ନିଜଠାରୁ ୧୧ ବର୍ଷ ଛୋଟ ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ସିଦ୍ଧାର୍ଥ ମଲହୋତ୍ରା, ନାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ବନ୍ଧୁଗଣ, ସିଦ୍ଧାର୍ଥ ମଲହୋତ୍ରା ଗୋଟିଏ ଭାରତୀୟ ଚଳଚ୍ଚିତ୍ର ଅଭିନେତା ଅଟନ୍ତି ଯିଏ ବଲିଉଡ଼ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରନ୍ତି । ସିଦ୍ଧାର୍ଥ ମଲହୋତ୍ରା ନିଜ ଚଳଚ୍ଚିତ୍ରରୁ ଅଧିକ ନିଜର ଲବ ଅଫରେ ବା ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡ଼ର ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେ, ଯିଏ ବୟସରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଠାରୁ ୧୧ ବର୍ଷ ଛୋଟ ଅଟନ୍ତି ଏବଂ ଯାହାକୁ ସିଦ୍ଧାର୍ଥ ମଲହୋତ୍ରା ଡେଟ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଜଣକ କିଏ ଅଟନ୍ତି ।

ସେହି ଅଭିନେତ୍ରୀଙ୍କ ନାମ ତାରା ସୁତାରିୟା ଅଟେ । ତାରା ସୁତାରିୟା ବଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି । ସେ “ଷ୍ଟୁଡେଣ୍ଟ ଅଫ୍ ଦ ଇୟର-୨” ଚଳଚ୍ଚିତ୍ରରୁ ବଲିଉଡ଼ରେ ଡେବ୍ୟୁ କରିଛନ୍ତି । ଖବର ଅନୁସାରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ତାରା ପରସ୍ପରକୁ ବହୁତ ପସନ୍ଦ କରନ୍ତି ଏବଂ ଡେଟ କରୁଛନ୍ତି । ଏହି ଦୁଇଜଣଙ୍କୁ କେତେଗୁଡିଏ ଜାଗାରେ ସାଥିରେ ସମୟ ବିତାଇବାର ମଧ୍ୟ ଦେଖଯାଇଛି ।

“ସ୍ପଟବଏ” (Spotboy)ର ଗୋଟିଏ ରିପୋର୍ଟ ଅନୁଯାୟୀ କିଛି ସମୟ ପୂର୍ବରୁ ସିଦ୍ଧାର୍ଥ ମଲହୋତ୍ରା ଏବଂ ତାରା ସୁତାରିୟା ଗୋଟିଏ ମେଲାରେ ସାଥିରେ ବୁଲୁଥିବାର ନଜର ଆସିଛନ୍ତି । ଏହା ପୂର୍ବରୁ ସିଦ୍ଧାର୍ଥ ମଲହୋତ୍ରାଙ୍କ ନାମ ଆଲିୟା ଭଟ୍ଟ ଏବଂ ଜେକଲିନ ଫର୍ଣ୍ଣାଣ୍ଡିସଙ୍କ ପରି ବଡ଼ ବଡ଼ ଅଭିନେତ୍ରୀ ମାନଙ୍କ ସହିତ ମଧ୍ୟ ଜଡ଼ିତ ହୋଇସାରିଛି ।