12 ସେପ୍ଟେମ୍ବର 2019 ଗୁରୁବାର : ଏହି ୫ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବା । ମିଳିବ ପ୍ରତୀଟି କାର୍ଯ୍ୟରେ

Spread the love

12 ସେପ୍ଟେମ୍ବର 2019 ଗୁରୁବାର : ଏହି ୫ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବା । ମିଳିବ ପ୍ରତୀଟି କାର୍ଯ୍ୟରେ ସଫଳତା ବଢିବ ସମାଜରେ ମାନ-ସମ୍ମାନ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ ଏବଂ ସଫଳ ହେବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ନିଜର କାର୍ଯ୍ୟଦକ୍ଷତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଆରଦ୍ରା ନକ୍ଷତ୍ରର ଆଳସ୍ୟ ଓ ଅବହେଳା ଯୋଗୁ ସୁଯୋଗ ହାତଛଡ଼ା ହୋଇପାରେ । ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାରର ବ୍ୟତିକ୍ରମକୁ ନେଇ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଶୁଭ ଖବର ପାଇ ଖୁସୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ବୃଷ: ଲକ୍ଷ୍ୟପ୍ରାପ୍ତ ଦିଗକୁ ଅଗ୍ରସର ହେବେ ଏବଂ ଲକ୍ଷ୍ୟ ପ୍ରାପ୍ତି ମଧ୍ୟ କରିପାରନ୍ତି । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଅଭାବ ଅନଟନ ନ ଥିଲେ ମଧ୍ୟ ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀଙ୍କ ସହଯୋଗ ଅଭାବରୁ ଅଶାନ୍ତ ରହିବେ । ନିଜ ଲୋକମାନେ ବିଶ୍ଵାସ ଘାତକତା କରିବେ । ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମିଥୁନ: ଦିନଟି ପ୍ରେମଭାର ରହିବ । ରାଶିରେ ଚନ୍ଦ୍ରଥିବାରୁ ମାନସିକ ସ୍ତର ବହୁତ ଭଲ ରହିବ । ତଥାପି ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ । ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି କାରଣରୁ ପାଖ ମାଡିବେ ନାହିଁ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । ଆର୍ଥିକ ସ୍ଥିତି ସମ୍ୟକ ମାନ୍ଦା ରହିପାରେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କର୍କଟ: ଇଷ୍ଟଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି । ଦଶମ ସ୍ଥାନରେ ଚନ୍ଦ୍ର ହେତୁ ଦକ୍ଷତାଭିତ୍ତିକ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ । ବ୍ୟବସାୟୀ ମାନେ କର୍ମକ୍ଷେତ୍ରରେ ଉର୍ନ୍ନତି କରିବେ । ସରକାରୀ କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ କରିବେ । ଆୟ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭ । ଘରେ ପିଲାମାନଙ୍କ ଦାବି ମୁତାବକ ଜିନିଷ ନ ଆଣିପାରିବା କାରଣରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ସୁସ୍ଥତା ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ । ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ । ଶୁଭରଙ୍ଗ: ଧଳା । ଆରାଧନା: ମଙ୍ଗଳା ।

ସିଂହ: ଆତ୍ମା ବିଶ୍ଵାସ ଦୃଢ଼ ରହିବ । ଚନ୍ଦ୍ରଙ୍କ କୋଣଭାବରେ ଶୁକ୍ର ହେତୁ ମନ ଅନୁଯାୟୀ କାମ ହାସଲ କରିବାରେ ଅସୁବିଧା ହେବନାହିଁ । ଆକସ୍ମିକ ଭାବରେ ରାସ୍ତାରେ ଯିବା ସମୟରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ଯୁବକ ଯୁବତୀମାନଙ୍କର ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ପରିବାରରେ ପିଲାଙ୍କ ଆଚରଣର ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି । ଶୁଭ ଖବର ପାଇ ଖୁସି ହେବେ । ମହିଳାମାନେ ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ ।

ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ । ରାଶିରେ ରାଜଯୋଗ କାରକ ମଙ୍ଗଳଙ୍କ ଅବସ୍ଥିତିରୁ ନୂତନ କର୍ମାରମ୍ଭ, ଜମିଜମା, ଯାନବାହନ, ଭାଇବନ୍ଧୁଙ୍କ ସହ ସୁସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ । ଫଳରେ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । କର୍ମକ୍ଷେତ୍ରରେ ଏକା ସଙ୍ଗରେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି । ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ । ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସନ୍ତୋଷୀମାତା ।

କନ୍ୟା: ମନରୁ ନକରାତ୍ମକ ଚିନ୍ତାଧାରା ବାହାର କରିଦିଅନ୍ତୁ, ନିଜ ଉପରେ ବିଶ୍ବାସ ରଖନ୍ତୁ । ଆଜିର ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ଯୋଗୁ ମାନସିକ ଅସ୍ଥିରତା ମଧ୍ୟରେ ସମୟ କଟାଇବେ । ଯାତ୍ରାରେ, ବିବାଦୀୟ ପରିସ୍ଥିତିରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ହେୟ ମନେ କରିବା ଠିକ୍‌ ହେବନି । ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ କୌଣସି ଫଇସଲାକୁ ନେଇ ଉଚ୍ଛାଧିକାରୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ ଓ କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରେ ଥିବା ସମସ୍ୟା ସମାଧାନ ହୋଇଯିବ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

