12 ଜୁଲାଇ 2019, ଶୁକ୍ରବାର : ଏହି ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବ ମାଆ ଦୂର୍ଗାଙ୍କ କୃପା ! ଦୂର ହେବ ସମସ୍ତ ବାଧାବିଘ୍ନ, ମିଳିବ

Spread the love

12 ଜୁଲାଇ 2019, ଶୁକ୍ରବାର : ଏହି ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ରହିବ ମାଆ ଦୂର୍ଗାଙ୍କ କୃପା ! ଦୂର ହେବ ସମସ୍ତ ବାଧାବିଘ୍ନ, ମିଳିବ ଯଥାଚିତ ପରିଶ୍ରମ ଫଳ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଭଲ ରହିବା । ବ୍ୟବସାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କା ରହିଛି । ତଥାପି ବ୍ୟବସାୟରେ କୌଣସି ପ୍ରକାର କୁପ୍ରଭାବ ପଡିବ ନାହିଁ । ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ । ଆପଣ ଯାହା ଚାହୁଁଛନ୍ତି ତାହା ପାଇବେ ଏବଂ ଅପରାହ୍ନରେ ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ । କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ । ଭୁଲ ବୁଝାବଣା ଏବଂ ନକାରାତ୍ମକ ବ୍ୟବହାର ଆପଣଙ୍କ ଚିତ୍ତରେ ଗ୍ଲାନିର ଭାବ ସୃଷ୍ଟି କରିବ । ସ୍ଵାସ୍ଥ୍ୟରେ ବିଶେଷରୂପରେ ଆଖିରେ ଅସୁବିଧା ହେବ । ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଆଶାତୀତ ଉନ୍ନତି କରିବେ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଜୀବ । ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ ।

ବୃଷ: ଆପଣ ପୂରାଦିନ ଆନନ୍ଦ ଉଲ୍ଲାସରେ କାଟିବା । ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଓ ଫେରନ୍ତା ବାଟରେ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ମୁକ୍ତ ହେବେ । ବ୍ୟବସାୟିକ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ । କାମ ଓ ପରିଶ୍ରମରୁ ଆପଣଙ୍କୁ ଫାଇଦା ମିଳିବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ଘର ସାଜସଜ୍ଜାରେ କିମ୍ବା ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । ମନର କଥା ମନରେ ରଖି ବନ୍ଧୁଙ୍କୁ ନିଜ କାମରେ ଲଗାଇ ଇଚ୍ଛିତ କାର୍ଯ୍ୟ ହାସଲ କରିବେ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ । ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: କୌଣସି କାମ ଆରମ୍ଭ କରିବା ଲାଗି ମନ ବିସ୍ତାପ ରହିବା । ସବୁ ସୁବିଧା ଥାଇ ମଧ୍ୟ ସମସ୍ୟା ଲାଗି ରହିବା ଯୋଗୁ କେତେକ କାମ ସମ୍ପନ୍ନ ନ ହେବା କାରଣରୁ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ । ହୋଟେଲ, ଛୋଟ ଦୋକାନୀ, ଲାଭବାନ ହେବେ । ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି ଓ ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ପୂର୍ବ ବିବାଦକୁ କେନ୍ଦ୍ରକରି ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ସମସ୍ୟା ଆସିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଗଣେଶ ।

କର୍କଟ: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ଅସୁସ୍ଥତା ବଶତଃ କେତେକ କାମ ସ୍ଥଗିତ ରହିଯିବ । ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିପାରନ୍ତି । ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ହେବ । ଗତକାଲିର ଯୋଜନାକୁ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାର କ୍ଷେତ୍ରରେ ଦ୍ୱନ୍ଦ୍ୱ ଦେଖାଦବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ପାର୍ବତୀ ।

