13 ଅକ୍ଟୋବର ରବିବାର 2019 : ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ…, ନିଜ ନିଜର ଲକ୍ଷ୍ୟ ପ୍ରାପ୍ତି କରିବାରେ ସଫଳ

Spread the love

13 ଅକ୍ଟୋବର ରବିବାର 2019 : ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ…, ନିଜ ନିଜର ଲକ୍ଷ୍ୟ ପ୍ରାପ୍ତି କରିବାରେ ସଫଳ ହେବେ ।

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି । ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରାଶିଫଳ ନିର୍ମାଣ ହୋଇଥାଏ । ଗ୍ରହ ନକ୍ଷେତ୍ରଙ୍କ ଚାଲି ଚଳନ ସର୍ବଦା ବଦଳି ଥାଏ । ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ । ତା’ହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି, ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ତେବେ ଏହି ସବୁର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ: ବେପାର ମାମଲାରେ ମନରେ ନୂଆ ନୂଆ ବିଚାର ଆସିବ କିନ୍ତୁ ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ କରି ଚଳାଇ ନେଇପାରିବେ ନାହିଁ । ଯଦିଓ ବିଶେଷ କିଛି ଗୁରୁତର ସମସ୍ୟା ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ । ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ । ଉନ୍ନତ ଚିନ୍ତା, ନିରଳସ ଉଦ୍ୟମ, ଆନ୍ତରିକତାପୂର୍ଣ୍ଣ କାର୍ଯ୍ୟ ଓ ମନ ବୁଝିଲା ଭଳି କଥା କହି ପ୍ରଶଂସିତ ହେବେ । ଶିକ୍ଷାକ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ପ୍ରେମ ସମ୍ପର୍କ, ଉନ୍ନତମାନର ଆଲୋଚନା, ପାରିବାରିକ ସଦ୍ଭାବ, ଶିଳ୍ପ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ । ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା:ମାଆ ଭଦ୍ରକାଳୀ ।

ବୃଷ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ । ରୋହିଣୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଆପଣଙ୍କ କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ଚେଷ୍ଟା କରିବେ । ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ । ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଘର ତିଆରି, ଯାନବାହନ, ଦୋକାନର ଉନ୍ନତି ଓ ସଭାସମିତିରୁ ଉପକୃତ ହେବେ । ଖଳ ପ୍ରକୃତିର ଲୋକ କିମ୍ବା ଭଲ ସମ୍ପର୍କ ରଖୁ ନ ଥିବା ଲୋକେ ବିରୁଦ୍ଧାଚରଣ କରିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମିଥୁନ: ଧର୍ମକାର୍ଯ୍ୟରେ ରୁଚି ବିଢ଼ିବ । ରବିଙ୍କ ସ୍ଥିତି ପ୍ରଭାବରେ ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭକରି ନିଜକୁ ଧନ୍ୟ ମନେକରିବେ । ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ । ଅଫିସରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟଗୁଡିକ ମଧ୍ୟ ସୁରୁଖୁରୁରେ ସମ୍ପର୍ଣ୍ଣ କରିପାରିବେ । ବ୍ୟବସାୟରେ ବଡ଼ ସଉଦା ହୋଇପାରେ । ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଦ୍ରବ୍ୟ କିଣାବିକା ସକାଶେ ମନ ବଳାଇବେ । ଯେଉଁ କାମଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କରିପାରୁ ନ ଥିଲେ, ଆଜି ଅପରାହ୍ନରେ ତାହା ସୁବିଧାରେ ସମ୍ପର୍ଣ୍ଣ ହୋଇଯିବ । ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିପାରନ୍ତି, ତେଣୁ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିବା ସହ ଆଗାମୀ ମାଙ୍ଗଳିକ କାମ ପାଇଁ ଆଲୋଚନା କରିପାରନ୍ତି । ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କର୍କଟ: ଆପଣଙ୍କର ସକାରାତ୍ମକ ବିଚାର ପାଖଆଖର ବାତାବରଣକୁ ସକାରାତ୍ମକ କରି ରଖିବ କିନ୍ତୁ ଆଜିର ଚନ୍ଦ୍ର ଉତ୍ତରଭାଦ୍ରପଦ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବ । କର୍ମକ୍ଷେତ୍ରରେ ଆପଣଙ୍କ ସମ୍ମୁଖରେ କିଛି କହିବେ ନାହିଁ ସିନା, କିନ୍ତୁ ପଛରେ ସମାଲୋଚନା କରିପାରନ୍ତି । ଟଙ୍କା ପଇସା ଦିଆନିଆ କ୍ଷେତ୍ରରେ ସତର୍କ ରହନ୍ତୁ ନଚେତ୍‌ କ୍ଷତିରେ ପଡ଼ିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିଲେ ମଧ୍ୟ କ୍ଷତି ହେବ ନାହିଁ । କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ନ ରହିବାରୁ ସ୍ଵାସ୍ଥ୍ୟହାନିର ହୋଇପାରେ । ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । କୋର୍ଟ କଚେରି ମାମଲା ମନ୍ଥର ହେବା କାରଣରୁ ଚିନ୍ତା କରିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ସିଂହ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ସ୍ଵସ୍ଥାନହନ୍ତା ବୃହସ୍ପତି ପରିବାର ସ୍ଥାନରେ ଥିବାରୁ ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପରିବର୍ତ୍ତିତ ମନୋଭାବରୁ କିଛିଟା ହଇରାଣ ହୋଇପାରନ୍ତି । ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହଛି । ସାହିତ୍ୟ, ସାମ୍ବାଦିକତା, ଜମିଜମା କାରବାର, ନିର୍ମାଣ, ପରିବହନରୁ ଲାଭ ପାଇବେ । ଆତ୍ମୀୟମାନଙ୍କ ମଧ୍ୟରେ ଟଙ୍କା ପଇସାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ । ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖା ଦେଇପାରେ । ଜମି କିମ୍ବା ନୂଆ ଘର କିଣିବା ଲାଗି ଯୋଜନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

