10 ଜାନୁଆରୀ 2019, ଗୁରୁବାର, ଆଜିର ରାଶିଫଳ, ସମ୍ପୂର୍ଣ୍ଣ 12ଟି ରାଶିର ରାଶିଫଳ

Spread the love

ମେଷ: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ । ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ । ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହେବ । ଧନ ଆଗମନର ନୂତନ ସ୍ରୋତ ଖୋଲିଯିବ । ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ । ନୂତନକର୍ମ ନିଯୁକ୍ତି ପାଇବେ । ବ୍ୟବସାୟୀ ମାନେ କର୍ମକ୍ଷେତ୍ରରେ ଉର୍ନ୍ନତି କରିବେ । ସରକାରୀ କର୍ମଚାରୀମାନେ ସହକର୍ମୀମାନଙ୍କ ସହିତ ସୁ-ସମ୍ପର୍କ ସ୍ଥାପନ କରିବେ । ରାଜନୀତିରେ ଆର୍ଥିକ ଲାଭ ହେବ । ପରିବାର ସହିତ ଆନନ୍ଦ ଉଲ୍ଲାସ‌େର ସମୟ ଅତିବାହିତ କରିବେ । ଧାର୍ମିକକାର୍ଯ୍ୟରେ ରୁଚି ବୃଦ୍ଧି ପାଇବ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ଅକ୍ଷୂର୍ଣ୍ଣ ରହିବ । ବିଦ୍ୟାର୍ଥିମାନେ ସଫଳ ହେବେ । ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ ।

ବୃଷ: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ । ଆର୍ଥିକ ସ୍ଥିତି ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦୋନ୍ନତି ପାଇବେ । ବନ୍ଧୁମିତ୍ର ମାନଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ । ପୂର୍ବ କଳହର ସମାଧାନ ହେବ । ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନଦେବେ । କୃଷିଜୀବିମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ । ରାଜନୀତିରେ ସଫଳତା ମିଳିବ । ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ପ୍ରଶଂସା କରିବେ । ଅଚାନକ ଧନପ୍ରାପ୍ତି ହେବ । ପ୍ରେମରେ ସଫଳତା ମିଳିବ । ପ୍ରେମିକ-ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ: ଆପଣଙ୍କର ମନୋଭାବ କୌତୁକିଆ ରହିବ । ବନ୍ଧୁଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ । ବ୍ୟବସାୟରେ ଉତ୍ତମ ରୋଜଗାର ହେବ । କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ କିନ୍ତୁ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଧାର୍ମିକକାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହେବା ଏବଂ ସାମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ । ରାଜନୀତିକ୍ଷେତ୍ରରେ ନିଜର ପ୍ରତିଷ୍ଠା ଫଳରେ ଜନସାଧାରଣଙ୍କ ମନ କିଣିପାରିବେ । ଶିକ୍ଷାକ୍ଷେତ୍ରରେ ସଫଳତା ଲାଭ କରିବେ । କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ । ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କର୍କଟ: ଆଗକୁ ବଢ଼ିବାର ଦିନଟିଏ ଅତ୍ୟନ୍ତ ଉତ୍ତମ । ଯାହା ବି କାମ କରିବେ ସଫଳତା ପାଇବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟବସାୟ ବାଣିଜ୍ୟରେ ସାମାନ୍ୟ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରସଂଶିତ ହେବେ । ସନ୍ତାନମାନଙ୍କ ପାଇଁ ଅଧିକାଂଶ ସମୟ ଚିନ୍ତିତ ରହିବେ । କୃଷିଜୀବୀମାନେ ଅତ୍ୟଧିକ ପରିଶ୍ରମ କରିବେ । ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ । ରାଜନୀତିକ୍ଷେତ୍ରରେ ଶତୃମାନେ ବାଧା ସୃଷ୍ଟି କରିବେ, ତଥାପି ଲୋକଙ୍କ ମନ ଜିଣିପାରିବେ । ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ । ଆୟର ନୂଆ ସାଧନ ମିଳିବ । ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ । ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସି˚ହ: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ । ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ । ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ । ବ୍ୟବସାୟ କ୍ଷେତ୍ର ପ୍ରସାରିତ ହେବାଫଳରେ ଆଶାତୀତ ଲାଭପାଇବେ । ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ । ଆର୍ଥିକପରିସ୍ଥିତିରେ ଉନ୍ନତି ହେବ । ମହିଳାମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । କୃଷିଜୀବୀମାନେ ନୂତନ ଯୋଜନା ପ୍ରସ୍ତୁତ କରିବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ । ଛାତ୍ରଛାତ୍ରୀମାନେ ଏକାଗ୍ର ଚିତ୍ତରେ ଅଧୟନ କରିବେ ଓ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ । ନିଷ୍ଠାର ସହ ପରିଶ୍ରମ ଫଳରେ କର୍ମକ୍ଷେତ୍ରରେ ସମ୍ପୂର୍ଣ୍ଣ ଲାଭ ପାଇବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ବ୍ୟାବସାୟିକ କାମରେ ଯାତ୍ରା‌ କରିପାରନ୍ତି । ରାଜନୀତିରେ ଆର୍ଥିକ ଲାଭ ହେବ । ଲେଖକ ଓ କଳାକାରଙ୍କ ପାଇଁ ଦିନଟି ବଢ଼ିଆ ରହିବ । ଅଧ୍ୟୟନ ପାଇଁ ତତ୍ପର ହେବେ । ଶୀରପୀଡ଼ା ଅତି କଷ୍ଟକର ହେବ । ମାନସିକ ଦୁଶ୍ଚିନ୍ତା ହଠାତ୍ ବଢ଼ିଯିବ । ନୂତନକାର୍ଯ୍ୟ ଆରମ୍ଭକଲେ କ୍ଷତିରେ ପଡ଼ିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

