ଜାଳିଆନାଵାଲାବାଗ୍ ହତ୍ୟାକାଣ୍ଡର 100 ବର୍ଷ ପୂର୍ତ୍ତି ପରେ ଇଂରେଜମାନେ କ୍ଷମା ମାଗିଛନ୍ତି ।

Spread the love

ଦୁନିଆରେ ଭାରତର ବଢୁଥିବା ପ୍ରଭାବକୁ ଦେଖି ୧୦୦ ବର୍ଷ ପରେ ମଧ୍ୟ ଇଂରେଜମାନେ ଜାଳିଆନାବାଲା ବାଗ୍ ହତ୍ୟାକାଣ୍ଡ ପାଇଁ କ୍ଷମା ମାଗିଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେ, ସଂସଦରେ ଜାଳିଆନାବାଗ ହତ୍ୟାକାଣ୍ଡ ପାଇଁ କ୍ଷମା ମାଗିବାକୁ ଯାଇ କହିଛନ୍ତି ୧୩ ଏପ୍ରିଲ ୧୯୧୯ରେ ଅମୃତସରର ଜାଳିଆନାବାଲା ବାଗରେ ଯାହା ହୋଇଥିଲା, ତାହା ବ୍ରିଟିଶ ଇତିହାସ ଉପରେ ଏକ ଦାଗ ଅଟେ । ଏହି ନରସଂହାରରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଟରିଜାଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେଉଁ ସମୟରେ ୧୩ ଏପ୍ରିଲ ୨୦୧୯ରେ ଜାଳିଆନାବାଲା ବାଗ ହତ୍ୟାକାଣ୍ଡକୁ ୧୦୦ ବର୍ଷ ପୂର୍ତ୍ତି ହେବା ପାଇଁ ଯାଉଛି ।

ଥେରେସା କହିଛନ୍ତି, “ଅମୃତସରରେ ଯେଉଁ ନିର୍ଦୋଷ ଲୋକଙ୍କୁ ହିଂସ୍ରତାର ସହ ହତ୍ୟା କରାଯାଇଥିଲା, ସେଥିପାଇଁ ଆମେ ଦୁଃଖିତ । ୧୯୧୯ର ଜାଲିଆନାବାଲା ବାଗ ହତ୍ୟାକାଣ୍ଡ ବ୍ରିଟିଶ ଓ ଭାରତୀୟ ଇତିହାସରେ ଏକ ଅପମାନ ଜନିତ ଦାଗ ଅଟେ । ମହାରାଣୀ ୨ୟ ଏଲିଜାବେଥ୍ ୧୯୯୭ରେ ଜାଳିଆନାବାଲା ବାଗ ଯିବା ପୂର୍ବରୁ କହିଥିଲେ, ଏହା ଭାରତ ସହ ଆମ ଦ୍ୱାରା ହୋଇଥିବା ଦୁଃଖଦ ଉଦାହରଣ ଅଟେ । ବ୍ରିଟେନର ମୁଖ୍ୟ ବିରୋଧୀ ଲେବର୍ ପାର୍ଟି, ଟରିଜାଙ୍କୁ ଏହି ହତ୍ୟାକାଣ୍ଡ ପାଇଁ କ୍ଷମା ପାର୍ଥନା କରିବା ପାଇଁ କହିଥିଲେ । ଲେବର୍ ପାର୍ଟିର ମୁଖ୍ୟ ନେତା ଜେମେରି କାର୍ବିନ କହିଛନ୍ତି, ସରକାର ଏହି ବିଷୟରେ ପୂର୍ଣ୍ଣ ଓ ସ୍ପଷ୍ଟ କ୍ଷମା ମାଗିବା ଦରକାର । ଏହା ପୂର୍ବରୁ ୨୦୧୩ରେ ତତ୍କାଳୀନ ପି.ଏମ୍. ଡେବିଡ଼ କେମରନଙ୍କ ଭାରତ ଭ୍ରମଣ ସମୟରେ ଏହି ହତ୍ୟାକାଣ୍ଡକୁ ଏକ ଅପମାନ ଜନିତ ହତ୍ୟାକାଣ୍ଡ ବୋଲି କହିଥିଲେ । ଜାଳିଆନାବାଲା ବାଗ ହତ୍ୟାକାଣ୍ଡର ୧୦୦ ବର୍ଷ ପୂର୍ତ୍ତିର ଏକ ଦିନ ପୂର୍ବରୁ ବ୍ରିଟିଶ ସରକାର ଏହି ଘଟଣାର ସମସ୍ତ ତଥ୍ୟକୁ ଧ୍ୟାନ ରଖିବା ପାଇଁ କହିଛନ୍ତି । ବ୍ରିଟିଶ ବୈଦେଶିକ ମନ୍ତ୍ରୀ ମାର୍କ ଫିଲଡ଼ ଏହି ଘଟଣା ଉପରେ ହାଉସ୍ ଅଫ୍ କମନ୍ସ ପରିସରର ବେଷ୍ଟମିଷ୍ଟର ହାଳରେ ଆୟୋଜିତ ତର୍କ ସମୟରେ କହିଛନ୍ତି । ଆମକୁ ସେହି ଅପମାନିତ ଇତିହାସରେ ଏକ ସୀମାରେଖା ଟାଣିବାକୁ ହେବ, ଯାହା ଆମ ପାଇଁ ଲଜ୍ୟା ଜନକ ଅଟେ ।

