12 ଜାନୁଆରୀ 2019, ଶନିବାର, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ

Spread the love

ମେଷ : ଆପଣଙ୍କ ଧ୍ୟାନ ପରିବାର ଓ ଟଙ୍କା ପଇସା ଦିଗରେ ଲାଗି ରହିବ । ଅଫିସରେ କୌଣସି ବିଶେଷ କାର୍ଯ୍ୟ ପାଇଁ ପ୍ରଶଂସା ମିଳିପାରେ । ବ୍ୟବସାୟରୁ ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡ଼ିବ । ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି ବିବେକ ଖଟାଇ ଧୈର୍ଯ୍ୟର ସହିତ ସମସ୍ତ କାର୍ଯ୍ୟର ସମ୍ମା କରନ୍ତୁ । ଭାବନାର ବଶୀଭୂତ ହୋଇ ଅମିନୀ, ଜାମିନି, ମଧ୍ୟସ୍ଥତା ହେବ ଠିକ୍ ନାହିଁ । ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ । ଶୁଭରଙ୍ଗ: ମାଜେଣ୍ଡା । ଆରାଧନା: ବାବା ଗୁପ୍ତେଶ୍ୱର ।

ବୃଷ : ଦେବୀମାତାଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ବ୍ୟବସାୟରେ ପରିଧି ବଢ଼ିବ । ଲକ୍ଷ୍ମୀଙ୍କର ଆଗମନ ହେବ । ଅଫିସରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ଗୃହୋପକରଣ କ୍ରୟ କରିବେ । ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । କିନ୍ତୁ ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀ ମାନେ ମାନସିକ ଦୁର୍ବଳତା ହେବେ ଏବଂ ସାମୟିକ ବିଭ୍ରାନ୍ତି ଜନିତ ଆଳସ୍ୟଭାବ ଦେଖା ଦେବ । ଶିକ୍ଷା କ୍ଷେତ୍ରରେ ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳସ୍ୱରୂପ ଛାତ୍ରଛାତ୍ରୀ ମାନେ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ । ମହିଳାମାନଙ୍କର ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ନିମ୍ନବର୍ଗ ଲୋକଙ୍କ ଠାରୁ ସମ୍ମାନ ପାଇବା ସମ୍ଭବ ହେବ । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଫିକା ବାଦାମୀ । ଆରାଧନା: ବାବା ଆଖଣ୍ତଳମଣି ।

ମିଥୁନ : ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ଆପଣ ନିଜ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ଯୋଜନା କରିବେ । ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ଆତ୍ମୀୟ–ସ୍ଵଜନଙ୍କ ବୈରତା, ବୃଥା ଭ୍ରମଣରୁ ଆର୍ଥିକ କ୍ଷତି ସହିବାକୁ ପଡିବ । ଧାର ଦେଇଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳି ପାରେ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ପରିବାର ହିତ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । ପ୍ରବାସ ଓ ଯାତ୍ରାରେ ଲାଭବାନ୍ ହେବେ । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଉନ୍ନତି କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ରାମଚଣ୍ଡୀ ।

କର୍କଟ : କୌଣସି କାମ ପୂରା କରିବା ପାଇଁ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ । କରଜ ଭାରରୁ ମୁକ୍ତି ମିଳିବ । ଚାକିରିରେ ପ୍ରତିଷ୍ଠିତ ହେବେ । ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ, ଫାଇଦା ହେବ । କୋର୍ଟ କଚେରୀ, ମାଲିମକଦ୍ଦମା, ଆଇନ ଅଦାଲତ ଆଦି କ୍ଷେତ୍ରରେ ଭାଗ୍ୟର ସହଯୋଗ ବଳରେ ଆପଣ କୃତକାର୍ଯ୍ୟ ହେବେ । ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ଯୁବତୀମାନେ ନିଜର ପ୍ରିୟବନ୍ଧୁଙ୍କ ସହିତ ଗପସପରେ ସମୟ ବିତେଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ସିଂହ : କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ଲାଗି ସମୟ ଦିନଟି ଆପଣଙ୍କ ଲାଗି ଅତ୍ୟନ୍ତ ଭଲ ଅଟେ । ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ । ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ । କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ । ବ୍ୟବସାୟରେ ତ୍ୱରିତ ନିଷ୍ପତି ଲାଭପ୍ରଦ ହେବ । ଅଟକି ଥିବା କାର୍ଯ୍ୟ ପୂରଣ ହେବ । କାମ ପରେ ସନ୍ଧ୍ୟାରେ ସମୟ ଆନନ୍ଦ ଭରା ରହିବ । ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । ଚାତ୍ରଛାତୀମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ମହିଳାମାନେ ନିକଟସ୍ଥ ସ୍ଥାନମାନ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ କଟାକଚଣ୍ଡୀ ।