ତୁଳା: ସକାରାତ୍ମକ ମନୋଭାବ ଘେନି କାମ କରନ୍ତୁ; ସଫଳତା ପାଇବେ । ରାଶ୍ୟାଧିପତି ରାଶିକୁ ଦେଖୁ ଥିବାରୁ ସ୍ଵାସ୍ଥ୍ୟ ଉତ୍ତମ ରହିବା ସହ ବ୍ୟବସାୟିକ ସ୍ଥିତି ବହୁତ ଭଲ ରହିବ । ହାତକୁ ନେଇଥିବା କାମଟିକୁ ସୁରୁଖୁରୁରେ କରି ପାରିବା କାରଣରୁ ଟେନସନ୍‌ କିିଛି ମାତ୍ରାରେ କମିଯିବ । ଶିଳ୍ପ ପ୍ରତିଷ୍ଠା ଯୋଜନା ସାଫଲ୍ୟଦାୟକ ହେବ । ସାମାଜିକ ଆୟୋଜନରେ ସହଭାଗିତା କରିବେ । ସଭା ସମିତିରେ ତର୍କ ବୃଦ୍ଧି ପାଇବ । ଉତ୍ତେଜନା ମୂଳକ ପରିସ୍ଥିତରେ ନୀରବତା ରକ୍ଷାକରି ପରିସ୍ଥିତିକୁ ସମର୍ପଣ କରି ଦେବା ଉତ୍ତମ ହେବ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ । ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ବିଛା: ଜୀବନକୁ ସକାରାତ୍ମକ ବନାନ୍ତୁ । ଚତୁର୍ଥାଧିପତି ଅଷ୍ଟମାଧିପତିଙ୍କ ନକ୍ଷତ୍ରରେ ରହିଥିବାରୁ ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟାଦ୍ୱାରା ସାଫଲ୍ୟ ହେବ । କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । କାର୍ଜ୍ୟାଳୟର ଜଟିଳ ପରିସ୍ଥିତିକୁ ସରଳ କରି ପ୍ରଶଂସା ପାଇବେ । ଆୟ ଅନୁପାତରେ ଖର୍ଚ୍ଚର ମାତ୍ରା ଅଧିକ ହେବ । ଆକସ୍ମିକ ଧନହାନୀ ହୋଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶାଜନକ ଫଳ ଲାଭକରି ଖୁସୀ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ଧନୁ: ଭଗବାନଙ୍କ ଉପରେ ଭରସା ରଖନ୍ତୁ । ଏକାଧିକ ଗ୍ରହ ସପ୍ତମଭାବସ୍ଥ ଯୋଗୁ ବିବାଦରୁ ଦୂରେଇ ରହିବା ଭଲ ହେବ । ବିଭିନ୍ନ ବିଷୟ ନେଇ ଅଯଥା ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି । ମିତ୍ରମାନେ ସହଯୋଗର ହାତ ବଢ଼ାଇବେ । କର୍ମକ୍ଷେତ୍ର ଓ ପରିବାରରେ ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ବି ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଚାକିରିରେ ସାମାନ୍ୟ ଅଶାନ୍ତିର ସାମନା କରିବେ । ଜମିର ଦଲିଲ ଭଲ ଭାବେ ପଢ଼ି ଦସ୍ତଖତ କରନ୍ତୁ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ମହିଳାମାନେ ବ୍ୟୟୋଜ୍ୟେଷ୍ଟଙ୍କ ଠାରୁ ପ୍ରଶଂସିତ ହେବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଦୁର୍ଗା ।

ମକର: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ କିନ୍ତୁ ବୁଧ ଷଡ଼ାଷ୍ଟକ ସ୍ଥିତିରେ ଥିବା ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ଚେଷ୍ଟା କରୁଥିବା କାମଗୁଡିକ ସହଜରେ ହୋଇ ପାରିବ ନାହିଁ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ, କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । କର୍ମ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି କାର୍ଯ୍ୟପନ୍ଥା ବୃଦ୍ଧି କରାଇବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣ ହେବ । ଯୁବକ ଯୁବତୀମାନଙ୍କର ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । ବିଭିନ୍ନ ପ୍ରକାର ଅସ୍ଵାଭାବିକ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳ ପ୍ରଦାନ କରିବା । ଧନାଧିପ ଶୁକ୍ର ପାପଗ୍ରହ ରାହୁ ନକ୍ଷତ୍ରସ୍ଥ ହେତୁ ଅର୍ଥ ସମ୍ପର୍କିତ ବିବାଦ ବୃଦ୍ଧିର ଆଶଙ୍କା ରହିଛି । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ସହକର୍ମୀମାନଙ୍କ ସହ ବାଦବିବାଦ କ୍ରମେ ଜଟିଳ ହେବ, ତଥାପି ଆପଣଙ୍କ ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । କଚେରି ମାମଲାର ଶୁଣାଣି ତାରିଖ ଘୁଞ୍ଚିଗଲେ ଭଲ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ବିପଦରେ ପଡିବେ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ସ୍ୱର୍ଣ୍ଣ ଅଳଙ୍କାର କ୍ରୟ କରିବେ । ମହିଳାମାନଙ୍କର କର୍ମକ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ମୀନ: ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି ଓ ଆପଣଙ୍କ ମାନସିକ ଶକ୍ତି ଏହାର ଚ଼ରମ ସୀମାରେ ରହିବ । ଅଫିସରେ ନିଜ କାମକୁ ମନୋଯୋଗରେ କରିବେ । ଇ‌ଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଲାଗି ଦିନଟି ଶୁଭ । ଧାର୍ମିକ କାର୍ଯ୍ୟଗୁଡ଼ିକରେ ଏବଂ ଉପାସନାର ପଛରେ ଧନ ଖର୍ଚ୍ଚ ହୋଇପାରେ । ଜୀବନସାଥୀଙ୍କ ସହିତ ଫିଲ୍ମ ଦେଖିବାକୁ ଯିବେ । ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି । ଏହା ଫଳରେ ଆପଣଙ୍କୁ ଖୁସି ମିଳିବ । ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।