ସିଂହ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଆଜିର କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିପାରନ୍ତି । ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ବ୍ୟବସାୟରୁ ଭଲ ଧନଲାଭ ହେବ କିନ୍ତୁ ବ୍ୟବସାୟକୁ ଆଖପାଖ ଅଂଚଳକୁ ଯାତ୍ରା କରନ୍ତୁ ନାହିଁ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସାମାଜିକ ସ୍ତରରେ ଦୃଢ଼ତା ହେତୁ ଦ୍ରୁତୋନ୍ନତି ପରିଲକ୍ଷିତ ହେବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ କିନ୍ତୁ ବିଭିନ୍ନ ପ୍ରକାରର ସମସ୍ୟା କାରଣରୁ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିବ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ନୂଆ ଅନୁବନ୍ଧ ପାଇଁ ଭଲ ସମୟ । ବ୍ୟବସାଇକ ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ ।ପରିବାର ଭିତରେ କଳହ ଲାଗିପାରେ । ଅଚାନକ ଭାବରେ ଅଶୌଚ ସମ୍ବାଦ ଶୁଣି ବିସ୍ମିତ ହୋଇପାରନ୍ତି । ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ତୁଳା: ସମୟ ଓ ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ । ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁ ସହଯୋଗ କରିବେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ।, ବ୍ୟବସାୟ ବାଣିଜ୍ୟରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ଆଜି ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସତର୍କ ରୁହନ୍ତୁ । କୌଣସି କାମରୁ ଯଥେଷ୍ଟ ଲାଭ ମିଳିବ । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଅର୍ଥ ସମ୍ପର୍କୀୟ ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ମିଳିବ । ଦେବ ଦର୍ଶନର ସୁଯୋଗ ମିଳିବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସାହାଯ୍ୟ, ସହଯୋଗର ପ୍ରତିଶ୍ରୁତି ବନ୍ଧୁଙ୍କଠାରୁ ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ କିନ୍ତୁ ଭୁଲ ବୁଝାମଣା କାରଣରୁ ପରିବାରର ସଦସ୍ୟମାନେ ଆପଣଙ୍କୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ । ଅତି ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧ କଥା କହିପାରେ । ଅବଶ୍ୟ ସ୍ଥାନୀୟ ଜଣାଶୁଣା ଲୋକମାନେ ଆପଣଙ୍କୁ ଏ ଦିଗରେ ସାହାଯ୍ୟ କରିବେ । ନୂତନ ସଂସ୍ଥାର ଆୟୋଜନ କରିବେ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ଆଜିର ଯାତ୍ରାରେ ଅର୍ଥ ପ୍ରାପ୍ତିର ଆଶା ପୂରାମାତ୍ରାରେ ରହିଛି । ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ । ମତାନ୍ତର ଜନିତ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ସହ ବୁଝାମଣା ଠିକ୍‌ ରହି ନ ପାରେ । ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ । ଅଫିସ କିମ୍ଭା ନିଜ କର୍ମ କ୍ଷେତ୍ରରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ । ବ୍ୟବସାୟରେ ଉତ୍‌ଥାନ-ପତନ ଲାଗି ରହିବ । ଚାକିରୀକ୍ଷେତ୍ରରେ ବହୁତ କଷ୍ଟ ଓ କଠିନ ପରିଶ୍ରମ କଲେ ସଫଳତାପୂର୍ଣ୍ଣ ଫଳ ପ୍ରାପ୍ତ କରିବେ । ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ହାସ୍ୟାସ୍ପଦ ରହିବ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ । କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ଛାଡ଼ି ପାରିବେ ନାହିଁ । ବାଣିଜ୍ୟ କ୍ଷେତ୍ରରେ କୌଣସି ନୂଆ କାମ ବା ନୂଆ ଅର୍ଡର ମିଳିପାରେ । ପରୋକ୍ଷ ଭାବରେ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇ ପାରନ୍ତି । ସମସ୍ତ ସମସ୍ୟା ଶାନ୍ତିପୂର୍ବକ ସମାଧାନ କରି ପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ମହିଳାମାନେ ମଧ୍ୟ ବୟୋଜ୍ୟେଷ୍ଟଙ୍କ ଠାରୁ ପ୍ରସଂଶିତ । ହେବେ ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ପାର୍ବତୀ ।

ମୀନ: ପ୍ରଭୁଙ୍କ ସେବା ଓ ଧ୍ୟାନରେ ମନକୁ ଶାନ୍ତି ମିଳିବ । ଆଧ୍ୟାତ୍ମିକ ଚର୍ଚ୍ଚାରେ ଅଧିକ ସମୟ କଟିବ । ପାଖ ପଡ଼ୋଶୀ କିମ୍ବା ଆତ୍ମୀୟ ମାନଙ୍କ ଠାରୁ ଅଯାଚିତ ଭାବେ ସହାୟତା ପାଇବେ । ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିପାରେ । ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ହରାଇପାରନ୍ତି । ଆକସ୍ମିକ ଭାବେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ମହିଳାମାନେ ଦୁଃଶ୍ଚିନ୍ତା ମଧ୍ୟରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନରେ ତାଳମେଳ ରହିବ ଓ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ବାବା ଆଖଣ୍ତଳମଣି ।