ମୋଦି ସରକାର କରିବାକୁ ଯାଉଛନ୍ତି ବଡ଼ ନିଷ୍ପତ୍ତିର ଘୋଷଣା, 10 କୋଟି ଲୋକଙ୍କୁ ମିଳିବ ମାସିକ ଭତ୍ତା

Spread the love

କେନ୍ଦ୍ର ସରକାର ଶୀଘ୍ରରୁ ଅତି ଶୀଘ୍ର କୃଷକ ଓ ବେରୋଜଗରୀଙ୍କ ପାଇଁ ଏକ ବଡ ଉପହାର ଆଣିବେ, ଯାହାର ଘୋଷଣା ମଧ୍ୟ କାଳୀନ ବଜେଟରେ ଉପସ୍ଥାପନା କରିପାରିବେ । ବାସ୍ତବରେ,ମୋଦି ସରକାର ଶୀଘ୍ର Universal Basic Income Scheme ଲାଗୁ କରିବା ପାଇଁ ବିଚାର କରୁଛନ୍ତି, ଯାହାଫଳରେ କିଷାନ ଓ ବେରୋଜଗରୀଙ୍କୁ ମାସିକ ଭାବରେ ମୂଲ୍ୟ ମିଳିପାରିବ । ଯଦି ଏହି ଯୋଜନା ଲାଗୁ ହୁଏ ତାହାଲେ କିଷାନ ଓ ବେରୋଜଗରୀଙ୍କ ଜୀବନ-ଯାପନ ସୁବିଧା ହୋଇପାରିବ ।

ଦେଶରେ ଲୋକସଭା ନିର୍ବାଚନ ନିକଟ ଭବିଷ୍ୟତରେ ହେବାକୁ ଯାଉଛି । ଏମିତିରେ ଦେଶର ରାଜନୈତିକ ଦଳଗୁଡିକ ଜନତାଙ୍କ ପାଇଁ ଆକର୍ଷଣୀୟ ଓ ମୋନାଲୁଭା ଯୋଜନାକୁ ଲଞ୍ଚ କରିବାର ସମୟ ଆସିଯାଇଛି । କଂଗ୍ରେସ ଦଳ ତିନୋଟି ରାଜ୍ୟରେ କୃଷକମାନଙ୍କ ଲୋନ କ୍ଷମା କରିଦେଇଛି । ବିଜେପି ଶାସିତ ରାଜ୍ୟରେ ମଧ୍ୟ ବିଜୁଳି ଓ କୃଷକମାନଙ୍କ ଲୋନ କ୍ଷମାର ଘୋଷଣା କରିସାରିଛି । ଏମିତିରେ ଶୁଣିବାକୁ ମିଳୁଛି ମୋଦି ସରକାର ରାହୁଲ ଗାନ୍ଧୀଙ୍କ କୃଷକ ଲୋନ କ୍ଷମାକୁ ଟୋକର୍ ର୍ଦେବାପାଇଁ ଏହି ଏକ ଏମିତି ଯୋଜନା ଆଣିବାକୁ ଯାଉଛନ୍ତି ଯାହା ନିର୍ବାଚନ ପୂର୍ବରୁ ଦେଶର ରାଜନୈତିକ ସୋମିକରଣକୁ ବଦଳାଇଦେବ ।

ଏହି ଯୋଜନାର ନାମ ହେଲା ୟୁନିଭରସାଲ ବେସିକ ଇନକମ୍ । ଏହି ଯୋଜନା ବିକଶିତ ଦେଶରେ ଲାଗୁହେବ । ସେଠିକାର ସରକାର ଗରିବଙ୍କୁ ଏହାର ଫାଇଦା ଦେଉଅଛି କାହିଁକି ନା ସେମାନଙ୍କ ଜୀବନରେ ସୁଧାର ବା ବିକାଶ କରିପାରିବେ । ଏହି ଯୋଜନା ଦ୍ୱାରା ଗରୀବ ଲୋକ ଓ ଖାସ୍ କରି ବେରଜଗାର ଯୁବକଙ୍କୁ ସରକାରଙ୍କ ତରଫରୁ 2500 ରୁ 3000 ଟଙ୍କା ମାସିକ ଭତ୍ତା ମିଳିବ । ଲୋକଙ୍କ ଜୀବନରେ ଆସୁଥିବା ଜରୁରୀକୁ ପୁରା କରିବା ପାଇଁ ଏହି ଯୋଜନା ବରଦାନ ପ୍ରମାଣିତ ହୋଇପାରେ ।

