ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ :- 13 ଜାନୁଆରୀ 2019, ରବିବାର ରାଶିଫଳ

Spread the love

ମେଷ: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ । ବିଭିନ୍ନ ପ୍ରକାର ପରିସ୍ଥିତିର ମୁକାବିଲା କରିବା‌ରେ ସକ୍ଷମ ହେବେ । ସହକର୍ମୀମାନଙ୍କ ସହ ହସଖୁସିରେ ଦିନଟି ଅବସାନ ଘଟିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ସୁଖ ସମ୍ପଦ ପ୍ରାପ୍ତି ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଦ୍ୟାକ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ । ମହିଳାମାନେ ବ୍ରତ, ଉପାସନାରେ ବ୍ରତୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ । କର୍ମକ୍ଷେତ୍ରରେ ଆପଣ ଆତ୍ମବିଶ୍ୱାସର ସହ ସମସ୍ତ କାର୍ଯ୍ୟ ସମ୍ପାଦନା କରିବେ ଏବଂ ଯଥେଷ୍ଟ ଲାଭବାନ ହେବେ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ରହିବ ଏବଂ ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରାତାରିଣୀ ।

ମିଥୁନ: ପରିବାରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବେ, ଦିନଟି ମଙ୍ଗଳଯ ରହିବ । ବ୍ୟବସାୟୀମାନେ କର୍ମ କ୍ଷେତ୍ରରେ ସର୍ତକତା ଅବଲମ୍ବନ କରନ୍ତୁ ଏବଂ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖାନ୍ତୁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କୃଷିଜୀବିମାନେ ଆନନ୍ଦିତ ହେବେ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ପିଲାମାନଙ୍କ ପ୍ରତି ବିଶେଷ ସତର୍କ ରହିବା ଉଚିତ୍ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ଦୈନନ୍ଦିନ କାର୍ଯ୍ୟକଳାପରେ କିଛି ପରିବର୍ତ୍ତନ ଦେଖାଦେବ । ବ୍ୟବସାୟ ବାଣିଜ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ରାଜନୈତିକ ଜୀବନରେ ଶତୃମାନେ ପ୍ରବଳ ହେବେ । ସାମାନ୍ୟ ଛୋଟିଆ କଥାକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଜି ପରେ । ପରିବାରର ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁଁ ଆପଣ ବ୍ୟତିବ୍ୟସ୍ତ ହୋଇଯିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ । ଆଇନକାନୁନ ମାମଲାର ସମାଧାନ ହୋଇପାରେ । ଦାମ୍ପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ସିଂହ: ଦିନଟି ଆପଣଙ୍କ ପାଇଁ ବେଶ୍ ଭଲ ରହିବ । ସହଯୋଗୀ, ସହକର୍ମୀ, ବରିଷ୍ଠ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ କମ୍ ପରିଶ୍ରମରେ କରି ଅଧିକ ଲାଭବାନ ହେବେ । କର୍ମଜୀବୀ ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀମାନେ ସହଯୋଗ ପ୍ରାପ୍ତି ହେବ । କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ ।ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦିରେ ଶୁଭଫଳ ପ୍ରାପ୍ତି ହେବ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିମଳା ।

କନ୍ୟା: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ । ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ମିଳିବ । ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପୁରାତନ ରୋଗର ଉପଶମ ମିଳିବ । ପାରିବାରିକକ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ । ମହିଳାମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ତୁଳା: ସକାରାତ୍ମକ ଭାବନାରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । କର୍ମକ୍ଷେତ୍ରରେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ରାଜନୈତିକ କ୍ଷେତ୍ରରେ ବିପଦ ସଙ୍କୁଳ ଦେଖାଦେବ । ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ପ୍ରେମ ଜୀବନ ଖୁବ ରୋଚକ ରହିବ । ମହିଳାମାନଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଶୁଭରଙ୍ଗ: ନୀଳ । ଆରାଧନା: ସୂର୍ଯ୍ୟଦେବ ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ଅଟେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ବ୍ୟବସାୟରେ ଅଧିକ ଲାଭବାନ ରହିବ । ଚାକିରିରେ ଦାୟିତ୍ବ ବୃଦ୍ଧି ହେବ।, ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ । ରାଜନୈତିକ କ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନ କରି ବିଜୟୀ ହେବେ । ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ଦିଗରୁ ମଧ୍ୟମ ଫଳ ପ୍ରାପ୍ତି । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ । ମହିଳାମାନେ ବ୍ୟସ୍ତତା ଭିତରେ କାର୍ଯ୍ୟ ସାଧନ କରିବେ । ବନ୍ଧୁବିରୋଧ, ପ୍ରତିବେଶୀଙ୍କ ସହ କଳହ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ୱରୀ ।

ଧନୁ: ସାରାଦିନ ଅଶାନ୍ତି ମୁକ୍ତ ରହିବେ । ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ କ୍ରୟ କରିପାରନ୍ତି ଅଥବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ସାମାଜିକ ପତିଆରା ଅମଳିନ ରହିବ । ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ । ଦୂରଯାତ୍ରାରେ ସଫଳ ହେବେ । ବନ୍ଧୁଙ୍କ ମେଳରେ ଆପଣଙ୍କ ମାନସମ୍ମାନ ବଢ଼ିବ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ । ଆଧ୍ୟାତ୍ମିକ ଭାବନାରେ ସମୟ କଟିବ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ଆର୍ଥିକ କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ମଧ୍ୟ ପାଇବେ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ୱାର ଊନ୍ମୁକ୍ତ ହେବ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ମହିଳାମାନେ ବିଭିନ୍ନ ସ୍ଥାନରେ ପ୍ରଶଂସା ପାଇବେ । ଶୁଭରଙ୍ଗ: ମେରୁନ । ଆରାଧନା: ହର ପାର୍ବତୀ ।

କୁମ୍ଭ: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ଆଶାର ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ଲାଭାନ ହେବେ । ବ୍ୟୟ ପ୍ରତି ସଜାଗ ରୁହନ୍ତୁ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ରାଜନୀତିରେ ଉଚ୍ଚ ପ୍ରଶଂସିତ ହେବେ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ବିଦ୍ୟାର୍ଥୀମାନେ ପାଠପଢ଼ାରେ ଅବହେଳା କରିବେ । ମହିଳାମାନେ ପିଲାଙ୍କ ସହ ହସ ଖୁସିରେ ଦିନଟି ଅତିବାହିତ କରିବେ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଶାରଳା ।

ମୀନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବ୍ୟବସାୟିକ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଆୟକୁ ଚାହିଁ ବ୍ୟୟ କରନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । ଆକସ୍ମିକ ଧନହାନୀ ହେତୁ ମନରେ ଦୁଃଖ ପ୍ରକାଶ ହେବ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।