ହେପି ଫାଦର୍ସ ଡେ’, “ଆଇ ଲଭ ୟୁ ପାପା” କହି କହି ୧୨ ବର୍ଷର ଝିଅ ପିତାଙ୍କ ଅନ୍ତିମ ସଂସ୍କାର କଲା ।

Spread the love

ଜୁନ୍ ୧୬ରେ ପୁରା ଦେଶରେ ଲୋକମାନେ ଫାଦର୍ସ ଡେ’ ପାଳନ କରୁଥିଲେ । ଏହି ଦିନ ଶହ ଶହ ପିଲାମାନେ ନିଜ ବାପାଙ୍କ ଗୋଡ଼ ଛୁଇଁ, ବାପାଙ୍କୁ ଆଲିଙ୍ଗନ ଫାଦର୍ସ ଡେ’ ଉପଭୋଗ କଲେ । କିନ୍ତୁ ଏଥି ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ୧୨ ବର୍ଷର ଝିଅ ଫାଦର୍ସ ଡେ’ ଦିନ ହିଁ ନିଜ ବାପାଙ୍କ ଅନ୍ତିମ ସଂସ୍କାର ସହ ମୁଖାଗ୍ନି ଦେବାକୁ ମଧ୍ୟ ପଡିଥିଲା । ପ୍ରକୃତରେ ବହୁତ ଦୁଃଖ ଘଟଣା, ସେପୁଣି ଫାଦର୍ସ ଡେ’ ଦିନ ହିଁ ବାପାଙ୍କୁ ଚିରଦିନ ପାଇଁ ବିଦାୟ ଦେବା । ଝିଅମାନେ ସର୍ବଦା ବାପାଙ୍କ ପାଇଁ ପରୀ ହୋଇ ଥାନ୍ତି, ବାପାଙ୍କର ଅତି ନିକଟତର ହୋଇଥାନ୍ତି । ପରେ ଯେତେବେଳେ ଏହିପରି ଘଟଣା ହେଇଯିବ; ତେବେ କାହାର ମଧ୍ୟ ହୃଦୟ ଭାଙ୍ଗି ଯିବ ଏବଂ ସେ ହତାଶ ହୋଇଯିବେ । ତାଙ୍କ ଆଖି ଅଶ୍ରୁରେ ଭରିଥିଲା ଏବଂ ହୃଦୟ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା କିନ୍ତୁ ଏହା ପରେ ମଧ୍ୟ ତାଙ୍କ ମନରେ ଏମିତି ଏକ ଧାରଣା ଆସିଥିଲା ଯାହାକୁ ସମସ୍ତେ ପ୍ରଶଂସା କଲେ ।

ଅନ୍ତିମ ସଂସ୍କାର ପୂର୍ବରୁ ପିତାଙ୍କ ଅଙ୍ଗ ଦାନ କଲେ :

ପ୍ରକୃତରେ ଖୁସି ନିଜ ବାପା ଜୟ ବାଟବାଣିଙ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗ ଦାନ କରିବାର ନିଷ୍ପତ୍ତି ନେଲେ । ଏଥିପାଇଁ ସେ ପୁରା ପରିବାରର ପ୍ରଥମେ ସହମତି ନେଲେ । ଏହା ପରେ ଅନ୍ତିମ ସଂସ୍କାର ପୂର୍ବରୁ ଅଙ୍ଗ ଦାନର ପ୍ରକ୍ରିୟା ଆରମ୍ଭ କରାଗଲା ।ଏଥିପାଇଁ ମୁସ୍କାର ଗ୍ରୁପର ସେବକ ମାନେ ଘଟଣାସ୍ଥଳକୁ ଆସିଥିଲେ । ହେଲେ କିଛି ମେଡିକାଲ କାରଣ ପାଇଁ କେବଳ ଆଖିକୁ ହିଁ ଅଙ୍ଗ ଦାନ ରୂପେ ନିଆଗଲା ।

ଝିଅ ଦେଲା ମୁଖାଗ୍ନି :