ମୋଦି ସରକାରଙ୍କ 10 କୋଟି ଲୋକଙ୍କୁ ମାସିକ ଭତ୍ତା ଦେବାର ନିଷ୍ପତ୍ତି ବିପକ୍ଷ ଦଳକୁ ଅଡୁଆରେ ପକାଇପାରେ । ଗତ ବର୍ଷ ଆର୍ଥିକ ସର୍ବେରେ ଅରବିନ୍ଦ ସୁବ୍ରମନ୍ୟମଙ୍କ ସମିତି ମଧ୍ୟ ୟୁନିଭରସାଲ ବେସିକ ଇନକମ୍ ର ପ୍ରସ୍ତାବ ରଖିଥିଲେ । ସମିତି ଏହା ଚାହୁଁଥିଲା ଯେ ଦେଶରେ ଲୋକଙ୍କ ଆର୍ଥିକ ଅବସ୍ଥାକୁ ଶକ୍ତ କରିବା ପାଇଁ ଏହି ଯୋଜନାକୁ ଲାଗୁ ହେବା ଜରୁରୀ ଅଟେ କିନ୍ତୁ ଏହି ଯୋଜନାର ଲାଗୁ ହେବା ପରେ ସରକାରଙ୍କ ଚିନ୍ତାର କାରଣ ହୋଇପାରେ ।

ତେଲେଙ୍ଗାନା ଓ ଝାଡ଼ଖଣ୍ଡରେ ଏହି ଯୋଜନର ଲାଗୁ ହୋଇଛି :- ତେଲେଙ୍ଗାନା ଓ ଝାଡ଼ଖଣ୍ଡରେ Universal Basic Income Schemeର ଏକ ପ୍ଲାନ ଆରମ୍ଭ ହୋଇ ସାରିଛି । ତେଲେଙ୍ଗାନା ସରକାର କିଷାନଙ୍କ ଋଣକୁ କ୍ଷମା ନ କରି ସେମାନଙ୍କ ଫସଲ ହେବା ପୂର୍ବରୁ 4000 ଟଙ୍କା କିଷାନ ମାନଙ୍କୁ ସାହାଯ୍ୟ କରିବେ । କୃଷକମାନେ ବାର୍ଷିକ ଦୁଇ ଥର ଫସଲ ପ୍ରସ୍ତୁତ କରିବେ ଯାହା ଫଳରେ ବାର୍ଷିକ 8000 ଟଙ୍କା ସରକାର ସହାୟକ ମିଳିବ । ତେଲେଙ୍ଗାନା ସରକାର କିଷାନଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରୁଛନ୍ତି ।

ଝାଡ଼ଖଣ୍ଡରେ ମଧ୍ୟ ସରକାର ଏହିପରି ଏକ ଯୋଜନା ଆରମ୍ଭ କରିଲେ । ଦୁନିଆରେ ଥିବା ବିଭିନ୍ନ ଦେଶ ମଧ୍ୟରୁ Cyprus, France, America, Brazil, Canada, Denmark, Finland, Germany, Netherlands, Ireland, Luxembourg ଏହି ସବୁ ଦେଶ ମାନଙ୍କରେ ଏହି Universal Basic Income Scheme ଯୋଜନା ଲାଗୁ ହୋଇ ସାରିଛି ।