ଦ୍ୱାଦଶ ଟପରକୁ ପୋଲିସ କରିଛି ଏକ ଦିନର କମିଶନର ! ଜାଣନ୍ତୁ କଣ ଥିଲା ଟପର୍ ଜଣକର ପ୍ରଥମ ଅର୍ଡର ।

Spread the love

କମିଶନର ହେବା ପରେ ଦ୍ୱାଦଶ ଟପର୍ ନିଜ ପିତାଙ୍କୁ ଦେଇଛନ୍ତି ଏକ ଖାସ୍ ଆଦେଶ ।

ଆପଣ ମାନଙ୍କୁ ଅନିଲ କପୁରଙ୍କ “ନାୟକ” ଫିଲ୍ମ ମନେ ଥିବ । ସେହି ଫିଲ୍ମରେ ସିଏମ୍ (CM)ଙ୍କ ସାକ୍ଷାତକାର ସମୟରେ ଅନିଲ କପୁର ଏକ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଯାଇ ଥିଲେ । ଠିକ ସେହିପରି କିଛି ଅସଲ ଜୀବନରେ ଘଟିଛି । କିନ୍ତୁ ଏହି କାହାଣୀରେ କିଛି ମୋଡ଼ ରହିଛି । ଏଥିରେ ଜଣେ ଝିଅ ଏକ ଦିନ ପାଇଁ ଡିସିପି ହୋଇଛି । ଏହି ଅଧିକାର ସ୍ୱୟଂ କୋଲକତା ପୋଲିସ ବିଭାଗ ଦେଇଛି । ବର୍ତ୍ତମାନ ଆପଣ ଭାବୁଥିବେ କଣ ପାଇଁ ପୋଲିସ ଜଣେ ଦ୍ୱାଦଶ ପାସ କରିଥିବା ଛାତ୍ରୀଙ୍କୁ ଏହି ଅଧିକାର ଦେଇଛି ? ଆପଣଙ୍କ ଜିଜ୍ଞାସରେ ପୂର୍ଣଛେଦ ପକାଇ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ; ନିକଟରେ ଦ୍ୱାଦଶ ସିବିଏସସି ରେଜଲ୍ଟ ବାହାରି ଯାଇଛି । ଏଥିରେ “ତୃଷା ଶର୍ମା” ନାମକ ଜଣେ ଛାତ୍ରୀ ୯୯.୨୫ ପ୍ରତିଶତ ପ୍ରାପ୍ତ କରିଛନ୍ତି । ଏହି ମାର୍କକୁ ନେଇ ସେ ଦେଶର ଚତୁର୍ଥ ଏବଂ ନିଜ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତୃଷାଙ୍କୁ ଏହି ଉପଲବ୍ଧି ପାଇବା ପରେ ସମ୍ମାନ ଜଣାଇବା ଉଦ୍ଧେଶ୍ୟରେ କୋଲକତା ପୋଲିସ ବିଭାଗ ତାଙ୍କୁ ଏକ ଦିନର ଡିସିପି କମିଶନର କରିବା ପାଇଁ ନିର୍ଣ୍ଣୟ ନେଇଛି ।

ଏହି କଥାକୁ ସ୍ୱୟଂ କୋଲକତା ପୋଲିସ ନିଜ ଟୁଇଟ୍ ମାଧ୍ୟମରେ ସେୟାର କରିଛନ୍ତି ଓ ଜଣାଇଛନ୍ତି । ସେମାନେ ନିଜର ଏହି ପୋଷ୍ଟରେ ତିନୋଟି ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଚିତ୍ରରେ ତୃଷା ନିଜ ସ୍କୁଲ ଡ୍ରେସରେ ପୋଲିସ ଷ୍ଟେସନ ଭିତରେ ଅଛନ୍ତି । ଏଠାରେ ଷ୍ଟେସନ ଅଧିକାରୀ ତାଙ୍କୁ ଫୁଲ ଅର୍ପଣ କରି ସମ୍ମାନ ଦେଉଛନ୍ତି । ଏହି ସମୟରେ ସମସ୍ତେ ଖୁସି ଦେଖାଯାଉଛନ୍ତି । ଏହି ଚିତ୍ରକୁ ସେୟାର କରି କୋଲକତା ପୋଲିସ ଲେଖିଛନ୍ତି; ବହୁତ ବହୁତ ବଧାଇ ତୃଷା, ତୃଷା ସିଂହ (ପିତା ଇନ୍ସପେକ୍ଟର ରାଜେଶ କୁମାର ସିଂହ) ଏହି ବର୍ଷ ଆଇସିଏସସି ପରୀକ୍ଷାରେ ଭାରତରେ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ତାଙ୍କୁ ଏହି ପ୍ରଦର୍ଶନ ପାଇଁ ବୁଧବାର ଦିନ ମଧ୍ୟାହ୍ନରେ ଆଇପିଏସ ରାଜେଶ କୁମାରଙ୍କ ଦ୍ୱାରା ତାଙ୍କୁ ଏକ ଦିନ ପାଇଁ ଡିସିପି କରାଯାଇଛି ।

