12 ନଭେମ୍ବର ମଙ୍ଗଳବାର : କାର୍ତ୍ତିକ ପୂର୍ଣ୍ଣିମାରେ ୫ଟି ରାଶି ଗ୍ରହରେ ରାଜଯୋଗର ସଂଯୋଗ ! ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା ।

Spread the love

12 ନଭେମ୍ବର ମଙ୍ଗଳବାର : କାର୍ତ୍ତିକ ପୂର୍ଣ୍ଣିମାରେ ୫ଟି ରାଶି ଗ୍ରହରେ ରାଜଯୋଗର ସଂଯୋଗ ! ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା ।

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ ! ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ । ଆପଣଙ୍କୁ କୌଣସି କାମରେ ଅନୁଭବି ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ । ବ୍ୟବସାୟରେ ପ୍ରଗତି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଆନୁଷ୍ଠାନିକ, ସଭାସମିତି, ବନ୍ଧୁ ମିଳନ ପାଇଁ ଭଲ ଦିନଟିଏ କହିଲେ ଅତ୍ୟୁକ୍ତିି ହେବ ନାହିଁ । କିନ୍ତୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ମତାନ୍ତର କିମ୍ବା ମନାନ୍ତର ଜନିତ ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ମଙ୍ଗଳ ।

ବୃଷ: ଧୈର୍ଯ୍ୟ ଧରି କାମ କରନ୍ତୁ ଫାଇଦା ହେବ । କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ମିଶିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସଖୁସିରେ ଦିନଟି ବିତାଇବେ । ଚାକିରୀ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବ । ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି । କିନ୍ତୁ ଆର୍ଥିକ ଅନଟନ ମଧ୍ୟରେ ହାତକୁ ନେଇଥିବା କାମଟି ଅଧାରେ ଅଟକି ଯିବ । ଶୁଭରଙ୍ଗ: ଧଳା । ଆରାଧନା: ବିଷ୍ଣୁ ।

ମିଥୁନ: ରାହୁ ଓ ମଙ୍ଗଳ ରାଶିରେ ଦୈହିକ ଅସୁସ୍ଥତା କିମ୍ବା ମାନସିକ ଉତ୍ତେଜନା ସୃଷ୍ଟି କରିପାରନ୍ତି । ଶାରୀରିକ ଓ ମାନସିକ ସ୍ଥିତି ବହୁତ ଭଲ ରହିଲେ ମଧ୍ୟ ଧନହାନି ମନସ୍ତାପର କାରଣ ହୋଇପାରେ । ପରିଜନଙ୍କ ସହଯୋଗରେ ପ୍ରତିଟି ଜିନିଷକୁ ଆୟତ୍ତ କରିନେବେ । ସାହିତ୍ୟସଭା, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ପ୍ରଶାସନ, ଗବେଷଣା, କୃଷି, ବାଣିଜ୍ୟରେ ଚେଷ୍ଟା ସଫଳ ହେବ । ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟ ପାଇବେ । କୌଣସି ନୂଆ ସମ୍ବନ୍ଧ ଆରମ୍ଭ ହୋଇପାରେ । ଶୁଭରଙ୍ଗ: ଧଳା । ମାଆ ଶାରଳା ।

