11 ବର୍ଷୀୟ ଝିଅ ପଲକ କହିଲା:- ମମି କାନ୍ଦ ନାହିଁ , ପାପା ଦେଶ ପାଇଁ ମହାନ କାମ କରିଛନ୍ତି

Spread the love

11 ବର୍ଷୀୟ ଝିଅ ପଲକ କହିଲା:- ମମି କାନ୍ଦ ନାହିଁ, ପାପା ଦେଶ ପାଇଁ ମହାନ କାମ କରିଛନ୍ତି । ଶହୀଦ ମହେଶଙ୍କର ପାର୍ଥିବ ଶରୀର ରିଙ୍ଗସ ମ୍ୟୁନିସିପାଲିଟି ଦେଇ ଅତିକ୍ରମ କରିବା ବେଳେ, ଓଦା ଆଖିରେ ଛାତ୍ରଛାତ୍ରୀମାନେ ତାଙ୍କୁ ବିଦାୟ ଦେଲେ ।

ଶ୍ରୀନଗରର ପୁଲବାମାରେ ଶହୀଦ ମହେଶ କୁମାର ମିଣାଙ୍କର ଶବ ଲାମ୍ପୁବା ଗାଁର ତାଙ୍କ ପୈତୃକ ନିବାସରେ ବୁଧବାର ଦ୍ବୀପହର 1ଟା 45 ମିନିଟରେ ପହଞ୍ଚିଲା । ତାଙ୍କ ସ୍ତ୍ରୀ ବିରଙ୍ଗନା ସରୋଜ ଦେବୀ ଜୋର ଜୋର କରି କାନ୍ଦିବାକୁ ଲାଗିଲେ ।ମା ସରୋଜଙ୍କର ହାଲତ ଦେଖି 11 ବର୍ଷୀୟ ଝିଅ ପଲକ ନିଜର ଆଖିର ଲୁହ ପୋଛି ତା’ର ମମି ପାଖକୁ ଗଲା ଆଉ କହିଲା- ମମି କାନ୍ଦ ନାହିଁ, ଦେଖ କେତେ ଲୋକ ଆସିଛନ୍ତି, ସମସ୍ତେ କହୁଛନ୍ତି ଯେ ପାପା ଦେଶ ପାଇଁ ବହୁତ ବଡ଼ କାମ କରିଛନ୍ତି ଆଉ ଆମେ ବାହାଦୂର ପରିବାରର ସଦସ୍ୟ ଅଟୁ, ଏହା କହି କହି ପଲକ ତାର ମାଙ୍କର ଲୁହ ପୋଛି ତାଙ୍କୁ ସାନ୍ତନା ଦେଉଥିଲା ।

ଲିଙ୍ଗସରୁ ଲାମ୍ପୁବା ଯାଏଁ ଭିଡ, 10km ଲମ୍ବା ଧାଡି ତଥାପି ଶୃଙ୍ଖଳିତ :

ପୋଲିସ ଥାନା ପରିସରରେ ସେନାର ଟ୍ରକକୁ ଫୁଲରେ ସଜେଇ ମହେଶ କୁମାର ମିଣାଙ୍କର ଶବକୁ ଟ୍ରକରେ ରଖାଗଲା । ଟ୍ରକ ଆଗରେ ଡିଜେ ଆଦି ଲଗେଇ ଶହ ଶହ ସଂଖ୍ୟାରେ ବାହାନ ଆଉ ପାଦରେ ସକାଳା 10ଟା 31 ମିନିଟରେ ପ୍ରସ୍ଥାନ କଲେ ଯାହାକି ସାଢ଼େ ତିନି ଘଣ୍ଟା ଯାଏଁ ରାଜକୀୟ ଶୋଭାଯାତ୍ରାରେ ଦ୍ବୀପହର 1ଟା ବାଜି 45 ମିନିଟରେ ଲାମ୍ପୁବା ଗ୍ରାମରେ ତାଙ୍କର ପୈତୃକ ଆବାସରେ ପହଞ୍ଚିଲା । ଏହି ସମୟରେ ରିଙ୍ଗସ, ଲାଖଣି, ସନ୍ତୋଷପୁରା, ଆଉ ଲାମ୍ପୁବା ଗ୍ରାମର ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ କୋଚିଂଗ ସେଣ୍ଟର ଇତ୍ୟାଦିର ଛାତ୍ରଛାତ୍ରୀ, ମହିଳା ଓ ପୁରୁଷ ସମସ୍ତେ ଶୃଙ୍ଖଳିତ ଭାବରେ ସମ୍ମାନର ସହ ଛିଡା ହୋଇଥିଲେ ।ଶହୀଦଙ୍କର ଶବ ଗଲା ପରେ ଅବିର ଉଡେଇ ପୁଷ୍ପ ବର୍ଷା କଲେ । ଏଥିରେ ଲିଙ୍ଗସରୁ ଲାମ୍ପୁବା ଗ୍ରାମ ଯାଏଁ ସଡକ ଅବିର ଓ ପୁଷ୍ପରେ ରଙ୍ଗୀନ ହୋଇଥିବା ନଜର ଆସିଥିଲା ।