ତୁଳା: ଆଜି ଆପଣ ଧୈର୍ଯ୍ୟ ଧରି କାମ କରିବାର ଆବଶ୍ୟକତା ରହିଛି । ବୟୋଜ୍ୟେଷ୍ଠଙ୍କ ରାୟ ଗ୍ରହଣ କରନ୍ତୁ; ଲାଭ ହେବ । ମାନସିକ ଶାନ୍ତି ଓ ଶରୀର ଭଲ ରହିବ । ସାମାଜିକ ଜୀବନରେ ନୂତନ ଗୁରୁଦାୟିତ୍ୱ ଗ୍ରହଣ କରିବେ । ନୂତନବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ ଓ ଆୟ ବୃଦ୍ଧି ପାଇବ । ସାର୍ବଜନିକ ଜୀବନରେ ଯଶ, ମାନସମ୍ମାନ, ପ୍ରତିଷ୍ଠା ବୃଦ୍ଧି ପାଇବ, ବିଦ୍ୟାରେ ଉନ୍ନତି, ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ବିଛା: ଆର୍ଥିକ ସମସ୍ୟାର ସମାଧାନ ହେବ । ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ବ୍ୟବସାୟରେ ଆୟ ବୃଦ୍ଧି ହେବ । କର୍ମ ମୁଖରତା ଯୋଗୁଁ ଶାରୀରିକ ପୀଡା ଭୋଗିବେ । ଅଫିସରେ କୌଣସି ନୂଆ ପରିଯୋଜନା‌େର କାମ କରିପାରନ୍ତି । ବାଦବିବାଦ, ମାଲିମକଦ୍ଦମା, ଜାମିନି ମଧ୍ୟସ୍ଥତା ଠାରୁ ଦୂରେଇ ରହିବ ଆପଣଙ୍କ ଆଜି ଶ୍ରେୟସ୍କର ଅଟେ । କୃଷିଜିବୀମାନେ ଲାଭବାନ୍ ହେବେ । ଜନ ସମ୍ପର୍କ ବୃଦ୍ଧି ପାଇବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: ଦିନସାରା ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ସମାଜ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବେ । ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ । ଅଟକିଥିବା କାର୍ଯ୍ୟ କୌଣସି ଏକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ପୂରଣ ହେବ । କର୍ମ କ୍ଷେତ୍ରରେ ବ୍ୟବସାୟୀମାନଙ୍କର ଆୟ ବ୍ୟୟ ପ୍ରାୟ ସମାନ ରହିବ । ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି । ରାଜନୀତିକ କାମରେ ରୁଚି ରହିବ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ସାକ୍ଷାତରେ ଉନ୍ନତି ହେବ । ବାହାର ଯାତ୍ରାରେ ସଫଳ ହେବେ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମକର: ଦୀର୍ଘଦିନ ଧରି ମନରେ ଚାଲି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । ବ୍ୟବସାୟ ପ୍ରସାର ଫଳରେ ବିଶେଷ ଲାଭବାନ୍ ହେବେ । ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ । ଧାର ଦେଇଥିବା ଧନ ଫେରି ପାଇବା ଫଳରେ ଆର୍ଥିକ ସ୍ଥିତିର ସୁଦୃଢ଼ ହେବ । ଅଭାବ-ଅନାଟନ ଦୂର ହୋଇ ସ୍ଥିତି ସନ୍ତୋଷଜନକ ହେବ । ବାଦ, ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ଅଚାନକ ଯାତ୍ରା ଫଳରେ ବିଶେଷ ଉପକୃତ ହେବେ । ନୂତନକର୍ମ ପ୍ରାପ୍ତି ଓ କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତର ଯୋଗ ଅଛି । ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମଙ୍ଗଳା ।

