ଦୁନିଆରେ ଗୋଟିଏ ହିଁ ଦଳ ଯିଏ ଶେଷ ୫ ଓଭରରେ ୧୦୦ ରନ୍ କରିଛି । ନାମ ଜାଣିବା ପରେ ଆପଣ ଗର୍ଵ ଅନୁଭବ କରିବେ ।

Spread the love

ଏହି କଥାରେ କୌଣସି ଦ୍ଵିମତ ନାହିଁ ଯେ, କ୍ରିକେଟରେ ଅନେକ ବ୍ୟାଟ୍ସମ୍ୟାନ୍ ନିଜ ଦଳ ପାଇଁ ଧୂଆଁଧାର ବ୍ୟାଟିଂ କରିଥାନ୍ତି । ଏହି କ୍ରମରେ ଆଜି ଗୋଟିଏ ଦଳ ବିଷୟରେ କହିବୁ, ସେହି ଦଳ ଶେଷ ୫ ଓଭରରେ ୧୦୦ ରନ୍ କରିଥିବା ଏକ ମାତ୍ର ଦଳ ଅଟେ । ସେହି ମ୍ୟାଚରେ ବୋଲରମାନେ ଚିନ୍ତାରେ ପଡିଯାଇଥିଲେ । ଆସନ୍ତୁ ଜାଣିବେ ଆମେ କେଉଁ ଦଳ ବିଷୟରେ କହିବା ପାଇଁ ଚାହୁଁଛୁ ।

ଯେଉଁ ଦଳ ବିଷୟରେ ଆମେ କହିବା ପାଇଁ ଚାହୁଁଛୁ, ସେହି ଦଳର ବ୍ୟାଟ୍ସମ୍ୟାନ ମାନେ ଶେଷ ୫ ଓଭରରେ ୧୦୦ ରନର ଧୂଆଁଧାର ବ୍ୟାଟିଂ କରିଥିଲେ । ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ ୨ ନଭେମ୍ବର ୨୦୧୩ ବାଙ୍ଗଲୋରରେ ଏହି ଖେଳଟି ଖେଳା ଯାଇଥିଲା । ଏହି ମ୍ୟାଚରେ ଅନେକ ରେକର୍ଡ ତିଆରି ହୋଇଥିଲା, ଯାହା ଅନ୍ୟ କୌଣସି ଖେଳାଳି ପାଇଁ ସ୍ୱପ୍ନ ଅଟେ । ଆପଣମାନେ ଭାବୁଥିବେ ଆମେ କେଉଁ ଦଳ ବିଷୟରେ କହିବା ପାଇଁ ଚାହୁଁଛୁ । ଆପଣଙ୍କୁ ଆମେ କହିବୁ, ଏହି ମ୍ୟାଚଟି ୨୦୧୩ ମସିହାରେ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିଲା ।

ଏହି ଏକଦିବସୀୟ ଖେଳରେ ଇଣ୍ଡିଆନ୍ କ୍ରିକେଟ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଥିଲେ । ଏକଦିବସୀୟ ସିରିଜ ଅଷ୍ଟ୍ରେଲିଆ ବିରୁଦ୍ଧରେ ଇଣ୍ଡିଆ ଟସ୍ ଜିଣି ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ଓପେନିଂ କରିବା ପାଇଁ ରୋହିତ ଶର୍ମା ଏବଂ ଶିଖର ଧ୍ୱଂବନ ଆସିଥିଲେ । ଏହି ଦୁଇ ଖେଳାଳି ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ । ଶିଖର ଧ୍ଵଂବନ ଆଉଟ ହେବା ପୂର୍ବରୁ ଇଣ୍ଡିଆର ସ୍କୋର ୧୧୨ ରନ୍ ହୋଇସାରିଥିଲା । ଏହି ମ୍ୟାଚ୍ କୋହଲି ଶୂନରେ ଆଉଟ ହୋଇଯାଇ ଥିଲେ ।ଇଣ୍ଡିଆର ସ୍କୋର ୪୫ ଓଭରରେ ୨୮୩ ରନ୍ ହୋଇସାରିଥିଲା । ଏହା ପରେ ଶେଷ ୫ ଓଭରରେ ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନୀ ମିଳିତ ଭାବରେ ବିସ୍ଫୋଟକ ବ୍ୟାଟିଂ ଜାରି ରଖି ୧୦୦ ରନ୍ ବନାଇ ଦେଇଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ଧୂଆଁଧାର 209 ରନ୍ କରିଥିଲେ ।