11 ଅଗଷ୍ଟ 2019 ରବିବାର : ସୂର୍ଯ୍ୟଦେବଙ୍କ କୃପାରୁ ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପୂର୍ଣ୍ଣ ହେବ ମନୋବାଞ୍ଛା, କର୍ମକ୍ଷେତ୍ରରେ ପାଇବେ

Spread the love

11 ଅଗଷ୍ଟ 2019 ରବିବାର : ସୂର୍ଯ୍ୟଦେବଙ୍କ କୃପାରୁ ଏହି ୭ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ପୂର୍ଣ୍ଣ ହେବ ମନୋବାଞ୍ଛା, କର୍ମକ୍ଷେତ୍ରରେ ପାଇବେ ଆଶାତୀତ ସଫଳତା…..

ଆମେ ଆପଣଙ୍କୁ ଆଜିର ରାଶିଫଳ କହିବାକୁ ଯାଉଛୁ । ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି । ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ । ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ । ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ । ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ: ଆଜି ନୂଆ କାମ କରିବା ଲାଗି ଉତ୍ସୁକ ରହିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ବ୍ୟବସାୟୀକ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବା । ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ । ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ । ଆପଣଙ୍କ ରାଶିର ନବମ ସ୍ଥାନରେ ଚନ୍ଦ୍ର ପାପଗ୍ରହ ଯୁକ୍ତ ହେତୁ ପାରିବାରିକ ଝଗଡ଼ା, ଯାନବାହନରେ ତ୍ରୁଟି ପରିଲକ୍ଷିତ ହୋଇପାରେ । ସ୍ଵାସ୍ଥ୍ୟ ସମସ୍ୟା ଓ ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ନିଜର ସ୍ଵାର୍ଥହାନି ଆଶଙ୍କାରେ ନିଜ ଲୋକମାନେ ଦୂରେଇ ଯାଇପାରନ୍ତି । ପ୍ରେମ ବ୍ୟାପାରରେ ସଫଳତା ପାଇବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଆଜି ଆପଣଙ୍କ ଆତ୍ମବିଶ୍ଵାସ ଦୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ପ୍ରସ୍ତୁତ କରିଥିବା ଯୋଜନା ଗୁପ୍ତ ରଖନ୍ତୁ । ଅନ୍ୟଥା ଅନ୍ୟମାନେ ତା’ର ଫାଇଦା ନେବେ । ଆଜିର ଗ୍ରହ ସ୍ଥିତି ଧନଭାବ ପ୍ରତି ହାନିକାରକ ଯୋଗୁ ଧନହାନି, ମନ୍ତବ୍ୟକୁ ନେଇ ବିବାଦଜନିତ ଅଶାନ୍ତି ଉପୁଜିପାରେ । ମଙ୍ଗଳଙ୍କ ସ୍ଥିତିରୁ ହଠାତ୍‌ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିବ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ଅଫିସରେ ଲାଗି ରହିଥିବା ବିବାଦ କ୍ରମଶ ଜଟିଳ ରୂପା ଧାରଣ କରିପାରେ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ମିଥୁନ: ଦିନଟି ଆପଣଙ୍କ ଲାଗି ଖଠାମିଠା ରହିବ । ଚନ୍ଦ୍ର ପାପଗ୍ରହ ଯୁକ୍ତ ଓ କେତୁ ନକ୍ଷତ୍ରସ୍ଥ ହେତୁ ଯାତ୍ରାରେ ସମସ୍ୟା, ବ୍ୟବସାୟରେ କ୍ଷତି, ବିବାଦରେ ପରାଜୟର ଗ୍ଳାନି ଅନୁଭବ କରିବେ । ମନରେ ନୂଆ ବିଚାର ଉତ୍ପନ୍ନ ହେବ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଅଫିସ୍‌ରେ ମହତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଯାଈ ।

