11 ଅକ୍ଟୋବର 2019, ଶୁକ୍ରବାର : ଏହି ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସତର୍କର ସହିତ ରହିବାକୁ ପଡିବ । ଗୋଟିଏ ଛୋଟିଆ ଭୁଲ୍

Spread the love

11 ଅକ୍ଟୋବର 2019, ଶୁକ୍ରବାର : ଏହି ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ସତର୍କର ସହିତ ରହିବାକୁ ପଡିବ । ଗୋଟିଏ ଛୋଟିଆ ଭୁଲ୍ ଆପଣଙ୍କ ସମସ୍ତ ଯୋଜନାକୁ ପଣ୍ଡ କରି ଦେଇପାରେ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଭଲ ରହିବା । ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ । ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଚାକିରି କରୁଥିବା କର୍ମଜୀବୀମାନଙ୍କୁ ଉଚ୍ଚାଧିକାରୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ଆପଣ ଯାହା ଚାହୁଁଛନ୍ତି ତାହା ପାଇବେ ଏବଂ ଅପରାହ୍ନରେ ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ । କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ । କୋର୍ଟ କଚେରୀ ମାମଲା ଆପଣଙ୍କ ସପକ୍ଷରେ ଜୀବ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ବୃଷ: ଦିନଟି ସମ୍ୟକ ଗୋଳମାଳିଆ ରହିବ, ବାଧାବିଘ୍ନ ଦେଇ ସମସ୍ତ ସମସ୍ୟାର ସମ୍ମୁଖୀନ କରିବେ । ରାହୁ ପ୍ରଭାବରେ ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ମନର କଥା ମନରେ ରଖି ବନ୍ଧୁଙ୍କୁ ନିଜ କାମରେ ଲଗାଇ ଇଚ୍ଛିତ କାର୍ଯ୍ୟ ହାସଲ କରିବେ । ବାଦବିବାଦ ପରିସ୍ଥତିତରେ ମୁଣ୍ଡ ପୁରନ୍ତୁ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମା ଚର୍ଚ୍ଚିକା ।

ମିଥୁନ: କୌଣସି କାମ ଆରମ୍ଭ କରିବା ଲାଗି ମନ ବିସ୍ତାପ ରହିବା । ରବି ଓ ମଙ୍ଗଳଜନିତ କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ରହିଛି ଓ ରହିବ ତଥାପି କୌଣସି ଦୃଢ଼ ପଦକ୍ଷେପ ନେଲେ ଝମେଲା ଅଧିକ ବଢ଼ି ଯାଇପାରେ । ସବୁ ସୁବିଧା ଥାଇ ମଧ୍ୟ ସମସ୍ୟା ଲାଗି ରହିବା ଯୋଗୁ କେତେକ କାମ ସମ୍ପନ୍ନ ନ ହେବା କାରଣରୁ ମନ ଭଲ ରହିବ ନାହିଁ । ହୋଟେଲ, ଛୋଟ ଦୋକାନୀ ମଳିକାମାନେ ଲାଭବାନ ରହିବେ । ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି ଓ ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ । ପୂର୍ବ ବିବାଦକୁ କେନ୍ଦ୍ରକରି ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ସମସ୍ୟା ଆସିପାରେ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ଗଣେଶ ।

କର୍କଟ: ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରିପାରନ୍ତି । ରାହୁ ଦ୍ୱାଦଶସ୍ଥ ଯୋଗୁ, ପୂର୍ବ ରାଗ ସୁଝାଇବାକୁ ଯାଇ ହଠାତ୍‌ ସହକର୍ମୀ ହଇରାଣରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ କିଛି କରି ପାରିବେ ନାହିଁ । ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଯୋଗୁଁ ମନ ବିସ୍ତାପ ହୋଇପାରେ, ତେଣୁ ବ୍ୟବସାୟ ସମ୍ପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ ବୋଝ ଉପରେ ଲଲିତା ବିଡା ଭଳି କାର୍ଯ୍ୟର ଚାପ ବଢିଯିବ । ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି । ଘର କଥା ନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଶାରଳା ।

ସିଂହ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ । ଧନସ୍ଥାନସ୍ଥ ଗ୍ରହ ପ୍ରଭାବରେ ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବ, ଯାହାଫଳରେ ମନ ପ୍ରଫୁଲ୍ଲ ରହିବ । ଆଜିର କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିପାରନ୍ତି । ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ବ୍ୟବସାୟରୁ ଭଲ ଧନଲାଭ ହେବ କିନ୍ତୁ ବ୍ୟବସାୟକୁ କେନ୍ଦ୍ର କରି ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସାମାଜିକ ସ୍ତରରେ ଦୃଢ଼ତା ହେତୁ ଦୃତୋନ୍ନତି ପରିଲକ୍ଷିତ ହେବ । ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା: ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ଚନ୍ଦ୍ରଙ୍କ ପ୍ରଭାବରୁ ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ମନ ଏକପ୍ରକାର ଖୁସି ହୋଇଯିବ । ଦିନଟି ଯଦିଓ ପୂର୍ଣ୍ଣତଃ ମନ୍ଦ ନୁହେଁ ତଥାପି ବୁଝିବିଚାରି କାମ କରନ୍ତୁ ନତୁବା ସମସ୍ୟାକୁ ଡାକି ଆଣିଲା ଭଳି କାମ ହେବ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ନୂଆ ଅନୁବନ୍ଧ ପାଇଁ ଭଲ ସମୟ । ବ୍ୟବସାୟିକ ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ରହିଛି । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି କାମ ହାସଲ କରି ପାରିବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ପରିବାର ଭିତରେ କଳହ ଲାଗିପାରେ । ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ । ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ଶ୍ରୀକୃଷ୍ଣ ।