କୁମ୍ଭ: ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ତାୟମାନ । କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ । ଅତି ଭଲସମ୍ପର୍କ ଥିବାବନ୍ଧୁଙ୍କ ପାଇଁ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ବୃଦ୍ଧି ପାଇବ । ଆର୍ଥିକସ୍ଥିତି ମଜବୁତ୍ ସଙ୍ଗେ ବ୍ୟୟ ମଧ୍ୟ ଅଧିକ ହେବ । ଅତ୍ୟଧିକ ପରିଶ୍ରମ ହେତୁ ଶାରୀରିକ ପୀଡ଼ା ଅନୁଭବ କରିବେ । ବ୍ୟବସାୟରେ ସଚ୍ଚଟପଣିଆ ପ୍ରଭାବରେ ଧନଲାଭ ସହ ନିଜ ପରିସରରେ ପ୍ରଶଂସିତ ହୋଇପାରନ୍ତି । ମହିଳାମାନଙ୍କର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ରାଜନୀତିରେ ଉଚ୍ଚପଦ ମିଳିପାରେ । କୌଣସି ସମାରୋହରେ ନିକଟ ସମ୍ପର୍କୀୟଙ୍କ ସହିତ ଭେଟ ହେବ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଶିକ୍ଷାପ୍ରତି ବେଖାତିରଭାବ କଷ୍ଟ ଦେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ମୀନ: ଦିନଟି ଉତ୍ସାହ ବର୍ଦ୍ଧକ ରହିବ । ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁଙ୍କ ମାଧ୍ୟମରେ ସମ୍ପୂର୍ଣ୍ଣ କରିବେ । ସମ୍ମାନର ସହିତ ଦିନଚର୍ଯ୍ୟା କରିଆନନ୍ଦ ପାଇବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ । କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ସାମୟିକ ବିବ୍ରତ ହୋଇପାରନ୍ତି । ସରକାରୀ କ୍ଷେତ୍ରରେ ଲାଭ ପାଇବେ । ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ । ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବର ଅଭାବ ହେବ । ବିଦ୍ୟାର୍ଥିମାନେ ପରୀକ୍ଷା, ପ୍ରତିଯୋଗିତାରେ ବିଜୟୀଲାଭ ହେବେ । ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।