୧୦ ଜୁନ ୨୦୧୯ ସୋମବାର – ୩ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରିବାକୁ ପଡିପାରେ ଅନ୍ୟ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ

Spread the love

୧୦ ଜୁନ ୨୦୧୯ ସୋମବାର – ୩ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରିବାକୁ ପଡିପାରେ ଅନ୍ୟ ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସର୍ବକାର୍ଯ୍ୟ ସିଦ୍ଧି ହେବ ।

ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳାର ମହତ୍ୱ ରହିଛି । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ : ଆଜି ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ଅର୍ଥସମ୍ପର୍କୀୟ ଚିନ୍ତା, ବିଳାସବ୍ୟସନ ଦିଗରେ ମନକୁ ନିମଜ୍ଜିତ କରାଇବ । ତୃତୀୟସ୍ଥ ରାହୁ ସହ ମଙ୍ଗଳଙ୍କ ଭ୍ରାତୃ, ନିକଟ ସମ୍ପର୍କୀୟମାନଙ୍କ ସହ ବିବାଦ ବୃଦ୍ଧି କରିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇ ପାରନ୍ତି । ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ଲାଭ କରିବେ । ବନ୍ଧୁଙ୍କ ସହାୟତାରେ ପରିବାରର ସମସ୍ୟା ସମାଧାନ ହୋଇପାରେ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : ଆଜି ରବିଙ୍କ ନକ୍ଷତ୍ରସ୍ଥ ଶୁକ୍ର ରାଶିରେ ରହି ଆତ୍ମୀୟମାନଙ୍କୁ ଆପଣେଇ ନେବାରେ ସାହାଯ୍ୟ କରିବେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବ୍ୟବସାୟରେ ଆଶାତୀତ ଲାଭ ପାଇବାର ଯୋଗ ରହିଛି । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଆବଶ୍ୟକ । କେତେକ ଅତୀତ ଘଟଣା, ସ୍ଵାସ୍ଥ୍ୟହାନି ଯୋଗୁ ସାମୟିକ ମନ ଉଦାସ ରହିପାରେ । ଆର୍ଥିକ ସ୍ଥିତିରେ ଉନ୍ନତି, ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବାର ସମ୍ଭାବନା ରହିଛି । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ଓ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମିଥୁନ : ବୁଧ ଉଚ୍ଚସ୍ଥ ରାହୁଙ୍କ ନକ୍ଷତ୍ରରେ ଅବସ୍ଥାନ କରି ସମସ୍ୟାକୁ ପ୍ରତିହତ କରିବା ସଙ୍ଗକୁ ବିବାଦରେ ବିଜୟୀ କରାଇବ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖଶାନ୍ତି ହାନିହେବା ସହ ଦାମ୍ପତ୍ୟ ସମସ୍ୟା ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପାରେ । ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ । ଆନୁସଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ସାମଲେଶ୍ୱରୀ ।

କର୍କଟ : ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଧନସ୍ଥାନରେ ରାଶ୍ୟାଧିପତି ଆର୍ଥିକ ଉନ୍ନତି କରାଇବ ସହ ଦୈହିକ ସୁସ୍ଥତାକୁ ଅକ୍ଷୁଣ୍ଣ ରଖିବ । ରାହୁ ସହ ମଙ୍ଗଳ ପ୍ରଭାବରୁ ଜମା ଭଲ ପଡୁ ନ ଥିବା କୌଣସି ବ୍ୟକ୍ତି ପରିସ୍ଥିତିକୁ ଭିନ୍ନ ରୂପ ଦେଖା ଦେଇପାରେ । ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ ଓ ଯାତ୍ରା, ବାଣିଜ୍ୟରେ ସମ୍ୟକ ପ୍ରତିବନ୍ଧକ ଲାଗି ରହିବ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ । ଆର୍ଥିକ ଦିଗରୁ ସୁବିଧା ଜନକ ପରିସ୍ଥିତି ଦେଖାଦେବ । ମାନସିକ ଏକାଗ୍ରତା ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ସିଂହ : କର୍ମସ୍ଥାନରେ କର୍ମାଧିପତି ସହ ରାଶ୍ୟାଧିପତି ଚେଷ୍ଟା କରୁଥିବା କ୍ରମେ ସଫଳତା ହାସଲ କରିବେ । ପାରିବାରିକ ଦ୍ଵନ୍ଦର ଅବସାନ ଘଟିବ । କର୍ମକ୍ଷେତ୍ରରେ ମାନ ମନାନ୍ତର ଦୂର ହେବା ଫଳରେ ପ୍ରଶଂସିତ ହେବେ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଦୂରଯାତ୍ରା ସାଙ୍ଗକୁ ଦେବଦର୍ଶନର ସୁଯୋଗ ପାଇବେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଶିଳ୍ପ, ବାଣିଜ୍ୟ, ସଭାସମିତି, ଆନୁଷ୍ଠାନିକ କାମରେ ମନୋନିବେଶ କରିପାରନ୍ତି । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ସତ୍ୟନାରାୟଣ ।

