ୍ୱେ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବ୍ୟସ୍ତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ତୁଳା: ଦିନଟି ବେଶ ଭଲରେ କାଟିବ । ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ହେବାକୁ ଥିବା କାମ ସହଜରେ ହୋଇଯିବ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ଶାରିରୀକ ଅସୁସ୍ଥତା ଦୂରହେବ । ବ୍ୟବସାୟରେ ଭଲ ସଉଦା ହେବାର ସମ୍ଭାବନା । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ବିଛା: ବୟୋଜ୍ୟେଷ୍ଠଙ୍କ ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସଂଘର୍ଷ ଦ୍ଵାରା ସଫଳତା ମିଳିବ । କୌଣସି କାମରୁ ବଡ଼ ଫାଇଦା ହୋଇପାରେ । କମ୍ପାନୀରେ ଚାକିରି କରୁଥିବା ବ୍ୟକ୍ତିି ବିଶେଷଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହେବ ।ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ: ପ୍ରତିଟି କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର: ଦିନଟି ଆପଣଙ୍କ ଲାଗି ମହତ୍ତ୍ୱପୂର୍ଣ୍ଣ ରହିବ । ଆୟ ଉପାର୍ଜ୍ଜନର ବୃଦ୍ଧି, କର୍ମ ଓ ବ୍ୟବସାୟରେ ଉନ୍ନତି । ନୂଆ କାମର ଯୋଜନା କରିପାରନ୍ତି । ଅଫିସରେ ସିନିୟରଙ୍କ ସହଯୋଗ ପାଇବେ । ଘରକୁ କୌଣସି ସ˚ପର୍କୀୟ ଶୁଭ ସମାଚାର ନେଇ ଆସିବେ । କ୍ରିକେଟ ଖେଳାଳିମାନେ ପ୍ରଦର୍ଶନ ଭଲ କରିବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ଶୁଭରଙ୍ଗ: ନୀଳ । ଆରାଧନା: ଜଗନ୍ନାଥ ।

କୁମ୍ଭ: ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ । ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ସାମାଜିକ ପ୍ରଶ˚ସାରେ ଆପଣଙ୍କୁ ଖୁସି ପ୍ରାପ୍ତ ହେବ । ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ଅମ୍ବିକା ।

ମୀନ: ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । କର୍ମ କ୍ଷେତ୍ରରେ ଉନ୍ନତି କରିପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ । ମହିଳାମାନଙ୍କର କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।