ସେନା ଦେଲେ ଗାର୍ଡ ଅଫ ଅନର:-

ଶହୀଦ ମହେଶ କୁମାର ମିଣାଙ୍କର ଶବକୁ ବୁଧବାର ଦିନ ସୈନିକ ସମ୍ମାନରେ ସିଆରପିଏଫ ଗ୍ରୁପ ସି 2 ଆଉ ଆରଏଫଏଫ ରେପିଡ଼ ଏକ୍ସନ ଫୋର୍ସ 83ତମ ବାଟାଲିୟନର ଅଧିକାରୀ ଓ ଯବାନ ମାନେ ଗାର୍ଡ ଅଫ ଅନର ଦେଇ ଅନ୍ତେଷ୍ଟି କଲେ । ଏହା ପୂର୍ବରୁ ଜିଲ୍ଲାର ଜନପ୍ରତିନିଧିଗଣ ଓ ଅଧିକାରୀମାନେ ପୁଷ୍ପଚକ୍ର ଅର୍ପିତ କଲେ ।

ଆତଙ୍କବାଦୀ ସହିତ ଯୁଦ୍ଧରେ ଲାଗି ଥିଲା ଗୁଳି:-

ଚଳିତ ବର୍ଷ ଜାନୁଆରୀ ମାସରେ ଶ୍ରୀନଗରର ପୁଲବାମା ଜିଲ୍ଲାର ତ୍ରାଲର ଅରିପାଳ କ୍ଷେତ୍ରରେ ଆତଙ୍କବାଦୀ ପଶିବାର ସୂଚନା ସିଆରପିଏଫକୁ ମିଳିଥିଲା । ଏଥିରେ ବାଟାଲିୟନ ଯେଉଁ ଘରେ ଆତଙ୍କବାଦୀ ଲୁଚି ରହିଥିଲେ, ସେଇ ଘରକୁ ଘେରି ନେଇଥିଲେ । ଏହା ପରେ ଆତଙ୍କବାଦୀ ଓ ବାଟାଲିୟନଙ୍କ ମଧ୍ୟରେ ସାମ୍ନା ସାମ୍ନି ଯୁଦ୍ଧ ହେଲା । ଏଥିରେ ମହେଶଙ୍କୁ ଦୁଇଟି ଗୁଳି କାନ୍ଧରେ ଆଉ ଗୋଟେ ଗୁଳି ଶ୍ୱାସ ନଳୀରେ ଲାଗିଥିଲା । ପାଞ୍ଚ ଦିନ ଯାଏଁ ଶ୍ରୀନଗରରେ ତାଙ୍କର ଚିକିତ୍ସା ଚାଲିଲା । ଅବସ୍ଥା ଗମ୍ଭୀର ହେବାରୁ 10 ଜାନୁଆରୀ ରାତିରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରା ଗଲା, ଆଉ ସେଠାରେ ତାଙ୍କର 14 ଜାନୁଆରୀ ଦିନ ଶେଷ ନିଶ୍ୱାସ ତ୍ୟାଗ କଲେ ।