କନ୍ୟା: ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ । ଚନ୍ଦ୍ର ଓ ବୃହସ୍ପତିଙ୍କ ଦୃଷ୍ଟିଗତ ସମ୍ପର୍କ ଆପଣଙ୍କ ପ୍ରତ୍ୟେକ କାମ ପାଇଁ ସାହାଯ୍ୟକାରୀ ହେବେ । ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ । ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ କ୍ଷେତ୍ର ସକାଶେ କୌଣସି ଅସୁବିଧା ସୃଷ୍ଟି ହେବନାହିଁ । ନିଃସ୍ବାର୍ଥ ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟରେ ଆଶାତୀତ ଫଳ ପାଇବେ । ସାଥୀରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ । ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ତୁଳା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଅଷ୍ଟମସ୍ଥ ଚନ୍ଦ୍ର ଆପଣଙ୍କ ଜଟିଳ ପରିସ୍ଥିତିକୁ ସଜାଡ଼ି ନେବାରେ ସହାୟକ ହେବ । ଆଜି କିଛି ନୂଆ କାମ କରି ପାରନ୍ତି । କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଗ୍ରହକଙ୍କ ସୁଅ ଛୁଟିବ, ଲାଭ ମଧ୍ୟ ଭଲ ହେବ । ସ୍ଵାତୀ ନକ୍ଷେତ୍ର ଯୋଗୁଁ ହାତ ଖାଲି ରହିବ ନାହିଁ, ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ ।ଚାକିରି କ୍ଷେତ୍ରରେ ଉଚ୍ଚାଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଏହା ସଙ୍ଗେ ସଙ୍ଗେ ଗବେଷଣା, ଅନୁସନ୍ଧାନ, କୃଷି ଓ ରାଜନୀତିରେ ଚେଷ୍ଟା ସଫଳ ହେବ । ମାଲିମୋକଦ୍ଦମା ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ । ଅବଶ୍ୟ ସାମୟିକ ଅସ୍ଥିରତା ସାଙ୍ଗକୁ ଆର୍ଥିକ ବ୍ୟୟବହୁଳତା ମନକୁ ଭାରାକ୍ରାନ୍ତ କରିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀକୃଷ୍ଣ ।

