12 ଅପ୍ରେଲ 2019, ଶୁକ୍ରବାର : ବୁଧ ଗ୍ରହ ମୀନାରେ ପ୍ରବେଶ କରିବା, ଏହି ତିନୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସଙ୍କଟ ଦୂର ହେବ ….

Spread the love

12 ଅପ୍ରେଲ 2019, ଶୁକ୍ରବାର : ବୁଧ ଗ୍ରହ ମୀନାରେ ପ୍ରବେଶ କରିବା, ଏହି ତିନୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସଙ୍କଟ ଦୂର ହେବ ….

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କ ସ୍ଵଭାବ ପାଇଁ ଲୋକମାନଙ୍କର ବିଶ୍ବାସ ଆପଣଙ୍କ ଉପରେ ରହିବ । ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ । ବ୍ୟବସାୟରେ ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ରାଜନୀତିରେ ମନକାମନା ପୂରା ହେବ । ନୂଆ ସ୍ରୋତରୁ ଧନଲାଭ ହେତୁ ଆର୍ଥିକ ସ୍ଥିତି ମଜଭୁତ ହେବ । ମାନସିକଶାନ୍ତି ଅନୁଭବ କରିବେ । ଡାକଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ବା ସନ୍ଦେଶ ପ୍ରାପ୍ତ ହେବାର ସମ୍ଭାବନା ଅଛି । ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ବାବା ଗୁପ୍ତେଶ୍ବର ।

ବୃଷ: ଦିନଟି ଆପଣଙ୍କ ଲାଗି ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରି କଷ୍ଟ ଅନୁଭବ କରିବେ । ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ । କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ । ଉଚ୍ଚ ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ରହିବେ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ନୂତନବନ୍ଧୁଙ୍କ ଆଗମନ ହେବ । ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ । ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ମିଥୁନ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ, ଆତ୍ମବିଶ୍ଵାସ ବଢିବ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ଭାଗୀଦାରି କାରବାରରୁ ଭଲ ଫଳାଫଳ ମିଳିବ । ବ୍ୟବସାୟୀକି ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି । ନୂତନକର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆ ଉତ୍ସାହର ସହ କାର୍ଯ୍ୟ କରିବେ । ଅଫିସରେ ଆପଣଙ୍କ କାର୍ଯ୍ୟ ଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ । ରାଜନୀତିରେ ସଫଳହେବେ । ନୂଆ ଲକ୍ଷ ନିର୍ଦ୍ଧାରିତ କରି ତାହାର ପ୍ରାପ୍ତି ପାଇଁ ପ୍ରଯତ୍ନଶୀଳ ହେବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେବ । ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

କର୍କଟ: ନିଜ ଉପରେ ବିଶ୍ବାସ ରଖନ୍ତୁ ଓ ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ସାଧୁସନ୍ଥଙ୍କ ସହିତ ସ˚ପର୍କ ବଢ଼ିବ । ଆପଣଙ୍କ ଇଚ୍ଛା ପୂରା କରିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ସ୍ଥାନାନ୍ତରର ଭୟ ମଧ୍ୟ ରହିବ । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମସ୍ୟା ଦୂର ହେବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଜମି, ଯାନବାହାନ, ସମ୍ପତ୍ତି ବିକ୍ରୟ କରିପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଦିନଟି ଆପଣଙ୍କ ପାଇଁ ବେଶ୍ ରୋମାଞ୍ଚକର ରହିବା । ନୈତିକତା ହିସାବରୁ ଆପଣ ବହୁତ ଉଚ୍ଚରେ ରହିବେ । ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ । ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ । କୌଣସି ଜରୁରୀ କାମ ଜୀବନସାଥୀଙ୍କ ସହିତ ପରାମର୍ଶ କରି କରନ୍ତୁ; ଭଲ ହେବ । ଶରୀର ସୁସ୍ଥ ରଖିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ କରନ୍ତୁ । ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