ଐତିହାସିକ କାଗଜପତ୍ର ଅନୁସାରେ ଉପନିବେଶବାଦି ଇଂରେଜ, ଭାରତରେ ହେଉଥିବା ରାଷ୍ଟ୍ରୀୟ ଆନ୍ଦୋଳନକୁ ଦଳି ଦେବା ପାଇଁ ସିଡ୍ନୀ ରୋଲେଟର ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ । ଯାହାର ସହାୟତାରେ ଏକ ନିୟମ ପ୍ରସ୍ତୁତ ହୋଇଥିଲା । ଯାହାର ନାମ ରୋଲେଟ୍ ଆକ୍ଟ ଦିଆଯାଇଥିଲା । ଏହି ନିୟମ ଅନୁସାରେ ଇଂରେଜମାନେ କୌଣସି ସମସ୍ୟାରେ କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଧେହ ହେଲେ ଗିରଫ କରିପାରିବେ ଓ ଅଦାଲତରେ ମୁକଦମା ନ ଚଳାଇ ସିଧା ଜେଲ ପଠାଇ ଦେଇ ପାରୁଥିଲେ । ଇଂରେଜମାନେ, ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ସାଇଫୁଦ୍ଦିନ କିଚଲୁ ଓ ଡାକ୍ତର ସତ୍ୟପାଲଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ ।

ଏହି ଘଟଣାର ବିରୋଧ ଶାନ୍ତିପୂର୍ଣ୍ଣ ଢଙ୍ଗରେ କରିବା ପାଇଁ ଜାଳିଆନାବାଲା ବାଗରେ ହଜାର ହଜାର ସଂଖ୍ୟାରେ ନାରୀ ଓ ପୁରୁଷ, ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇଥିଲେ । ଅମୃତସରରେ ନିୟୋଜିତ ଇଂରେଜର ଜେନେରାଲ ଡାୟର୍ ନିର୍ଦୋଷ ନିଅସ୍ତ୍ର ଲୋକଙ୍କ ଉପରକୁ ତିନି ପଟରୁ ଗୁଳି ଚଳାଇ ଥିଲେ । ଏହି ହତ୍ୟାକାଣ୍ଡରେ ୪୦୦ରୁ ଅଧିକ ନିର୍ଦୋଷ ଲୋକଙ୍କ ଜୀବନ ଚାଲି ଯାଇଥିଲା ଓ ୨୦୦୦ରୁ ଅଧିକ ଲୋକ ଆଘାତ ହୋଇଥିଲେ । ଏହି ଘଟଣା ସ୍ୱାଧୀନତା ସଂଗ୍ରାମ ଉପରେ ପ୍ରଭାବ ପକାଇଥିଲା । ଏହି ଘଟଣା ଘଟେଇଥିବା ଆରୋପୀ ଜେନେରାଲ ଡାୟାରଙ୍କୁ ଉଧାମ ସିଂ ଲଣ୍ଡନ ଯାଇ ୧୯୪୦ ମାର୍ଚ୍ଚ ୧୩ରେ ହତ୍ୟା କରିଥିଲେ ।