ଆସନ୍ତା ମାସଠାରୁ କମ ହେବ ଟିଭି ଖର୍ଚ୍ଚ ! ୧୦୦ଟି ଟିଭି ଚ୍ୟାନେଲ ପାଇଁ ମାତ୍ର ୧୫୩ ଟଙ୍କା : (ଟ୍ରାଇ)

Spread the love

ନୂଆଦିଲ୍ଲୀ : ଟେଲିକମ ରେଗୁଲେଟୋରୀ ଅଥରିଟି (ଟ୍ରାଇ) ପକ୍ଷରୁ ଜାରି ନୂଆ ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥାଲାଗୁ ହେବା ପାଇଁ ଶେଷ ତାରିଖ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏ ସଂପର୍କରେ ଟ୍ରାଇ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏହା ଫଳରେ ଉପଭୋକ୍ତାମାନେ ବର୍ତ୍ତମାନ ମାସିକ କାମ ଖର୍ଚ୍ଚରେ ଟିଭି ଦେଖିବାର ମଜା ନେଇପାରିବେ । ୧ ଫେବୃୟାରୀ ଠାରୁ ଡିଟିଏଚ୍ ଓ କେବଲ୍ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବାକୁ ଥିବା ନୂଆ ନିୟମ ଅନୁସାରେ ଟେଲିକମ ରେଗୁଲେଟୋରୀ ଅଥରିଟି (ଟ୍ରାଇ) ସର୍ବସାଧାରଙ୍କୁ ବଡ଼ ଆଶ୍ୱାସନା ଦେଇ, ନିମୟରେ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନରୁ ଜଣାପଡ଼ୁଛି ଯେ, ଲୋକଙ୍କୁ ନିଜର ମାସିକ ବିଲ୍ ଉପରେ ଆଶ୍ୱାସନା ମିଳିବା ।

ନୂଆ ନିମୟ ୧ ଫେବୃୟାରୀ ଠାରୁ ଲାଗୁ ହେବ । ଗ୍ରାହକଙ୍କ ମୋବାଇଲକୁ ଏସଏମଏସ୍ ପଠାଇ ଏହାର ସୂଚନା ଦିଆଯାଉଛି । ଟ୍ରାଇର ନିର୍ଦ୍ଦେଶ ଅନୁସାରେ ୧୫୩ ଟଙ୍କାରେ ଜିଏସଟି ସହିତ ପ୍ରତି ମାସ ୧୫୩ ଟଙ୍କା ଖର୍ଚ୍ଚ କରି ୧୦୦ ଦେୟଯୁକ୍ତ କିମ୍ବା ମାଗଣା ଚ୍ୟାନେଲ ଦେଖିପାରିବେ । ୩୧ ଜାନୁୟାରୀ ପୂର୍ବରୁ ଏହି ୧୦୦ ଚ୍ୟାନେଲର ଚୟନ ପାଇଁ ଗ୍ରାହକଙ୍କୁ କହିସାରିଛି ଟ୍ରାଇ ।

ଟ୍ରାଇ ତରଫରୁ ଜାରି ହୋଇଥିବା ୨ଟି ଟେଲିକମ୍ ନମ୍ବର ଓ ଇମେଲ୍ ଆଇଡ଼ି ଜରିଆରେ ଆପଣ ସବିଶେଷ ସୂଚନା ପାଇପାରିବେ । ଗ୍ରାହକ ୦୧୧-୨୩୨୩୭୯୭୨ ଓ ୯୧୧-୨୩୨୨୦୨୦୯ ନମ୍ବରରେ କଲ କରି କିମ୍ବା advbcs-2@trai.gov.in / arvind@gove.in ଇମେଲ ପଠାଇ ଅଧିକ ସୂଚନା ଜାଣିପାରିବେ ।

୧୫୩ ଟଙ୍କାରେ କେଉଁ କେଉଁ ଚ୍ୟାନେଲ୍ ଦେଖିବେ :

୧୫୩ରେ ୧୦୦ ଚ୍ୟାନେଲ ଷ୍ଟଲ ପାଇଁ ନେଟୱର୍କ କାପାସିଟି ମୂଲ୍ୟ ରୂପରେ ଦେଇପାରିବେ । ଏହା ବ୍ୟତୀତ ଆପଣ ଯଦି କେବଳ ଫ୍ରି ଟୁ ଏୟାର ଚ୍ୟାନେଲର ଚୟନ କରିବେ ତେବେ ଆପଣଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ । ପ୍ରତ୍ୟେକ ଦେୟଯୁକ୍ତ ଚ୍ୟାନେଲ ପାଇଁ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ ।

୧୦୦ରୁ ଅଧିକ ଚ୍ୟାନେଲ ଦେଖିବା ପାଇଁ :

ଯଦି ଆପଣ ୧୦୦ରୁ ଅଧିକ ଚ୍ୟ।।ନଲେ ଦେଖିବା ପାଇଁ ଚାହାନ୍ତି ତେବେ ୨୫ ଚ୍ୟାନଲେ ପାଇଁ ୨୦ ଟଙ୍କା ଅଧିକ ଦେବାକୁ ପଡ଼ିବ ।