କର୍କଟ: ଦିନଟି ଆପଣଙ୍କ ପାଇଁ ସୌଭାଗ୍ୟ ସମ୍ପର୍ଣ୍ଣ ରହିବ । ଚତୁର୍ଥାଧିପ ଏକାଦଶରେ ଧନାଧିପ ସଂଯୋଗରୁ ନୂତନ ଗୃହ, ଯାନବାହନ କ୍ରୟ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକ କେହି ଜଣେ ସାହାଯ୍ୟ କରିବାକୁ ଆଗେଇ ଆସିବେ । କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ନୂତନ କମ୍ପାନୀରେ ମୋଟା ଦରମାର ଚାକିରି ଅଫର କିମ୍ବା ପଦୋନ୍ନତି ଘଟିବାର ସମ୍ଭାବନା ରହିଛି । ଜମିଜମା, କଳକାରଖାନା, ପ୍ଲଟିଂ ବ୍ୟବସାୟରୁ ସୁଫଳ ପାଇବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ତିକ୍ତ ଅନୁଭବରୁ ମିଠାଫଳ ପାଇବେ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । ଆର୍ଥିକ ସ୍ଥିତି ଓ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଅନୁକୂଳ ରହିପାରେ । ଆଇନ, ଅଦାଲତ, ରାଜନୀତି, ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଶେଷ କାମରେ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇବେ । ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ । ପାରିବାରିକ ଅସ୍ଥିରତା କାରଣରୁ ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟକୁ ଦାୟୀ କରି ସମାଲୋଚିତ ହେବେ । ଫେସନ ଡିଜାଇନିଙ୍ଗ ଛାତ୍ରଙ୍କୁ ଲାଭ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କନ୍ୟା: ସଫଳତାର ନୂଆ ପାହାଚରେ ପାଦ ରଖିବେ । ଆପଣଙ୍କର ପ୍ରତିଟି କାମର ବ୍ୟବସ୍ଥା ସହସାରେ ବାହାରି ଯିବ । ଶତ୍ରୁତା କରୁଥିବା ଲୋକଟି ଆପଣଙ୍କ ମନକୁ ବାଧିଲା ଭଳି ଭଳି କଥା କହିପାରେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ଚାକିରୀ ଜୀବିମାନେ ଯଶ, ମାନ-ସମ୍ମାନକୁ ଅଧିକ ମହତ୍ତ୍ୱ ଦେବେ । ଅଚାନକ ଧନପ୍ରାପ୍ତି ହେବ । କୌଣସି ଯୋଜନା ବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ । ପରିବାର ଲୋକଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ତୁଳା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ରାଶ୍ୟାଧିପ ବୁଧ ଗୁରୁ ନକ୍ଷତ୍ରସ୍ଥ ଯୋଗୁ କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟରେ ସମ୍ମୁଖୀନ ହୋଇପାରନ୍ତି । ପ୍ରତିଦ୍ଵନ୍ଦୀଙ୍କୁ ପଛରେ ପକାଇବାରେ ସଫଳ ହେବେ । ନୂଆ ସମ୍ପର୍କରୁ ଆପଣଙ୍କୁ ଫାଇଦା ମିଳିବ । ଅଫିସରେ କାମ ଭାବିଚିନ୍ତି କରନ୍ତୁ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହେବା ସହ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳିଜାଇ ।

ବିଛା: ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ । ଭାଗ୍ୟସ୍ଥାନସ୍ଥ ଚନ୍ଦ୍ର ଆପଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିଦେବ । ଆଜି ଆକସ୍ମିକ ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାକୁ ପଡିପାରେ । କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ । ଆର୍ଥିକ ସ୍ଥିତି ବଢ଼ିଆ ରହିବ । ଶିଳ୍ପ, ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । କେନ୍ଦ୍ରାଧିପ ରବିଙ୍କ ରାଶ୍ୟାବସ୍ଥାନ ଆପଣଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରାଇବ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ କିନ୍ତୁ ଟିକିଏ ଜୋର୍‌ ଦେଇ କଥା କହିବା କାରଣରୁ ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି । ପୂର୍ବ ଯୋଜନା ଅନୁଯାୟୀ କାମକରି କିଛିଟା ସଫଳତା ପାଇବେ । ବ୍ୟବସାୟରୁ ଭଲ ଧନଲାଭ ହେବ । ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ କରିବେ । ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଆଜି ଆପଣ ମାନସିକ ସ୍ତରରେ ଶାନ୍ତି ପାଇଁ ପାରିବେ ନାହିଁ । ରୋଗାଧିପ କେତୁଙ୍କ ସହ ପରିବାରରେ ରୋଗପୀଡ଼ା କିମ୍ବା ଅଶାନ୍ତ ପରିସ୍ଥିତି ସୃଷ୍ଟି କରାଇପାରନ୍ତି । ଆଜି ଘର କାମ ସାଙ୍ଗକୁ ଅଫିସ କାମର ଜଞ୍ଜାଳ ବଳିଯିବ, ଫଳରେ ମାନସିକ ବ୍ୟସ୍ତତା ବୃଦ୍ଧି ପାଇବ । ବ୍ୟବସାୟ ମାଧ୍ୟମର ରହିବା । ଋଣମୁକ୍ତି ହେବା ପାଇଁ ପ୍ରୟାସ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପାରିବାରିକ ସ୍ତରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିପାରେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମଙ୍ଗଳ ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ନଜରକୁ ଆସିବ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ । ରୋଜଗାର ସମସ୍ୟା ସୁଧୁରି ଯିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ମହିଳାମାନେ କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ ଓ ପ୍ରସଂଶିତ ହେବେ ।ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ: କୋଣାଧିପ କେନ୍ଦ୍ରସ୍ଥ ଯୋଗୁ ଅଭିଳଷିତ ଜିନିଷ ହାସଲ କରାଇବାରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ପ୍ରାପ୍ତ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ, ଅଧ୍ୟାପନା ଓ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତି କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।