ଖବର ଅନୁସାରେ ୩୮ ବର୍ଷୀୟ ଜୟ ବାଟବାଣିଙ୍କୁ ଗତ ଶନିବାର ଦିନ ରାତିରେ ହୃଦଘାତ ହୋଇଥିଲା । ଏହି କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପରେ ୧୨ ବର୍ଷର ଝିଅ ଖୁସି ଆଗରେ ରହି ସମସ୍ତ ନିୟମ ତୁଲାଇଲେ ଏବଂ ଏହା ସହ ପିତାଙ୍କ ଶବକୁ ମୁଖାଗ୍ନି ମଧ୍ୟ ଦେଲେ । ପ୍ରକୃତରେ ଖୁସି ତାଙ୍କ ବାପାଙ୍କର ଏକମାତ୍ର ସନ୍ତାନ ଥିଲେ । ଏମିତି ପରିସ୍ଥିତିରେ ସେ ପୁଅର କର୍ତ୍ତବ୍ୟ ପାଳନ କରବା ସହ ଅନ୍ତିମ ସଂସ୍କାରର ସମସ୍ତ ନିୟମ ପାଳନ କରିଛନ୍ତି । ଏଥିରେ ଶବକୁ ମୁଖାଗ୍ନି ଦେବାର କାର୍ଯ୍ୟ ମଧ୍ୟ ସାମିଲ ହୋଇଛି, ଯାହା ପ୍ରାୟତଃ ଗୋଟେ ପୁଅ ଦ୍ୱାରା କରାଯାଏ । ଅନ୍ତିମ ସଂସାରର ଏହି କାର୍ଯ୍ୟକ୍ରମ ଇନ୍ଦୋର ରିଜନାଲ ପାର୍କର ମୁକ୍ତି ଧାମ ପାର୍କରେ କରାଗଲା ।

ହେପି ଫାଦର୍ସ ଡେ, “ଆଇ ଲଭ ୟୁ ପାପା” :

ଯେମିତିକି ଆମେ ସମସ୍ତେ ଜାଣିଛୁ, ଜୁନ ୧୬ରେ ଫାଦର୍ସ ଡେ ଥିଲା । ଏହି ପରିସ୍ଥିତିରେ ଖୁସି ନିଜ ଲୁହଭରା ଆଖିରେ ଶେଷ ଥର ପାଇଁ ଫାଦର୍ସ ଡେ’ର ଶୁଭେଚ୍ଛା ଦେଇଛନ୍ତି । ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ସମ୍ନାରେ ଖୁସି, ବାପାଙ୍କୁ କହିଲେ “ହେପି ଫାଦର୍ସ ଡେ, ଆଇ ଲଭ ୟୁ ପାପା’ । ଖୁସିଙ୍କର ଏହି କଥା ଶୁଣି ସମସ୍ତଙ୍କ ଆଖି ଲୁହରେ ଭିଜିଗଲା । କାହାକୁ କିଛି ବୁଝା ପଡ଼ିଲା ନାହିଁ ଯେ, ଏମିତିରେ କଣ କହିବେ ବା କଣ କରିବେ ? ସମସ୍ତେ ଭାବୁକ ପରି ଚାହିଁ ରହିଲେ । ଖୁସିଙ୍କ ପାଇଁ ଏ ଦିନ କେତେ ଉତ୍ତେଜିତ ଓ କଷ୍ଟ ତାହାର କଳ୍ପନା କରିବା ମଧ୍ୟ କଷ୍ଟ ।ଆମେ ତ ଈଶ୍ୱରଙ୍କ ନିକଟରେ କେବଳ ଏତିକି ପ୍ରାର୍ଥନା କରୁଛୁ ଯେ, ଖୁସିଙ୍କ ବାପାଙ୍କର ଆତ୍ମାକୁ ଶାନ୍ତି ଦିଅନ୍ତୁ । ଏହା ସହିତ ଖୁସିର ଆଗାମୀ ଜୀବନ ସୁଖମୟ ହେଉ ।

ନିଜ ଝିଅକୁ ଏହି ଦୁଃଖ ସମୟରେ ମଧ୍ୟ ସାହସର ସହିତ କାମ କରୁଥିବା ଦେଖି ତାଙ୍କ ବାପା ସ୍ୱର୍ଗରୁ ଦେଖି ନିଶ୍ଚିତ ଭାବେ ଗର୍ବିତ ଅନୁଭବ କରୁଥିବେ । ଭଗବାନ ତୁମର ମଙ୍ଗଳ କରୁ ଖୁସି !