କନ୍ୟା: ପରିବାରଜନ, ବନ୍ଧୁବାନ୍ଧବ, ସମ୍ପର୍କୀୟ ସମସ୍ତଙ୍କ ସହଯୋଗ ସାହାଯ୍ୟ ପାଇବେ । ବନ୍ଧୁ ଓ ପରିବାରଜନଙ୍କ ଆଲୋଚନ କରି ନୂଆ ଯୋଜନା ଆରମ୍ବ କରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ କିନ୍ତୁ ଚାକିରିରେ ସ୍ଥାନାନ୍ତର ଭୟ ରହିବ । ମନୋରଞ୍ଜନ ଓ ହସ-ଖୁସିରେ ସମୟ ବ୍ୟତୀତ ହେବ । କୌଣସି ଚୁକ୍ତି, ରାଜିନାମା ଦସ୍ତାବିଜରେ ଦସ୍ତଖତ କରନ୍ତୁ ନାହିଁ । ମହତ୍ତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ଶତ୍ରୁଙ୍କୁ ପରାସ୍ତ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା: ଆଜି ଊର୍ଜାରେ ପରିପୂର୍ଣ୍ଣ ରହିବେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷେତ୍ରରେ ଦୃଢତା ପ୍ରାପ୍ତ କରିବେ । ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ପାରିବାରିକ ଅଶାନ୍ତିର ସମାଧାନ ହୋଇଯିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବିଛା: ଦିନଟି ଆପଣଙ୍କ ଲାଗି ଖୁସିର ସମ୍ଭାର ନେଇ ଆସିବ । ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ । ଅଚାନକ ପରିଣାମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ବ୍ୟବସାୟୀଙ୍କୁ ଆଶାତୀତ ଲାଭ ମିଳିବ । ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ । ରାଜନୀତିରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ମାନସିକତାରେ ପରିବର୍ତ୍ତନ ହେବ । ନୂତନ ଦ୍ରବ୍ୟ କ୍ରୟ କରିବେ । ସନ୍ତାନଙ୍କ କ୍ୟାରିୟର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ: ନିଜ ଘର ଇଷ୍ଟ ଦେବୀଙ୍କ କୃପାରୁ ଆପଣ ଦିନଟି ମଙ୍ଗଳମୟ ରହିବା, ଦେବୀଙ୍କ ଅପର କୃପା ଲାଭ କରିବେ । ଗୁରୁଜନଙ୍କ ଠାରୁ ଆଶୀର୍ବାରେ ମାଲିମୋକଦ୍ଦମାରେ ସକାରାତ୍ମକ ବିଜୟୀ କରିବେ । ବ୍ୟବସାୟରେ ଆୟ ମାଧ୍ୟମ ଧରଣର ରହିବା । ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ କିନ୍ତୁ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ମଧ୍ୟ ହେବେ । ରୋଜଗାର ପାଇଁ ଦିମାକରେ ନୂଆ ବିଚାର ଆସିବ । ପାରିବାରିକ ସ୍ଥିତି ଠିକ୍‌ ରହିବ । ମାନ-ସମ୍ମାନ, ଯଶ, କୀର୍ତ୍ତିରେ ବୃଦ୍ଧି ହେବ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ପ୍ରସ୍ତାବ ଆସିପାରେ । ପ୍ରେମ ପାଇଁ ଦିନଟି ବେଶ୍ ଭଲ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ମେରୁନ । ଆରାଧନା: ମହାଲକ୍ଷ୍ମୀ ।

ମକର: ଦିନଟି ଅପେକ୍ଷାକୃତ ଭଲ ରହିବ । ନିଜର ମଧୁର ବ୍ୟବହାର ଫଳରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିବେ । ଚାକିରିରେ ପଦୋନ୍ନତି ସୁଯୋଗ ମିଳିବା ହେତୁ ଧନଲାଭ ହେବ । ଆପଣଙ୍କ ମନର କଥା ବନ୍ଧୁଙ୍କ ସହିତ ବାଣ୍ଟିବେ । ଶୁଭ ସମାଚାର ପାଇ ଖୁସିହେବେ । ସ୍ଵାସ୍ଥ୍ୟରେ ଉନ୍ନତି ହେବ । ଦୂରଯାତ୍ରା କରିଲେ ବହୁତ ଭଲ ହେବ ଓ ଆତ୍ମବିଶ୍ଵାସ ବୃଦ୍ଧି ହେବ । ଶାରୀରିକସୁସ୍ଥତା ଅନୁଭବ କରିବେ । ବେକାର ଯୁବକ ଯୁବତୀଙ୍କୁ ଚାକିରି ମିଳିପାରେ । ମହିଳାମାନେ ବେଶ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ: ଆପଣଙ୍କ ମନୋଭାବ ଭଲ ରହିବ । ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି । ଜୀବନସାଥୀଙ୍କୁ ମନର କଥା କହିବେ । ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ । ଚାକିରିରେ ସମର୍ପିତ ଦାୟିତ୍ବ ସୁରୁଖୁରୁରେ ତୁଲାଇବେ । ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ: ଖୁସିର ସହିତ ଦିନଟି ଆରମ୍ଭ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ । ମାନସିକ ଅସ୍ଥିରତା ଦେଖାଦେବ । ଯୁବକ ଯୁବତୀମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ । ମହିଳାମାନଙ୍କ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଛାତ୍ର ଛାତ୍ରୀମାନେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ହନୁମାନ ।