13 ଅଗଷ୍ଟ 2019, ମଙ୍ଗଳବାର – ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ଆସିବା ଅନେକ ସୁଖ ସମୃଦ୍ଧି ଓ ମିଳିବ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆଶାତୀତ ସଫଳତା….

Spread the love

13 ଅଗଷ୍ଟ 2019, ମଙ୍ଗଳବାର – ଏହି ୪ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନରେ ଆସିବା ଅନେକ ସୁଖ ସମୃଦ୍ଧି ଓ ମିଳିବ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆଶାତୀତ ସଫଳତା…..

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳାର ମହତ୍ୱ ରହିଛି । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଦିନଟି ଆଗକୁ ବଢ଼ିବାରେ ସହାୟକ ହେବ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ସରକାରୀ କାମରେ କୌଣସି ଲୋକଙ୍କ ସହଯୋଗ ପାଇବେ । ଭାଗୀଦାରି କାରବାରରେ ଭଲ ପରିଣାମ ମିଳିବ । ଚାକିରି ତଲାସରେ ଥିବା ଯୁବକଙ୍କୁ ଶୁଭ ଖବର ମିଳିବ । ବନ୍ଧୁ ଓ ପରିବାର କ୍ଷେତ୍ରରେ ମଧ୍ୟ ପ୍ରତିକୂଳତାର ଝଲକ ଦେଖିବାକୁ ମିଳିବ । ଆକସ୍ମିକ ଭାବରେ ଯାତ୍ରା କାଳରେ ରାସ୍ତାରେ ପ୍ରିୟଜନଙ୍କୁ ଦେଖା କରିବାର ସୁଯୋଗ ପାଇପାରନ୍ତି । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

ବୃଷ: ପୂଜା ପାଠରେ ଅଧିକ ସମୟ ବିତିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ସହକର୍ମୀ ସହଯୋଗର ହାତ ବଢ଼ାଇବେ । ପାରଷ୍ପରିକ ମତଭେଦ କାରଣରୁ ଅଫିସରେ କିମ୍ବା ଆଲୋଚନା କ୍ଷେତ୍ର ଅମୀମାଂସିତ ରହିପାରେ । ଆପଣ କୌଣସି ଜରୁରୀ କାମ ଶେଷ କରିବାରେ ସଫଳ ହେବେ । ଆଗାମୀ ଆନୁଷ୍ଠାନିକ କାମ ସୁବିଧାରେ ହାସଲ ପାଇଁ ସକାଶେ ବ୍ୟସ୍ତ ରହିପାରନ୍ତି । ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: ତିକ୍ତ ଅନୁଭବରୁ ମିଠାଫଳ ପାଇବେ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । ଆର୍ଥିକ ସ୍ଥିତି ଓ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଅନୁକୂଳ ରହିପାରେ । ଆଇନ, ଅଦାଲତ, ରାଜନୀତି, ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଶେଷ କାମରେ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇବେ । ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ । ପାରିବାରିକ ଅସ୍ଥିରତା କାରଣରୁ ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟକୁ ଦାୟୀ କରି ସମାଲୋଚିତ ହେବେ । ଫେସନ ଡିଜାଇନିଙ୍ଗ ଛାତ୍ରଙ୍କୁ ଲାଭ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ । ବ୍ୟବସାୟ ଓ ପରିବହନ, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ । ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ ହେବ । ବରିଷ୍ଠ ଲୋକ ନିଜର ବନ୍ଧୁଙ୍କ ସହିତ ମିଶିବେ । ଭୁଲ୍‌ ବୁଝାମଣା କାରଣରୁ ନିଜ ଭାଇ, ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ । ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇପାରେ । ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ବାସରେ ମଜଭୁତ ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ସିଂହ: ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ । ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରି ପରେ ଅନୁତାପ ପାରନ୍ତି । ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ । କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେବେ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବଗଳାମୁଖୀ ।

କନ୍ୟା: ସଫଳତାର ନୂଆ ପାହାଚରେ ପାଦ ରଖିବେ । ଆପଣଙ୍କର ପ୍ରତିଟି କାମର ବ୍ୟବସ୍ଥା ସହସାରେ ବାହାରି ଯିବ । ଶତ୍ରୁତା କରୁଥିବା ଲୋକଟି ଆପଣଙ୍କ ମନକୁ ବାଧିଲା ଭଳି ଭଳି କଥା କହିପାରେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ଚାକିରୀ ଜୀବିମାନେ ଯଶ, ମାନ-ସମ୍ମାନକୁ ଅଧିକ ମହତ୍ତ୍ୱ ଦେବେ । ଅଚାନକ ଧନପ୍ରାପ୍ତି ହେବ । କୌଣସି ଯୋଜନା ବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ । ପରିବାର ଲୋକଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ତୁଳା: ଆଜି ଭାଗ୍ୟ ଆପଣଙ୍କ ଉପରେ ଦୟାଳୁ ରହିବେ କିନ୍ତୁ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ ହେବ, ନତୁବା ହଇରାଣ ହେବାକୁ ପଡିପାରେ । ଆପଣ କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା ଜ୍ଞାତିକୁଟୁମ୍ବ ସମସ୍ତଙ୍କ ସହଯୋଗ ମିଳିବ । ସମାଜରେ ମାନ ସମ୍ମାନ ବଢ଼ିବ । ବ୍ୟବସାୟରେ ତୁରନ୍ତ ଫଇସଲାର ଲାଭ ମିଳିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ପଛେଇଯାଇପାରନ୍ତି ।
ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ବିଛା: ଆପଣଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ କିଛି ପ୍ରେରଣା ମିଳିପାରେ । ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ । ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ । ଯାହା ଦୀର୍ଘଦିନ ହେଲା ହୋଇ ପାରି ନ ଥିଲା ଆଜି ତାହା ଆକସ୍ମିକ ଭାବରେ ଆତ୍ମୀୟମାନଙ୍କ ସହାୟତାରେ ତାହା ହୋଇଯିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ଚେଷ୍ଟା ଓ ସଫଳ ମଧ୍ୟ ହେବେ । ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ଠିକ୍ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ: କୌଣସି ଜରୁରୀ କାମରେ ଯିବାକୁ ଥିଲେ, ଆତ୍ମବିଶ୍ଵାସ ଅତୁଟ ରଖନ୍ତୁ । କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପରିଯୋଜନା ଉପରେ କଥା ହେବେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ଅଫିସରେ ସହକର୍ମୀ ମାନଙ୍କ ସହ ଖୁସୀରେ ସମୟ କଟିଯିବାର ସମ୍ଭାବନା ରହିଛି । କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ । ପ୍ରେମିକ ପ୍ରେମିକାଙ୍କ ଦିନଟି ଲାଗି ଭଲ ରହିବ । ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ । ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । ଆଇନ, ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇଆସିଛି । କର୍ମକ୍ଷେତ୍ରରେ ଥିବା ସମୟରେ ଜଣେ ବ୍ୟକ୍ତି ଠାରୁ ହଠାତ୍‌ କୌଣସି ଖବର ପାଇ ବିଚଳିତ ବୋଧ କରିବେ । ଉପରିସ୍ଥ ଅଧିକାରୀ ମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ି ପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢା ପ୍ରଭୃତିରୁ ସୁଫଳ ପାଇବେ । ବେପାରରେ ଅଟକି ଥିବା ପଇସା ଫେରି ପାଇବେ । ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ଵାରା ଜୀବନରେ ପରିବର୍ତ୍ତନ ଆସିବ । ଘର ଲୋକଙ୍କ ସହିତ ସମ୍ବନ୍ଧ ଭଲରେ କଟିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ଆପଣଙ୍କର କୌତୁକିଆ ସ୍ଵଭାବ ସମସ୍ତଙ୍କୁ ଭଲ ଲାଗିବ । ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରି ପାରନ୍ତି । ତର୍କ, ବିତର୍କ କାରଣରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ । କଳା, କ୍ରୀଡା, ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ନୂଆ କୌଶଳ ଆପଣଙ୍କ ବେପାରରେ ବୃଦ୍ଧି ହେବ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମୀନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଯାହା ବି ଫଇସଲା କରିବେ ଲାଭପ୍ରଦ ରହିବ । କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି । ଯୁବକଙ୍କୁ ଚାକିରିର ସୁବର୍ଣ୍ଣ ସୁଯୋଗ ମିଳିବ କିନ୍ତୁ ଚାକିରି ଜୀବୀମାନେ କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ସୃଷ୍ଟି ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । ଆଜିର ପ୍ରତ୍ୟୁଷ ଯାତ୍ରାରେ, ଯାନ୍ତ୍ରିକ ଜିନିଷ କିଣାବିକାରେ ଆଶାନୁଯାୟୀ ସୁଫଳ ପାଇବେ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସି ବ। ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ସମଲେଶ୍ଵରୀ ।