କନ୍ୟା : ପୁରୁଣା କାମ ପୂରା କରିବା ଲାଗି ଦିନଟି ଭଲ । ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ । ବ୍ୟବସାୟୀମାନେ ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ । ରାଜନୀତିକ କ୍ଷେତ୍ରରେ ଲୋକମନ୍ୟତା ବୃଦ୍ଧି ପାଇବା । ମହିଳାମାନେ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ । ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ମାଲି ମକଦ୍ଦମାର ସମାଧାନ ହେବ ।କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା : ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଉତ୍ତମ ରହିବ । ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ । ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ । ବ୍ୟବସାୟୀମାନେ ଧୈର୍ଯ୍ୟଧରୀ ପରିଶ୍ରମ ନ କଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ । ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ । ମହିଳାମାନଙ୍କର କର୍ମ, ବ୍ୟବସାୟରେ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ଭୁଲ ବୁଝାମଣାରୁ ବିବାଦୀୟ କ୍ଷେତ୍ରରେ ପ୍ରବେଶ କରି ପୀଡା ଭୋଗିବେ । ଆକସ୍ମିକ ଦୁର୍ଘଟଣା, ଶତ୍ରୁମାନେ ଷଡ଼ଯନ୍ତ୍ର କରି କ୍ଷତି କରି ପାରନ୍ତି ।ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ଭଦ୍ରକାଳୀ ।

ବିଛା : ଦିନଟି ଲାଭପ୍ରଦ ରହିବ । ଜରୁରୀ କାମ ମିତ୍ରଙ୍କ ସହାୟତାରେ ପୂରା ହୋଇଯିବ । ବ୍ୟବସାୟରେ ଆଶାତିତ ଲାଭ କରି କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବ । ଷ୍ଟକ୍‌ ଓ ମିଚ୍ୟୁଆଲ୍‌ ଫଣ୍ତ୍‌ରେ ନିବେଶ ଲାଭଦାୟକ ରହିବ । ବୈଷୟିକ ଅଭିବୃଦ୍ଧି ପାଇଁ ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ମାଲିମୋକଦ୍ଦମା ଓ ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ । ନୂଆ ଘର କିମ୍ବା ଜମି କିଣିବା ଲାଗି ଦିନଟି ଭଲ । ରାଜନୀତିରେ ମନୋକାମନା ପୂରା ହେବ । ଆମୋଦ, ପ୍ରମୋଦ, ମନୋରଞ୍ଜନ, ଦୀର୍ଘ ଯାତ୍ରା, ଛୋଟ ବଡ଼ ମିଟିଂରେ ଯୋଗ ଦେବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି, ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : ସାରାଦିନ ଖୁସି ମନରେ ରହିବେ । ବନ୍ଧୁ ଆପଣଙ୍କୁ ସାହାଯ୍ୟ କରିବେ । ସ୍ଥଗିତ ଥିବା କାମ ପୂରା ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ଯୋଗେ ମାନସମ୍ମାନ ବଜାୟ ରହିବ ପଦୋନ୍ନତି, କର୍ମୋନ୍ନତି, ବାସସ୍ଥାନ ବା ଯାନବାହାନର ପ୍ରାପ୍ତି ମଧ୍ୟ ହୋଇପାରିବ । ନୂଆ ସ୍ରୋତରୁ ଧନଲାଭ ହୋଇପାରେ । ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ । ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ । ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ପ୍ରେମ ସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୂରତା ସୃଷ୍ଟି ହେବ । ମହିଳାଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