କର୍କଟ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ । ଶିଳ୍ପ, ବ୍ୟବସାୟ, ପରିବହନ, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ । ପରିବାରର ପୂରା ସହଯୋଗ ପାଇବେ । ଆପଣଙ୍କୁ ବଢ଼ିଆ ଚାକିରିର ପ୍ରସ୍ତାବ ମିଳିପାରେ । ରାଶ୍ୟାଧିପତିଙ୍କ ଅଷ୍ଟମାଧିପତି ସଂଯୋଗ ସ୍ଵାସ୍ଥ୍ୟହାନି, ଋଣଗ୍ରସ୍ତ ଓ ଶତ୍ରୁତା ସୃଷ୍ଟି କରିପାରେ । ଆତ୍ମୀୟମାନଙ୍କ ପାଇଁ ଯେଉଁ ଆଶା ନେଇ କାମ କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ । ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ସିଂହ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ସକାଳୁ ସକାଳୁ ଶୁଭଖବର, ଅର୍ଥଲାଭରୁ ମନ ଖୁସି ହୋଇଯାଇପାରେ । ରଚନାମତ୍କ କାମ, ସାହିତ୍ୟ, ଅଧ୍ୟୟନ ଓ ଅଧ୍ୟାପନାରେ ଉନ୍ନତି କରିବେ । ଆଜିର ଗ୍ରହ ସ୍ଥିତି ସନ୍ତାନ ହେତୁକ ମନସ୍ତାପ ସାଙ୍ଗକୁ ବିଫଳ ଆଲୋଚନା ଅଶାନ୍ତିର କାରଣ ହୋଇପାରେ । ପାରିବାରିକ ଅଶାନ୍ତି ବିଷୟରେ ଚିନ୍ତାକରି ମନରେ ସରସତା ରହିବ ନାହିଁ । ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ପୁରାତନ ରୋଗର ଉପସମ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ମନରେ ନକାରାତ୍ମକ ଭାବନା ଆସିପାରେ । ପରିବାର ସ୍ଥାନରେ ପାପଗ୍ରହ ପାରିବାରିକ ଅଶାନ୍ତିକୁ ନିମନ୍ତ୍ରଣ କରିବ । ମନ ଭଲ ନ ଥିବାରୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ । ଅବଶ୍ୟ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ନିଶ୍ଚୟ ପାଇବେ । ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରନ୍ତୁ । ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ ଅବଶ୍ୟ ଆଶା ପୂରଣ ହୋଇଯିବ । ଖର୍ଚ୍ଚ ବଢ଼ିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ସମଲେଶ୍ବରୀ ।