ବିଛା: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ । ଗ୍ରହ ସ୍ଥିତିର ଅନୁକୂଳତା ଆପଣଙ୍କ ଯାତ୍ରା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ନୂତନ ବନ୍ଧୁଙ୍କ ଆତିଥ୍ୟଜନିତ ମନକୁ ଖୁସି ରଖିବ । ଅଭିଳାଷ ପୂରଣ ଲକ୍ଷ୍ୟରେ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାଇ ପାରିବେ । ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ସ୍ଵାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ତୃତୀୟାଧିପ ରାଶିରେ ରହିଥିବାରୁ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଅଷ୍ଟମସ୍ଥ ରବି ଯୋଗୁ ଅଫିସରଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଆମଦାନିର ନୂଆ ଅବସର ଖୋଲିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ । ମାଲିମକଦ୍ଦମାରେ ମନ ଅଶାନ୍ତ ରହିବ । ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ମକର: ଆଜି ପୂରା ଦିନ ମନ ପ୍ରସନ୍ନ ରହିବ । ଦ୍ୱାଦଶସ୍ଥ ଗ୍ରହ ସ୍ଥିତିର କୁପ୍ରଭାବ ଯୋଗୁଁ ଅନ୍ୟଙ୍କ ସହ ବାର୍ତ୍ତାଳାପ ସମୟରେ ନିଜ କଥାବାର୍ତ୍ତାରେ ସଂଯମତା ରଖନ୍ତୁ । କାରବାରରେ ଧନଲାଭ ହେବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଚାକିରି କରୁଥିବା କର୍ମଜୀବିଙ୍କୁ ଅଯଥାରେ ଉଚ୍ଚଧିକାରୀଙ୍କ ନିକଟରେ ଅପମାନିତ ହେବାକୁ ପଡିପାରେ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ଵାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା ଆଖଣ୍ତଳମଣି ।

କୁମ୍ଭ: ଇଷ୍ଟଦେବୀଙ୍କୁ ଆରାଧନା କରନ୍ତୁ, ମନରେ ଆତ୍ମା ବିଶ୍ଵାସ ବଢିବ । ବକ୍ରୀ ଶନି କେତୁଯୁକ୍ତ ହୋଇ ରାଶିକୁ ଅବଲୋକନ କରିବେ, ଯାହା ଫଳରେ ବ୍ୟବସାୟରେ ମାନ୍ଦା ସ୍ଥିତି ଉତ୍ପନ ହେବ, ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହେବ ଏବଂ ପୂର୍ବରୁ ସ୍ଥିରୀକୃତ ହୋଇଥିବା ପୁଅ ଝିଅଙ୍କ ବିବାହ ପ୍ରସ୍ତାବରେ ସମ୍ୟକ ବାଧା ଉପୁଜିପାରେ । ଚାକିରି କ୍ଷେତ୍ରରେ ମଧ୍ୟ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସମାଲୋଚନାର ପାତ୍ର ହୋଇପାରନ୍ତି । ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ, ନୂତନ ପ୍ରକଳ୍ପ ସ୍ଥଗିତ ରହିପାରେ । ବନ୍ଧୁଙ୍କ ସହାୟତାରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ବଳରେ ଆପଣ ନିଜକୁ ସମ୍ଭାଳି ନେବେ ଓ ମନରେ ରୋଜଗାରର ନୂତନ ପନ୍ଥା ମଧ୍ୟ ଆସିବା । ପାରିବାରିକ ଜୀବନରେ ତାଳମେଳ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ମୀନ: ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ରାହୁଙ୍କ ସ୍ଥିତି ପ୍ରଭାବରେ ଆପଣ ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ସକାଳୁଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ହଜିଯାଇପାରେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ଆପଣଙ୍କ ପାଇଁ କ୍ଷତି ହିଁ କ୍ଷତି ସାବ୍ୟସ୍ତ ହେବ, ତେଣୁ ବୁଝି ବିଚାରି କାର୍ଯ୍ୟ କରନ୍ତୁ । ଅଫିସରେ କାର୍ଯ୍ୟଭାର ବଢିବା ଫଳରେ ମନରେ ବିରକ୍ତିଭାବ ଜାତ ହେବ । ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ । ଘର ପାଇଁ ଜରୁରୀ ଜିନିଷ କିଣିବେ । କୌଣସି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ସମଲେଶ୍ଵରୀ ।