ମକର : ଆଜି ଦିନଟି ଆପଣ ଖୁବ୍‌ ମଜାଳିଆ ରହିବ ହସଖୁସିରେ ଦିନଟି ଅତିବାହିତ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ନୂଆ ବ୍ୟବସାୟ ଲାଗି ଯୋଜନା କରିବେ । ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଲୋକ ସମ୍ପର୍କ, ସମାଜ ସେବା, ଧାର୍ମିକ ଅନୁଷ୍ଠାନରେ ଲାଭ ପାଇବେ । ସରକାରୀ କର୍ମଚାରୀ ମାନେ ପ୍ରତିଷ୍ଠାର ଅଧିକାରୀ ହେବେ । ମାଲି ମୋକଦ୍ଦମାରେ ଉତ୍ସାହହାନୀ ଘଟିବ ଓ ସନ୍ତାପ ବୃଦ୍ଧି ହେବ । ରାଜନୀତି ସ୍ତରରେ ମୁଣ୍ଡ ଉଚ୍ଚା ରହିବ । କୃଷିଜୀବିମାନେ ଅଳ୍ପରେ ସନ୍ତୁଷ୍ଟ ହେବେ । ମହିଳାମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ପ୍ରେମ ଜୀବନ ଖୁବ ରୋଚକ ଓ ଆନନ୍ଦମୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମା ଶାରଳା ।

କୁମ୍ଭ : ଦିନଟି ଆପଣଙ୍କ ଲାଗି ନୂଆ ସ୍ୱାଗତ ନେଇ ଆସିଛି । ବ୍ୟବସାୟରେ ବାଦବିବାଦ, ଅଶାନ୍ତିର ମୁହାଁମୁହିଁ ସତ୍ୱେ ଧନମାନ ଦିଗରୁ ସୁରକ୍ଷିତ ରହିବେ ଏବଂ ବ୍ୟବସାୟ ସମ୍ଭନ୍ଧୀତ ଭଲ ଖବର ମଧ୍ୟ ପାଇବେ । ରାଜନୀତି କ୍ଷେତ୍ରରେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବାକୁ କଷ୍ଟ ହେବ । ମାଲିମୋକଦ୍ଦମାରେ ଭୟ ଓ ଆଶଙ୍କା ବଢ଼ିବ ।ଶିକ୍ଷାର୍ଥୀମାନଙ୍କ ଶିକ୍ଷାସ୍ଵପ୍ନ ସାର୍ଥକ ହେବ । ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ ଖୁସି ମିଳିବ । ମହିଳାମାନେ ପରିଶ୍ରମର ସୁଫଳ ଭୋଗ କରିବେ । ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ମୀନ : ଆଜି କୌଣସି କଥାକୁ ନେଇ ଟିକେ ଅଶାନ୍ତିରେ ରହିବେ । ସମସ୍ୟାକୁ ସମାଧାନ କରିବା ଲାଗି ପ୍ରୟାସ କରିବେ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ ଓ ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବାସହ ଅର୍ଥଲାଭର ଯୋଗ ରହିଛି । ପଇସା ନେଣଦେଣ ସାବଧାନତାର ସହ କରନ୍ତୁ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁଁ ନୂତନ ବ୍ୟବସାୟର ଯୋଜନା କରିବେ । ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନର ପ୍ରାପ୍ତି ହେବ । ତୀର୍ଥ ଯାତ୍ରାରେ ଜୀବନସାଥୀଙ୍କ ସହିତ ଯାଆନ୍ତୁ, ଶୁଭ ହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।