ଜଣେଇବା ପାଇଁ ଚାହୁଁଛୁ; ତୃଷାଙ୍କ ପିତା ରାଜେଶ ସିଂହ ଗରିଆହାଟ ଥାନାରେ ଏଡିସନଲ୍ ଇନ୍ ଚାର୍ଜ ରୂପେ କାର୍ଯ୍ୟରତ । ଏହି ସମୟରେ ଯେତେବେଳେ ତୃଷାଙ୍କୁ ପଚାରା ଯାଇଥିଲା ଆପଣ ପିତାଙ୍କୁ କେଉଁ ଆଦେଶ ଦେବେ ? ସେ ପ୍ରେମରେ କହିଥିଲେ, “ମୁଁ ତାଙ୍କୁ ଶୀଘ୍ର ଘରକୁ ଆସିବାର ଆଦେଶ ଦେଉଛି ।” ତୃଷାଙ୍କ ଏହି ଆଦେଶ ଶୁଣି ପିତାଙ୍କ ଆଖିରେ ଲୁହ ଚାଲି ଆସିଥିଲା । ଆପଣମାନେ ଜାଣିଥିବେ ପୋଲିସ ଚାକିରୀରେ ଲୋକଙ୍କୁ ଘରକୁ ଯିବା ବିଳମ୍ବ ହୋଇ ଯାଇଥାଏ । ଏମିତିରେ ଯେତେବେଳେ ତୃଷା ହାଇ ଲେବେଲକୁ ଆସିବା ପରେ ଏକ ଆଦେଶ ଦେବା ପାଇଁ ସୁଯୋଗ ମିଳିଥିଲା । ସେତେବେଳେ ସେ ପିତାଙ୍କୁ ଘରକୁ ଶୀଘ୍ର ଆସିବା ପାଇଁ ଆଦେଶ ଦେଇ ପିତାଙ୍କ ସହ ଅଧିକ ସମୟ ବିତାଇବା ପାଇଁ ଇଛା ପ୍ରକାଶ କରିଛନ୍ତି ।

ଇନ୍ସପେକ୍ଟର ରାଜେଶଙ୍କୁ ନିଜ ଝିଅଙ୍କ ଉପରେ ଗର୍ଵ ହେଉଛି । ତୃଷା ଟପର ହେବା ପରେ ପିତାଙ୍କ ଛାତି ଗର୍ବରେ ଫୁଲି ଯାଇଛି । ଯେତେବେଳେ ତୃଷାଙ୍କୁ ତାଙ୍କର ଭବିଷ୍ୟତ ବିଷୟରେ ପଚାରା ଯାଇଥିଲା, ସେତେବେଳେ ସେ ଉତ୍ତର ଦେଇଥିଲେ ଭବିଷ୍ୟତରେ ସେ ଆଇଏଏସ୍ ହେବା ପାଇଁ ଇଛା ରଖିଛନ୍ତି । ନିଜର ଆଗାମୀ ପଢ଼ାପଢ଼ି ଇତିହାସ ଏବଂ ରାଜନୈତିକ କ୍ଷେତ୍ରରେ କରିବେ ବୋଲି କହିଛନ୍ତି ।