ତୁଳା:ଆଜିର ଦିନଟି ନୂତନ କର୍ମାରମ୍ଭ, ଯାତ୍ରା, ବାଣିଜ୍ୟାରମ୍ଭ ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସଫଳତା ପ୍ରଦାନ କରିବ । କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ ପାଇଁ ବନ୍ଧୁ ସାହାଯ୍ୟ କରିବେ । ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ । ଘରୋଇ ବିବାଦ ସମାପ୍ତ ହେବ । କଚେରି ମାମଲା କିମ୍ବା ଜମିଜମା ସମ୍ପର୍କିତ ବିବାଦ ହେତୁ ଦୁଶ୍ଚିନ୍ତା ବଢ଼ିପାରେ । ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ । ପ୍ରିୟଜନଙ୍କ ସହଯୋଗ ମିଳିବ । ନୂଆ ଚୁକ୍ତିପତ୍ର ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ବିଛା: ଭାଗ୍ୟ ଆପଣଙ୍କୁ ସାଥ ଦେବ । ସବୁ କାମ ସହଜରେ ହୋଇଯିବ । ପରିସ୍ଥିତିର ଗୁରୁତ୍ୱ ଅନୁଭବ କରି ପ୍ରତ୍ୟେକ କ୍ଷେତ୍ରରେ ନୀରବ ରହିବାକୁ ପସନ୍ଦ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ । ବ୍ୟବସାୟରେ ଭଲ ଗତି ହେବ । ଚାକିରିରେ କତୃପକ୍ଷଙ୍କ ଠାରୁ ପ୍ରଶଂସା ଶୁଣିବାକୁ ମିଳିପାରେ । ପାରିବାରିକ ଜୀବନ ସୁଖମୟ ହେବ । ବନ୍ଧୁଙ୍କ କାମରେ ବାଧ୍ୟହୋଇ ସକାଳୁ ସକାଳୁ ଯାତ୍ରା କରିବାକୁ ପଡ଼ିପାରେ । ଉପକାର କରିଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଦାନ ପାଇବା ଆଶା ଦୁର୍ଲ୍ଲଭ ହୋଇପଡ଼ିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ଧନୁ: ସାରା ଦିନ ଊର୍ଜା ଭରା ରହିବେ । ରାଶିରେ ତୃତୀୟ ଅଷ୍ଟମାଧିପତିଙ୍କ ଅବସ୍ଥିତି ଭାଇବନ୍ଧୁ, ପାଖପଡ଼ୋଶୀ ଏବଂ ସହକର୍ମୀଙ୍କ ସହ ସୁସମ୍ପର୍କକୁ ନଷ୍ଟ କରିବ । ନୂଆ କାମରେ ରୁଚି ବଢ଼ିବ । ଆଜି ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଲାଭ ମିଳିବ, କିନ୍ତୁ ଏଥିପାଇଁ ବହୁ ଝିନ୍‌ଝଟ ହେବାକୁ ପଡ଼ିପାରେ । ଆପଣଙ୍କ କମ୍ପାନୀରୁ ବଡ଼ ସୁଯୋଗ ମିଳିବ, ଯାହା କି ଭବିଷ୍ୟତରେ ଲାଭପ୍ରଦ ହେବ । ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ । ଘରର ପରିସ୍ଥିତି ଆପଣଙ୍କ ସକାଶେ ଦୁଶ୍ଚିିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମକର: ଆଜି କାହାକୁ କିଛି କହିଲା ସମୟରେ ଭାବିଚିନ୍ତି ନ କହିଲେ ଦ୍ୱାଦଶସ୍ଥ ଗ୍ରହ ସ୍ଥିତିର କୁପ୍ରଭାବରୁ ସମ୍ପର୍କରେ ବାଧା ଆସିବ । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବା ପାଇଁ ଆପ୍ରାଣ ଉଦ୍ୟମ କରିପାରନ୍ତି । ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ମହିଳା ବନ୍ଧୁଙ୍କ ସହଯୋଗରେ ବ୍ୟବସାୟରେ ଲାଭ ମିଳିବ । ଉଧାର ନେବା ଓ ଦେବାରୁ ନିବୃତ୍ତ ରହନ୍ତୁ । ଆକସ୍ମିକ ସମସ୍ୟା କାରଣରୁ ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ । ପଡ଼ୋଶୀଙ୍କ ସହ ସମ୍ପର୍କରେ ଉନ୍ନତି ଘଟିବ । କଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରିବା ଫଳରେ ମନରେ ଟିକିଏ ଆଶ୍ବସ୍ଥି ଅନୁଭବ କରିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ । ନିଜର ଉଦ୍ଦେଶ୍ୟ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବାରେ ସମର୍ଥ ହୋଇପାରନ୍ତି । ଲାଗି ରହିଥିବା ସମସ୍ୟାର ସମାଧନ ହେବ । ଚେଷ୍ଟା କରୁଥିବା କାମରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ଆପଣଙ୍କ ବିନମ୍ର ସ୍ଵଭାବ ଆପଣଙ୍କର ସାହାଯ୍ୟ କରିବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନା ମୁତାବକ କାମ କରିବେ । କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । କ୍ୟାରିୟର ଲାଗି ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମୀନ: ସୌଭାଗ୍ୟ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବ ନାହିଁ । ରାହୁଙ୍କ ସ୍ଥିତି ପ୍ରଭାବରେ ଆପଣ ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଚାକିରିରେ କର୍ତ୍ତୃତ୍ଵ ରହିବ । ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ । ଆଜିର ସକାଳୁଆ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ହଜିଯାଇପାରେ । ସଭାସମିତି, କଳା, ସାହିତ୍ୟ, ବନ୍ଧୁ ସମ୍ପର୍କରେ ସମସ୍ୟା ସୃଷ୍ଟି ହୋଇପାରେ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖା ଦେବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।