ତୁଳା: ସମୟ ଓ ସ୍ଥିତି ଆପଣଙ୍କ ଅନୁସାରେ ବଦଳି ଯିବ । ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁ ସହଯୋଗ କରିବେ । ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ । ବ୍ୟବସାୟ ବାଣିଜ୍ୟରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ କିନ୍ତୁ ଅପରାହ୍ନରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ସାମାଜିକ ସ୍ତରରେ ଥିବା ସମସ୍ୟା ସମାଧାନ କରିବାରେ ସଫଳ ହେବେ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ହଠାତ୍‌ ଜଣେ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବା ଫଳରେ ଦୂରଯାତ୍ରା କରିବାକୁ ପଡ଼ିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ଚତୁର୍ଥଚନ୍ଦ୍ର ଯୋଗୁ ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି, ସେହି ବ୍ୟକ୍ତି ହିଁ ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ତେଣୁ ଶତ୍ରୁତା କରୁଥିବା ବ୍ୟକ୍ତି ଓ ନିଜ ଆତ୍ମୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । କୌଣସି କାମରୁ ଯଥେଷ୍ଟ ଲାଭ ମିଳିବ । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଅର୍ଥ ସମ୍ପର୍କୀୟ ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ମିଳିବ । କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ପ୍ରତିଷ୍ଠା ମିଳିବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ କିନ୍ତୁ ଭୁଲ ବୁଝାମଣା କାରଣରୁ ପରିବାରର ସଦସ୍ୟମାନେ ଆପଣଙ୍କୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ପାରନ୍ତି । କିଛି ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କିତ ଅଯଥା ଚିନ୍ତା କରିପାରନ୍ତି । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ସରକାରୀ ଚାକିରିଆଙ୍କୁ କୌଣସି କାମରେ ପ୍ରୋତ୍ସାହନ ମିଳିପାରେ । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯତ୍ନ କରିପାରନ୍ତି । ନୂତନ ସଂସ୍ଥାର ଆୟୋଜନ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ଦେଖାଚାହିଁ ଖର୍ଚ୍ଚ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର: ଆର୍ଥିକ ଲାଭ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । ସକାରାତ୍ମକ ଭାବନାରେ ରହନ୍ତୁ; କାମ କରିବା ସହଜ ହେବ । ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ । ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ରାଜନୀତିରେ ମନକାମନା ପୂରା ହେବ ଓ ଉପରିସ୍ଥ କର୍ମଚାରୀଙ୍କ ଶ୍ରଦ୍ଧା ଅତୁଟ ରହିବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଜୀବନସାଥୀଙ୍କଠାରୁ ଖୁସି ମିଳିପାରେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ଅମ୍ବିକା ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ । ସ୍ଥଗିତ ଥିବା କାମ ଲୋକଙ୍କ ସାହାଯ୍ୟ ପାଇ ପୂରା କରିବେ । ନିଜ ବ୍ୟବହାର ଦ୍ୱାରା ଅନ୍ୟକୁ ମୋହିତ କରିପାରିବେ । ଆପଣଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ରାଜନୀତିରେ ଲାଭ ମିଳିବ । କୃଷିଜୀବିମାନେ ନିଜ କର୍ମରେ ଲିପ୍ତ ରହିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ବଜାୟ ରହିବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ମହିଳାମାନେ ବ୍ୟବସାୟରେ ସଫଳ, ମାନସିକ ଶାନ୍ତି କର୍ମରେ ସ୍ଥିରତା ଯୋଗେ ଖୁସିହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରାତାରିଣୀ ।

ମୀନ: ଉଚ୍ଚାଧିକାରୀଙ୍କୁ ସାକ୍ଷାତ କରନ୍ତୁ; ଲାଭ ମିଳିବ । ଧନାଧିପତିଙ୍କ କୋଣଭାବମଣ୍ଡନ ଅର୍ଥଲାଭ, ସୁସ୍ଥ ମାନସିକତା, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ । ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ । କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିପାରେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ବୈବାହିକ ଜୀବନ ଖୁସିଭରା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟାକଚଣ୍ଡୀ ।