୧୦୦୦ ବର୍ଷ ତପସ୍ୟାର ଫଳ ଏହାକୁ ପିନ୍ଧିଲେ ମିଳିଥାଏ ଜାଣନ୍ତୁ ତାହା କଣ ଅଟେ ?

Spread the love

ବନ୍ଧୁଗଣ ଆଜି ଆମେ ଏହି ବିଷୟଟିରେ ଯାହା ବିଷୟରେ କହିବୁ ତାହା ସ୍ଵୟଂ ଭଗବାନ ଶିବଙ୍କ ଏକ ସ୍ୱରୂପ ଅଟେ । ଶିବଙ୍କୁ ଦେବତା ମାନଙ୍କ ଦେବତା ବୋଲି କୁହାଯାଇଥାଏ । ତାଙ୍କ କୃପା ଯାହା ଉପରେ ପଡିଥାଏ ସ୍ଵୟଂ ମୃତ୍ୟୁ ମଧ୍ୟ ତାହାର ସମ୍ନାକୁ ଆସିବା ପାଇଁ ଭୟ କରିଥାଏ । ଭଗବାନଙ୍କ ଶିବଙ୍କ ଏକ ରୂପ ଅର୍ଥାତ ତାଙ୍କ ଠାରୁ ଉତ୍ପର୍ଣ୍ଣ ହୋଇଥିବା ପଞ୍ଚମୁଖୀ ରୁଦ୍ରାକ୍ଷ ଏହା ବିଷୟରେ ଆଜି ଆମେ ଜାଣିବା :-

ବନ୍ଧୁଗଣ ପଞ୍ଚମୁଖୀ ରୁଦ୍ରାକ୍ଷ ଆପଣଙ୍କର ଦୁଃଖ କଷ୍ଟ ଏବଂ ରୋଗର କବଚ ଅଟେ । ଯାହା ପାଖରେ ପଞ୍ଚମୁଖୀ ରୁଦ୍ରାକ୍ଷ ଅଛି । ତା ପାଖରେ ସ୍ଵୟଂ ଭଗବାନ ଶିବ ଅଛନ୍ତି । ସ୍ଵୟଂ ମୃତ୍ୟୁ ମଧ୍ୟ ଏପରି ବ୍ୟକ୍ତି ମାନଙ୍କର କିଛି ମଧ୍ୟ କ୍ଷତି କରି ପାରେ ନାହିଁ । ଏହି ପଞ୍ଚମୁଖୀ ରୁଦ୍ରାକ୍ଷର ଗୋଟିଏ ଖାସ୍ ଗୁଣ ରହିଥାଏ ଯାହା ଆପଣଙ୍କ ପାଇଁ ରକ୍ଷା କବଚ ରୂପେ କମ କରିଥାଏ । ଏହି ପଞ୍ଚମୁଖୀ ରୁଦ୍ରାକ୍ଷ ସମସ୍ତ ଖରାପ ଶକ୍ତିକୁ ନଷ୍ଟ କରିଥାଏ । ଏବଂ ଆପଣଙ୍କ ଚତୁର୍ପାର୍ଶ୍ୱରେ ଦୈବ୍ୟ ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ତାହା ଚାକିରି ହେଉ ଅବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା କରିଥାଏ ।

ବନ୍ଧୁଗଣ ପଞ୍ଚମୁଖୀ ରୁଦ୍ରାକ୍ଷରେ ଏପରି ଶକ୍ତି ରହିଥାଏ ଯେ ଏହାକୁ ଧାରଣ କରିଥିବା ବ୍ୟକ୍ତିକୁ କୌଣସି ପ୍ରକାରର ରୋଗ ହୋଇ ନଥାଏ । ଏବଂ ଯଦି କୌଣସି ବ୍ୟକ୍ତିକୁ ରୋଗ ମଧ୍ୟ ହୋଇଛି ତେବେ ସେ ଏହାକୁ ଧାରଣ କଲା ପରେ ସେ ଶୀଘ୍ର ରୋଗରୁ ମୁକ୍ତି ପାଇଥାଏ । ଏହି ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ଵାରା ଭୂତ ପ୍ରେତ ଓ ଖରାପ ଶକ୍ତି ଆପଣଙ୍କୁ ଛୁଇଁ ପାରେ ନାହିଁ । ଏହି ପଞ୍ଚମୁଖୀ ରୁଦ୍ରାକ୍ଷ ଆପଣ କୌଣସି ଶୁଭ ଦିନରେ ଧାରଣ କରି ପାରିବେ । କିନ୍ତୁ ସୋମବାର ଦିନ ଏହାକୁ ଧାରଣ କରିବାକୁ ଉତ୍ତମ ମାନା ଯାଇଥାଏ ।

ସୋମବାର ଦିନ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ନିଜ ଘର ମନ୍ଦିରରେ ଶିବଙ୍କୁ ପୂଜା କରିବେ ଏବଂ ପୂଜା କରିବା ସମୟରେ ପଞ୍ଚମୁଖୀ ରୁଦ୍ରାକ୍ଷକୁ ହାତରେ ଧରି ୧୦୮ ଥର ‘’ ଓଁ ବ୍ରିମ ନମଃ ’’ କହିବେ । ଏବଂ ଶହେ ଆଠ ଥର ହେଲା ପରେ ଏହାକୁ ନିଜ ବେକରେ ପିନ୍ଧିବେ । ପଞ୍ଚମୁଖୀ ରୁଦ୍ରାକ୍ଷ ସବୁ ଗୁଣରେ ସମ୍ପର୍ଣ୍ଣ ଅଟେ । ଏହାକୁ ଧାରଣ କରିଥିବା ବ୍ୟକ୍ତି ଧନ ଲାଭ ହୋଇଥାଏ ଏବଂ ସେ ସନ୍ତାନ ସୁଖ ମଧ୍ୟ ପାଇଥାଏ ।

ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।