କନ୍ୟା : ବୁଧ ଯୁକ୍ତ ରାହୁ ଓ ମଙ୍ଗଳ ଚତୁର୍ଥ ସ୍ଥାନକୁ ପ୍ରଭାବିତ କରୁଥିବାରୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବ । କର୍ମକ୍ଷେତ୍ର, ସାମାଜିକ କାର୍ଯ୍ୟ, ବନ୍ଧୁ ପରିଜନ ଓ ପରିବହନ କ୍ଷେତ୍ର ମଧ୍ୟ ସମସ୍ୟା ବହୁଳ ରହିପାରେ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ କିନ୍ତୁ କାର୍ଯ୍ୟଭାର ଅଧିକ ରହିବା । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ନୀତିଗତ କାମରୁ ଓ ବନ୍ଧୁମିଳନରୁ ଖୁସୀ ରହିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ତୁଳା : ଲାଭାଧିପତିଙ୍କ ଧନଭାବ ପ୍ରତି ସମ୍ବନ୍ଧ ଅର୍ଥଲାଭର ସୂଚନା ପ୍ରଦାନ କରେ । ବ୍ୟବସାୟରେ ନିଜର ଅବହେଳାରୁ ହ୍ରାସ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ । ଆଜି ଆପଣ ଅଫିସ୍‌ କାମରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥାକହି ଲକ୍ଷ୍ୟ ହାସଲ କରିପାରନ୍ତି । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରି ହୋଇ ପଡିବ । ମହିଳାମାନେ ମାନେ ଅଧିକ ଲାଭ ପାଇ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ନାରାୟଣ ।

ବିଛା : ବଳହୀନ ରାଶ୍ୟାଧିପ ଅଷ୍ଟମରେ ସ୍ବାସ୍ଥ୍ୟହାନୀ ସହ ବିଭିନ୍ନ ସମସ୍ୟାରେ ବିର୍ବତ କରାଇବ । ଅବଶ୍ୟ ରବିଙ୍କ ସବଳତା କାରଣରୁ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ । କର୍ମକ୍ଷେତ୍ରରେ ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିପାରନ୍ତି । ସମ୍ପର୍କୀୟ ବନ୍ଧୁବର୍ଗ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି । କିନ୍ତୁ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଗୁପ୍ତେଶ୍ୱର ।

ଧନୁ : ବୃହସ୍ପତି ପରମୂହୂର୍ତ୍ତରେ ଅବସ୍ଥା ସ୍ଵାଭାବିକ ହେଲେ ମଧ୍ୟ ପାରିବାରିିକ କ୍ଷେତ୍ର ଭୁଲ୍‌ ବୁଝାମଣା ମଧ୍ୟରେ ବିଶୃଙ୍ଖଳିତ ରହିପାରେ । ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ କିନ୍ତୁ ବକେୟା ପରିଶୋଧ କରିବାରେ ବିଫଳ ହେବେ । କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେ ମଧ୍ୟ ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହୋଇ କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ । ମାଲିମକଦ୍ଦମା,ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ । ମହିଳାମାନେ ସୁଯୋଗ ପାଇ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : ଆଜିର ଅଷ୍ଟମଚନ୍ଦ୍ର ରାଶିସ୍ଥ କେତୁଙ୍କ ନକ୍ଷତ୍ରସ୍ଥ ହେତୁ ମାନସିକ ଦୁଃଶ୍ଚିନ୍ତାରେ ମନ ଉଦ୍ୱେଳିତ ହୋଇପାରେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବାଣିଜ୍ୟ, ବ୍ୟବସାୟ, ସଭାସମିତି ତଥା ପ୍ରଶାସନିକ ସ୍ତରରେ କିମ୍ବା ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖା ଦେଇପାରେ । ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । କୃଷିଜିବୀମାନଙ୍କୁ ସରକାରୀ ସାହାଯ୍ୟ ମିଳିପାରେ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ । ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ କିନ୍ତୁ ସେପରି କିଛି ବିଶେଷ ଅସୁବିଧା ହେବ ନାହିଁ । ମହିଳାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

କୁମ୍ଭ : କର୍ମଭାବରୁ ଅଷ୍ଟମସ୍ଥ କର୍ମାଧିପତି ଯୋଗୁ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ ନାହିଁ । ବିଶେଷ କରି ଆଜି ଆପଣ ବ୍ୟବସାୟରେ ଲାଭ-କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ । କର୍ମ କ୍ଷେତ୍ରରେ କଠିନ ପରିଶ୍ରମ ଯୁକ୍ତ ହେବେ ଓ ନିଜ କ୍ଷେତ୍ରରେ ଭାବମୂର୍ତ୍ତି ସୁରକ୍ଷିତ ରହିବ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଜର ଦକ୍ଷତା ହେତୁ ପ୍ରଶଂସିତ ହୋଇପାରନ୍ତି । ଦୂରଯାତ୍ରା କରି ପରିଶ୍ରମର ଉଚିତ୍ ମୂଲ୍ୟ ପାଇବେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ତାରିଣୀ ।

ମୀନ : ଆଜିର ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା ସଙ୍ଗକୁ ବନ୍ଧୁମାନଙ୍କ ଆଦର, ଅର୍ଭ୍ୟର୍ଥନା ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ । ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ । କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ । ପାରିବାରିକ କ୍ଷେତ୍ରକୁ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରିବେ ବାସ୍ତବରେ ସେପରି କିଛି ହେବନି । ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।